ମେଣ୍ଢାଶାଳରେ ଅଘୋରତପ

ହରିବୋଲ ହୁଳହୁଳି ଧ୍ୱନୀରେ କମ୍ପିଲା ଗ୍ରାମପରିବେଶ

ମେଣ୍ଢାଶାଳ,୧୩ା୪(ଏସଏସନିଉଜ)ପବିତ୍ର ମହାବିଷୁବସଂକ୍ରାନ୍ତି ଓ ଓଡିଆ ନବବର୍ଷ ଉପଲକ୍ଷେ ରାଜ୍ୟର ବିଭିର୍ଣପ୍ରାନ୍ତରରେ ଦଣ୍ଡଯାତ୍ରାପାଳନ ହେଉଥବାବେଳେ ରାଜଧାନୀଉପକଣ୍ଠ ମେଣ୍ଢାଶାଳଗ୍ରାମ ରେ ଶହଶହ ବର୍ଷରୁ ପାଳିତହୋଇଆସୁଥିବା ଏହିଯାତ୍ରା ଦୁଇଦିନଧରି ଅନୁଷ୍ଠିତହୋଇଥାଏ ।ପଣାସଂକ୍ରାନ୍ତିରପୁର୍ବଦିନ ମେରୁଉସ୍‌ବରେ ପ୍ରଥମେ ଦଣ୍ଡଗଡା ଶନିବାରଦିନ ଅନୁଷ୍ଠିତହୋଇଥିଲା ।ଶତାଧିକ ପାଟଦାଣ୍ଡୁଆ ଦୁଲାଦେବୀଙ୍କ ମନ୍ଦିରରୁ ବାହାରି ବିଂଚାଯାଇଥିବା ଉତପ୍ତବାଲିରେ ଗଡିଗଡି ଅଧକିମିଦୁରରେ ଥିବା ଶ୍ରୀଶ୍ରୀଭଗବତବାସୁଦେବଙ୍କ ମନ୍ଦିରପର୍ଯ୍ୟନ୍ତ ପହଂଚିଥିଲେ ।ମନ୍ଦିରରେ କିଛିସମୟ ବିଶ୍ରାମପରେ ପଦ୍ମପୋଖରୀର ସ୍ନାନାଦିକର୍ମ ସରିବାପରେ ଗାଁଭିତରେ ପଣାଖିଆ ଆରମ୍ଭ କରିଥିଲେ ।ପାଟୁଆମାନେ ଗୈାରିବେତଦଣ୍ଡଧରି ଯାଚଣାଥିବା ୮ଶହ ପରିବାରଙ୍କ ଘରକୁଯାଇ ପଣାଖାଇଥିଲେ ।ପଣାଖିଆ ଉସ୍‌ବଶେଷପରେ ଗତରାତିରୁ ଅଘୋରତପ ପାଇଁ ମାପାର୍ବତୀଙ୍କମନ୍ଦିରରେ ଗୁହାରିଆପଡିଥିବା ୪ଜଣଭକ୍ତଙ୍କୁ ମନ୍ଦିରରୁଆଣି ପଦ୍ମପୋଖରୀରେ ସ୍ନାନାଦିକରାଇ ବାଜାବଜାଇ ପାଟୁଆମାନେ ଶୋଭାଯାତ୍ରାରେ ଆଣିଥିଲେ । ଅଘୋରତପିଙ୍କୁ ଜଣଜଣକରି ଯଜ୍ଞକୁଣ୍ଡପାଖକୁଆଣି ଅଘୋରତପ କରାଇଥିଲେ ।ନିଆଁକୁଣ୍ଡରେ ଝୁଲି ଏହି ଅଘୋରତପ ଦେଖିବାପାଇଁ ମେଳଣପଡିଆରେ ନାହିଁନଥିବା ଭିଡ ପରିଲକ୍ଷିତହୋଇଥିଲା ।ଭକ୍ତମାନଙ୍କ ହରିବୋଲହୁଳହୁଳିଧ୍ୱନୀରେ ଏକ ଆଧ୍ୟାତ୍ମିକତାବାତାବରଣ ସୃଷ୍ଟିହୋଇଥିଲା ।ରବିବାରଦିନ ଝାମୁଯାତ୍ରା ଅନୁଷ୍ଠିତହେବ ।(ପଦ୍ମଚରଣବଡଜେନାଙ୍କ ରିପୋର୍ଟ)

 

Comments (0)
Add Comment