Browsing category

ମହାନଗର

ମରାମତିହେବ ମେଘନାଦପାଚେରି

ଭୁବନେଶ୍ୱର,୫/୧୧(ଏସଏସନିଉଜ)ମେଘନାଦ ପାଚେରିର ସ୍ଥାୟୀ ମରାମତି ଓ ପୁନରୁଦ୍ଧାର ଦାବି ନେଇASI ଅଧୀକ୍ଷକକୁ ଚିଠି ଲେଖିଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ।ପ୍ରାଚୀରର ସାମଗ୍ରିକ ବୈଜ୍ଞାନିକ ସର୍ଭେ କରିବାକୁ ବି ଉଲ୍ଲେଖ ରହିଛି।ଆନନ୍ଦବଜାରର ଡ୍ରେନେଜ୍ ବ୍ଯବସ୍ଥା ସୁଧାରିବାକୁ ଟେଣ୍ଡର ଶେଷ ହୋଇଛି।

ଆଜବେଷ୍ଟସ ଭାଙ୍ଗି ୨ଦୋକାନରୁ ଚୋରି

ବାରଙ୍ଗ,୩/୧୧(ଏସଏସନିଉଜ)ମଧୁପୁର ଗାଁ ମୁଣ୍ଡ ବ୍ଲୁଷ୍ଟାର ମାର୍କେଟ କମ୍ପ୍ଲେକ୍ସରେ ଥିବା ଦୁଇଟି ଦୋକାନରୁ ଶନିବାର ବିଳମ୍ବିତ ରାତିରେ ଚୋରି ହୋଇଥିବାର ବାରଙ୍ଗ ଥାନାରେ ଅଭିଯୋଗ ହୋଇଛି।ଚୋରମାନେ ଦୋକାନର ଆଜବେଷ୍ଟସ ଓ ସିଲିଂ ଭାଙ୍ଗି ଦୋକାନ ମଧ୍ୟକୁ ପଶି ଏକ ରଙ୍ଗଦୋକାନ ଓ ଏକ ଇଲେକ୍ଟ୍ରି ଦୋକାନରୁ ଚୋରି କରିଛନ୍ତି।ଚୋରମାନେ ମିଶ୍ର ଇଣ୍ଟରପ୍ରାଇଜେସର ନାମକ ରଙ୍ଗ ଦୋକାନରୁ ୨୦ବାଲ୍ଟି ରଙ୍ଗ, ୭ପ୍ରକାର ସାମଗ୍ରୀ ସହ ନଗଦ ହଜାରେଟଙ୍କା ଚୋରି ହୋଇଥିବା ମିଶ୍ର ଇଣ୍ଟରପ୍ରାଇଜେସର ମାଲିକ ସୁଭଦ୍ରାପୁର ଗ୍ରାମର ଅଭୟ ମିଶ୍ର […]

ଦେବେନ୍ଦ୍ରଙ୍କ ମୃତଶରୀର ନନ୍ଦନକାନନ ଆସିଲା

ବାରଙ୍ଗ,୩।୧୧(ଏସଏସନିଉଜ)ଶନିବାର ରାତିରେ ଗାଡି ଧକାରେ ଚନ୍ଦକା ବନବିଭାଗରେ କାର୍ଯ୍ୟରତ ବନପାଳ ଦେବେନ୍ଦ୍ର ସୋନାଗା(୪୦)ଙ୍କର ମୃତୁ ଘଟିଛି।ରବିବାର ସକାଳେ ମୃତ ଶରୀର ବ୍ୟବଚ୍ଛେଦ ପରେ ପୋଲିସ ମୃତଦେହକୁ ମୃତକଙ୍କ ପରିବାରକୁ ହସ୍ତାନ୍ତର କରିଥିଲା।ଏହାପରେ ଶେଷ ଦର୍ଶନ ନିମନ୍ତେ ମୃତ ଶରୀରକୁ ସନ୍ଧ୍ୟାରେ ନନ୍ଦନକାନନକୁ ଅଣାଯାଇଥିଲା।ନନ୍ଦନକାନନ ଓ ଚନ୍ଦକା – ଡମପଡ଼ା ଅଭୟାରଣ୍ୟର କର୍ମଚାରି ଓ ଅଧିକାରୀମାନେ ଆସି ଶେଷଦର୍ଶନ କରି ନୀରବ ପ୍ରାର୍ଥନା କରି ପୁଷ୍ପଗୁଚ୍ଛ ଅର୍ପଣ କରିଥିଲେ।ଏହାପରେ ଦେବେନ୍ଦ୍ରଙ୍କ ମରଶରୀରକୁ ପୈତୃକ ଘର ରାଇରଙ୍ଗପୁର ଅଭିମୁଖେ ନିଆଯାଇଥିଲା।ଦେବେନ୍ଦ୍ର […]

