Browsing category

ମହାନଗର

ଡକ୍ଟର ଆମ୍ବେଦକରଙ୍କ ନାମରେ ନାମିତହେବ ବରମୁଣ୍ଡା ବସଷ୍ଟାଣ୍ଡ

ଭୁବନେଶ୍ବର ,୫ା୨(ଏସଏସନିଉଜ)ଭାରତୀୟ ସମ୍ବିଧାନର ଜନକ ତଥା ସାମାଜିକନ୍ୟାୟର ମହାନ୍ ପ୍ରବକ୍ତା ଡକ୍ଟରଆମ୍ବେଦକରଙ୍କ ନାମରେ ନାମିତ ହେବ ଭୁବନେଶ୍ଵର ବରମୁଣ୍ଡାର ନବନିର୍ମିତ ବସଷ୍ଟାଣ୍ଡ । ଆଜି ମୁଖ୍ୟମନ୍ତ୍ରୀ ଶ୍ରୀନବୀନ ପଟନାୟକ ଏହା ପ୍ରକାଶ କରିବା ସହ ଡକ୍ଟର ଆମ୍ବେଦକରଙ୍କ ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ।ଏବେ ବରମୁଣ୍ଡା ବସଷ୍ଟାଣ୍ଡ ବାବାସାହେବ ଭୀମରାଓ ଆମ୍ବେଦକର ବସଟର୍ମିନାଲ ଭାବରେ ପରିଚିତ ହେବ । ମୁଖ୍ୟମନ୍ତ୍ରୀ କହିଛନ୍ତିଯେ, ଡକ୍ଟର ଆମ୍ବେଦକର ଜଣ ଦୂରଦର୍ଶୀନେତା ସମର୍ପିତ ସମାଜ ସଂସ୍କାରକ ଥିଲେ ।ସମାଜର ଦଳିତ […]

ଆଜିଠୁ ବିଧାନସଭାର ବଜେଟ୍ ଅଧିବେଶନ

ଭୁବନେଶ୍ୱର,୫।୨(ଏସଏସନିଉଜ)ଆଜିଠୁ ବିଧାନସଭାର ବଜେଟ୍ ଅଧିବେଶନ ଆରମ୍ଭ ହେବାକୁ ଯାଉଛି।ଦିନ ୧୧ଟାରେ ରାଜ୍ୟପାଳଙ୍କ ଅଭିଭାଷଣରୁ ଗୃହ ଆରମ୍ଭ ହେବାପରେ ମୁଖ୍ୟମନ୍ତ୍ରୀ ଗୃହରେ ଶୋକପ୍ରସ୍ତାବ ରଖିବେ । ଷୋଡଶ ବିଧାନସଭାର ୧୫ତମ ଅଧିବେଶନ ଫେବ୍ରୁଆରୀ ୧୩ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବାବେଳେ ଏଥିରେ ମୋଟ ୭ଟି କାର୍ଯ୍ୟଦିବସ ରହିଛି । ଆସନ୍ତା ୮ ତାରିଖରେ ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ପ୍ରାୟ ୨ ଲକ୍ଷ ୬୦ ହଜାର କୋଟିର କାମଚଳା ବଜେଟକୁ ଗୃହରେ ଆଗତ କରିବେ ଅର୍ଥମନ୍ତ୍ରୀ ବିକ୍ରମ କେଶରୀ […]

ଅର୍ପଣ ଚାଉଳରେ ପ୍ରସ୍ତୁତ ହେଲା ଖେଚୁଡ଼ି

ଗଞ୍ଜାମ,୪ା୨(ଏସଏସନିଉଜ)ଆଜି ପ୍ରଥମଦିନରେ ଗଞ୍ଜାମରୁ ଆସିଥିବା ଅର୍ପଣଚାଉଳରେ ପ୍ରସ୍ତୁତହୋଇଛି ଖେଚୁଡ଼ି।ମହାପ୍ରଭୁଙ୍କୁ ଲାଗି ହେବାପରେ ଶ୍ରୀମନ୍ଦିର ପଶ୍ଚିମ, ଉତ୍ତର ଓ ଦକ୍ଷିଣଦ୍ୱାରରେ ଦର୍ଶନସାରି ଫେରୁଥିବା ଭକ୍ତଙ୍କୁ ବଣ୍ଟାଯାଇଛି ଖେଚୁଡ଼ି। ଶହେଟି କୁଡୁଆରେ ପ୍ରସ୍ତୁତ କରାଯାଇଛି ମହାପ୍ରସାଦ ।ଏହି ପ୍ରସାଦକୁୁ ରାତି ୮ଟା ଯାଏଁ ଭକ୍ତଙ୍କୁ ବଣ୍ଟା ହୋଇଥିଲା ।ପ୍ରତିଦିନ ପ୍ରାୟ ୧୦ ହଜାର ଭକ୍ତଙ୍କୁ ମାଗଣା ପ୍ରସାଦ ବାଣ୍ଟିବାର ବ୍ୟବସ୍ଥା କରାଯାଇଥିବାର ଜଣାଯାଇଛି ।  

