Browsing category

ବାଣିଜ୍ୟ

ଆସନ୍ତାକାଲି ଖୋଲିବ ଶ୍ରୀମନ୍ଦିର ୪ ଦ୍ୱାର

ଭୁବନେଶ୍ୱର,୧୨ା୬(ଏସଏସନିଉଜ) ଆଜି ରାଜ୍ୟର ନୂଆ ମୁଖ୍ୟମନ୍ତ୍ରୀ ଭାବେ ମୋହନ ଚରଣ ମାଝୀ ଶପଥ ଗ୍ରହଣ କରିଛନ୍ତି ।ତାଙ୍କସହ ଦୁଇଜଣ ଉପମୁଖ୍ୟମନ୍ତ୍ରୀ ଓ ୮ ଜଣ କ୍ୟାବିନେଟ ମନ୍ତ୍ରୀ ଓ ୫ ଜଣ ରାଷ୍ଟ୍ରମନ୍ତ୍ରୀ ଶପଥ ଗ୍ରହଣ କରିଛନ୍ତି । ସରକାରଙ୍କ ପ୍ରଥମ କ୍ୟାବିନେଟରେ ୪ଟି ପ୍ରସ୍ତାବକୁ ମୋହର ନାଜିଛି । ଆସନ୍ତାକାଲି ସକାଳେ ପୁରୀ ଶ୍ରୀମନ୍ଦିରର ୪ ଦ୍ୱାର ମଙ୍ଗଳ ଆଳତି ପରେ ଖୋଲାଯିବ । ମନ୍ତ୍ରୀମାନଙ୍କ ଉପସ୍ଥିତିରେ ୪ ଦ୍ୱାର ଖୋଲାଯିବ ବୋଲି କ୍ୟାବିନେଟ୍ ବୈଠକ […]

ରାଜନୀତିରୁ ଅବସରନେଲେ ଅଚ୍ୟୁତସାମନ୍ତ

  ଭୁବନେଶ୍ବର,୯।୬(ଏସଏସନିଉଜ)ବିଜୁଜନତା ଦଳର ଅନ୍ୟତମନେତା ତଥା କନ୍ଧମାଳ ସାଂସଦ ଅଚ୍ୟୁତସାମନ୍ତ ପ୍ରତ୍ୟକ୍ଷ ରାଜନୀତିରୁ ଓହରି ଯାଇଥିବା ନେଇ ଆଜି ଘୋଷଣା କରିଛନ୍ତି ।ଗତକାଲି ନବୀନନିବାସରେ ବିଜୁ ଜନତାଦଳ ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନପଟ୍ଟନାୟକ ଙ୍କୁ ଭେଟି ଏ ସମ୍ପର୍କରେ ନିଜର ଇଚ୍ଛା ବ୍ୟକ୍ତ କରିଥିଲେ। ଏହା ସହ ଉଭୟ ରାଜ୍ୟସଭା ଓ ଲୋକସଭାପାଇଁ ତାଙ୍କୁ ସୁଯୋଗ ଦେଇଥିବାରୁ ସାମନ୍ତ ନବୀନ ପଟ୍ଟନାୟକଙ୍କୁ କୃତଜ୍ଞତା ଜଣାଇଥିଲେ।ଦୀର୍ଘ ୩୨ବର୍ଷ ଧରି ସେ ଜାରି ରଖିଥିବା ସମାଜସେବା ପୂର୍ବବତ ଜାରି ରହିବ […]