ନୂଆ ପିସିସିସଭାପତି ପାଇଁ ଆରମ୍ଭ ହେଲା ଚୟନ ପ୍ରକ୍ରିୟା

ଭୁବନେଶ୍ୱର,୪ା୧୧(ଏସଏସନିଉଜ) ନୂଆ ପିସିସି ସଭାପତି ପାଇଁ ଆଜିଠାରୁ ଆରମ୍ଭ ହୋଇଛି ଚୟନ ପ୍ରକ୍ରିୟାାସେଇଥିପାଇଁ ଆଜି ଓଡ଼ିଶା ଆସୁଛନ୍ତି ଛତିଶଗଡ଼ ବିରୋଧୀ ଦଳ ନେତା ଚରଣଦାସ ମହନ୍ତ ଓ ବରିଷ୍ଠ କଂଗ୍ରେସ ନେତ୍ରୀ ମୀନାକ୍ଷୀ ନଟରାଜନ। ଏମାନେ କଂଗ୍ରେସ ଭବନରେ ରାଜ୍ୟସ୍ତରୀୟ ନେତାମାନଙ୍କ ସହ ଆଲୋଚନାକରି ଏଆଇସିସିକୁ ରିପୋର୍ଟ ଦେବେ। ତେବେ ବରିଷ୍ଠନେତା ଭକ୍ତ ଦାସ, ଶ୍ରୀକାନ୍ତ ଜେନା , ମହମ୍ମଦ ମୋକିମଙ୍କ ନାଁ ପିସିସି ସଭାପତି ଦୌଡ଼ରେ ଆଗରେ ରହିଥିବା ଚର୍ଚ୍ଚା ହେଉଛି।  

୧୦୦ ଫୁଟ ଗଭୀରକୁ ଖସିଲା ବସ୍‌

ଭୁବନେଶ୍ୱର,୪ା୧୧(ଏସଏସନିଉଜ) ଆଜି ସକାଳେ ଉତ୍ତରଖଣ୍ଡର ଅଲମୋଡାରେ ମର୍ମନ୍ତୁଦ ଦୁର୍ଘଟଣା ଘଟି ୩୬ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ୬ଜଣ ଗୁରୁତର ଆହତ ହୋଇଛନ୍ତି। ଗଢବାଲ ମୋଟର ଅନର୍ସ ୟୁନିୟନ ଲିମିଟେଡର ଏହି ବସଟି ୪୫ ଲୋକେ ନେଇ କିନାଥରୁ ରାମନଗର ଯିବାବାଟରେ ଗାଁର କୂପି ପାଖରେ ବସ ବାଲାନ୍ସ ଫେଲ ପାଇଁ ୧୫୦ ଫୁଟ ଘାଟି ତଳକୁ ଖସିପଡିଥିଲା ।ଦୁର୍ଘଟଣା ପରେ ମୁଖ୍ୟମନ୍ତ୍ରୀ ପୁଷ୍କର ଧାମୀ ଶୋକ ବ୍ୟକ୍ତ କରିବାସହ ମୃତ ବ୍ୟକ୍ତିଙ୍କ ସହ ଆହତଙ୍କ ପାଇଁ ମଧ୍ୟ ଆର୍ଥିକ […]

୧୦ରୁ ଟ୍ରକ ଚଳାଚଳ ବନ୍ଦ !

