Browsing category

ମହାନଗର

ହାତ ଛାଡ଼ିଲେ ପୂର୍ବତନ ବିଧାୟକ

କେନ୍ଦ୍ରାପଡ଼ା ,୧୪ା୨(ଏସଏସନିଉଜ) ରାଜନଗରର ପୂର୍ବତନ ବିଧାୟକ ତଥା ଜିଲ୍ଲା କଂଗ୍ରେସ କମିଟି ସଭାପତି ଅଂଶୁମାନ ମହାନ୍ତି ଶେଷରେ ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେବାସହ ତାଙ୍କର ଇସ୍ତଫା ପତ୍ର ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ନିକଟକୁ ପଠାଇଛନ୍ତି। ପୂର୍ବତନମନ୍ତ୍ରୀ ନଳିନୀକାନ୍ତ ମହାନ୍ତିଙ୍କ ସୁପୁତ୍ର ଅଂଶୁମାନମହାନ୍ତି ୨୦୧୪ରୁ ୨୦୧୯ ଯାଏ କଂଗ୍ରେସ ଟିକେଟରେ ବିଧାନସଭାକୁ ନିର୍ବାଚିତ ହୋଇଥଲେ।ଗତକିଛିମାସ ତଳେ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ତା ଅଂଶୁମାନଙ୍କ ଗାଁରେ ପହଁଚି ନଳିନୀ ବାବୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରି […]

ନୂଆଦାୟିତ୍ୱ ପାଇଲେ ସଂତୃପ୍ତ ମିଶ୍ର

ଭୁବନେଶ୍ୱର,୯ା୨(ଏସଏସନିଉଜ) ବିଜେଡିରେ ଯୋଗଦେଇଛନ୍ତି ଆଦିତ୍ୟବିର୍ଲା ଗ୍ରୁପର ପୂର୍ବତନ ମାନବସମ୍ବଳ ନିର୍ଦ୍ଦେଶକ ସଂତୃପ୍ତ ମିଶ୍ର। ଆଜି ନବୀନନିବାସ ଯାଇ ସେ ବିଜେଡିରେ ସାମିଲ ହୋଇଛନ୍ତି।ଦଳରେ ସାମିଲହେବାପରେ ତାଙ୍କୁ ବିଜେଡିର ଜାତୀୟ ମୁଖପାତ୍ର ଭାବେ ଦାୟିତ୍ୱ ମିଳିଛି । ବିଜେଡିରେ ମିଶିବା ପରେ ସଂତୃପ୍ତଙ୍କ ପ୍ରତିକ୍ରିୟାରେ କହଛନ୍ତି ଓଡ଼ିଶା ପାଇଁ କିଛି କରିବାର ସ୍ୱପ୍ନ ଥିଲା ।ଓଡ଼ିଶା ପାଇଁ କାମ କରିବା ଭାଗ୍ୟର କଥା ।ମୁଖ୍ୟମନ୍ତ୍ରୀଙ୍କ ବିଶ୍ୱାସ ମୋ ପାଇଁ ପ୍ରେରଣା ଓ ମୁଖ୍ୟମନ୍ତ୍ରୀଙ୍କ ଦୂରଦୃଷ୍ଟି ଆକୃଷ୍ଟ କରିଛି ବୋଲି […]