ପୁଣି ଚମକିଲା ପୁରୀ ଶ୍ରୀମନ୍ଦିର

ପୁରୀ, ୮ା୬(ଏସଏସନିଉଜ) ୪ ତାରିଖ ସନ୍ଧ୍ୟାରେ ରାଜ୍ୟର ସାଧାରଣ ନିର୍ବାଚନ ଆସିବା ପରେ ଅନ୍ଧାରରେ ଥିବା ବିଶ୍ବ ପ୍ରସିଦ୍ଧ ଶ୍ରୀମନ୍ଦିରର ବାହାର ପାର୍ଶ୍ବ ଆଜି ପୁଣି ସଂଧ୍ୟା ପରଠାରୁ ଆଲୋକମାଳାରେ ପୁଣି ଝଲସିବାରେ ଆରମ୍ଭ କରିଛି । ଶ୍ରୀମନ୍ଦିର ଆଲୋକମାଳାରେ ଝଲିସିବା ପରେ ଶ୍ରଦ୍ଧାଳୁ, ସେବାୟତ, ପୁରୀବାସୀଙ୍କ ମନରେ ଖୁସିର ଲହରି ଖେଳିଯାଇଛି।ମନ୍ଦିର ବାହାର ପାର୍ଶ୍ବରୁ ଲାଇଟ୍ କାଢ଼ି ଦିଆଯିବା ଘଟଣା ବେଶ ଚର୍ଚ୍ଚାରେ ରହିଥିଲା ।ଏହା ପରେ ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା […]

୫୩ବର୍ଷ ପରେ ରଥଯାତ୍ରାଦିନ ବିରଳ ଯୋଗ

ଭୁବନେଶ୍ଵର,୮ା୬(ଏସଏସନିଉଜ) ଚଳିତବର୍ଷ ୧୫ଦିନ ବଦଳରେ ୧୩ଦିନ ଅଣସରନୀତି। ୫୩ବର୍ଷପରେ ଗୋଟିଏଦିନରେ ନେତ୍ରୋତ୍ସବ, ନବଯୌବନ ଦର୍ଶନ ଓ ଶ୍ରୀଗୁଣ୍ଡିଚା ଯାତ୍ରା। ହାତରେ ଦୁଇଦିନ ସମୟ କମ୍ ଥିବାରୁ ଚଳିତ ରଥଯାତ୍ରା ରାଜ୍ୟ ସରକାର, ଶ୍ରୀମନ୍ଦିର ପ୍ରଶାସନ ଓ ସେବାୟତଙ୍କ ପାଇଁ ଆହ୍ବାନ ସୃଷ୍ଟି କରିଛି। ନୂଆ ସରକାରଙ୍କୁ ନେଇ ଚଳିତ ରଥଯାତ୍ରା କିଭଳି ସମନ୍ବୟ ଭିତ୍ତିରେ ଶେଷ ହେବ, ତାହା ଚିନ୍ତାର କାରଣ ପାଲଟିଛି। ଏ ଉପରେ ଆଜି ଶ୍ରୀମନ୍ଦିର ଦଇତାପତି ନିଯୋଗର ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ଅନୁଷ୍ଠିତ […]

ଏକଜିଟ୍ ପୋଲ୍ ଅଙ୍କକଷା…

ଭୁବନେଶ୍ୱର,୨ା୬(ଏସଏସନିଉଜ) ଏକଜିଟ୍ ପୋଲକୁ ନେଇ ରାଜ୍ୟର ୩ ପ୍ରମୁଖ ରାଜନୈତିକ ଦଳ ତାଙ୍କର ପ୍ରତିକ୍ରିୟା ରଖିଛନ୍ତି । ।ବରିଷ୍ଠ ବିଜେଡ଼ି ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ପଦ୍ମନାଭ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି ଉଭୟ ଲୋକସଭା ଓ ବିଧାନସଭାରେ ଭଲ କରିବ ବିଜେଡ଼ି ।ଏକଜିଟ୍ ପୋଲ ଆକଳନ ସବୁବେଳେ ଠିକ୍ ହୁଏନାହିଁ ।ବିଜେଡ଼ି ବାସ୍ତବରେ ସରକାର ଗଠନ କରିବାକୁ ଯାଉଛି ।ମୁଖ୍ୟମନ୍ତ୍ରୀ ୯ରେ ଶପଥ ନେବେ, ଏଥିରେ ସନ୍ଦେହ ନାହିଁ ବୋଲି କହିଛନ୍ତି ।୨୦୧୯ର ଏକଜିଟ୍ ପୋଲ ଭୁଲ […]