ଭୁବନେଶ୍ୱର,୩/୧୧(ଏସଏସନିଉଜ)ରାଜ୍ୟ ସରକାରଙ୍କୁ ଲଘୁ ଖଣିଜ ପରିବହନ କରୁଥିବା ମିଳିତ ଟ୍ରକ୍ ମାଲିକ ସଂଘର କଡ଼ା ଚେତାବନୀ ଦେଇଛନ୍ତି । ୯ତାରିଖ ସୁଦ୍ଧା ବାଲି ପରିବହନ ସମସ୍ୟା ସମେତ ଲଘୁ ଖଣିଜ ପରିବହନ ନେଇଥିବା ୧୧ ଦଫାଦାବି ପୂରଣ ନହେଲେ ୧୦ ତାରିଖରୁ ବନ୍ଦ ରହିବ ସବୁ ପ୍ରକାର ଲଘୁ ଖଣିଜ ପରିବହନ । ଖୋର୍ଦ୍ଧା ଟ୍ରକ୍ ମାଲିକସଂଘ ଆହ୍ବାନ କ୍ରମେ ପାଖାପାଖି ୧୦ଜିଲ୍ଲାର ୧୫ଟ୍ରକ୍ ମାଲିକ ସଂଘର ମିଳିତ ବୈଠକରେ ଏଭଳି ନିଷ୍ପତ୍ତି ହୋଇଛି । ସେମାନଙ୍କ […]

୩ରୁ ଦଶମଶ୍ରେଣୀ ପରୀକ୍ଷା ଫର୍ମପୂରଣ

ଭୁବନେଶ୍ୱର,୨/୧୧(ଲିଙ୍ଗରାଜ ରାଉତ)୩ତାରିଖକୁ ଦଶମଶ୍ରେଣୀ ପରୀକ୍ଷା ଫର୍ମପୂରଣ ହେବ ।ମାଧ୍ୟମିକ ଶିକ୍ଷାପରିଷଦ ଦ୍ବାରା ପରିଚାଳିତ ୨୦୨୫ମାଟ୍ରିକ ପରୀକ୍ଷାନିମନ୍ତେ ଫର୍ମପୂରଣ ନଭେମ୍ବର ୩ରୁ ଆରମ୍ଭ ହେବ।ରେଗୁଲାର ଓ ଏକ୍ସ-ରେଗୁଲାର ଛାତ୍ରଛାତ୍ରୀ ମାନେ ନଭେମ୍ବର ୩ ତାରିଖରୁ ୧୮ତାରିଖ ମଧ୍ୟରେ ଅନଲାଇନ୍ ଫର୍ମପୂରଣ କରିପାରିବେ ।ରାତି ୧୧ଟା ପର୍ଯ୍ୟନ୍ତ ଅନ୍‌ଲାଇନ୍‌ ଯୋଗେ ଫର୍ମପୂରଣ ହୋଇପାରିବ। www.bseodisha.ac.in ୱେବ୍ ସାଇଟ୍ ଭିସିଟ୍ କରି ଛାତ୍ରଛାତ୍ରୀମାନେ ସମ୍ପୁର୍ଣ୍ଣ ସୂଚନା ପାଇପାରିବେ ।ସପଣ୍ଡେଣ୍ଟ କୋର୍ସରେ ପରୀକ୍ଷାର୍ଥୀ ମାନେ ବୋର୍ଡ ଆଞ୍ଚଳିକ କାର୍ଯ୍ୟାଳୟରେ ଉପସଚିବଙ୍କ ଦ୍ବାରା ଅଫ୍‌ଲାଇନ୍‌ରେ […]

ଅମାନିଆ ମୋ ବସ

ଚନ୍ଦ୍ରଶେଖରପୁର,୨/୧୧(ଏସଏସନିଉଜ) ଚନ୍ଦ୍ରଶେଖରପୁର ପେଟ୍ରୋଲ୍ ପମ୍ପ୍ ନିକଟରେ ମୋବସ ଧକ୍କାରେ ଜଣେ ଯୁବତୀ ଗୁରୁତର ଆହତ ହୋଇ ତାଙ୍କର ହାତ କଟିଯାଇଥିବା ଜଣାପଡିଛି। ତାଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ ଦୁର୍ଘଟଣାସ୍ଥଳରେ ଉତ୍ତେଜନା ଦେଖାଦେଇଛି ।ତାଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ ଦୁର୍ଘଟଣା ସ୍ଥଳରେ ଉତ୍ତେଜନା ଦେଖାଦେଇଛି । ଏଥିସହ ଚନ୍ଦ୍ରଶେଖରପୁରରେ ଅଞ୍ଚଳରେ ଗଡ଼ୁଥିବା ପ୍ରାୟ ୧୪ଟି ମୋବସକୁ ସ୍ଥାନୀୟଲୋକ ରୋକିଛନ୍ତି। ଦୁର୍ଘଟଣା ପରେ ନନ୍ଦନକାନନ-ଜୟଦେବ ବିହାର ରାସ୍ତାରେ ଟ୍ରାଫିକ୍ ଜାମ୍ ହୋଇଛି। […]

