Browsing author

SATYA SANDHANA DESK

ଏସଟିଏଫ୍ ହାତରେ ଧରାପଡିଲା ଚୋରାବେପାରୀ ସହ ହାତୀଦାନ୍ତ

ଭୁବନେଶ୍ବର, ୧୪/୧୧(ଏସଏସନିୟୁଜ) ହାତୀଦାନ୍ତର ବିକ୍ରି ଲାଗି ମୂଲଚାଲ ଚାଲିଥିବା ବେଳେ ଏସଟିଏଫର ହାତର ଲାଗିଛି ବେପାରୀ ଓ ଜବତ ହୋଇଛି ୩ କେଜି ୩୫୦ ଗ୍ରାମ ଓଜନର ହାତୀଦାନ୍ତ । ବରଗଡ଼ ଜିଲ୍ଲାର ଗାଏସିଲଟ ବ୍ଲକରେ କେନ୍ଦୁଭଟା ଛକ ନିକଟରେ ହାତୀଦାନ୍ତର ବିକ୍ରି ଲାଗି ମୂଲଚାଲ ଚାଲିଥିବା ବେଳେ ବିଶେଷସୁତ୍ରୁ ଖବରପାଇ ଏସଟିଏଫ୍ ଟିମ୍ ରମେଶ ପ୍ରଧାନ ନାମକ ବେପାରୀକୁ କାବୁ କରିବା ସହ ତାଠାରୁ ହାତୀଦାନ୍ତକୁ ଜବତ କରିବାରେ ସକ୍ଷମ ହୋଇଥିଲେ ।

ଶ୍ରୀକ୍ଷେତ୍ରରୁ ଆସିଲା ପାଟବସ୍ତ୍ର

କେନ୍ଦ୍ରାପଡ଼ା, ୧୪/୧୧(ଏସଏସନିୟୁଜ) ବଡ଼ଭାଇଙ୍କ ପାଖକୁ ଆସିଲା ତିନି ଖଣ୍ଡ ପାଟ ବସ୍ତ୍ର। । ପରମ୍ପରା ଅନୁଯାୟୀ ଶ୍ରୀକ୍ଷେତ୍ରରୁ ତୁଳସୀ କ୍ଷେତ୍ରକୁ ଆସିଛି ଘନନୀଳ, ପୀତ ଓ ରକ୍ତ ବର୍ଣ୍ଣର ପାଟବସ୍ତ୍ର । ତୁଳସୀ କ୍ଷେତ୍ରାଧିପତି ବଳଦେବଜିଉଙ୍କ ପାଖେ ଲାଗି ହେବ ।୧୫ ତାରିଖ ଏକାଦଶୀରେ ହେବାକୁଥିବା ପ୍ରଳମ୍ବାସୁର ବଧବେଶ ପାଇଁ ଏହି ପାଟବସ୍ତ୍ର ଆସିଛି । ପୁରୀ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ପାଟବସ୍ତ୍ର ଧରି କେନ୍ଦ୍ରାପଡ଼ାରେ ପହିୀବା ପରେ ରୂପା ଥାଳିରେ ସେହି ପାଟବସ୍ତ୍ରକୁ ମନ୍ଦିର ସିଂହଦ୍ବାର […]

ଇଟାଗଦା ସାଜିଲା କାଳ-ଚାଲିଗଲା ଦୁଇଜଣଙ୍କ ଜୀବନ

ବରଗଡ଼,୧୪/୧୧(ଏସଏସନିୟୁଜ) ସୋହେଲାରୁ ପଦ୍ମପୁରକୁ ଯାଉଥିବାବେଳେ କାଠପଟା ଭର୍ତ୍ତି ପିକଅପ ଭ୍ୟାନ୍ଇଟାଗଦାରେ ପିଟି ହେବାରୁ ଦୁଇଜଣଙ୍କର ମୃତ୍ୟୁ ଘଟିଛି ।ମୃତକ ହେଉଛନ୍ତି ପିକଅପ ଭ୍ୟାନ ଚାଳକ ଓ ସହାୟକ । ଆଜି ସକାଳେ ହୋଇଥିବା ଏହି ମର୍ମନ୍ତୁଦ ଦୁର୍ଘଟଣାର ଖବରପାଇ ପଦ୍ମପୁର ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ଆଜିରରାଶିଫଳ

