Browsing author

SATYA SANDHANA DESK

ଅବକାରୀ ବିଭାଗର ଚଢ଼ାଉ

ଭଞ୍ଜନଗର,୧୯/୧୧(ଏସଏସନିୟୁଜ) ଭଞ୍ଜନଗର ଅବକାରୀ ବିଭାଗ ଚଢ଼ାଉ କରି ଚୋରାରେ ଦେଶୀମଦ ପ୍ରସ୍ତୁତ କରୁଥିବା ବେଳେ ୫୦ ଲିଟର ଚୋରା ଦେଶୀମଦ ଜବତ କରାଯିବା ସହ , ୨୧୫୦ ଲିଟର ପୋଚ ନଷ୍ଟ କରାଯାଇଛି । ବିଶେଷସୁତ୍ରରୁ ଖବରପାଇ ଭଞ୍ଜନଗର ନିକଟ ନାହାତୋଟା ସାହି , ମରଠୀ ସାହି , ଏବଂ ବାଲିସାହି ଅଞ୍ଚଳରେ ଅବକାରୀ ବିଭାଗ ଚଢ଼ାଉ କରିଥିଲା ।ଚଢଉସମୟରେ ଜଣଙ୍କୁ ଗିରଫ କରିବାସହ ମଦ ସହ ରନ୍ଧା ସାମଗ୍ରୀ ମଧ୍ୟ ଜବତ କରିଛି ଅବକାରୀବିଭାଗ ।

ବିଜେପିରେ ପୂର୍ବତନ ମନ୍ତ୍ରୀ ସଞ୍ଜୀବ ସାହୁ

ଭୁବନେଶ୍ବର,୧୯/୧୧(ଏସଏସନିୟୁଜ) ପୂର୍ବତନ ମନ୍ତ୍ରୀ ସଞ୍ଜୀବ ସାହୁ ଆଜି ବିଜେପିରେ ଯୋଗଦେଇଛନ୍ତି । ଶତାଧିକ ସମର୍ଥକଙ୍କ ଗହଣରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ସମ୍ବଲପୁର ସାଂସଦ ନିତେଶ ଗଙ୍ଗଦେବ ଓ ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତିଙ୍କ ଉପସ୍ଥିତିରେ ସାହୁ ବିଜେପିରେ ଯୋଗ ଦେଇଛନ୍ତି। ଲଗାତାର ଦଳରେ ଅଣଦେଖା କରାଯିବା ଓ ଗତ ବିଧାନସଭା ନିର୍ବାଚନରେ ବିଜେଡି ସଞ୍ଜୀବ ସାହୁଙ୍କୁ ପ୍ରାର୍ଥୀ ନକରିବା ନେଇ ସେ ଅସନ୍ତୁଷ୍ଟ ଥିଲେ ।ଶ୍ରୀ ସାହୁ ବୀରମହାରାଜପୁର ଓ ଆଠମଲ୍ଲିକ ବିଧାନସଭା ନିର୍ବାଚନ ମଣ୍ଡଳୀରୁ […]

ମହିଳା ଲୁଟେରା ଗିରଫ

ଭୁବନେଶ୍ବର, ୧୯/୧୧(ଏସଏସନିୟୁଜ)ସକାଳେଘରେ କେହିନଥିବାର ସୁଯୋଗରେ ପଶିଗଲେ ।ଘରଭିତରୁ ହଜାରେ ଟଙ୍କା ସହ ଏଟିଏମ୍ କାର୍ଡ ଓ ପ୍ୟାନ୍ କାର୍ଡ ସହ ଗୁରୁତ୍ୱପୁର୍ଣ କାଗଜ ନେଇ ପଳାଇଯାଇଥିଲେ ।କିନ୍ତୁ ପଡୋଶିମାନେସନ୍ଦେହରେ ଧରିବାପରେ ପକୃତ କଥାଜଣାପଡିଥିଲା ।ଶେଷରେ ନୂଆପଲ୍ଲୀ ପୁଲିସ ହାତରେ ଧରାପଡିଛନ୍ତି ବନଜାରା ବେଶରେ ଭିକ ମାଗୁଥିବା କଣ୍ଢେଇ ଜେନା ।  

