ଭୁବନେଶ୍ୱର,୨୧।୩(ଏସଏସନିଉଜ)ସଡ଼କସୁରକ୍ଷା ଓ ଟ୍ରାଫିକନିୟମ ସମ୍ପର୍କରେ ସଚେତନତା ସୃଷ୍ଟି କରିବାପାଇଁ ପରିବହନବିଭାଗ ନିୟମିତଭାବେ ବିଭିନ୍ନ ମାଧ୍ୟମରେ ସଚେତନ କରୁଛନ୍ତି।
ଦୁର୍ଘଟଣାସଂଖ୍ୟା ହ୍ରାସକରିବା ଏବଂ ସାଧାରଣ ଜନତାଙ୍କମଧ୍ୟରେ ସଡ଼କ ସୁରକ୍ଷାନିୟମ ମାନିବାରଅଭ୍ୟାସ ସୃଷ୍ଟିକରାଇବା ସଚେତନତାର ମୁଖ୍ୟଲକ୍ଷ ରଖାଯାଇଛି।ଶନିବାରଦିନ ଏହିଭଳି ଏକ ସଚେତନତାକାର୍ଯ୍ୟକ୍ରମ ନନ୍ଦନକାନନ ବସଷ୍ଟାଣ୍ଡରେ ଆୟୋଜିତ ହୋଇଯାଇଛି।ଭୁବନେଶ୍ଵର ଆରଟିଓ -୨ଦ୍ଵାରା ଆୟୋଜିତ ଏହି ସଚେତନତାକାର୍ଯ୍ୟକ୍ରମରେ ପଶ୍ଚିମବଙ୍ଗ,ଝାଡ଼ଖଣ୍ଡ, ବିହାର ,ଓଡ଼ିଶା ଏବଂ ବିଭିନ୍ନରାଜ୍ୟରୁ ଯାତ୍ରୀନେଇ ଆସିଥିବା ଚାଲକମାନଙ୍କୁ ସଚେତନ
କରାଯାଇଥିଲା।ବିଶେଷକରି ରାତିରେ ଗାଡିଚଳାଇବା ବେଳେ ନିଦଲାଗିଲେ କଣକରିବେ,ହଠାତ୍ ଗାଡ଼ିରେ ନିଆଲାଗିଲେ କଣକରିବେ,ବିଭିନ୍ନ ସଡ଼କସୁରକ୍ଷା ସମସ୍ୟା,ପ୍ରତିରକ୍ଷାମୂଳକ ଡ୍ରାଇଭିଂ,ଜରୁରୀକାଳୀନ ସମୟରେ ଉପସ୍ଥିତବୁଦ୍ଧି ଦ୍ଵାରା ନିଜରତଥା ସମସ୍ତଙ୍କସୁରକ୍ଷା, ବସ୍ରେ ଥିବା ଅଗ୍ନିନିରାପତ୍ତା ଉପକରଣର ସଠିକ୍ ବିନିଯୋଗକରିବା ଆଦି ବିଷୟରେ ପ୍ରାଞ୍ଜଳଭାବେ ଅଧିକାରୀମାନେ ବୁଝାଇଥିଲେ।ଏହିକାର୍ଯ୍ୟକ୍ରମରେ ଭୁବନେଶ୍ଵର ଆର୍ଟିଓ-୨ର ଏମଭିଆଇ ରବୀନ୍ଦ୍ରନାଥ ଜେନା, ଟ୍ରାଫିକ୍ ଇନ୍ସପେକ୍ଟର ସୁମନ୍ତପାତ୍ର ଏବଂ ଓମଭିଡ଼ି କର୍ମଚାରୀମାନେ ଉପସ୍ଥିତ ରହି ଚାଲକମାନଙ୍କ ବିଭିନ୍ନପ୍ରଶ୍ନର ଉତ୍ତର ମଧ୍ୟ ଦେଇଥିଲେ।(ଜିତରାଉତଙ୍କ ରିପୋର୍ଟ)