Browsing author

SATYA SANDHANA DESK

କେନ୍ଦ୍ରାପଡାରେ ଗୁଳିମାଡ, ଜଣେ ଗୁରୁତର

କେନ୍ଦ୍ରପଡା,୨୫/୬(ଏସ୍‌ଏସ୍‌ନିୟୁଜ) ପୁରୁଣା ବିବାଦକୁ କେନ୍ଦ୍ରକରି କେନ୍ଦ୍ରାପଡ଼ାରେ ଗୁଳିମାଡ ହୋଇଛି ।ଏଥିରେ ରଞ୍ଜିତ ପତ୍ରୀ ନାମକ ଯୁବକ ଗୁରୁତର ହୋଇଛନ୍ତି । କେନ୍ଦ୍ରାପଡ଼ା ଗୋପ ଛକ ନିକଟରେ କିଛି ଦୁର୍ବୃତ୍ତ ଆସି ଗୁଳିକାଣ୍ଡ କରିଛନ୍ତି ।ଫଳରେ ରଞ୍ଜିତଙ୍କର ଦୁଇଟି ଗୋଡ଼ରେ ଗୁଳି ବାଜିଥିବାବେଳେ କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଥିବାନେଇ ତାଙ୍କ ମା ଅଭିଯୋଗ କରିଛନ୍ତି । ପୋଲିସ୍ ଆସି ତଦନ୍ତ ଆରମ୍ଭ କରିଛି ।

ଓଡ଼ିଶାରେ ଚିହ୍ନଟ ହେଲେ ଡେଲଟା ପ୍ଲସ ଭାରିଆଣ୍ଟ

ଭୁବନେଶ୍ୱର,୨୫/୬(ଏସ୍‌ଏସ୍‌ନିୟୁଜ) କରୋନାର ଦ୍ୱିତୀୟ ଲହରର ପ୍ରକୋପ ଧୀରେ ଧୀରେ କମୁଥିବାବେଳେ ଓଡ଼ିଶାରେ ପ୍ରଥମକରି ଡେଲଟା ପ୍ଲସ ଭାରିଆଣ୍ଟ ଚିହ୍ନଟ ହୋଇଥିବାନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ସୂଚନା ମିଳିଛି ।ଏହି ରୋଗୀ ଦେବଗଡ଼ର ବୋଲି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି । ମହାରାଷ୍ଟ୍ର, ତାମିଲନାଡ଼ୁ ମଧ୍ୟପ୍ରଦେଶ ସମେତ ୧୦ଟିରାଜ୍ୟରେ ଏହି ଡେଲଟା ଭାରିଆଣ୍ଟ ଆକ୍ରାନ୍ତ ଚିହ୍ନଟ ହୋଇଛି ।ତେବେ ଚିହ୍ନଟ ହୋଇଥିବା ରୋଗୀଙ୍କ ଯାତ୍ରାବିଷୟରେ ସବିଶେଷ ତଥ୍ୟ ଜାଣିବାପାଇଁ ଅନୁଧ୍ୟାନ ଆରମ୍ଭ ହୋଇଛି ।

ଛାତ୍ରଛାତ୍ରୀଙ୍କ ଦାୟିତ୍ୱ ନେବେ ଅଧ୍ୟାପକ,ଅଧ୍ୟାପିକା

ଭୁବନେଶ୍ୱର,୨୫/୬(ଏସଏସନିୟୁଜ) ଛାତ୍ରଛାତ୍ରୀଙ୍କ ଦାୟିତ୍ୱ ନେବେ ଅଧ୍ୟାପକ ଓ ଅଧ୍ୟାପିକା ବୋଲି କହିଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ । ୟୁଜି,ପିଜି ପରୀକ୍ଷା ନେଇ ଆଜି ସବୁ ଡିଗ୍ରୀ କଲେଜର ଅଧ୍ୟକ୍ଷଙ୍କ ସହ ଗୁରୁତ୍ୱପୂର୍ଣ୍ଣ ବୈଠକ କରିଛନ୍ତି ମନ୍ତ୍ରୀ ଅରୁଣ ସାହୁ । ଅନଲାଇନରେ ହେବାକୁ ଥିବା ପରୀକ୍ଷା କିଭଳି ପିଲାମାନେ ସୁରୁଖୁରୁରେ ଦେଇପାରିବେ ସେଥିପାଇଁ ଅଧ୍ୟାପକ ଓ ଅଧ୍ୟାପିକାମାନଙ୍କୁ ଦାୟିତ୍ୱ ଦିଆଯାଇଥିବା ବୈଠକ ପରେ ଉଚ୍ଚଶିକ୍ଷା ମନ୍ତ୍ରୀ କହିଛନ୍ତି ।  

ସିଲ୍ ହେଲା ଭୁବନେଶ୍ୱର ୟୁନିଟ୍-୧ ହାଟ

ଭୁବନେଶ୍ୱର,୨୫/୬(ଏସଏସନିୟୁଜ) କୋଭିଡ ସଂକ୍ରମଣ ବଢ଼ିବା ଆଶଙ୍କାରେ ବିଏମସି ପକ୍ଷରୁ ରାଜଧାନୀ ଭୁବନେଶ୍ୱରର ୟୁନିଟ-୧ ହାଟକୁ ଜୁଲାଇ ୧ ତାରିଖ ପର୍ଯ୍ୟନ୍ତ ସିଲ୍ କରାଯାଇଛି ।ଫଳରେ ଉଭୟ ହୋଲସେଲ ଓ ରିଟେଲ ବ୍ୟବସାୟୀଙ୍କ ପାଇଁ ବନ୍ଦ ରହିବ । ଆସନ୍ତାକାଲିଠାରୁ ୨ ଦିନିଆ ସଟଡାଉନ ଥିବାରୁ ଆଜି ହାଟରେ ପ୍ରବଳ ଗହଳି ଲାଗିଥିଲା । ଆଜି ହାଟରେ ପ୍ରବଳ ଗହଳି ହୋଇଥିବା ଦେଖିବାକୁ ମିଳିଥିବାବେଳେ ସାମାଜିକ ଦୂରତା, ମାସ୍କ ପିନ୍ଧିବା ଭଳି କରୋନା ନିୟମାବଳୀର ଉଲ୍ଲଂଘନ ହେଉଥିବା ନଜରକୁ […]

ଜମି ଅଧିଗ୍ରହଣ ମାମଲାକୁ ନେଇ କଳିଙ୍ଗନଗରରେ ଉତ୍ତେଜନା

ଭୁବନେଶ୍ୱର,୨୫/୬(ଏସଏସନିୟୁଜ) କଳିଙ୍ଗନଗରର କେ-୭ରେ ଥିବା ୫୦୩ ନମ୍ବର ଫ୍ଲାଟ୍ ରେ ୧୦୦ ବର୍ଷରୁ ଅଧିକ ସମୟ ହେବ ରହିଥିବା ଖଣ୍ଡୁଆଳ ମନ୍ଦିରକୁ ଭାଙ୍ଗିବାକୁ ଉଦ୍ୟମ କରାଯାଉଛି ।ଯାହାକୁନେଇ ବିରୋଧ କରିଛନ୍ତି ସ୍ଥାନୀୟ ବାସିନ୍ଦା । ମନ୍ଦିର ସ୍ଥାନରେ ପ୍ରସ୍ତାବିତ ହୋଇଥିବା ଯୋଜନାକୁ ଅନ୍ୟତ୍ର ସ୍ଥାନାନ୍ତରଣ କରିବାକୁ ସ୍ଥାନୀୟବାସିନ୍ଦା ଦାବି କରିଛନ୍ତି ।ମନ୍ଦିର ଆଗରେ ଓ ଜେସିବି ଆଗରେ ମହିଳାମାନର ବସିରହିବା ସହ ଉତେଜନା ଲାଗିରହିଛି । ଘଟଣା ସ୍ଥଳରେ ଏସିପିଙ୍କ ସମେତ ଖଣ୍ଡଗିରି ଓ ଭରତପୁର ଥାନାଧିକାରୀ […]

୭ଟି ଜିଲ୍ଲାର ଦାୟିତ୍ୱରେ ରହିଲେ ଅରବିନ୍ଦ ଢାଲି

ଭୁବନେଶ୍ୱର,୨୫/୬(ଏସଏସନିୟୁଜ) ଖୋର୍ଦ୍ଧା, ଗଜପତି, ରାୟଗଡ଼ା, ନବରଙ୍ଗପୁର, କୋରାପୁଟ, ମାଲକାନାଗିରି ଓ କନ୍ଧମାଳ ଆଦି୭ଟି ଜିଲ୍ଲା ଧାନମଣ୍ଡି ପରିଚାଳନା ଷ୍ଟାଣ୍ଡିଂ କମିଟିର ଅଧ୍ୟକ୍ଷ ହେଲେ ଜୟଦେବ ବିଧାୟକ ଡଃ. ଅରବିନ୍ଦ ଢାଲି । ବିଧାୟକ ଏହିଜିଲ୍ଲାର ବିଭିନ୍ନ କୃଷି ସମବାୟ ସମିତ ପରିଦର୍ଶନ କରି ଧାନମଣ୍ଡି ପରିଚାଳନା କାର୍ଯ୍ୟ  ତଦାରଖ କରିବେ। ଏହାଦ୍ୱାରା କୃଷି ସମବାୟ ସମିତି ଦ୍ବାରା ପରିଚାଳିତ ଧାନମଣ୍ଡିର ସୁପରିଚାଳନା ସହ ଅସୁବିଧା ଏବଂ ସମସ୍ୟାର ସମାଧାନ ଶିଘ୍ର ହୋଇପାରିବ । ଚାଷୀମାନେ ମଧ୍ୟ ସିଧାସଳଖ […]

ଖଟିଆରେ ବୁହାହେଲେ ରୋଗୀ

ସୁନ୍ଦରଗଡ଼,୨୫/୬(ଏସଏସନିୟୁଜ) ସୁନ୍ଦରଗଡ଼ ଜିଲ୍ଲା ବାଲିଶଙ୍କରା ବ୍ଲକ ତଳସରା ପଞ୍ଚାୟତର କୁମଡ଼ାଫାଲ ଗ୍ରାମର ଦିଲୀପ ବାରୁଆ ନାମକ ଯୁବକ ବିଷପାନ କରି ଗୁରୁତର ହୋଇପଡିଥିଲେ ।ଦୀଲିପକୁ ଡାକ୍ତରଖାନା ନେବାପାଇଁ ପରିବାରଲୋକ ୧୦୮ ଆମ୍ବୁଲାନ୍ସକୁ ଫୋନ୍ କରିଥିଲେ । ଆମ୍ବୁଲାନ୍ସ ଆସିଥିଲା । ନାଳରେ ପାଣିଥିବାରୁ ଗାଁ ମଧ୍ୟକୁ ପହଞ୍ଚି ନପରି ଦୁଇକିଲାମେିଟର ଦୁରରେ ରହିଥିଲା ଆମ୍ବୁଲାନ୍ସ । ଆରପଟେ ଦୀଲିପର ସ୍ୱାସ୍ଥ୍ୟବସ୍ଥା ବିଗିଡି ଯାଉଥିବାର ଦେଖି ଆମ୍ବୁଲାନ୍ସ କର୍ମଚାରୀମାନେ ଖଟିଆରେ ୨ କିଲୋମିଟର ଵୋହି ନାଳ ପାରିକରି ଆମ୍ବୁଲାନ୍ସ […]

