Browsing author

SATYA SANDHANA DESK

ପୁଣି ଫେରିଛି ଅଣ୍ଡା ମାଡ

୧-ମାଲକାନଗିରି: ଟାଟା ପାଓ୍ୟାର କମ୍ପାନୀର ମନମୁଖି କାର୍ଯ୍ୟକୁ ଅଭିନବ ଉପାୟରେ ପ୍ରତିବାଦ ଜଣାଇଛନ୍ତି ଜଣେ ଚାଷୀ, ନିଜର ରୋଗୀଣା ବୃଦ୍ଧା ମାଙ୍କୁ ଏକ ଟ୍ରଲି ରିକ୍ସାରେ ଦୀର୍ଘ୨୦ କିଲୋମିଟର ଦୁର ରାସ୍ତା ଠେଲି ଠେଲି ଜିଲ୍ଲାପାଳ ଙ୍କ ନିକଟକୁ ନେଉଥିବାର ଦେଖିବାକୁ ମିଳିଛି । ୨-ପୁଣି ଫେରିଛି ପ୍ରତିବାଦର ଅଣ୍ଡା ମାଡ ରାଜନୀତି । ମମିତା ମୃତ୍ୟୁ ପ୍ରସଙ୍ଗରେ ରାଜ୍ୟ ଗୃହମନ୍ତ୍ରୀଙ୍କ ସମ୍ପୃକ୍ତି ଅଭିଯୋଗ ପରେ ତାଙ୍କ ବାସଭବନ ଉପରେ ଅଣ୍ଡାମାଡ ହୋଇଥିଲା । ଏପଟେ ଓଡିଶା […]

ଆଜିର ରାଶିଫଳ

ମାଁ ପରମେଶ୍ବରୀ ନମଃ,ନଭେମ୍ବର ମାସ ୦୧ ତାରିଖ ୨୦୨୧ ମସିହା(ସୋମବାର)କାର୍ତ୍ତିକ- କୃଷ୍ଣପକ୍ଷ,ତିଥି- ଏକାଦଶୀ,କର୍କଟ ଓ ମକର ରାଶିର ଘାତଚନ୍ଦ୍ର,ମିଥୁନ ରାଶିର ଘାତବାର,ଏକାଦଶୀ ର ଏକୋଦିଷ୍ଟ ଓ ଦ୍ଵାଦଶୀରପାର୍ବଣ ଶ୍ରାଦ୍ଧ,ଶିମ୍ବ ଶାଗ ପୋଇ ଭକ୍ଷଣ ନିଷେଧ।👉🏿ମେଷ: କଳହଯୋଗ👉🏿ବୃଷ: ମାନହାନି👉🏿ମିଥୁନ: ବାଦାନୁବାଦ👉🏿 କର୍କଟ: ଦୃଢ଼ ମନ👉🏿 ସିଂହ: ବ୍ୟୟଯୋଗ👉🏿 କନ୍ୟା: ଧନପ୍ରାପ୍ତି👉🏿 ତୁଳା: ପଥରୋଧ👉🏿 ବିଛା: ସେବାପୂଜା👉🏿ଧନୁ: କର୍ମଚଞ୍ଚଳ🤙🏿 ମକର : ସୁଖହାନି👉🏿 କୁମ୍ଭ : ଦୁଃଖ ହାନି👉🏿 ମୀନ: ବନ୍ଧୁ ମିଳନ। ମେଷ:-ଯାହା ବି କାମ କରିବେ, ବାଧାର […]

