Browsing category

ମହାନଗର

ଭୁବନେଶ୍ୱରରେ ପହଁଚିଲେ ରାଜନାଥ ସିଂହ

ଭୁବନେଶ୍ୱର,୧୧।୬(ଏସଏସନିଉଜ)ବିଜେପିରେ କିଏ ହେବେ ମୁଖ୍ୟମନ୍ତ୍ରୀ ଯାହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି।ପୁଣି ୧୨ତାରିଖରେ ନୂଆ ମୁଖ୍ୟମନ୍ତ୍ରୀ ଶପଥ ନେବାପାଇଁ ଜନତା ମଇଦାନରେ ପ୍ରସ୍ତୁତିପର୍ବ ଆରମ୍ଭ ହୋଇଯାଇଛି।ନୂଆ ମୁଖ୍ୟମନ୍ତ୍ରୀ ବାଛିବାପାଇ ଓଡିଶାରେ ପହଁଚିଛନ୍ତି କେନ୍ଦ୍ରମନ୍ତ୍ରୀ ତଥା ପର୍ଯ୍ୟବେକ୍ଷକ ରାଜନାଥସିଂ ଓ ଭୂପିନ୍ଦର ଯାଦବ। ଅପରାହ୍ଣରେ ବିଧାୟକଦଳ ବୈଠକରେ ନେତା ବାଛିବା ନେଇ ବିଜୟୀ ବିଧାୟକଙ୍କ ସହ ଆଲୋଚନା କରି ସାଢେ ୪ଟାରେ ବିଜେପି ରାଜ୍ୟ କାର୍ଯ୍ୟାଳୟରେ ବୈଠକ ବସିବ । ପାର୍ଟିକାର୍ଯ୍ୟାଳୟରେ ବିଜୟୀ ବିଧାୟକ, ବରିଷ୍ଠ ନେତା ପହଂଚିବାକୁ […]

ମୋଦିଙ୍କ ତୃତୀୟ ଇନିଂସ ଆରମ୍ଭ

ଭୁବନେଶ୍ୱର,୯ା୬(ଏସଏସନିଉଜ) ପ୍ରଥମଥର ପାଇଁ କ୍ରମାଗତ ଭାବେ ତୃତୀୟ ଥର ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ନରେନ୍ଦ୍ର ମୋଦି । ଦୁଇପାଳିରେ ବିଜେପି ଏକକ ବହୁମତ ହାସଲ କରିଥିଲେ ବି ଏଥର ଏନଡିଏ ମେଣ୍ଟ ସହଯୋଗୀଙ୍କ ଭରସାରେ ସରକାର ଗଠନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ରାଷ୍ଟ୍ରପତି ଭବନରେ ଆଜି ମୋଦୀ ୩.୦ କ୍ୟାବିନେଟର ମୋଟ ୭୧ ଜଣ ମନ୍ତ୍ରୀ ଶପଥ ଗ୍ରହଣ କରୁଛନ୍ତି । କ୍ୟାବିନେଟ ମନ୍ତ୍ରୀଭାବେ ଦ୍ୱିତୀୟ ସ୍ଥାନରେ ରାଜନାଥ ସିଂହ ,ତୃତୀୟ ସ୍ଥାନରେ […]

୧୨ରେ ଭୁବନେଶ୍ବରରେ ପ୍ରଧାନମନ୍ତ୍ରୀଙ୍କ ରୋଡ୍‌ ସୋ’

ଭୁବନେଶ୍ୱର,୯।୬(ଏସଏସନିଉଜ)ଆସନ୍ତା ୧୨ ତାରିଖ ବୁଧବାର ସଂଧ୍ୟାରେ ଭୁବନେଶ୍ବର ରେ ରୋଡ୍‌ ସୋ’ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି l ଜୟଦେବ ବିହାରରୁ ଜନତା ମଇଦାନ ପର୍ଯ୍ୟନ୍ତ ରୋଡ୍‌ ସୋ’ କରିବେ lରୋଡ୍‌ ସୋ’ କରି ନୂଆ ମୁଖ୍ୟମନ୍ତ୍ରୀଙ୍କ ଶପଥ ସମାରୋହ କୁ ଆସିବେ ବୋଲି ଜଣାପଡିଛି ।