ପଣ୍ଡିତ ଗୋପବନ୍ଧୁଦାସଙ୍କ ମାନସ ଓ ଭାବାଦର୍ଶକୁ ନେଇ ଆଲୋଚନା ଚକ୍ର

ବାରଙ୍ଗ,୧/୧୧(ଲିଙ୍ଗରାଜ ରାଉତ) କୁଞ୍ଜବିହାରୀ ମହାବିଦ୍ୟାଳୟର ଇତିହାସବିଭାଗ ଆନୁକୂଲ୍ଯରେ ପଣ୍ଡିତ ଗୋପବନ୍ଧୁଦାସଙ୍କ ମାନସ ଓ ଭାବାଦର୍ଶ ଏବଂ ଏକବିଂଶ ଶତାବ୍ଦୀରେ ଆଧୁନିକ ଓଡ଼ିଶା ପାଇଁ ଏହାର ପ୍ରାସଙ୍ଗିକତା “ସମ୍ବନ୍ଧରେଏକ ଆଲୋଚନାଚକ୍ର ଆୟୋଜନ କରାଯାଇଥିଲା।ମହାବିଦ୍ୟାଳୟ ପରିସରରେ ଶୁକ୍ରବାରଦିନ ଆୟୋଜିତ ଆଲୋଚନା ଚକ୍ରରେଐତିହାସିକ,ଗବେଷକ ତଥା ବହୁ ଇତିହାସ ପୁସ୍ତକର ରଚୟିତା ଡଃ ପ୍ରଭାତକୁମାରମଲ୍ଲିକ ଅତିଥି ଭାବରେ ଯୋଗଦେଇ ଅତି ପ୍ରାଞ୍ଜଳ ଭାବରେ ମହାବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀ, ଅଧ୍ୟାପକ, ଅଧ୍ୟାପିକାମାନଙ୍କୁ ବୁଝାଇ କହିଥିଲେ।ଆଲୋଚନା ଚକ୍ରରେ ଦଶଜଣରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀ ସେମାନଙ୍କର ସେମିନାର୍ ପେପର୍ […]

୨୫ରେ ବାରଙ୍ଗର ପ୍ରସିଦ୍ଧ କାର୍ତ୍ତିକେଶ୍ୱର ଭସାଣି

ବାରଙ୍ଗ,୧/୧୦(ଏସଏସନିଉଜ) ଆଉ ଦିନ କେଇଟା ପରେ ବାରଙ୍ଗର ପ୍ରସିଦ୍ଧ ଗଣପର୍ବ କର୍ତିକେଶ୍ୱର ପୂଜା ହେବ।ବାରଙ୍ଗ ଓ ଏହାର ଆଖପାଖ ଅଞ୍ଚଳରେ ପ୍ରାୟ ୧୦୦ରୁ ଉର୍ଦ୍ଧ ପୂଜାମଣ୍ଡପରେ କାର୍ତ୍ତିକେୟ ଓ ନିଲେନ୍ଦ୍ରିୟଙ୍କ ପୂଜା ହେବ। ବାରଙ୍ଗ ଅଂଚଳର ପ୍ରସିଦ୍ଧ କାର୍ତ୍ତିକପୂଜା ଓ ଭସାଣିପାଇ ଏବେଠାରୁ ପ୍ରସ୍ତୁତପର୍ବ ଆରମ୍ଭ ହୋଇଯାଇଛି।ବାରଙ୍ଗଅଞ୍ଚଳର ବଡ଼ପର୍ବ ତଥା ଭାଇଚାରାର ପର୍ବ ହୋଇଥିବାରୁଏହାକୁ ଆକର୍ଷଣୀୟ କରିବା ପାଇଁ ସମସ୍ତ ପୂଜା କମିଟି ପକ୍ଷରୁ ଜୋରଦାର ପ୍ରସ୍ତୁତି ଆରମ୍ଭ ହୋଇଯାଇଛି।ଏହି ପୂଜାର ଅନ୍ୟତମ ଆକର୍ଷକ ଭସାଣି ହୋଇଥିବାରୁ […]