ମଧୁମଖି ପାଳନ କର୍ମଶାଳା

ମେଣ୍ଢାଶାଳ,୩/୧୦(ଏସ ଏସ ନିୟୁଜ)ମେଣ୍ଢାଶାଲ ଗ୍ରାମ ପଞ୍ଚାୟତ ସଭାଗୃହରେ ସରମ୍ପଚ ମମତା ବେହେରାଙ୍କ ସଭାପତିତ୍ୱରେ ମଧୁମଖି ପାଳନ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି।ଓଡିଶା ଖଦି ଓ ଗ୍ରାମ୍ୟଦ୍ୟୋଗ ବୋର୍ଡ ଭୁବନେଶ୍ୱର ଆନୁକୂଲ୍ୟରେ ଅନୁଷ୍ଠିତ କର୍ମଶାଳାରେ ଖୋର୍ଦ୍ଧା ଜିଲ୍ଲା ସଂଯୋଜକ ଶ୍ରୀକାନ୍ତ କୁମାର ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ କର୍ମଶାଳାରେ ଭୁବନେଶ୍ୱର ରେଜିଓନାଲ ଡେଭଲପ୍ମେଂଟ ଟ୍ରଷ୍ଟ ଅଧକ୍ଷ ରମେଶ ଚନ୍ଦ୍ର ସାହୁ,ଉପାଧ୍ୟକ୍ଷ ନିବାସ ମହାପାତ୍ର ପ୍ରମୁଖ ଯୋଗଦେଇଥିଲେ।ଗ୍ରାମାଞ୍ଚଳ ମହିଳାମାନେ କିପରି ଏହି କାର୍ଯ୍ୟକ୍ରମ ମାଧ୍ୟମରେ ସ୍ୱଭାବଲମ୍ବୀ ହୋଇପାରିବେ ଠା ଉପରେ ଆଲୋଚନା ହୋଇଥିଲା।ପ୍ରଧନମନ୍ତ୍ରୀ […]

ପୁରସ୍କୃତ ହେଲା ଆଦାନୀ ଫାଉଣ୍ଡେସନ

ଧାମରା,୩୧/୧୦(ଏସଏସନିୟୁଜ)କରୋନା ମହାମାରୀ ସମୟରେ କର୍ପୋରେଟ ସାମାଜିକ ଦାୟିତ୍ଵବୋଧ କ୍ଷେତ୍ରରେଉଲ୍ଲେଖନୀୟ ଅବଦାନ ଓ ଉତ୍ସର୍ଗୀକୃତ ସେବା ପାଇଁ ଆଦାନୀ ଫାଉଣ୍ଡେସନକୁ ପୁରସ୍କୃତ କରାଯାଇଛି। ଓଡ଼ିଶା ସିଏଆର ଫୋରମ୍ ପକ୍ଷରୁ ଆୟୋଜିତ ଓଡିଶା ସିଏଆର ମିଟ୍ ୨୦ ୨୧ ରେ ଓଡିଶା ବିଧାନସଭାର ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ଆଦାନୀ ଫାଉଣ୍ଡେସନକୁ ଏହି ସମ୍ମାନ ପ୍ରଦାନ କରିଛନ୍ତି। ଆଦାନୀ ଧାମରା ପୋର୍ଟର କର୍ପୋରେଟ ବ୍ୟାପାର ବିଭାଗର ଶୁଭାଶିଷ ମିଶ୍ର ଓ ଆଦାନୀ ଫାଉଣ୍ଡେସନର ସିଏଆର ମୁଖ୍ୟ ସତ୍ୟରଂଜନ ମିଶ୍ର ଏହି ପୁରସ୍କାର […]

ତିନୋଟି ନୂତନ ବିଲ୍ଡିଂର ଉଦଘାଟନ କଲେ କେନ୍ଦ୍ର ମନ୍ତ୍ରୀ

ବାରଙ୍ଗ,୩୧/୧୦(ଏସଏସନିୟୁଜ)କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ଶ୍ରୀ ଅଜୟ କୁମାର ମିଶ୍ରାଙ୍କ ଦ୍ଵାରା ଆଜି ମୁଣ୍ଡଳି ସ୍ଥିତ ସିଆଇଏସଏଫ କେଆରଟିସି ପରିସରରେ ତିନୋଟି ନୂତନ ବିଲ୍ଡିଂର ଉଦଘାଟିତ ହୋଇଯାଇଛି।ସୂଚନା ମୁତାବକ ମନ୍ତ୍ରୀ ଶ୍ରୀ ମିଶ୍ରା ମୁଖ୍ୟ ଅତିଥି ଭାବରେ ପୂର୍ବାହ୍ନ ୧୦ ଘଟିକା ସମୟରେ ମୁଣ୍ଡଳୀ ସ୍ଥିତ ସିଆଇଏସଏଫ ରେ ଯୋଗଦେଇଥିଲେ।ମନ୍ତ୍ରୀ ପହଞ୍ଚିବା ପରେ ତାଙ୍କୁ ଗାର୍ଡ ଅଫ ଅନର ଦିଆଯାଇଥିଲା।କ୍ୟାମ୍ପସ ପରିସରରେ ପାରମ୍ପରିକ ପୂଜା ପରେ ମନ୍ତ୍ରୀ ପ୍ରଦୀପ ପ୍ରଜ୍ବଳନ କରିଥିଲେ।ଉଦଘାଟନୀ ଫଳକକୁ ମନ୍ତ୍ରୀ ଉନ୍ମୋଚନ କରିଥିଲେ।ଏହାପରେ ମନ୍ତ୍ରୀ […]