ମାଁ ପରମେଶ୍ବରୀ ନମଃ,ମାସ- କାର୍ତ୍ତିକ,ପକ୍ଷ- ଶୁକ୍ଳ,ଚନ୍ଦ୍ର ଶୁଦ୍ଧି- ମେଷ ବୃଷ ସିଂହ କନ୍ୟା ତୁଳା ଧନୁ ମକର କୁମ୍ଭ ରାଶି ଜାତ ବ୍ୟକ୍ତିଙ୍କର ଚନ୍ଦ୍ର ଶୁଦ୍ଧି ଓ ଘାତ ଚନ୍ଦ୍ର ମିଥୁନ ଓ ମୀନ ରାଶି ର ଘାତ ଚନ୍ଦ୍ର ଦିବା ଘ ୧୦-୧୦ମି ଗତେ ବୃଷ ମିଥୁନ କର୍କଟ କନ୍ୟା ତୁଳା ବିଛା ମକର କୁମ୍ଭ ମୀନ ରାଶି ଜାତ ବ୍ୟକ୍ତିଙ୍କର ଚନ୍ଦ୍ର ଶୁଦ୍ଧି ଓ ଘାତ ଚନ୍ଦ୍ର ଧନୁ ରାଶିର ଘାତ ଚନ୍ଦ୍ର,ନିଷିଦ୍ଧ ଖାଦ୍ୟ- […]

ଆଜିର ଅନୁଚିନ୍ତା

🦋”ଝରଣା” ନିଜ ପାଣି ନିଜେ ପିଏ ନାହିଁ, “ବୃକ୍ଷ” ନିଜ ଫଳ ନିଜେ ଖାଇ ନଥାଏ, “ଦୀପ” ନିଜେ ଅନ୍ଧାରରେ ରହି ଦୁନିଆକୁ ଆଲୋକ ଦେଖାଏ, “ଫୁଲ” ନିଜର ମହକରେ ଅନ୍ୟ ମାନଙ୍କୁ ମହକାଉ ଥାଏ କାରଣ ସେମାନେ ଠିକ ବୁଝିଛନ୍ତି ଅନ୍ୟମାନଙ୍କ ପାଇଁ ବଞ୍ଚିବାକୁ ହିଁ ପ୍ରକୃତ ଜୀବନ କୁହାଯାଏ । 🦋ପ୍ରକୃତରେ ମଣିଷ ଯେତେ ନୀଚକୁଳରେ ଜନ୍ମହେଲେ ମଧ୍ୟ ସ୍ନେହ,ଶ୍ରଦ୍ଧା ଓ ପ୍ରେମଯୁକ୍ତ ସ୍ୱଚ୍ଛ ଏବଂ ନିର୍ମଳ ହୃଦୟ ଧାରଣ ଦ୍ଵାରା ହିଁ ମହାନ୍ […]

ମୁହଁ ବୁଲେଇ ଅନେଇ ପାରିବେନି ଶତ୍ରୁ

୧. ୨ ମୁଖ୍ୟମନ୍ତ୍ରୀଙ୍କ ଆଲୋଚନା ପରେ ଝଞ୍ଜାବତୀର ଭାଗ୍ୟ ବଦଳିବା ନେଇ ପ୍ରଶ୍ନ । ୨. ମଣିପୁରରେ ଆସାମ ରାଇଫଲ୍ସର ସୁରକ୍ଷାବଳ ଗାଡି ଉପରେ ହୋଇଥିବା ଆକ୍ରମଣକୁ ପ୍ରଧାନମନ୍ତ୍ରୀଙ୍କ ନିନ୍ଦା । ୩. ଋଣ ଜାଲରେ ଫସାଉଥିବା ଚୀନକୁ ଶ୍ରୀଲଙ୍କା ଦେଲା ଶକ୍ତ ଝଟକା, ଏବେ ବାଉଳେଇ ହେଉଛି ଡ୍ରାଗନ । ୪. ଶନିବାର ରାଷ୍ଟ୍ରପତି ଭବନର ଦରବାର ହଲ୍‌ରେ ଆୟୋଜିତ ଏକ ସ୍ବତନ୍ତ୍ର ଉତ୍ସବରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଓଡ଼ିଆ ହକି ତାରକା ବୀରେନ୍ଦ୍ର ଲାକ୍ରା […]

