ମେଣ୍ଢାଶାଳରେ ଅପରାଜିତାଙ୍କ ରୋଡସୋ
ମେଣ୍ଢାଶାଳ ୨୦।୪(ଏସଏସନିଉଜ) ଭୁବନେଶ୍ୱର ଉପକଣ୍ଠ ମେଣ୍ଢାଶାଳଗାଁରେ ବିଜେପି ତରଫରୁ ଏକ ରୋଡ ସୋ କରାଯାଇଥିଲା ।ମେଣ୍ଢାଶାଳ ଡାକ୍ତରଖାନା ଛକରୁ ରୋଡ ସୋରେ ଚଳିତ ନିର୍ବାଚନରେ ପ୍ରତିଦ୍ବନ୍ଦିତା କରୁଥିବା ସାଂସଦ ପାର୍ଥୀ ଅପରାଜିତା ଷଡ଼ଙ୍ଗୀ ଓ ବିଧାୟକପାର୍ଥୀ ବିଶ୍ୱରଂଜନ ବଡ଼ଜେନାଙ୍କୁ ଜିଲ୍ଲାର ବହୁ ବିଜେପିକର୍ମୀ ଏକ ଶୋଭାଯାତ୍ରାରେ ନେଇଥିଲେ । ଶୋଭାଯାତ୍ରା ମେଣ୍ଢାଶାଳ ଗାଁର ସମସ୍ତୱାର୍ଡ଼ ପରିକ୍ରମା କରିଥିଲା। ଶୋଭାଯାତ୍ରାରେ ଦୁଇହଜାରରୁ ଉର୍ଦ୍ଧ ମହିଳା ଓ ପୁରୁଷ, ଯୁବକମାନେ ହାତରେ ବିଜେପି ପତାକା ଧରି ଗ୍ରାମ ପରିକ୍ରମା କରିଥିଲେ […]