Browsing category

ବାଣିଜ୍ୟ

ଚଳନ୍ତି ଭଣ୍ଡାରର ଗଣତି ଶେଷ

ଭୁବନେଶ୍ୱର,୨୫।୩(ଏସଏସନିଉଜ)ରତ୍ନଭଣ୍ଡାର ଗଣତି ମଣତିର ପ୍ରଥମ ଦିନର କାର୍ଯ୍ୟ ସରିଲା।ପ୍ରଥମ ଦିନର କାର୍ଯ୍ୟ ସରିବା ପରେ ମୁଖ୍ୟ ପ୍ରଶାସକ ସୂଚନା ଦେଇଛନ୍ତି।ପ୍ରଥମ ଦିନରେ ଚଳନ୍ତି ଭଣ୍ଡାରର ପ୍ରାୟ ଗଣତି ଶେଷ ହୋଇଛି।ମହାପ୍ରଭୁଙ୍କ ଶ୍ରୀଅଙ୍ଗରେ ଯାହା ଲାଗି ହୋଇଛି ଗଣତି ହୋଇନି।ମହାପ୍ରଭୁଙ୍କ ରାହୁ,ରେଖା,ଚିତା ଆଦି ଗଣତି ହୋଇନି।ମହାପ୍ରଭୁଙ୍କ ଦୈନନ୍ଦିନ ବ୍ୟବହୃତ ସୁବର୍ଣ୍ଣର ଗଣତି ମଣତି ସରିଛି।ଫଟୋଗ୍ରାଫି, ଭିଡିଓ ରେକର୍ଡିଂ, ଥ୍ରିଡି ମ୍ୟାପିଂ କରାଯାଇଛି।ମାତ୍ର କଣ ଗଣତି ହେଲା ତାହା ପ୍ରକାଶ ନ କରିବାକୁ SOPରେ ରହିଛି।ଗଣତିରେ ସାମିଲ ସମସ୍ତଙ୍କୁ ପ୍ରକାଶ […]

୧୫୦ ଗ୍ୟାସ୍ ସିଲିଣ୍ଡର ଜବତ

ଭୁବନେଶ୍ୱର,୨୫।୩(ଏସଏସନିଉଜ)ଭୁବନେଶ୍ବରରେ ଯୋଗାଣ ବିଭାଗର ବଡ଼ ଧରଣର ରେଡ୍ କରିଛି।ବେଆଇନ୍ ଗଚ୍ଛିତ ୧୫୦ରୁ ଊର୍ଦ୍ଧ୍ବ ଗ୍ୟାସ୍ ସିଲିଣ୍ଡର ଜବତ କରିଛି।ଝାରପଡ଼ା ଗଣେଶ ମଣ୍ଡପ ପାଖରେ ଥିବା ଏକ ଘରୁ ଜବତ ହୋଇଛି।ଜବତ ଗ୍ୟାସ୍ ସିଲିଣ୍ଡର ମଧ୍ୟରେ ଘରୋଇ ଓ କମର୍ସିଆଲ୍ ସିଲିଣ୍ଡର ରହିଛି।ରେଡ ବେଳେ ଘଟଣାସ୍ଥଳରୁ ଚମ୍ପଟ ମାରିଲା ଅସାଧୁ ବ୍ୟବସାୟୀ।ଅସାଧୁ ବ୍ୟବସାୟୀ ଜଣଙ୍କ ଏହାକୁ ଲୁଚାଇ ରଖି ୪ରୁ ୫ ହଜାର ଟଙ୍କା ପର୍ଯ୍ୟନ୍ତ ବିକୁଥିବାର ଅଭିଯୋଗ ଆସିଛି।

ଟେଷ୍ଟ ଡ୍ରାଇଭ୍‌ ନାଁରେ ଲ୍ୟାଣ୍ଡ ରୋଭର ଲୁଟ୍‌

ଭୁବନେଶ୍ୱର,୨୫।୩(ଏସଏସନିଉଜ)ଟେଷ୍ଟ ଡ୍ରାଇଭ୍‌ ବାହାନାରେ ଲୁଟି ନେଲେ ଲ୍ୟାଣ୍ଡ ରୋଭର ଡିଫେଣ୍ଡର।ଗାଡି କିଣିବା ପାଇଁ କହି ଟେଷ୍ଟ ଡ୍ରାଇଭ ବାହାନାରେ ଚମ୍ପଟ୍‌ ମାରିଲେ।ମୁଣ୍ଡରେ ବନ୍ଧୁକ ଲଗାଇ ଲୁଟି ନେଇଥିବା ଅଭିଯୋଗ ହୋଇଛି।କାର୍‌ ସହ ଦେଢ଼ଲକ୍ଷ ଟଙ୍କା ମଧ୍ୟ ନେଇ ପଳାଇଲେ।ଭରତପୁର ଥାନାରେ ଅଭିଯୋଗ ପରେ ପୋଲିସର ଛାନଭିନ୍ ଆରମ୍ଭ କରିଛି।