ପଦ୍ମଧରିବେ ସ୍ୱାଧୀନ ବିଧାୟକ

ଭୁବନେଶ୍ୱର,୯।୬(ଏସଏସନିଉଜ)ବଡ଼ମ୍ବା ନିର୍ବାଚନ ମଣ୍ଡଳୀର ସ୍ୱାଧୀନବିଧାୟକ ବିଜୟ କୁମାର ଦଳବହେରା ବିଜେପିରେ ସାମିଲହେବେ । ସେ ଆଗରୁ ବିଜେପିରେ ଥିଲେ କିନ୍ତୁ ଟିକେଟ ନ ମିଳିବାରୁ ସ୍ବାଧୀନରେ ନିର୍ବାଚନଲଢ଼ି ବିଜୟୀ ହୋଇଛନ୍ତି । ଚଳିତ ନିର୍ବାଚନରେ ବିଜେଡିର ହେଭିୱେଟ ନେତା ଦେବୀ ପ୍ରସାଦମିଶ୍ରଙ୍କୁ ପରାସ୍ତ କରିଥିଲେ । ଖୁବଶୀଘ୍ର ବିଜୟଙ୍କର ଘର ବାହୁଡ଼ା ହେବ ବୋଲି କୁହାଯାଉଛି ।ବିଜୟ ମିଶିବାପରେ ବିଧାନସଭାରେ ଭାଜପାର ମୋଟ ସଦସ୍ୟ ସଂଖ୍ୟା ୮୦କୁ ବୃଦ୍ଧି ପାଇବ ।

ରାଜନୀତିରୁ ଅବସରନେଲେ ଭିକେ ପାଣ୍ଡିଆନ

ଭୁବନେଶ୍ୱର,୯।୬(ଏସଏସନିଉଜ) ଏକ ଭିଡିଓ ବାର୍ତ୍ତ ଜରିଆରେ ସକ୍ରିୟ ରାଜନୀତିରୁ ଅବସର ନେଇ ଘୋଷଣା କରିଛନ୍ତି ଭିକେ ପାଣ୍ଡିଆନ।ରାଜନୀତି ଛାଡ଼ିବା ସହ ଦଳୀୟ କର୍ମୀଙ୍କ ନିକଟରେ କ୍ଷମା ପ୍ରାର୍ଥନା କରିଛନ୍ତି।ଯଦି ନବୀନ ପଟ୍ଟନାୟକ ଷଷ୍ଠଥର ପାଇଁ ମୁଖ୍ୟମନ୍ତ୍ରୀ ନହେବେ ତେବେ ସେ ରାଜନୀତିରୁ ସନ୍ୟାସ ନେବାନେଇ ନିର୍ବାଚନ ପ୍ରଚାର ସମୟରେ ଏକ ସଭାରେ ଘୋଷଣା କରିଥିଲେ ।ତେବେ ଚଳିତ ନିର୍ବାଚନରେ ବିଜେଡିର ଶୋଚନୀୟ ପରାଜୟ ପରେ ଆଜି ଏକ ଭିଡିଓ ଜାରି କରି ରାଜନୀତିରୁ ଅବସର ଘୋଷଣା କଲେ […]