ଦୁର୍ଦ୍ଦାନ୍ତ ଅପରାଧୀ ବାପି ପାଣି ଆହତ

ଭଦ୍ରକ, ୧୩/୧୧(ଏସଏସନିୟୁଜ) ଭଦ୍ରକରେ ଏନକାଉଣ୍ଟର ହୋଇଛି । ଦୁର୍ଦାନ୍ତଅପରାଧୀ ବାପି ପାଣିଙ୍କୁ ଆଜି ଭଦ୍ରକ ଗ୍ରାମାଞ୍ଚଳ ଥାନା‌ ପୁଲିସ ଏନକାଉଣ୍ଟର କରିଛି। ଚଢେଇଆ ଗ୍ରାମରେ ବାପି ଓ ତାର ସହଯୋଗୀ ଓମ ପ୍ରକାଶ ମହାଳିକ ମିଶି ଡକାୟତି କରିବା ପାଇଁ ଯୋଜନା କରୁଥିବାର ଖବର ପୋଲିସି ପାଖରେ ପହଁଚିଥିଲା । ପୁଲିସ ସୂଚନା ପାଇବାପରେ ସେମାନଙ୍କର ପିଛା କରିଥିଲା। ବାପି ଓ ତାର ସହଯୋଗୀ ଓମ ପ୍ରକାଶକୁ ପୋଲିସ କାବୁ କରିବାକୁ ଉଦ୍ୟମ କରିବାବେଳେ ବାପି ପୁଲିସ […]

ଜୁଆ ଆଡ୍ଡାରେ ପୁଲିସର ଚଢ଼ଉ

ରାୟଗଡ଼ା,୧୩/୧୧(ଏସଏସନିୟୁଜ) ରାୟଗଡ଼ା ପୁଲିସ୍ପାଇକ ସାହିରେ ଚାଲିଥିବା ଜୁଆ ଆଡ୍ଡା ଉପରେ ଚଢ଼ଉ କରି ୧ ଲକ୍ଷ ୮୫ ହଜାର ୨୨୦ ଟଙ୍କା, ୧୫ଟି ମୋବାଇଲ୍ ଜବତ କରିବା ସହ ୧୮ ଜଣଙ୍କୁ ଗିରଫ କରିଛି।ବିଶେଷସୁତ୍ରରୁ ଖବରପାଇ ପୋଲିସ ଚଢଉ କରିଥିଲା ।ସେଠାରୁ ଗିରଫ କରିଥିବା ୧୮ ଜଣଙ୍କୁ ଥାନାକୁ ଆଣି ପଚରା ଉଚରା କରିବା ପରେ ନୋଟିସ୍ ଦେଇ ଛାଡ଼ି ଥିଲା ।

ସାମୂହିକ ମୁଣ୍ଡନ ହୋଇ ପ୍ରତିବାଦ କଲେ

ନବରଙ୍ଗପୁର,୧୩/୧୧(ଏସଏସନିୟୁଜ) ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକ କଂଗ୍ରେସ ପକ୍ଷରୁ ଅଭିନବ ଉପାୟରେ ହରତାଳ କରାଯାଇଛି। କଳାହାଣ୍ଡି ଜିଲ୍ଲା ମହାଲିଙ୍ଗ୍ ସନ୍ ସାଇନ୍ ସ୍କୁଲ ଅଧ୍ୟକ୍ଷା ମମିତା ମେହେର ହତ୍ୟାକାଣ୍ଡ ଘଟଣାରେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଇସ୍ତଫା ଦାବିରେ ବ୍ଲକ କଂଗ୍ରେସର କର୍ମିମାନେ ଶୁକ୍ରବାର ଦିନ ସମୂହ ମୁଣ୍ଡନ ‌ହୋଇ ଶାନ୍ତିପୂର୍ଣ୍ଣ ଉପାୟରେ ପ୍ରତିବାଦ କରିଥିଲେ ।

ବରଗଡରେ ୩୦୦ କୋଟି ଟଙ୍କାର ପ୍ରକଳ୍ପ ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୩/୧୧(ଏସଏସନିୟୁଜ)ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ବରଗଡ ଜିଲ୍ଲାରେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ଅଧୀନରେ ସ୍ମାର୍ଟ ହେଲ୍‌ଥ କାର୍ଡ ବଣ୍ଟନର ଶୁଭାରମ୍ଭ କରିଛନ୍ତି। ଜିଲ୍ଲାର ପ୍ରାୟ ୩.୬୪ ଲକ୍ଷ ଲୋକ ଏହି ସୁବିଧା ପାଇବେ । ବରଗଡ ସହିତ ରାଜ୍ୟର ୧୧ଟି ଜିଲ୍ଲା ଏହି କାର୍ଯ୍ୟକ୍ରମରେ ସାମିଲ ହେଲା । ଏହି ଅବସରରେ ୫-ଟି ରୂପାନ୍ତର କାର୍ଯ୍ୟକ୍ରମରେ ବିଜେପୁରର ୭୧ଟି ରୂପାନ୍ତରିତ ସ୍କୁଲକୁ ମୁଖ୍ୟମନ୍ତ୍ରୀ ଲୋକାର୍ପିତ କରିଥିଲେ । ଆଜି ମୁଖ୍ୟମନ୍ତ୍ରୀ ବରଗଡରେ ପ୍ରାୟ ୩୦୦ […]