ବିଜେଡ଼ିକୁ ଟପିବ ବିଜେପି:-ସର୍ଭେ

ଭୁବନେଶ୍ୱର,୭।୨(ଏସଏସନିଉଜ)ଟାଇମ୍ସ ନାଓ ସର୍ଭେରେ ଓଡ଼ିଶାରେ ବିଜେଡିକୁ ଟପିବ ବିଜେପି ବୋଲି ଆକଳନ କରାଯାଇଛି।ଲୋକସଭାରେ ବିଜେଡିକୁ ୯ ଓ ବିଜେପିକୁ ୧୧ସିଟର ଆକଳନ କରାଯାଇଛି।କଂଗ୍ରେସର ସଫଳତା କେବଳ ଗୋଟିଏ ସିଟ୍‌ରେ ସୀମିତ ବୋଲି ଆକଳନରେ ଜଣାପଡିଛି। ଲୋକସଭାରେ ବିଜେଡିକୁ ୪୦.୪% ଓ ବିଜେପିକୁ ୪୪.୮% ଭୋଟ୍‌ ଓକଂଗ୍ରେସକୁ ୯.୬% ଓ ଅନ୍ୟାନ୍ୟ ଦଳକୁ ୫.୨% ଭୋଟ ସମ୍ଭାବନା ରହିଛି।ବିଧାନ ସଭାରେ ବିଜେଡ଼ି ଏକକ ବୃହତ୍ତମ ଓ ୨ୟରେ ରହିବ ବିଜେପି ବୋଲି ସର୍ଭେରୁ ଜଣାପଡିଛି।

ହାଇକୋର୍ଟରେ ବାଲିଘାଟ ମାମଲାର ଶୁଣାଣୀ ଶେଷ

ଭୁବନେଶ୍ୱର,୬ା୨(ଏସଏସନିଉଜ) ହାଇକୋର୍ଟରେ ବାଲିଘାଟ ମାମଲାର ଶୁଣାଣୀ ଶେଷ ହୋଇଛି ।ସକାଳ ୭ଟା ରୁ ରାତି ୯ଟା ଯାଏଁ ବାଲି ବୋଝେଇ ଗାଡ଼ି ଯା ଆସ କରିପାରିବ ନାହିାଁମେସିନ୍ ଦ୍ଵାରା ବାଲି ଖନନ ପ୍ରକ୍ରିୟା ହୋଇପାରିବ ନାହିାଁବାଲିଘାଟ ନିୟମ ଖୁଲାପକାରୀଙ୍କ ବିରୁଦ୍ଧରେ କଠୋର କାର‌୍ୟ୍ୟାନୁଷ୍ଠାନ ନେବାକୁ ହାଇକୋର୍ଟ ଦେଇଛନ୍ତି ନିର୍ଦ୍ଦେଶାପ୍ରଦୂଷଣ ଓ ରାଜସ୍ବ ହାନି ରୋକିବା ନେଇ କଣ ବ୍ୟବସ୍ଥା ଗ୍ରହଣ କରାଯାଇଛି ,ସେନେଇ ହାଇକୋର୍ଟରେ ସତ୍ୟପାଠ ଦାଖଲ କରିଛନ୍ତି ସରକାର ।ଏହି ନିୟମ ଆସନ୍ତା କାଲିଠାରୁ କଡାକଡି […]

ଆରମ୍ଭ ହେଲା ପ୍ରେମ ସପ୍ତାହ

ଭୁବନେଶ୍ୱର,୭ା୨(ଏସଏସନିଉଜ) ଆରମ୍ଭ ହୋଇଛି ଭାଲେଣ୍ଟାଇନ୍ ଓ୍ବିକ୍। ଫେବୃଆରୀ ୭ରୁ ଆରମ୍ଭ ହୋଇ ୧୪ ଯାଏ ପ୍ରେମୀଯୁଗଳମାନେ ଏହି ସପ୍ତାହକୁ ପାଳନ କରିବେ । ପ୍ରେମିଯୁଗଳମାନେ ପ୍ରଥମ ଦିବସକୁ ରୋଜଡେ’ ଭାବେ ପାଳନ କରିଥାନ୍ତି। ଏହାକୁ ପାଳନକରିବା ପଛରେ ରହିଛି ଏକ ଇତିହାସ। ମୋଗଲର ବେଗମଙ୍କୁ ଲାଲ ଗୋଲାପ ବହୁତ ପସନ୍ଦ ଥିଲା। ଆଉ ତାଙ୍କୁ ଖୁସି କରିବା ପାଇଁ ତାଙ୍କ ପତି ପ୍ରତିଦିନ ମହଲକୁ ଲାଲ ଗୋଲାପ ପଠାଇଥାନ୍ତି। ଆଉ ନିଜର ପ୍ରେମକୁ ଗୋଲାପ ମାଧ୍ୟମରେ ସେ […]

