Browsing category

ମହାନଗର

କଟକ ବାଲିଯାତ୍ରା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ନିମନ୍ତ୍ରଣ

ଭୁବନେଶ୍ୱର,୬/୧୧(ଏସଏସନିଉଜ) ମୁଖ୍ୟମନ୍ତ୍ରୀ ମୋହନଚରଣମାଝୀଙ୍କୁ ବାଲିଯାତ୍ରାର ଶୁଭାରମ୍ଭ ଅବସରରେ ନିମନ୍ତ୍ରଣପତ୍ର ପ୍ରଦାନ କରିଛନ୍ତି କଟକ ଜିଲ୍ଲାପାଳ ତଥା ଜିଲ୍ଲାମାଜିଷ୍ଟ୍ରେଟ ଦତ୍ତାତ୍ରୟ ଭାଉସାହେବ ଶିନ୍ଦେ।ଚଳିତମାସ ନଭେମ୍ବର ୧୫ତାରିଖରୁ ୨୨ତାରିଖପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଯାଉଛି କଟକ ଐତିହାସିକବାଲିଯାତ୍ରା ।ଏଥିସହ ଜିଲ୍ଲାପାଳ ଶ୍ରୀ ଶିନ୍ଦେ ଓଡ଼ିଶାର ମୁଖ୍ୟ ଶାସନସଚିବ ମନୋଜ ଆହୁଜା ଓ ଅତିରିକ୍ତ ମୁଖ୍ୟ ଶାସନସଚିବ ଦେଓ ରଞ୍ଜନ ସିଂଙ୍କୁ ମଧ୍ୟ ବାଲିଯାତ୍ରାର ଶୁଭାରମ୍ଭ ଅବସରରେ ନିମନ୍ତ୍ରଣପତ୍ର ପ୍ରଦାନକରିଛନ୍ତି ।

ମୋବସରେ ଲାଗିଲା ଲଗାମ

  ଭୁବନେଶ୍ବର,୬/୧୧(ଏସଏସନିଉଜ) ବେପରୁଆ ଗାଡ଼ି ଚାଳନାକୁ ରୋକିବା ପାଇଁ ମୋବସର ସ୍ପିଡରେ ଲାଗିବ ବ୍ରେକ୍।ମୋବସର ବେଗ ଘଣ୍ଟାପ୍ରତି ୪୦ କିଲୋମିଟର ରହିବା ସହ ପ୍ରତ୍ୟେକଗାଡ଼ିରେ ସ୍ପିଡ୍ ଗଭର୍ଣ୍ଣର ଲଗାଯିବ।ଯେଉଁମାନେ ଏହି ନିୟମ ଉଲ୍ଲଂଘନ କରିବେ ସେମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବବୋଲି ନଗର ଉନ୍ନୟନମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ଘୋଷଣା କରିଛନ୍ତି।ଗାଡ଼ିରେ ସ୍ପିଡ୍ ଗଭର୍ଣ୍ଣର ଲଗାଯିବ ଏବଂ ନିୟମିତ ଯାଞ୍ଚ କରାଯିବ।ଏଥିସହ ଡ୍ରାଇଭିଂ ଲାଇସେନ୍ସ ଯାଞ୍ଚ କରାଯିବ ।ସହରସୀମା ବାହାରେ ଯାତ୍ରା କରୁଥିବାବେଲେ ବସରବେଗ ଘଣ୍ଟାପ୍ରତି ୫୦ […]

ଧାରଣାରେ ବସିଲେ ଆଶାକର୍ମୀ

କଟକ,୬/୧୧(ଏସଏସନିଉଜ)ଦୁଇମାସର ପ୍ରାପ୍ୟ ନପାଇ ଧାରଣାରେ ବସିଛନ୍ତି ଆଶାକର୍ମୀ। କଟକସଦର ଥାନା ଅନ୍ତର୍ଗତ ସିଏମସି ୫୯ନମ୍ବର ଓ୍ବାର୍ଡରେ ଥିବା ବମ୍ପକୁଦ ସହରାଞ୍ଚଳ ସ୍ୱାସ୍ଥ୍ୟକେନ୍ଦ୍ର ଅଧିନରେ କାର୍ଯ୍ଯକରୁଥିବା ୩୩ଜଣ ଆଶାକର୍ମୀ ସେମାନଙ୍କ ଦୁଇମାସର ପ୍ରାପ୍ୟ ପାଇନଥିବାରୁ ଏହାର ପ୍ରତିବାଦରେ ସ୍ବାସ୍ଥ୍ୟକେନ୍ଦ୍ରର ମୁଖ୍ୟ ଫାଟକରେ ତାଲାପକାଇ ଧାରଣାରେ ବସିଥିଲେ।ଦୀର୍ଘ ୨୦୧୬ ମସିହାରୁ ଏହି ସ୍ବାସ୍ଥ୍ୟକେନ୍ଦ୍ରର ଅଧିନରେ ସିଏମସି ୪ଗୋଟି ଓ୍ବାର୍ଡର ଆଶା କର୍ମୀ ବିଭିନ୍ନ ସମୟରେ ଅସୁବିଧାର ସମ୍ମୁଖିନ ହୋଇଆସୁଛନ୍ତି ।ବମ୍ପକୁଦ ସହରାଞ୍ଚଳସ୍ୱାସ୍ଥ୍ୟ କେନ୍ଦ୍ରଟି ପିପି ମୋଡରେ କାର୍ଯ୍ଯ କରୁଥିବାରୁ ସେମାନଙ୍କ […]