ଅଟୋଚାଳକ ଏକାଠି ହେଲେ, ଶପଥ ନେଲେ…

ଚନ୍ଦ୍ରଶେଖରପୁର,୨୫।୩(ଏସଏସନିଉଜ)ଭୁବନେଶ୍ୱର ଆରଟିଓ-୨ ଦ୍ଵାରା ଆୟୋଜିତ ଏକ ସଡ଼କସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ଚନ୍ଦ୍ରଶେଖର ପୁର ସ୍ଥିତ ଯାନବାହାନ ପରୀକ୍ଷଣ କେନ୍ଦ୍ର ପରିସରରେ ବୁଧବାରଦିନ ଅନୁଷ୍ଟିତ ହୋଇଯାଇଛି।ଏଥିରେ ପ୍ରାୟ ୮୦ଜଣ ସ୍ମାର୍ଟସିଟି ଅଟୋଚାଳକ ଯୋଗଦେଇ ଥିଲେ।ସେମାନଙ୍କୁ ସଡ଼କସୁରକ୍ଷା ସଚେତନତା ସୃଷ୍ଟିକରିବା ,ଦୁର୍ଘଟଣା ପୀଡିତଙ୍କୁ ସାହାଯ୍ୟ କରିବା,ଟ୍ରାଫିକନିୟମ ମାନିବା ଓ ଅସୁବିଧାସମୟରେ ରାସ୍ତାରେ ଯିବା ବେଳେ ଭଲନାଗରିକ ଭାବେ ଜନସାଧାରଣଙ୍କପ୍ରତି ଥିବା କର୍ତ୍ତବ୍ୟଉପରେ ବୁଝାଯାଇଥିଲା।ଶେଷରେ ନିଜକର୍ତ୍ତବ୍ୟରୁ ପଛଘୁଞ୍ଚା ନହେବାପାଇ ସମସ୍ତେ ଶପଥ ନେଇଥିଲେ।ଏମଭିଆଇ ରବିନ୍ଦ୍ରନାଥଜେନା,ଟ୍ରାଫିକ୍ ଇନ୍ସପେକ୍ଟର-ସୁମନ୍ତପାତ୍ର,ଜୁନିୟର ଏମଭିଆଇ ଲୋକନାଥନାୟକ ଏବଂ ସ୍ମାର୍ଟସିଟି […]

ଗାଡି ଥୋଇଲେ,ମାଗଣା ଆଖି ପରୀକ୍ଷା କଲେ

ଭୁବନେଶ୍ଵର,୨୩।୩(ଏସଏସନିଉଜ)ଭୁବନେଶ୍ଵର ଆରଟିଓ – ୨ ଦ୍ଵାରା ପରିଚାଳିତ ଏକ ମାଗଣା ଚକ୍ଷୁ ପରୀକ୍ଷା ଶିବିର ସୋମବାର ଅନୁଷ୍ଟିତ ହୋଇଯାଇଛି।ସଡକ ସୁରକ୍ଷା ସଚେତନ କାର୍ଯ୍ୟକ୍ରମ ଆଧାରରେ ଆୟୋଜିତ ଏହି ଶିବିର ଇନଫୋଭାଲୀ ଥାନା ନିକଟରେ ଅନୁଷ୍ଟିତ ହୋଇଥିଲା ଏହି ଶିବିରରେ ପ୍ରାୟ ୨୦୦ରୁ ଉର୍ଦ୍ଧ ଡ୍ରାଇଭରମାନେ ଯୋଗଦେଇ ସେମାନଙ୍କ ଚକ୍ଷୁ ପରୀକ୍ଷା କରିଥିଲେ। ବିଶେଷ କରି ରତିଆଧିଆ ଗାଡି ଚଳାଉଥିବା ଚାଲକମାନଙ୍କ ସଂଖ୍ୟା ଏହି ଶିବିରରେ ଅଧିକ ରହିଥିବାର ଦେଖିବାକୁ ମିଳିଥିଲା।ଡେପୁଟିକମିଶନର ରଶ୍ମୀ ରଣଜିତ୍ ଦଳ ବେହେରା , […]

ଯାତ୍ରା ବେଳେ ଚାଲିଥିଲା ଜୁଆ ଆଡ୍ଡା

ବାରଙ୍ଗ,୨୧।୩ (ଏସଏସନିଉଜ) ଦାଢାପାଟଣା ଅଞ୍ଚଳରେ ଏକ ଜୁଆ ଆଡ୍ଡା ଉପରେ ବାରଙ୍ଗ ପୋଲିସ ଚଢ଼ାଉ କରିଛି । ଚଢ଼ାଉ ବେଳେ କିଛି ଜୁଆଡିଆ ଖସି ଯାଇଥିବା ବେଳେ ତିନି ଜଣ ଯୁଆଡିକୁ ଗିରଫ କରି ପୋଲିସ ଶନିବାର ଦିନ କୋର୍ଟ ଚାଲାଣ କରିଥିବା ଜଣାପଡିଛି। ଗିରଫ ଅଭିଯୁକ୍ତ ହେଲେ ରାହୁଲ ପରିଡ଼ା , ଚନ୍ଦନ ପାତ୍ର ଓ ବିନୋଦ ସେଠୀ ବୋଲି ସୂଚନା ମିଳିଛି । ସୂଚନାଯୋଗ୍ୟ ଯେ ,ବାରଙ୍ଗ ଥାନା ଅଧୀନରେ ରେ ଥିବା ଦାଢ଼ାପାଟଣା […]

ଆରମ୍ଭ ହେଲା ଓଡ଼ିଶା ପ୍ରସିଦ୍ଧ କଣ୍ଢେଇ ମେଳଣ

ଭୁବନେଶ୍ୱର,୨୧।୩(ଏସଏସନିଉଜ)ଓଡ଼ିଶା ପୁରପଲ୍ଲିରେ ଦୋଳମେଲଣ ପାଳନ ହେଉଥିବାବେଳେ ରାଜଧାନୀ ଉପକଣ୍ଠ ଭଗବାନପୁର-ପାତ୍ରପଡ଼ାଠାରେ ଏକ ନିଆରାମେଲଣ ଆୟୋଜିତହୁଏ ।ଚୈତ୍ରମାସରେ ଆୟୋଜିତ ଏହି ମେଲଣରେ କୁନିକୁନି ପିଲାମାନଙ୍କଦ୍ଵାରା କାଠବାଉଁଶ,ସୋଲୋ ଓ ରଙ୍ଗିନକାଗଜରେ ତିଆରି ହୋଇଥିବା ଛୋଟଛୋଟ ଦୋଳବିମାନରେ ବିରାଜମାନ କରିଥାନ୍ତି କାଠନିର୍ମିତ କଣ୍ଢେଇ,ମାଟିତିଆରିକଣ୍ଢେଇ,ପ୍ଲାଷ୍ଟିକକଣ୍ଢେଇ,ଟ୍ରେଡିଓ ବାବିଡାଲ୍।ଏହି କଣ୍ଢେଇକୁ ଉଭୟ ଭଗବାନପୁର ଓ ପାତ୍ରପଡ଼ା ଗ୍ରାମବାସୀମାନେ ସାହିସାହିରେ ବୁଲାଇ ଚାଚେରୀଭୋଗ ଅର୍ପଣ କରିଥାନ୍ତି।କାଲିସେ ଯେଉଁ କଣ୍ଢେଇରେ ଖେଳୁଥିଲା ଆଜି ତାକୁ ଠାକୁରସଜେଇ ମେଲଣପଡିଆକୁ ଅପଟିଆ ସାଜି ବୋହି ଆଣିଛି। ବିଶ୍ୱାସ ମୂଳେ ଭଗବାନ ଏହିଭାବନାକୁ […]