ଆସିଲା ନଭେମ୍ବର ଗାଇଡଲାଇନ

ଭୁବନେଶ୍ବର,୩୧/୧୦(ଏସଏସନିୟୁଜ) ରାଜ୍ୟ ସରକାର ଆଜି ନଭେମ୍ବର ମାସ ଲାଗି ଗାଇଡଲାଇନ୍ ଜାରି କରିଛନ୍ତି। ନଭେମ୍ବର ୧ରୁ ଡିସେମ୍ବର ଡିସେମ୍ବର ୧ ଯାଏଁ ବଳବତ୍ତର ରହିବ ଏହି ଗାଇଡଲାଇନ । ଗାଇଡ୍‌ଲାଇନ୍ ଅନୁଯାୟୀ ପୂର୍ବପରି କଣ୍ଟେନମେଣ୍ଟ ଜୋନ୍‌ଗୁଡ଼ିକରେ ଲକଡାଉନ୍ ବଳବତ୍ତର ରଖିଛନ୍ତି । କଣ୍ଟେନମେଣ୍ଟ ଜୋନ୍‌ରେ ଏହି ନିଷେଧାଦେଶ ଆସନ୍ତା ନଭେମ୍ବର ୩୦ତାରିଖ ପର‌୍ୟ୍ୟନ୍ତ ବଳବତ୍ତର ରହିବ ।ପୂର୍ବ ଭଳି ସପ୍ତାହାନ୍ତ ସଟଡାଉନ ନରହିବା ସହ ପୌରାଞ୍ଚଳରେ ରାତି ୧୦ଟାରୁ ସକାଳ ୫ଟା ପର‌୍ୟ୍ୟନ୍ତ ନାଇଟ କର୍ଫ୍ୟୁ ଲାଗୁ […]

ଯୁବକକୁ ଗୁଳିମାଡ଼ ପରେ ଭୁଜାଲିରେ ହାଣି ହତ୍ୟା

ବାଲେଶ୍ଵର,୩୧/୧୦(ଏସଏସନିୟୁଜ) ବାଲେଶ୍ଵର ଜିଲ୍ଲା ଜଗନ୍ନାଥ ପାଟଣା ଗାଁର ରବୀନ୍ଦ୍ର ମୋହନ ଦାସଙ୍କ ପୁଅ ବିନୋଦକୁ ଗୁଳିମାଡ଼ ହୋଇଛି ।ଗୁଳିମାଡ ପରେ ୩/୪ ଜଣ ଯୁବକ ଭୁଜାଲିରେ ହାଣି ଫେରାର ହୋଇ ଯାଇଥିଲେ।ଏହି ଘଟଣା ସଦର ଥାନା କୁରୁଡା ଛକରେ ଘଟିଛି ।ବିନୋଦ ବାଇକରେ ଜଣଙ୍କ ସହ ମେଡିସିନ ପାଇଁ ଆସିଥିବାବେଳେ ତାଙ୍କ ଉପରକୁ ଗୁଳିମାଡ ହୋଇଥିଲା ।ଘଟଣାସ୍ଥଳରେ ବିନୋଦଙ୍କର ମୃତ୍ୟୁ ଘଟିଛି । ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଗୁଳିମାଡ ହୋଇଥିବାର ପୋଲିସ ସନ୍ଦେହ କରୁଥିବାବେଳେ ତଦନ୍ତ ଆରମ୍ଭ […]

ଦୀପାବଳି ପରେ ଖୋଲିବ ସ୍କୁଲ !