ବୋମା ଧମକ

ଭୁବନେଶ୍ୱର,୧ା୬(ଏସଏସନିଉଜ) ଚେନ୍ନାଇରୁ ମୁମ୍ବାଇ ଅଭିମୁଖେ ଉଡ଼ାଣ ଭରିଥିବା ଇଣ୍ଡିଗୋ ବିମାନ ୬ଇ୫୩୧୪ ବିମାନକୁ ଶନିବାର ସକାଳୁ ମୁମ୍ବାଇ ବିମାନବନ୍ଦରରେ ଜରୁରୀକାଳୀନ ଅବତରଣ କରାଯାଇଛି। ବିମାନଟିକୁ ବୋମା ଧମକ ମିଳିବା ପରେ ଜରୁରୀକାଳୀନ ଅବତରଣ କରିଛି । ଅବତରଣ କରିବା ପରେ ବିମାନ କର୍ମଚାରୀମାନେ ପ୍ରୋଟୋକଲ ଅନୁସରଣ କରିଥିଲେ ଏବଂ ସୁରକ୍ଷା ଏଜେନ୍ସିର ନିର୍ଦ୍ଦେଶାବଳୀ ଅନୁଯାୟୀ ବିମାନକୁ ଏକ ପୃଥକ ସ୍ଥାନକୁ ନେଇ ଯାଇଛନ୍ତି।

ପୁସ୍ତକପ୍ରେମୀ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର୩୧।୫(ଏସଏସନିଉଜ) ଭୁବନେଶ୍ବର ମାଷ୍ଟରକ୍ୟାଣ୍ଟିନ୍‌ ଛକରେ ପୁସ୍ତକ କିଣିଲେ ମୁଖ୍ୟମନ୍ତ୍ରୀ।ସିକ୍ରେଟ୍‌ସ ଅଫ୍‌ ଶିମିଳିପାଳ’ ଓ ‘ଆରିଏନ୍ସ’ ପୁସ୍ତକ କିଣିଲେ।ଦୁଇ ପୁସ୍ତକ କିଣି ୨ ହଜାର ୫୦୦ ଟଙ୍କା ଦେଲେ ମୁଖ୍ୟମନ୍ତ୍ରୀ।ବହି କିଣିବା ପରେ ଛୋଟ ଝିଅ ସହ ସେଲ୍‌ଫି ନେଲେ।ପ୍ରଚାର ପରେ ରିଲାକ୍ସ ହେବାକୁ ବହି କିଣିଲି ବୋଲି କହିଲେ ନବୀନ।

ମେଣ୍ଢାଶାଳରେ ଅଘୋରତପ

ମେଣ୍ଢାଶାଳ,୧୩ା୪(ଏସଏସନିଉଜ)ପବିତ୍ର ମହାବିଷୁବସଂକ୍ରାନ୍ତି ଓ ଓଡିଆ ନବବର୍ଷ ଉପଲକ୍ଷେ ରାଜ୍ୟର ବିଭିର୍ଣପ୍ରାନ୍ତରରେ ଦଣ୍ଡଯାତ୍ରାପାଳନ ହେଉଥବାବେଳେ ରାଜଧାନୀଉପକଣ୍ଠ ମେଣ୍ଢାଶାଳଗ୍ରାମ ରେ ଶହଶହ ବର୍ଷରୁ ପାଳିତହୋଇଆସୁଥିବା ଏହିଯାତ୍ରା ଦୁଇଦିନଧରି ଅନୁଷ୍ଠିତହୋଇଥାଏ ।ପଣାସଂକ୍ରାନ୍ତିରପୁର୍ବଦିନ ମେରୁଉସ୍‌ବରେ ପ୍ରଥମେ ଦଣ୍ଡଗଡା ଶନିବାରଦିନ ଅନୁଷ୍ଠିତହୋଇଥିଲା ।ଶତାଧିକ ପାଟଦାଣ୍ଡୁଆ ଦୁଲାଦେବୀଙ୍କ ମନ୍ଦିରରୁ ବାହାରି ବିଂଚାଯାଇଥିବା ଉତପ୍ତବାଲିରେ ଗଡିଗଡି ଅଧକିମିଦୁରରେ ଥିବା ଶ୍ରୀଶ୍ରୀଭଗବତବାସୁଦେବଙ୍କ ମନ୍ଦିରପର୍ଯ୍ୟନ୍ତ ପହଂଚିଥିଲେ ।ମନ୍ଦିରରେ କିଛିସମୟ ବିଶ୍ରାମପରେ ପଦ୍ମପୋଖରୀର ସ୍ନାନାଦିକର୍ମ ସରିବାପରେ ଗାଁଭିତରେ ପଣାଖିଆ ଆରମ୍ଭ କରିଥିଲେ ।ପାଟୁଆମାନେ ଗୈାରିବେତଦଣ୍ଡଧରି ଯାଚଣାଥିବା ୮ଶହ ପରିବାରଙ୍କ ଘରକୁଯାଇ ପଣାଖାଇଥିଲେ […]