ଶପଥନେଲେ ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି

ଭୁବନେଶ୍ୱର,୭ା୨(ଏସଏସନିଉଜ) ଆଜି ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ଶପଥ ନେଲେ ଜଷ୍ଟିସ ଚକ୍ରଧାରୀ ଶରଣ ସିଂ। ରାଜ୍ୟପାଳ ରଘୁବର ଦାସ କରାଇଲେ ଶପଥ ପାଠାଦିନ ୧୦ଟାରେ ରାଜ୍ୟପାଳ ରଘୁବର ଦାସ ତାଙ୍କୁ ଆଜି ଶପଥ ପାଠ କରାଇଛନ୍ତି । ମୁଖ୍ୟ ଶାସନସଚିବ , ପୋଲିସ ଡିଜିଙ୍କ ସହ ବହୁ ବରିଷ୍ଠ ଅଧିକାରୀ ଶପଥଉସ୍ବସମାରୋହରେ ସାମିଲହୋଇଥିଲେ ।ପାଟନା ହାଇକୋର୍ଟର ବିଚାରପତି ଦାୟିତ୍ୱ ତୁଳାଇବା ପରେ ଓଡିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ଜଷ୍ଟିସ ଚକ୍ରଧାରୀ ଶରନ ସିଂହଙ୍କୁ […]

ପରୀକୁ ମିଳିଲା ନ୍ୟାୟ

ଭୁବନେଶ୍ୱର,୬ା୨(ଏସଏସନିଉଜ) ପରୀକୁ ମିଳିଲା ନ୍ୟାୟ। ବହୁଚର୍ଚ୍ଚିତ ପରୀ ଦୁଷ୍କର୍ମ ହତ୍ୟା ମାମଲାର ରାୟ ପ୍ରକାଶ ପାଇଛି। ନୟାଗଡ଼ ଚିଲ୍‌ଡ୍ରେନ୍‌ସ କୋର୍ଟରେ ଦୋଷୀକୁ ୨୦ ବର୍ଷ ସଶ୍ରମ କାରାଦଣ୍ଡା ମିଳିଛି। ଏଥି ସହିତ ଅଦାଲତ ଦୋଷୀକୁ ୬ ହଜାର ଟଙ୍କା ଦଣ୍ଡାଦେଶ ଦେଇଛନ୍ତି। ସରକାରୀ ଓକିଲ କହିଛନ୍ତି ଦୋଷୀ ନାବାଳକ ଥିଲା। ଯଦି ସେ ସାବାଳକ ଥାଆନ୍ତା, ତାହେଲେ ମୃତ୍ୟୁଦଣ୍ଡ ମିଳିଥାନ୍ତା।ଉଲ୍ଲେଖଯୋଗ୍ୟ,୨୦୨୦ ଜୁଲାଇ ୧୪ ତାରିଖରେ ବର୍ଷ ବୟସର ଶିଶୁକନ୍ୟା ପରୀ ଗାଁ ଦାଣ୍ଡରେ ଖେଳୁଥିଲା। କୋର୍ଟରେ ଦୋ‌ଷୀ […]