ଆଜିଠୁ ମିଳିବ +୨ ଆଡମିଟ୍ କାର୍ଡ

ଭୁବନେଶ୍ୱର,୨୫/୬(ଏସଏସନିୟୁଜ) ଆଜିଠୁ ଯୁକ୍ତ ୨ ପ୍ରାକ୍ଟିକାଲ ପରୀକ୍ଷା ପାଇଁ ଆଡମିଟ କାର୍ଡ ମିଳିବ ।ଏଥିନିମନ୍ତେ ସାମ୍ସ ୱେବସାଇଟ୍ ‘‘https://samsodisha.gov.in/Juniorweb.aspx ଜରିଆରେ ଆଡମିଟକାର୍ଡ ଡାଉନଲୋଡ କରିପାରିବେ । ଯେଉଁମାନେ ଡାଉନ୍‌ଲୋଡ୍ କରିପାରିବେ ନାହିଁ; ସେମାନେ କୋଭିଡ-୧୯ ନିୟମ ପାଳନ କରି କଲେଜରୁ ଆଡମିଟ୍ କାର୍ଡ ସଂଗ୍ରହ କରିପାରିବେ । ଜୁଲାଇ ୭ ସୁଦ୍ଧା ପରୀକ୍ଷାର୍ଥୀ ପ୍ରାକ୍ଟିକାଲ ଓ ପ୍ରୋଜେକ୍ଟ ରିପୋର୍ଟ ଦାଖଲ କରିବାକୁ କୁହାଯାଇଛି।

ଜନ୍ମଦେଲା ମାର୍ମୋସେଟ

ବାରଙ୍ଗ,୨୪/୬(ଏସ ଏସ ନିୟୁଜ) ପ୍ରାଣୀଉଦ୍ୟନ ନନ୍ଦନକାନନର ୫୪ନମ୍ବର ଏନ କ୍ଲୋଜର ରେ ରହୁଥିବା ମାର୍ମୋସେଟ ଆଜି ଦୁଇଟି ଛୁଆକୁ ଜନ୍ମ ଦେଇଛି।ମା ଓ ଛୁଆ ଉଭୟ ସୁସ୍ଥ ଥିବାବେଳେ ଏମାନଙ୍କ ସଂଖ୍ୟା ବୃଦ୍ଧି ପାଇ ନନ୍ଦନକାନନରେ ୮ରେ ପହଂଚିଛି।ଏହି ଛୋଟ ପ୍ରଜାତିର ମାଙ୍କଡ଼ ସାଧାରଣ ତ ଦକ୍ଷିଣ ଆଫ୍ରିକାରେ ଦେଖାଯାନ୍ତି ।

ଆଜି ୯ ଜିଲ୍ଲାରେ ଅତି ପ୍ରବଳ ବର୍ଷା

ଭୁବନେଶ୍ୱର୨୫/୬(ଏସଏସନିୟୁଜ) ଝାଡ଼ଖଣ୍ଡ ଏବଂ ତା’ର ଆଖପାଖ ଅଞ୍ଚଳରେ ଘୂର୍ଣ୍ଣିବଳୟ ସମୁଦ୍ର ପତ୍ତନଠାରୁ ୫.୮ କିମି ବ୍ୟାପିବାସହ ଆଭ୍ୟନ୍ତରୀଣ ଓଡ଼ିଶା ମଧ୍ୟ ଦେଇ ଏକ ନିମ୍ନ ଚାପ ରେଖା ସମୁଦ୍ର ପତ୍ତନଠାରୁ ୧.୫ କିମି ଉଚ୍ଚତା ମଧ୍ୟରେ ଉତ୍ତର ଆନ୍ଧ୍ର ଉପକୂଳ ଯାଏଁ ଲମ୍ବିଛି।ଏହାର ପ୍ରଭାବ ଏବଂ ମୌସୁମି ବାୟୁ ସକ୍ରିୟ ରହିବା ଯୋଗୁଁ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ମାଲକାନଗିରି, କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି, ସମ୍ବଲପୁର, ଦେବଗଡ,ଅନୁଗୁଳ, କେନ୍ଦୁଝର, ଢେଙ୍କାନାଳ ଆଦି ୯ଟି ଜିଲ୍ଲା ରେ ଗୋଟିଏ […]