ରାଜନୀତିରୁ ଅବସରନେଲେ ଅଚ୍ୟୁତସାମନ୍ତ

  ଭୁବନେଶ୍ବର,୯।୬(ଏସଏସନିଉଜ)ବିଜୁଜନତା ଦଳର ଅନ୍ୟତମନେତା ତଥା କନ୍ଧମାଳ ସାଂସଦ ଅଚ୍ୟୁତସାମନ୍ତ ପ୍ରତ୍ୟକ୍ଷ ରାଜନୀତିରୁ ଓହରି ଯାଇଥିବା ନେଇ ଆଜି ଘୋଷଣା କରିଛନ୍ତି ।ଗତକାଲି ନବୀନନିବାସରେ ବିଜୁ ଜନତାଦଳ ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନପଟ୍ଟନାୟକ ଙ୍କୁ ଭେଟି ଏ ସମ୍ପର୍କରେ ନିଜର ଇଚ୍ଛା ବ୍ୟକ୍ତ କରିଥିଲେ। ଏହା ସହ ଉଭୟ ରାଜ୍ୟସଭା ଓ ଲୋକସଭାପାଇଁ ତାଙ୍କୁ ସୁଯୋଗ ଦେଇଥିବାରୁ ସାମନ୍ତ ନବୀନ ପଟ୍ଟନାୟକଙ୍କୁ କୃତଜ୍ଞତା ଜଣାଇଥିଲେ।ଦୀର୍ଘ ୩୨ବର୍ଷ ଧରି ସେ ଜାରି ରଖିଥିବା ସମାଜସେବା ପୂର୍ବବତ ଜାରି ରହିବ […]

୧୨ଜୁନ୍‌ରେ ନୂଆ ମୁଖ୍ୟମନ୍ତ୍ରୀଙ୍କ ଶପଥ !

ଭୁବନେଶ୍ବର,୯।୬(ଏସଏସନିଉଜ)ବିଧାନସଭା ନିର୍ବାଚନରେ ଓଡ଼ିଶାରେ ସଂଖ୍ୟାଗରିଷ୍ଠତା ହାସଲ କରି ବିଜେପି ସରକାର ଗଠନ କରିବାକୁ ଯାଉଛି। ଏଥିନିମନ୍ତେ ଜୁନ୍ ୧୦ରେ ଓଡ଼ିଶାର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଜନତା ମଇଦାନରେ ଶପଥଗ୍ରହଣ ସମାବେଶ ପାଇଁ ପ୍ରସ୍ତୁତି ମଧ୍ୟ ଆରମ୍ଭ ହୋଇ ଯାଇଥିଲା।କିନ୍ତୁ ଏଥିରେ ପରିବର୍ତ୍ତନ କରାଯାଇଥିବାର ଚର୍ଚ୍ଚା ଆରମ୍ଭ ହୋଇଯାଇଛି।୧୦ବଦଳରେ ୧୨ରେ ନୂଆ ମୁଖ୍ୟମନ୍ତ୍ରୀ ଶପଥ ନେବେ ବୋଲି କୁହାଯାଉଛି। ଅନ୍ୟପଟେ ରାଜ୍ୟ କାର୍ଯ୍ୟାଳୟରେ ଶପଥ ଗ୍ରହଣ ଉତ୍ସବର ପ୍ରସ୍ତୁତି ବୈଠକ ଚାଲିଥିବାବେଳେ କିଏ ମୁଖ୍ୟମନ୍ତ୍ରୀ ହେବେ ସେନେଇ କିଛି […]