ତିନିମାସର ଆଗୁଆ ଚାଉଳ ମିଳିବ- ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୫ା୧୧(ଏସଏସନିଉଜ)ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି ଲୋକସେବା ଭବନରେ ସାଧାରଣ ବଣ୍ଟନ ବ୍ୟବସ୍ଥା ସମ୍ପର୍କରେ ସମୀକ୍ଷା କରି ହିତାଧିକାରୀ ମାନଙ୍କୁ ତିନି ମାସର ଚାଉଳ ଆଗୁଆ ପ୍ରଦାନ କରିବା ପାଇଁ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ଅନୁଯାୟୀ ପ୍ରତ୍ୟେକ ହିତାଧିକାରୀ ତିନି ମାସ (ଅକ୍ଟୋବରରୁ ଡିସେମ୍ବର) ପାଇଁ ୧୫ କିଲୋ ଲେଖାଏ ଚାଉଳ ପାଇବେ । ସୂଚନା ଯୋଗ୍ୟ ଯେ ଏହି ପ୍ରକ୍ରିୟା ଅକ୍ଟୋବର ପହିଲା ଠାରୁ […]

ଅଦିନିଆ ରଥଯାତ୍ରା ବାତିଲ କଲା ଇସ୍କନ୍‌

ଭୁବନେଶ୍ୱର,୫ା୧୧(ଏସଏସନିଉଜ) ଶେଷରେ ଆମେରିକୀୟ ସହର ହ୍ୟୁଷ୍ଟନ୍‌ରେ ଆୟୋଜନ ହେବାକୁ ଥିବା ରଥଯାତ୍ରାକୁ ଇସ୍କନ୍ ପକ୍ଷରୁ ବାତିଲ କରାଯାଇଛି ।ସେଠାରେ କେବଳ ନିତାଇ ସଂକୀର୍ତ୍ତନ ଯାତ୍ରାର ଆୟୋଜନ ହେବ। ଇସ୍କନର ବିଦେଶରେ ଅଦିନିଆ ରଥଯାତ୍ରାର ଆୟୋଜନ ନେଇ ଗଜପତି ଦିବ୍ୟସିଂହ ଦେବ କଡ଼ା ଆଭିମୁଖ୍ୟ ପ୍ରଦର୍ଶନ କରିବାସହ ସାମ୍ବାଦିକ ସମ୍ମିଳନୀରେ କହିଥିଲେ, ଅନ୍ୟ ଧର୍ମରେ ଏଭଳି କରାଯାଇଥିଲେ, ତାକୁ ସହ୍ୟ କରାଯାଇନଥାନ୍ତା। ଯଦି ବୈଠକରେ ଅଦିନିଆ ରଥଯାତ୍ରାର ଆୟୋଜକ ମାନିଗଲେ ଭଲ କଥା, ନହେଲେ ଆଇନଗତ ବିକଳ୍ପ ରହିଛି […]

ନନ୍ଦନକାନନ ଏକ୍ସପ୍ରେସ ଉପରକୁ ଗୁଳିମାଡ଼

ଭୁବନେଶ୍ୱର,୫/୧୧(ଏସଏସନିଉଜ)ଆଜି ସକାଳ ସା୍ଢ଼େ ୯ଟାରୁ ୧୦ଟା ଭିତରେ ନୂଆଦିଲ୍ଲୀରୁ ପୁରୀ ଅଭିମୁଖେ ଆସୁଥିବା ନନ୍ଦନକାନନ ଏକ୍ସପ୍ରେସଟ୍ରେନ ଉପରକୁ ଭଦ୍ରକ-ବାଉଦପୁର ସେକସନ୍ ମଝିରେ ଏହି ଗୁଳିମାଡ଼ ହୋଇଥିବା ଜଣାଯାଇଛି। ଜିଆରପି ପୁଲିସ ଘଟଣାର ଛାନଭିନ୍ କରୁଛନ୍ତି। କିଏ ଗୁଳିମାଡ଼ କରିଛି, କାହିଁକି କରିଛି ତାହା ସ୍ପଷ୍ଟ ହୋଇପାରିନି। ଟ୍ରେନରେ ଥିବା ଗାର୍ଡ ଅଭିଯୋଗ କରିବା ପରେ ଭଦ୍ରକ ଷ୍ଟେସନ ମ୍ୟାନେଜର ପୁଲିସକୁ ସୂଚନା ଦେଇଥିଲେ।