୭୫ତମ ସାଧାରଣତନ୍ତ୍ର ଦିବସ ପାଳିତ

ଭୁବନେଶ୍ୱର,୨୬ା୧(ଏସଏସନିଉଜ) କାନନବିହାର-୨ସ୍ଥିତ ଶ୍ରୀଜୟଦେବଶିକ୍ଷାକେନ୍ଦ୍ରରେ ୭୫ ତମ ସାଧାରଣତନ୍ତ୍ରଦିବସ ମହା ଆଡମ୍ବରରେ ପାଳନ ହୋଇଯାଇଛି । ବିଦ୍ୟାଳୟର ସଭାନେତ୍ରୀ ଅନ୍ନପୂର୍ଣ୍ଣା ମିଶ୍ର ଏବଂ ସଂପାଦକ ତଥା ପ୍ରଧାନଆଚାର୍ଯ୍ୟ ପ୍ରଦୀପ କୁମାର ପାଣିଙ୍କ ଉପସ୍ଥିତିରେ ସମ୍ମାନୀତ ଅତିଥିଭାବେ ସମାଜସେବୀ ଜୟପ୍ରକାଶ ମିଶ୍ର ଓ ମୁଖ୍ୟଅତିଥିଭାବେ ରୋଟାରିଆନ ଅବନିକାନ୍ତ ପାଟ୍ଟଯୋଶୀ ଜାତୀୟ ପତାକା ଉତ୍ତୋଳନ କରିଥିଲେ। ସମବେତ ଜାତୀୟ ସଂଗୀତ ଗାନ ପରେ ଅତିଥିଗଣ ପ୍ୟାରେଡରେ ଅଭିବାଦନ ଗ୍ରହଣ କରିଥିଲେ। ସଭାନେତ୍ରୀ ମିଶ୍ର ତାଙ୍କର ଅଭିଭାଷଣରେ ଗଣତନ୍ତ୍ର ଦିବସର ମହତ୍ଵ ପ୍ରତିପାଦନ […]

ଆଇପିଏସ୍ ସ୍ତରରେ ଅଦଳବଦଳ

ଭୁବନେଶ୍ୱର,୨୪।୪(ଏସଏସ ନିଉଜ)ରାଜ୍ୟ ସରକାର ଆଇପିଏସ୍ ସ୍ତରରେ ଅଦଳ ବଦଳ କରିଛନ୍ତ । ଏହି ପ୍ରକ୍ରିୟାରେ ଅଦଳବଦଳ କରିଛନ୍ତି। ଭୁବନେଶ୍ୱର-କଟକ ପୁଲିସ୍ କମିଶନର ଥିବା ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କୁ ଗୁଇନ୍ଦା ନିର୍ଦ୍ଦେଶକ ଭାବେ ବଦଳି କରାଯାଇଛି। ବରିଷ୍ଠ ଆଇପିଏସ୍ ଅଫିସର ସଞ୍ଜୀବ ପଣ୍ଡା ହୋଇଛନ୍ତି ଟ୍ୱିନ୍‌ ସିଟିର ନୂଆ ପୁଲିସ୍ କମିଶନର । ଜାରି ବିଜ୍ଞପ୍ତି ଅନୁସାରେ ୧) ସଞ୍ଜୀବ ପଣ୍ଡା – ଭୁବନେଶ୍ୱର-କଟକ ପୋଲିସ କମିଶନର ୨) ସୌମେନ୍ଦ୍ର ପ୍ରିୟଦର୍ଶୀ – ଗୁଇନ୍ଦା ନିର୍ଦ୍ଦେଶକ ୩)ସନ୍ତୋଷ ବାଲା- ପୋଲିସ […]