ନନ୍ଦନକାନନ ବସଷ୍ଟାଣ୍ଡରେ ଚାଳକମାନଙ୍କୁ ଏକାଠି କଲେ…

ଭୁବନେଶ୍ୱର,୨୧।୩(ଏସଏସନିଉଜ)ସଡ଼କସୁରକ୍ଷା ଓ ଟ୍ରାଫିକନିୟମ ସମ୍ପର୍କରେ ସଚେତନତା ସୃଷ୍ଟି କରିବାପାଇଁ ପରିବହନବିଭାଗ ନିୟମିତଭାବେ ବିଭିନ୍ନ ମାଧ୍ୟମରେ ସଚେତନ କରୁଛନ୍ତି। ଦୁର୍ଘଟଣାସଂଖ୍ୟା ହ୍ରାସକରିବା ଏବଂ ସାଧାରଣ ଜନତାଙ୍କମଧ୍ୟରେ ସଡ଼କ ସୁରକ୍ଷାନିୟମ ମାନିବାରଅଭ୍ୟାସ ସୃଷ୍ଟିକରାଇବା ସଚେତନତାର ମୁଖ୍ୟଲକ୍ଷ ରଖାଯାଇଛି।ଶନିବାରଦିନ ଏହିଭଳି ଏକ ସଚେତନତାକାର୍ଯ୍ୟକ୍ରମ ନନ୍ଦନକାନନ ବସଷ୍ଟାଣ୍ଡରେ ଆୟୋଜିତ ହୋଇଯାଇଛି।ଭୁବନେଶ୍ଵର ଆରଟିଓ -୨ଦ୍ଵାରା ଆୟୋଜିତ ଏହି ସଚେତନତାକାର୍ଯ୍ୟକ୍ରମରେ ପଶ୍ଚିମବଙ୍ଗ,ଝାଡ଼ଖଣ୍ଡ, ବିହାର ,ଓଡ଼ିଶା ଏବଂ ବିଭିନ୍ନରାଜ୍ୟରୁ ଯାତ୍ରୀନେଇ ଆସିଥିବା ଚାଲକମାନଙ୍କୁ ସଚେତନ କରାଯାଇଥିଲା।ବିଶେଷକରି ରାତିରେ ଗାଡିଚଳାଇବା ବେଳେ ନିଦଲାଗିଲେ କଣକରିବେ,ହଠାତ୍ ଗାଡ଼ିରେ ନିଆଲାଗିଲେ କଣକରିବେ,ବିଭିନ୍ନ […]

ନୂଆପଡାରେ ହୀରାଖଣି ସନ୍ଧାନ

ଭୁବନେଶ୍ୱର,୧୯।୩(ଏସଏସନିଉଜ)ଓଡ଼ିଶା ମାଟି ତଳେ ହୀରାର ଭଣ୍ଡାର ମିଳିଛି। ନୂଆପଡା କାଲମିଦାଦରରେ ହୀରାପଥର ଥିବାର ଚିହ୍ନଟ ହୋଇଛି।ଜୁନାଗଡ ହିଞ୍ଜିଳିବାହାଲ- ଜିଲିଙ୍ଗିବାରରେ ମାଣିକ ଥିବାବେଳେଏବେ ସୁଦ୍ଧା ଓଡ଼ିଶାରେ କୌଣସି ମୋତି ଖଣି ଚିହ୍ନଟ ହୋଇନି।ଦେବଗଡ ଜିଲ୍ଲା ରିଆମାଳ ବ୍ଲକରେ ତମ୍ବାବାହୀ ପଥର, ଗ୍ରାଫାଇଟ୍, ନିକେଲ ସହିତ ସୁନା ଥିବାର ଜଣାପଡିଛି। ମୟୂରଭଞ୍ଜ କୁଳିଅଣା ମଦନାସାହି-କାଞ୍ଜିଆରେ ତମ୍ବାପଥର ସହ ସୁନା ଥିବାର ଆକଳନ ହୋଇଛି।ବଂଶପାଳ ଗୋପୁର-ଜଳଡ଼ିହିରେ ସୁନାପଥରର ସନ୍ଧାନ ମିଳିଛି ବୋଲି ଗୃହରେ ଖଣିମନ୍ତ୍ରୀ ବିଭୁତି ଭୂଷଣ ଜେନାଙ୍କ ଲିଖିତ ଉତ୍ତରରେ […]

ବାଲିଘାଟ ଜଗିବେ ଓଡ଼ିଶା ଶିଳ୍ପସୁରକ୍ଷା ବଳ

ଭୁବନେଶ୍ୱର,୧୩।୩(ଏସଏସନିଉଜ)ରାଜ୍ୟରେ ବଢିଚାଲିଛି ବାଲି ଚୋରା ଚାଲାଣ। ଏଥିରେ ଲାଗିପାରୁନି ଅଙ୍କୁଶ। ବେଆଇନ ବାଲିଘାଟକୁ ନେଇ ଅପରାଧୀ ମାନେ ରକ୍ତମୁଖା ହେଉଛନ୍ତି। ଏହାକୁ ଦୃଷ୍ଟିରେ ରଖି ବିଭିନ୍ନ ଜିଲ୍ଲାରେ ବାଲିଘାଟ ଜଗିବା ଦାୟିତ୍ବ ଓଡ଼ିଶା ଶିଳ୍ପ ସୁରକ୍ଷା ବଳ (ଓଆଇଏସଏଫ୍‌)କୁ ପ୍ରଦାନ କରାଯିବ। ଏଥିପାଇଁ ଖଣିବିଭାଗ ପକ୍ଷରୁ ଗୃହ ବିଭାଗକୁ ଅନୁରୋଧ କରାଯାଇଛି। ଗୁରୁବାର ବିଧାନସଭାରେ ଏକ ଲିଖିତ ଉତ୍ତରରେ ଖଣିମନ୍ତ୍ରୀ ବିଭୂତି ଭୂଷଣ ଜେନା ଏପରି ସୂଚନା ଦେଇଛନ୍ତି।