ମହିଳା ଭାଙ୍ଗିଲେ ମଦଦୋକାନ,ଫେରିଲା ପୋଲିସ

କେନ୍ଦୁଝର,୧୯/୧୧(ଏସଏସନିୟୁଜ) ମହିଳାମାନେ ଏକାଠିହୋଇ ସରକାରୀ ମଦ ଦୋକାନକୁ ଭାଙ୍ଗିଲେ ।ମଦଦୋକାନ ଭିତରେ ରହିଥିବା ସମସ୍ତମଦକୁ ବୋହିନେଇ ନଷ୍ଟ କରିଦେଇଛନ୍ତି ।ପୋଲିସ ମହିଳାମାନଙ୍କୁ ବୁଝାସୁଜା କରିବା ପାରେ ମହିଳାମାନେ ନଶୁଣୀବରୁ ପୋଲିସ ନିରାଶ ହୋଇ ଫେରିଆସିବା ଘଟଣା ଏବେ ଚର୍ଚ୍ଚା ଧରିଛି ।ଏଭିଭଳି ଘଟଣା ଗୁରୁବାରଦିନ କେନ୍ଦୁଝର ଜିଲ୍ଲା ବାଂଶପାଳ ବ୍ଲକ ହାଟପଦା ଠାରେ ଦେଖିବାକୁ ମିଳିଛି । ଗତ କିଛି ଦିନ ଧରି ବାଂଶପାଳ ବ୍ଲକରେ ଆଞ୍ଚଳିକ ଭୂୟାଁ ସମାଜ ତରଫରୁ ମଦବିରୋଧୀ ଆନ୍ଦୋଳନ ଚାଲୁ ରହିଛି। […]

ଆଜିଠୁ ୩ ଦିନିଆ ଓଡ଼ିଶା ଗସ୍ତରେ ଡ. ଏ ଚେଲ୍ଲାକୁମାର

ଭୁବନେଶ୍ୱର,୧୯/୧୧(ଏସଏସନିୟୁଜ) ଓଡ଼ିଶା କଂଗ୍ରେସ ପ୍ରଭାରୀ ଡ. ଏ ଚେଲ୍ଲାକୁମାର ଆଜିଠୁ ୩ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି । ମାହାଙ୍ଗା ଡବଲ୍ ମର୍ଡର ପରିବାର ବର୍ଗଙ୍କୁଭେଟିବାସହ ସାମ୍ବାଦିକ ସମ୍ମିଳନୀରେ ଯୋଗଦେବେ ।ଏହାପରେ ବାଲେଶ୍ୱର ଗସ୍ତ କରିବେ । ୨୦ ତାରିଖରେ ଜଳେଶ୍ୱର,ବାଲିଆପାଳ ଓ ୨୧ରେ କଂଗ୍ରେସ ଭବନରେ ନେତାମାନଙ୍କ ସହ ବୈଠକରେ ଯୋଗ ଦେବାସହ ସେବାଦଳର ସଦ୍‌ଭାବନା ରାଲି ନେଇ ପ୍ରସ୍ତୁତି ବୈଠକରେ ଯୋଗଦେବାର କାର୍ଯ୍ୟକ୍ରମ ରହିଥିବାର ଜଣାପଡିଛି ।

କାର୍ତ୍ତିକ ପୂର୍ଣ୍ଣିମାରେ ବନ୍ଦ ରହିବ ଶ୍ରୀମନ୍ଦିର

ପୁରୀ,୧୯/୧୧(ଏସଏସନିୟୁଜ) କାର୍ତ୍ତିକ ପୂର୍ଣ୍ଣିମାରେ ଜଗା ଦର୍ଶନ ମନା ।ଯାହାଫଳରେ ଭକ୍ତମାନେ ମହାପ୍ରଭୁଙ୍କ ରାଜରାଜେଶ୍ୱର ବେଶ ଦର୍ଶନରୁ ବଞ୍ଚିତ ହେବେ ।କରୋନା ଓ ଭିଡ଼କୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ଏହିଭଳି ନିଷ୍ପତି ନେଇଛନ୍ତି ।ଜଗା ଦର୍ଶନ ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନୂଆ ମାର୍ଗଦର୍ଶିକା ଜାରି କରାଯାଇଛି ।ଏହିଆଧାରରେ ଶୁକ୍ରବାର ଅର୍ଥାତ କାର୍ତ୍ତିକ ପୂର୍ଣ୍ଣିମାରେ ଶ୍ରୀମନ୍ଦିରରେ ଦର୍ଶନ ବ୍ୟବସ୍ଥା ବନ୍ଦ ରହିବ ।

୩ଟି କୃଷି ଆଇନ ପ୍ରତ୍ୟାହାର କଲେ ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ,୧୯/୧୧(ଏସଏସନିୟୁଜ) ଆଜି ଦେଶବାସୀଙ୍କୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୩ଟି କୃଷି ଆଇନ ପ୍ରତ୍ୟାହାର ନେଇ ଘୋଷଣା କରିବାସହ ଆନ୍ଦୋଳନକାରୀ କୃଷକ ଏବେ ଘରକୁ ଯାଆନ୍ତୁ ବୋଲି କହିଛନ୍ତି । ୩ଟି ନୂଆ କୃଷି ଆଇନ କୃଷକଙ୍କ କଲ୍ୟାଣ ପାଇଁଅଣାଯାଇଥିବାବେଳେ କିଛି ଗୋଷ୍ଠୀ ଏହାକୁ ବିରୋଧ କରୁଥିଲେ ।ତେଣୁ ବିରୋଧକୁ ଦୃଷ୍ଟିରେ ରଖି ଏହି ନୂଆ କୃଷି ଆଇନ ପ୍ରତ୍ୟାହାର କରାଗଲା ବୋଲି ମୋଦୀ କହିଛନ୍ତି ।