କଳାକାର ଯୋଜନାରେ ସାମିଲ ହେବେ ଆଉ ତିରିଶହାଜର

ଭୁବନେଶ୍ୱର,୬ା୨(ଏସଏସନିଉଜ)ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ କଳାକାର ସହାୟତା ଯୋଜନାରେ ଆଉ ତିରିଶ ହାଜର କଳାକାରଙ୍କୁ ସାମିଲ କରିବାକୁ ନିଷ୍ପତ୍ତି ନେଇଛନ୍ତି ।ଏହା ଓଡ଼ିଆଭାଷା, ସାହିତ୍ୟ ଓ ସଂସ୍କୃତିବିଭାଗର ଏକ ପ୍ରମୁଖ ଯୋଜନା ।5Tଅଧ୍ୟକ୍ଷଙ୍କ ଜିଲ୍ଲାଗସ୍ତ ସମୟରେ ଏହି ଯୋଜନାରେ ଅଧିକ କଳାକାରଙ୍କୁ ସାମିଲ କରିବା ପାଇଁ କଳାକାର ଓ ସେମାନଙ୍କର ସଂଗଠନ ଅନୁରୋଧ କରି ପ୍ରସ୍ତାବ ଦେଇଥିଲେ । ମୁଖ୍ୟମନ୍ତ୍ରୀ ଏହାପରେ ଏହି ଯୋଜନାରେ ହିତାଧିକାରୀଙ୍କ ସଂଖ୍ୟା ବୃଦ୍ଧି କରିବା ପାଇଁ ନିଷ୍ପତି ନେଇ […]

୧୬ ରେ ଚନ୍ଦ୍ରଭାଗାବୁଡ଼

ଭୁବନେଶ୍ୱର,୬ା୨(ଏସଏସନିଉଜ)୧୬ ତାରିଖରେ ଚନ୍ଦ୍ରଭାଗା ବୁଡ଼ ପାଇଁ ନୀତି ନିର୍ଘଣ୍ଟ ହୋଇଛି । ୧୫ତାରିଖ ଷଷ୍ଠୀ ରାତି ୯ଟା ୫୫ରେ ତିନି ଠାକୁରଙ୍କ ବିମାନ ବିଜେ ହେବେ ।୧୬ ତାରିଖ ଭୋର ୪ଟା ୩୪ରେ ମହାସ୍ନାନ ପାଇଁ ସମୟ ଧାର୍ଯ୍ୟ ହୋଇଛି ।ମହାସ୍ନାନ ପରେ ବୁଡ଼ ପକାଇ ସୂର‌୍ୟ୍ୟୋଦୟ ଦେଖିବେ ଶ୍ରଦ୍ଧାଳୁ ।

ଓଡ଼ିଶାରେ ରାହୁଲ ଗାନ୍ଧି

ଭୁବନେଶ୍ୱର,୬ା୨(ଏସଏସନିଉଜ) ଓଡ଼ିଶାରେ ପହଁଚିଲା ରାହୁଲ ଗାନ୍ଧିଙ୍କ ଭାରତଯୋଡ଼ ନ୍ୟାୟ ଯାତ୍ରା ।ଝାଡ଼ଖଣ୍ଡରୁ ଆସି ବୀରମିତ୍ରପୁରରେ ପହଞ୍ଚିଲେ ରାହୁଲ ଗାନ୍ଧି ।ବୀରମିତ୍ରପୁରରେ ସ୍ୱାଗତ ଜଣାଇଲେ ରାଜ୍ୟ କଂଗ୍ରେସ ନେତା ।ଓଡ଼ିଶାକୁ ଆସି ଆଜି ବହୁତ ଭଲ ଲାଗୁଛି କହିଛନ୍ତି ରାହୁଲ ।ଘୃଣାର ବଜାରରେ ଆପଣମାନେ ପ୍ରେମର ଦୋକାନ ଖୋଲିଲେ ।ଭାରତକୁ ଯୋଡ଼ିବା ମୋର ଏହି ଯାତ୍ରାର ମୂଳ ଉଦ୍ଦେଶ୍ୟ ।ଆଦିବାସୀ, ଦଳିତ, କୃଷକ, ମହିଳାଙ୍କ ପ୍ରତି ଅନ୍ୟାୟ ପ୍ରତିବାଦରେ ଏ ଯାତ୍ରା ।ଆଗାମୀ ୩ ଦିନ ଯାଏଁ ମୁଁ […]