ଆଜି ଆମେରିକା ଭୋଟ୍‌

ଭୁବନେଶ୍ୱର,୫/୧୧(ଏସଏସନିଉଜ)ଆଜି ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ ପାଇଁ ମତଦାନ।୫୦ ରାଜ୍ୟରେ ହେବ ରାଷ୍ଟ୍ରପତି ନିର୍ବାଚନ ପାଇଁ ମତଦାନ।ଡୋନାଲ୍ଡ ଟ୍ରମ୍ପ ଓ କମଳା ହାରିସଙ୍କ ମଧ୍ୟରେ ଲଢ଼େଇ।ଜାନୁଆରୀ ୨୦ରେ ଶପଥ ନେବେ ନୂଆ ରାଷ୍ଟ୍ରପତି।

ଆସିଲା ବାତ୍ୟା ‘ଦାନା’ର କ୍ଷୟକ୍ଷତି ରିପୋର୍ଟ

ଭୁବନେଶ୍ୱର,୫/୧୧(ଏସଏସନିଉଜ)ଏଥର ବାତ୍ୟାରେ ୬ଶହକୋଟି ଟଙ୍କାର କ୍ଷୟକ୍ଷତି ହୋଇଛି । ବାତ୍ୟା ଦାନାର କ୍ଷୟକ୍ଷତି ରିପୋର୍ଟ ସମ୍ପର୍କରେ ସୂଚନା ଦେଇ ରାଜସ୍ୱ ମନ୍ତ୍ରୀ କହିଛନ୍ତି ୧୪ ଜିଲ୍ଲା କ୍ଷତିଗ୍ରସ୍ତ ହୋଇଛି। ଏହି ସବୁ ଜିଲ୍ଲାରେ ୬୦୦ କୋଟି ଟଙ୍କାର କ୍ଷୟକ୍ଷତି ହୋଇଛି। ୧୬୬ ବ୍ଲକରେ କ୍ଷତି ହୋଇଥିବା ବେଳେ ୧୧ ହଜାର ୬୩୭ ଗାଁ ପ୍ରଭାବିତ ହୋଇଛନ୍ତି।ବାତ୍ୟାରେ ୧୬ ହଜାର ୪୧୬ ଘର ଭାଙ୍ଗିଛି। ସେଥି ମଧ୍ୟରୁ ୨୭ଟି କଚ୍ଚା ଘର ଭାଙ୍ଗିଥିବା ବେଳେ ୧୪ ହଜାର ୬୮୦ […]

ନଭେମ୍ବର ୨୧ରୁ ଧାନକିଣା

ଭୁବନେଶ୍ୱର,୫/୧୧(ଏସଏସନିଉଜ)ବରଗଡ଼ ଜିଲ୍ଲାରୁ ଆରମ୍ଭ ହେବ ଖରିଫ ଧାନକିଣା।କୁଇଣ୍ଟାଲ ୩୧୦୦ ଟଙ୍କାରେ ଧାନ କିଣିବେ ସରକାର।MSP ୨୩୦୦ ଟଙ୍କା ସହ ୮୦୦ ଟଙ୍କାର ଇନ୍‌ପୁଟ ସହାୟତା ମିଳିବ।୪-୫ଟିମଣ୍ଡିକୁ ନେଇ ଜଣେ ସୁପରଭାଇଜର ରହିବେ।ମଣ୍ଡିରୁ ରାଇସମିଲ୍‌ ଯାଏ ଧାନ ଗାଡ଼ିର ଗତିବିଧି ନଜରରେ ରହିବ।

୨୩ପରେ ନୂଆ ପିସିସି ସଭାପତି

ଭୁବନେଶ୍ୱର,୫/୧୧(ଏସଏସନିଉଜ)ପ୍ରଥମ ଦିନର କଂଗ୍ରେସର ପିସିସି ସଭାପତି ଚୟନବୈଠକ ଶେଷ ହୋଈଛି।ନଭେମ୍ବର ୨୩ପରେ ଆସିବ ନୂଆ ସଭାପତିଙ୍କ ନାଁ।ଜିଳ୍ଲାସଭାପତିମାନଙ୍କ ମତ ନେବେ ୨ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ।ତେବେ ନୂଆ ପିସିସି ସଭାପତିଙ୍କ ପାଇପଞ୍ଚାୟତ ଓ ମହାନଗର ନିର୍ବାଚନ ଜିତାଇବା ହେବ ପ୍ରମୁଖ ଭୂମିକା ବୋଲି ଜଣାପଡିଛି।