କୁବେର ସରକାରୀ ବାବୁ

୧-ନଭେମ୍ବର ୧୯ ତାରିଖ ଦିନ ପ୍ରଧାନମନ୍ତ୍ରୀଙ୍କ ଉତ୍ତର ପ୍ରଦେଶ ଗସ୍ତ । ୨-ବଙ୍ଗୋପସାଗରରେ ଅବପାତ, ଉପକୂଳ ଆନ୍ଧ୍ରରେ ବଢୁଛି ବର୍ଷା, ଉପୁଜିଛି ବନ୍ୟା ଭଳି ପରିସ୍ଥିତି । ୩-କୁବେର ସରକାରୀ ବାବୁ ପ୍ରତାପ ସାମଲଙ୍କୁ ବାଧ୍ୟତାମୂଳକ ଅବସର ଦେଲେ ସରକାର । ୪-୫ଟି ଜିଲ୍ଲାର ୧୫୮ଟି ରୂପାନ୍ତରିତ ସ୍କୁଲ ଲୋକାର୍ପିତ କଲେ ମୁଖ୍ୟମନ୍ତ୍ରୀ । ୫-ମନ୍ଦ ଲୋକଙ୍କ ପାଖକୁ କ୍ରିପ୍‌ଟୋକରେନ୍‌ସି ନଯାଉ: ମୋଦି । ୬-ମମିତା ହତ୍ୟା ମାମଲା : ତଦନ୍ତ ନେଇ ସରକାରଙ୍କୁ ଷ୍ଟାଟସ ରିପୋର୍ଟ […]

ଆଜିର ଅନୁଚିନ୍ତା

🦋କ୍ରୋଧ ହେଉଛି ଏକ ଏଭଳି ଅସ୍ତ୍ର ଯେ,ତାହା ଶତ୍ରୁର ଯେତେ ଅନିଷ୍ଠ ନ କରେ ନିଜର ତାଠାରୁ ଅଧିକ ଅନିଷ୍ଟ କରେ;ତେଣୁ ସେଥିରୁ ଯଥା ସମ୍ଭବ ଦୁରେଇ ରୁହନ୍ତୁ । 🦋ଯେମିତି ସୂର୍ଯ୍ୟ ଅସ୍ତ ହେଲାପରେ ଆକାଶ ର ରଙ୍ଗ ଆପେ ଆପେ ବଦଳି ଯାଏ ଠିକ୍ ସେମିତି ଦୁଖଃ ସମୟରେ ଅତି ଆପଣାର ଭାବୁଥିବା ଲୋକ ମଧ୍ୟ ଏଠି ଠିକଣା ବଦଳାଇ ଦିଅନ୍ତି । 🦋ସବୁ ସମୟରେ ନୁହେଁ, ବରଂ କେତେକ ସମୟରେ ହେଲମେଟ୍‌ ଆମର […]

ଆଜିର ରାଶିଫଳ

🙏🏻ମାଁ ପରମେଶ୍ବରୀ ନମଃ🙏🏻ମାସ- କାର୍ତ୍ତିକ,ପକ୍ଷ- ଶୁକ୍ଳତିଥି- ପୂର୍ଣ୍ଣିମା ଦିବା ଘ୦୨-୩୯ମି ଗତେ ପ୍ରତିପଦ,ଚନ୍ଦ୍ରସ୍ଥିତି-ମେଷ ଦିବା ଘ ୦୮-୧୪ମି ଗତେ ବୃଷ,ନକ୍ଷତ୍ର- କୃତ୍ତିକା ରାତ୍ରି ଘ୦୪-୩୧ମି ଗତେ ରୋହିଣୀଚନ୍ଦ୍ର ଶୁଦ୍ଧି- ମିଥୁନ କର୍କଟ ସିଂହ ତୁଳା ବିଛା ଧନୁ କୁମ୍ଭ ଓ ମୀନ ରାଶି ଜାତ ବ୍ୟକ୍ତିଙ୍କର ଚନ୍ଦ୍ର ଶୁଦ୍ଧି ଓ ଘାତ ଚନ୍ଦ୍ର ମେଷ ରାଶିର ଘାତ ଚନ୍ଦ୍ର ଦିବା ଘ ୦୮-୧୪ମି ଗତେ ମେଷ ବୃଷ କର୍କଟ ସିଂହ କନ୍ୟା ଧନୁ ମକର ମୀନ ରାଶି […]