ଓଡ଼ିଶା ଛୁଇଁଲା ମୌସୁମୀ

ଭୁବନେଶ୍ୱର,୮।୬(ଏସଏସନିଉଜ) ଆଜି ଓଡ଼ିଶା ଛୁଇଁଛି ଦକ୍ଷିଣପଶ୍ଚିମ ମୌସୁମୀବାୟୁ। ସ୍ୱାଭାବିକ ସମୟର ୪ଦିନପୂର୍ବରୁ ମୌସୁମୀ ଆସି ପହଂଚିଥିବ| ନେଇ ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗକେନ୍ଦ୍ର ପକ୍ଷରୁ ଟ୍ୱିଟ୍ କରି ସୂଚନା ଦିଆଯାଇଛି।ପାଣିପାଗ କେନ୍ଦ୍ରର ସୂଚନା ଅନୁସାରେ, ଆଜି ଦକ୍ଷିଣ ଓଡ଼ିଶାର କିଛି ଅଞ୍ଚଳରେ ମୌସୁମୀ ବାୟୁ ପ୍ରବେଶ କରିଛି।ମାଲକାନଗିରିର ଅଧିକାଂଶ ଅଞ୍ଚଳରେ ମୌସୁମୀ ସକ୍ରିୟ ରହିଛି।କିଛିଦିନ ମଧ୍ୟରେ ସାରା ଓଡ଼ିଶାକୁ ଏହା ଛୁଇଁବ ।ଏନେଇ ପାଣିପାଗ କେନ୍ଦ୍ର ପକ୍ଷରୁ ଆକଳନ କରାଯାଇଛି।ଗତକାଲି ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳବର୍ଷା ହୋଇଛି।ଯାଜପୁର, ମାଲକାନଗିରି,ନୟାଗଡ଼,ଭଦ୍ରକ,ଢେଙ୍କାନାଳ, […]

ପୁଣି ମୋ ବସ୍ ଦୁର୍ଘଟଣାଗ୍ରସ୍ତ

ଭୁବନେଶ୍ବର,୮ା୬(ଏସଏସନିଉଜ) ମୋ ବସ୍ ଦୁର୍ଘଟଣାଗ୍ରସ୍ତ ହେବା ନୂଆ କଥା ହୋଇନଥିବାବେଳେ ଆଜି ଅପରାହ୍‌ଣରେ କଟକ ତେଲେଙ୍ଗାପେଣ୍ଠ ନିକଟରେ ମୋ ବସ୍ ଦୁର୍ଘଟଣାଗ୍ରସ୍ଥ ହୋଇଛି । ୧୬ ନମ୍ବର ଜାତୀୟ ରାଜପଥରେ ମୋ ବସ୍‌କୁ ଦୁଇଟି ଦ୍ରୁତଗାମୀ ଟ୍ରକ୍ ଧକ୍କା ଦେଇଛି।ଯାହାଫଳରେ ୨୦ ଜଣ ଯାତ୍ରୀ ଆହତ ହୋଇଥିବା ଜଣାଯାଇଛି। ଆହତ ଯାତ୍ରୀମାନଙ୍କୁ ଉଦ୍ଧାର କରାଯାଇ କଟକ ବଡ଼ଡ଼ାକ୍ତରଖାନାରେ ଭର୍ତ୍ତି କରାଯାଇଛି।  

ପୁଣି ଚମକିଲା ପୁରୀ ଶ୍ରୀମନ୍ଦିର

ପୁରୀ, ୮ା୬(ଏସଏସନିଉଜ) ୪ ତାରିଖ ସନ୍ଧ୍ୟାରେ ରାଜ୍ୟର ସାଧାରଣ ନିର୍ବାଚନ ଆସିବା ପରେ ଅନ୍ଧାରରେ ଥିବା ବିଶ୍ବ ପ୍ରସିଦ୍ଧ ଶ୍ରୀମନ୍ଦିରର ବାହାର ପାର୍ଶ୍ବ ଆଜି ପୁଣି ସଂଧ୍ୟା ପରଠାରୁ ଆଲୋକମାଳାରେ ପୁଣି ଝଲସିବାରେ ଆରମ୍ଭ କରିଛି । ଶ୍ରୀମନ୍ଦିର ଆଲୋକମାଳାରେ ଝଲିସିବା ପରେ ଶ୍ରଦ୍ଧାଳୁ, ସେବାୟତ, ପୁରୀବାସୀଙ୍କ ମନରେ ଖୁସିର ଲହରି ଖେଳିଯାଇଛି।ମନ୍ଦିର ବାହାର ପାର୍ଶ୍ବରୁ ଲାଇଟ୍ କାଢ଼ି ଦିଆଯିବା ଘଟଣା ବେଶ ଚର୍ଚ୍ଚାରେ ରହିଥିଲା ।ଏହା ପରେ ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା […]