Browsing category

ମହାନଗର

୨୦୨୫ଡେସ୍କ୍ କ୍ୟାଲେଣ୍ଡର୍ ଲୋକାର୍ପିତ

ଭୁବନେଶ୍ୱର,୨୬/୧୨(ଏସଏସନିଉଜ)ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ୨୦୨୫ ଇଂରାଜୀ ନୂଆବର୍ଷ ଅବସରରେ ମହାପ୍ରଭୁଙ୍କ ଫଟୋଚିତ୍ର ଥାଇ ସୁଦୃଶ୍ୟ କ୍ୟାଲେଣ୍ଡର (ଉଭୟ ୱାଲ୍ ଏବଂ ଡେସ୍କ୍) ପ୍ରକାଶ ପାଇଛି । କ୍ୟାଲେଣ୍ଡର ଗୁଡିକର ପ୍ରଥମ କପିକୁ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ଲାଗି ହୋଇଛି । ଏହି ଦେବାର୍ପଣ ପରେ ଆଜି ଉଭୟ କ୍ୟାଲେଣ୍ଡରକୁ ବିଧିବଦ୍ଧ ଭାବେ ଉନ୍ମୋଚିତ କରିଛନ୍ତି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ । ଡେସ୍କ୍ କ୍ୟାଲେଣ୍ଡର ରେ ରାଜ୍ୟର ବିଭିନ୍ନ ଶିଳ୍ପୀଙ୍କ ଚିତ୍ର ଏବଂ ବାଲୁକା କଳା ସ୍ଥାନିତ […]

କଲେଜରେ ହେବ ନିର୍ବାଚନ

ଭୁବନେଶ୍ୱର,୨୬/୧୨(ଏସଏସନିଉଜ)କମ୍ପିବ କଲେଜ୍‌ କ୍ୟାମ୍ପସ୍‌ । ଦୀର୍ଘ ବର୍ଷ ଧରି ବନ୍ଦ ରହିଥିବା ଛାତ୍ର ସଂସଦ ନିର୍ବାଚନ ପୁଣି ହେବାକୁ ଯାଉଛି। ଏଥିପାଇଁ କଲେଜ କ୍ୟାମ୍ପସ୍‌ ସରଗରମ୍‌ ହେବ । କଲେଜ ନିର୍ବାଚନକୁ ନେଇ ଗୁରୁବାର ଏକ ବଡ଼ ଖବର ସାମନାକୁ ଆସିଛି । ତାହା ହେଲା ଆସନ୍ତା ଶିକ୍ଷା ବର୍ଷରେ କଲେଜ ଛାତ୍ର ସଂସଦ ନିର୍ବାଚନ ହେବ । କଟକ ଜବାହରଲାଲ ନେହରୁ ଇଣ୍ଡୋର ଷ୍ଟାଡିୟମ ପରିସରରେ ଅନୁଷ୍ଠିତ ଏବିଭିପି କାର୍ଯ୍ୟକ୍ରମରେ ଯୋଗନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ […]

ବ୍ଲକିଂବେଳେ ଧରାପଡିଲା

ବାରଙ୍ଗ,୨୫/୧୨(ଏସଏସନିଉଜ)ମଙ୍ଗଳବାର ରାତିରେ ଚନ୍ଦକା ପୋଲିସ ବ୍ଲକିଂ କରିଥିବା ବେଳେ ଦ୍ରୁତ ଗତିରେ ଆସୁଥିବା ଏକ କାରକୁ ରୋକିବା ପରେ ସେଥିରେ ଥିବା ୫ଜଣଙ୍କୁ ଗିରଫ କରିଛନ୍ତି ।ସେମାନଙ୍କଠାରୁ ପୋଲିସ ଏକ କାର ,ତିନୋଟି ମାଉଜର, ଦୁଇଟି ରିଭଲଭର,୧୫ଟି ଜୀବନ୍ତ ଗୁଳି,୭ଟି ମୋବାଇଲ୍ ଫୋନ୍ ଓ ନଗଦ୮୪ହଜାରେ ଟଙ୍କା ଜବତ କରିଛି।ତଦନ୍ତ ବେଳେ ଏହି ୫ଜଣ ଯୁବକ ଖଣିଜଦ୍ରବ୍ୟ ଚୋରା ଚାଲଣ ସହ ଗୋରୁଚାଲଣ କାରବାର କରୁଥିବାର ପୋଲିସ ଜାଣିବାକୁ ପାଇଥିବା ବେଳେ ଏମାନଙ୍କ ନାମରେ ବିଭିନ୍ନଥାନାରେ ୧୬ଟି […]

ବଡ଼ଦିନକୁ ବିଗାଡିଦେଲା ବର୍ଷା 

ବାରଙ୍ଗ ୨୫/୧୨ (ଏସଏସନିଉଜ)ଆରମ୍ଭ ହୋଇଛି ପର୍ଯ୍ୟଟନ ରୁତୁ ।ବିଭିନ୍ନ ପର୍ଯ୍ୟଟନ ସ୍ଥଳୀ ମାନଙ୍କରେ ଭିଡ ଲାଗିରହିଥିବା ବେଳେ ବଡ ଦିନରେ ଅଧିକ ପର୍ଯ୍ୟଟକ ଆସିବାର ଆକଲନ କରାଯାଇଥିଲା।କିନ୍ତୁଲଘୁଚାପଜନିତ ବର୍ଷା ଯୋଗୁ ବଡ଼ ଦିନ ଫିକା ପଡ଼ିଯାଇଛି।ସବୁ ବିଗାଡି ଦେଇଥିଲା ବର୍ଷା। ଚନ୍ଦକା ଅଭୟାରଣ୍ୟର ଡେରାସ , ଗୋଡିବାରିର ପକୃତିକ ଶୋଭାରାଜି ମନଭରି ଉପଭୋଗ କରିବା ଓ ବଣଭୋଜି କରି ମଜା ଉଠାଇବା ପାଇଁ ଏଠାରେ ବଡଦିନରେ ପ୍ରବଳ ଭିଡ଼ ହୋଇଥାଏ।କିନ୍ତୁ ବୁଧବାର ଦିନ ତମାମ ଝିପିଝିପି ବର୍ଷା […]

କଂଗ୍ରେସର ସାମ୍ବାଦିକ ସମ୍ମିଳନୀ…

ଭୁବନେଶ୍ୱର,୨୩ା୧୨(ଏସଏସନିଉଜ)ଆମ୍ବେଦକରଙ୍କୁ ଅପମାନ ପ୍ରସଙ୍ଗରେ କଂଗ୍ରେସ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ କରାଯାଇଛି । ସାମ୍ବାଦିକ ସମ୍ମିଳନୀରେ ଆସନ୍ତାକାଲି ଦେଶର ସବୁ ଜିଲ୍ଲାରେ ରାଲି କରିବ କଂଗ୍ରେସ ।ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର ଦେବ କଂଗ୍ରେସ ।କେନ୍ଦ୍ର ଗୃହମନ୍ତ୍ରୀ ଇସ୍ତଫା ନଦେବା ପର୍ଯ୍ୟନ୍ତ କଂଗ୍ରେସ ପ୍ରତିବାଦ କରିବ ବୋଲି ସାମ୍ବାଦିକ ସମ୍ମିଳନୀ କରି ଘୋଷଣା କଲା କଂଗ୍ରେସା

ଶିକ୍ଷା ନିୟମରେ ହେଲା ବଡ଼ ପରିବର୍ତ୍ତ

ଭୁବନେଶ୍ୱର,୨୩ା୧୨(ଏସଏସନିଉଜ)ନୂତନ ନିୟମ ଅନୁଯାୟୀ, ବର୍ତ୍ତମାନ ୫ମ ଏବଂ ୮ମ ଶ୍ରେଣୀର ବାର୍ଷିକ ପରୀକ୍ଷାରେ ଫେଲ୍ ହୋଇଥିବା ଛାତ୍ରଛାତ୍ରୀମାନେ ପାସ୍ ହେବେ ନାହିଁ।ଫେଲ୍ ହୋଇଥିବା ଛାତ୍ରଛାତ୍ରୀମାନେ ଦୁଇ ମାସ ମଧ୍ୟରେ ପରୀକ୍ଷା ପୁଣି ପରୀକ୍ଷା ଦେବାର ସୁଯୋଗ ପାଇବେ।ଯଦି ସେମାନେ ଦ୍ୱିତୀୟ ଥର ଫେଲ୍ ହୁଅନ୍ତି, ତେବେ ସେମାନଙ୍କୁ ପରବର୍ତ୍ତୀ ଶ୍ରେଣୀକୁ ପଦୋନ୍ନତି ଦିଆଯିବ ନାହିଁ ।ତାଙ୍କୁ ପଞ୍ଚମ ଶ୍ରେଣୀ କିମ୍ବା ଅଷ୍ଟମ ଶ୍ରେଣୀରେ ରଖାଯିବ। ଏଥି ସହିତ, କୌଣସି ଛାତ୍ରଛାତ୍ରୀଙ୍କୁ ସ୍କୁଲରୁ ୮ମ ଶ୍ରେଣୀରୁ ବହିଷ୍କାର କରିବାକୁ […]

ଗାଓଁ କି ଓର କର୍ମଶାଳା

କଟକ,୨୩ା୧୨(ଏସଏସନିଉଜ)ଜାତୀୟସ୍ତରରେ ଡିସେମ୍ବର ୧୯ ତାରିଖଠାରୁ ୨୪ ତାରଖ ପର‌୍ୟ୍ୟନ୍ତ “ସୁଶାସନ ସପ୍ତାହ” ପାଳନ ଅବସରରେ ଆଜି ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ “ସୁଶାସନ-ପ୍ରଶାସନ ଗାଓଁ କି ଓର” ବିଷୟବସ୍ତୁ ଉପରେ ଏକ ଜିଲ୍ଲାସ୍ତରୀୟ କର୍ମଶାଳା ଆୟୋଜନ କରଯାଇଥିଲା । ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଉମାକାନ୍ତ ରାଜଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କର୍ମଶାଳାରେ ପୂର୍ବତନ ବରିଷ୍ଠ ପ୍ରଶାସନିକ ଅଧିକାରୀ ତଥା ପୂର୍ବତନ ଜିଲ୍ଲାପାଳ ଶ୍ରୀ ସୁଶାନ୍ତ ମହାପାତ୍ର ମୁଖ୍ୟଅତିଥି ଭାବେ ଯୋଗ ଦେଇ ଆଲୋଚ୍ୟ ବିଷୟବସ୍ତୁ ଉପରେ ପୁଙ୍ଖାନୁପୁଙ୍ଖ ଟିପ୍ପଣୀ […]

ନୂଆ ରେଳ ଓଭରବ୍ରିଜକୁ ଉଦ୍‌ଘାଟନ କଲେ

ଭୁବନେଶ୍ୱର,୨୩ା୧୨(ଏସଏସନିଉଜ)କଟକ ଓ ଜଗତସିଂହପୁର ଜିଲ୍ଲାର ଯୋଗାଯୋଗକୁ ଅଧିକ ସୁଦୃଢ଼ କରିବା ସହ ଉପୁଜୁଥିବା ଟ୍ରାଫିକ୍ ସମସ୍ୟାର ସମାଧାନ ଉଦ୍ଦେଶ୍ୟରେ ନିର୍ମିତ ନୂଆ ରେଲୱେ ଓଭର ବ୍ରିଜକୁ ଆଜି ପୂର୍ତ୍ତ, ଆଇନ ଓ ଅବକାରୀ ମନ୍ତ୍ରୀ ଶ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଅପରାହରେ ଉଦ୍‌ଘାଟନ କରିଛନ୍ତି । ୬୦ କୋଟି ୯୩ ଲକ୍ଷ ୬୫ ହଜାର ବ୍ୟୟରେ ନିର୍ମିତ ଏହି ସେତୁ କଟକ ସହର ଓ ଜଗତସିଂହପୁର ଜିଲ୍ଲା ମଧ୍ୟରେ ଯାତାୟତ ସମୟକୁ କମ୍ କରିବା ସହ ଟ୍ରାଫିକ୍ ନିୟନ୍ତ୍ରଣରେ […]

ଥରିବ ଓଡିଶା!

ଭୁବନେଶ୍ବର,୨୨/୧୨(ଏସଏସନିଉଜ) ଲଘୁଚାପ ପ୍ରଭାବରେ ରାଜ୍ୟରେ ଦୁଇଦିନର ଲଗାଣ ବର୍ଷା ପରେ ଆଜି କେତେକ ସ୍ଥାନରେ ପାଗରେ ସ୍ବାଭାବିକ ଦେଖିବାକୁ ମିଳିଛି ।ଲଘୁଚାପ ଜନିତ ବର୍ଷା ଆଜିଠୁ ବର୍ଷା କମିବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ ।ଏଥିସହିତ ରାଜ୍ୟରେ ଶୀତ ବଢିବା ସହିତ ଚାରିଆଡେ ଘନ କୁହୁଡି ଆଚ୍ଛାଦିତ ହେବ ।ଏଥିପାଇଁ ଆଗାମୀ ୨୪ଘଣ୍ଟା ପାଇଁ କୋରାପୁଟ,କନ୍ଧମାଳ, ରାୟଗଡା, କଳାହାଣ୍ଡି, କେନ୍ଦୁଝର ଏବଂ ଝାରସୁଗୁଡା ଆଦି ୬ ଜିଲ୍ଲାକୁ ୟେଲୋଓ୍ବାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ ।ଦକ୍ଷିଣ […]

ଆରମ୍ଭ ହେଲା ମୁଖ୍ୟମନ୍ତ୍ରୀ ଶିକ୍ଷାପୁରସ୍କାର

ଭୁବନେଶ୍ବର,୨୨/୧୨(ଏସଏସନିଉଜ) ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ଲାଗି ଆବେଦନ ଆରମ୍ଭ ହୋଇଛି । ଏଥିରେ ୭ଟି ବର୍ଗରେ ପୁରସ୍କାର ପ୍ରଦାନ କରାଯିବ । ଜିଲ୍ଲା ଓ ବ୍ଲକ ସମେତ ଶିକ୍ଷଣ ପ୍ରତିଷ୍ଠାନ, ଶିକ୍ଷକ, ଅଧିକାରୀ ଓ ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ପୁରସ୍କାର ନିମନ୍ତେ ଆସନ୍ତା ୩୦ତାରିଖ ପର୍ଯ୍ୟନ୍ତ ଅନ୍‍ଲାଇନ୍‍ ଜରିଆରେ ଆବେଦନ ଗ୍ରହଣ କରାଯିବ । msp.odisha.gov.in ପୋର୍ଟାଲରେ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇଁ ଆବେଦନ କରିପାରିବେ ।