ଭୁବନେଶ୍ୱର,୩୧/୧୦(ଏସଏସନିୟୁଜ) ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ଦୀପାବଳି ପରେ ସ୍କୁଲ ଖୋଲିବା ନେଇ ସୂଚନା ଦେଇଚନ୍ତି ।ସେ କହିଛନ୍ତି ପ୍ରଥମରୁ ସପ୍ତମ ଶ୍ରେଣୀ ଯାଏଁ ସ୍କୁଲ ଖୋଲିବା ପାଇଁ ବିଚାର ବିମର୍ଶ ଚାଲିଛି ।ସ୍ୱାସ୍ଥ୍ୟ ବ୍ୟବସ୍ଥା ଉପରେ କଡା ନଜର ଦେଇ କରୋନା କଟକଣାକୁ ଦୃଷ୍ଟିରେ ସ୍କୁଲ ଖୋଲିବ । ଦୀପାବଳୀ ପରେ ରାଜ୍ୟ ସରକାର ଏନେଇ ନିଷ୍ପତ୍ତି ଗ୍ରହଣ କରିବେ ଓ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ ନେଇ ପର୍ଯ୍ୟାୟକ୍ରମେ ସ୍କୁଲ ଖୋଲିବା ନେଇ ବିଚାରବିମର୍ଷ ଚାଲିଛି […]

ମନ୍ତ୍ରୀ ପ୍ରତାପ ଜେନା ଅସୁସ୍ଥ

ଭୁବନେଶ୍ୱର,୩୧/୧୦(ଏସଏସନିୟୁଜ) ସରକାରୀ ଓ ଦଳୀୟ କାର‌୍ୟ୍ୟକ୍ରମ ପାଇଁ କନ୍ଧମାଳ ଗସ୍ତରେ ଥିବା ମନ୍ତ୍ରୀ ପ୍ରତାପ ଜେନା ସର୍କିଟ ହାଉସରେ ଥିବା ବେଳେ ହଠାତ୍ ଅସୁସ୍ଥ ହୋଇପଡିଛନ୍ତି । ନିଃଶ୍ୱାସ ଓ ପ୍ରଶ୍ୱାସ ନେବାରେ କଷ୍ଟ ଅନୁଭବ କରିଥିବା ଜଣାପଡିଛି । ସ୍ୱତନ୍ତ୍ର ଡାକ୍ତରୀ ଟିମ୍ ପହଁଚି ତାଙ୍କର ଚିକିତ୍ସା କରୁଛନ୍ତି । ଉତ୍ତମ ଚିକିତ୍ସା ପାଇଁ ପ୍ରତାପଙ୍କୁ ଫୁଲବାଣୀରୁ ଭୁବନେଶ୍ୱର ଏୟାରଲିଫ୍ଟିଂ କରାଯିବ ବୋଲି ଜଣାପଡ଼ିଛି ।

ବଦଳିଲେ ୧୮ ପୌର ଅଧିକାରୀ

ଭୁବନେଶ୍ୱର, ୩୧/୧୦(ଏସଏସନିୟୁଜ) ନଗର ଉନ୍ନୟନ ବିଭାଗ ପକ୍ଷରୁ ପୌର ନିର୍ବାଚନ ପୂର୍ବରୁ ବଡ଼ଧରଣର ଅଦଳବଦଳ କରାଯାଇଛି ।ବିଭାଗ ପକ୍ଷରୁ ଜାରି ହୋଇଥିବା ବିଜ୍ଞପ୍ତି ଅନୁସାରେ, କଟକ ଡେପୁଟି କଲେକ୍ଟର ଅନୀତା ପାତ୍ରଙ୍କୁ କଟକ ମହାନଗର ନିଗମର ଯୁଗ୍ମ କମିଶନର, ଖଲ୍ଲିକୋଟ ଏନ୍‌ଏଏସି କାର୍ଯ୍ୟନିର୍ବାହୀ ଅଫିସର ରାମଚନ୍ଦ୍ର ମିଶ୍ରଙ୍କୁ ଭୁବନେଶ୍ୱର ମହାନଗର ନିଗମର ଜୁନିୟର ଇଞ୍ଜିନିୟର, ଅକ୍ଷୟ କୁମାର ପରିଡ଼ାଙ୍କୁ ଖଲ୍ଲିକୋଟ ଏନଏସିର କାର୍ଯ୍ୟନିର୍ବାହୀ ଅଫିସର, ପ୍ରଦୀପ କୁମାର ଶାହଙ୍କୁ ଚମ୍ପୁଆ ଏନ୍‌ଏଏସିର କାର୍ଯ୍ୟନିର୍ବାହୀ ଅଫିସର, ଗୌରହରି ମହାନ୍ତଙ୍କୁ […]