ବନ୍ଧୁକ ଦେଖାଇ ପେଟ୍ରୋଲ ପମ୍ପରୁ ଲକ୍ଷାଧିକ ଟଙ୍କା ଲୁଟ

ସୋର, ୧୧/୧୨(ଏସଏସନିୟୁଜ) ଗତ ରାତି ପ୍ରାୟ ସାଢ଼େ ୧୧ଟା ବେଳେ ୨ ବାଇକ୍ ଆରୋହୀ ବାଲେଶ୍ବର ଜିଲ୍ଲାର ସୋରଠାରେ ଥିବା ଶ୍ରୀ ମହାବୀର ସର୍ଭିସ୍ ଷ୍ଟେସନ୍ ଇଣ୍ଡିଆନ ଅଏଲ ନାମକ ପେଟ୍ରୋଲ ପମ୍ପରୁ ତେଲ ପକାଇବା ବାହାନାରେ ଲକ୍ଷାଧରକ ଟଙ୍କା ଲୁଟି ନେଇଥରବାର ଜଣାପଡିଛି ।ଲୁଟେରା ଦୁଇଟି ବାଇକରେ ଆସି ତେଲ ପକାଇଥିଲେ ।ଏହିସମୟରେ ବନ୍ଧୁକ ଦେଖାଇ କର୍ମଚାରୀଙ୍କ ବ୍ୟାଗ ସହ କ୍ୟାସ କାଉଣ୍ଟରରୁ ଲକ୍ଷାଧିକ ଟଙ୍କା ଲୁଟି ନେଇ ଚମ୍ପଟ ମାରିଥିଲେ। ସୋର ଥାନାରେ ଏ ସଂକ୍ରାନ୍ତରେ ଅଭିଯୋଗହେବାପରେ ପୋଲିସ ପହଁଚି ତଦନ୍ତ ଆରମ୍ଭ କରିଛି ।

Comments (0)
Add Comment