ମହାବାରୁଣୀ ଭିଡ଼

ଭୁବନେଶ୍ୱର,୬।୪(ଏସଏସନିଉଜ)ଆଜି ମହାବାରୁଣୀ ପାଇଁ ବିଭିନ୍ନ ପୀଠରେ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଛି। ଆଜି ଭୋରୁ ଶ୍ରଦ୍ଧାଳୁମାନେ ପୁଣ୍ୟତୋୟା ବୈତରଣୀ ନଦୀ ଓ ଚିତ୍ରୋତ୍ପଳା ନଦୀ ସମେତ ଅନ୍ୟାନ୍ୟ ନଦୀରେ ବୁଡ଼ ପକାଇ ପୁଣ୍ୟ ଅର୍ଜନ କରିଛନ୍ତି।ପ୍ରବଳ ଭିଡ଼ ହେବାର ସମ୍ଭାବନା ଥିବାରୁ ସ୍ଥାନୀୟ ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ଵ୍ୟଵସ୍ଥାମାନ ଗ୍ରହଣ କରାଯାଇଛି ।

ବିଜେପି ଘୋଷଣା କଲା ୧୧୨ବିଧାନସଭା ପ୍ରାର୍ଥୀତାଲିକା

ବିଜେପି ଆଜି ଘୋଷଣା କରିଛି ୧୧୨ଟି ବିଧାନସଭା ପ୍ରାର୍ଥୀତାଲିକା।ବଳକା ୩୫ ଆସନରେ ବିଜେପିପ୍ରାର୍ଥୀ ଘୋଷଣା କରିନାହିଁ ।ବିଜେଡିଛାଡି ବିଜେପିରେ ଯୋଗଦେଇଥିବା ଅନେକନେତାଙ୍କୁ ପ୍ରାର୍ଥୀ କରିଛି ବିଜେପି । 1. ପଦ୍ମପୁର- ଗୋବର୍ଦ୍ଧନ ଭୋୟ 2. ବିଜେପୁର-ସନତ କୁମାର ଗର୍ତିଆ 3. ବରଗଡ-ଅଶ୍ବିନୀ କୁମାର ଷଡଙ୍ଗୀ 4. ଅତାବିରା-ନିହାର ରଞ୍ଜନ ମହାନନ୍ଦା 5. ଭଟ୍ଲି -ଇରାଶିଷ ଆଚାର୍ଯ୍ୟ 6. ବ୍ରଜରାଜନଗର-ସୁରେଶ ପୂଜାରୀ 7. ଝାରସୁଗୁଡା- ଟଙ୍କଧର ତ୍ରିପାଠୀ 8. ତଲସରା-ଭବାନୀ ଶଙ୍କର ଭୋଇ 9. ସୁନ୍ଦରଗଡ-କୁସୁମ ଟେଟେ 10.ବୀରମିତ୍ରପୁର-ଶଙ୍କର […]