କ୍ୟାପିଟାଲରେ ନୂଆଷ୍ଟାଇଲ ନିଶାବେପାର

ଭୁବନେଶ୍ୱର,୧୮।୧(ଏସଏସନିଉଜ)ରାଜଧାନୀର ଛାତି ଉପରେ ବେଧଡକ୍ ଚାଲୁଛି ହ୍ୟାଣ୍ଡମେଡ୍ ଗଞ୍ଜେଇ ସିଗାରେଟର ବେପାର।ଏହାର ମେକର୍ ସାଜିଛନ୍ତି ମହିଳା।ପୁରୁଣାଭୁବନେଶ୍ୱର କପିଳେଶ୍ୱରଅଞ୍ଚଳର ଏମିତି ଜଣେମହିଳାଙ୍କୁ ବାନ୍ଧିଛି ପୋଲିସ। ଯାହାଙ୍କ ନାମ କମଳା ସାହୁ ।ତାଠୁ ୧୨କେଜିରୁ ଅଧିକ ଗଞ୍ଜେଇ ଏବଂ ପୁଳାପୁଳା ଗଞ୍ଜେଇ ସିଗାରେଟ୍ ଜବତ କରାଯାଇଛି । ଅବକାରୀ ଡେପୁଟି ସୁପରିଟେଣ୍ଡେଣ୍ଟଙ୍କ କହିବାକଥା ଅନୁଯାଇ, କନ୍ଧମାଳରୁ ଗଂଜେଇ ଆଣି, ଘରେ ସ୍ୱାମୀ ସହ ମିଶି ତିଆରି କରୁଥିଲେ ଗଂଜେଇ ସିଗାରେଟ୍‌ । ଆଉ ସେସବୁକୁ ମାର୍କେଟକୁ ଛାଡୁଥିଲେ । ଏହା […]

ଧାନବସ୍ତା ରଖି ରାସ୍ତାରେ ବସିଲେ ଚାଷୀ

ମେଣ୍ଢାଶାଳ,୧୮ା୧(ଏସଏସନିଉଜ) ରାଜଧାନୀ ଉପକଣ୍ଠ କଣ୍ଟାବାଡର ଧାନ ମଣ୍ଡିରେ ମିଲର ମନମାନି ସାଙ୍ଗକୁ  ଚାଷିଙ୍କଠାରୁ ଧାନ ଗ୍ରହଣ କରୁଥିବା ମିଲର ମନଇଚ୍ଛା କ୍ଵିଣ୍ଟାଲ ପିଛ ୫ ରୁ ୭ କିଲୋ ଧାନ କଟି ନେବାପ୍ରତିବାଦରେ ନବ ନିର୍ମାଣ କୃଷକ ସଙ୍ଘଠନ ପକ୍ଷରୁ ଗୁରୁବାରଦିନ ରାସ୍ତାରୋକ କରାଯାଇଥିଲା । କଣ୍ଟାବାଡଛକରେ ରାସ୍ତା ଉପରେ ଧାନ ବସ୍ତା ରଖି ହାତରେ ବ୍ୟାନର ଧରି ରାଜ୍ୟ ଯୁବ ଛାତ୍ର ସଭାପତି ମନୱର ଅଲ୍ଲୀଙ୍କ ନେତୃତ୍ଵରେ କୃଷକମାନେ ସରକାରଙ୍କ ବିରୋଧରେ ସ୍ଲୋଗାନ ଦେଇ ରାସ୍ତାରୋକ […]

ଜନ୍ମଦିନରେ ମିଳିଥିବା ଉପହାର ଚୋରି

ବାରଙ୍ଗ,୧୮।୧ (ଏସଏସନିଉଜ) ପୁଅର ଜନ୍ମଦିନ ଉତ୍ସବରେ ଅତିଥିମାନଙ୍କଠାରୁ ମିଳିଥିବା ସୁନାଗହଣା,ଟଙ୍କାକୁ କେହି ଚୋରି କରିନେଇଥିବାର ବାରଙ୍ଗଥାନାରେ ଅଭିଯୋଗ ହୋଇଛି।ପୋଲିସ ଏକ ମକଦମା ରୁଜୁକରି ତଦନ୍ତ ଆରମ୍ଭ କରିଛି। ପ୍ରକାଶଯେ, ନରଣପୁର ଗ୍ରାମର ସୌମ୍ୟରଞ୍ଜନ ସ୍ବାଇଁଙ୍କ ପୁଅ ଶୁଭଙ୍କରଙ୍କ ୫ମ ବାର୍ଷିକ ଜନ୍ମଦିନ ଉତ୍ସବ ବୁଧବାର ରାତିରେ ବେଲଗଛିଆ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ନିକଟରେ ଆୟୋଜନ କରିଥିଲେ।ଏଠାକୁ ନିମନ୍ତ୍ରଣ ପାଇଁ ଆସିଥିବା ବନ୍ଧୁବାନ୍ଧବ ମାନଙ୍କଠାରୁ ଆରମ୍ଭ କରି ସାଙ୍ଗସାଥିମାନଙ୍କ ଠାରୁ ଉପହାରରେ ମିଳିଥିବା ସୁନା ଅଳଙ୍କାର ଓ ଟଙ୍କାକୁ […]

ସମଲେଇପ୍ରକଳ୍ପ ଲୋକାର୍ପଣ ପ।ଇଁ

କଟକ,୧୮ା୧(ଏସଏସନିଉଜ)ଚଳିତମାସ ୨୭ତାରିଖରେ ମା ସମଲେଇ ପ୍ରକଳ୍ପ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଲୋକାର୍ପିତ ହେବାକୁଯାଉଛି। ଏଥିନିମନ୍ତେ ମା ସମଲେଶ୍ଵରୀ ମନ୍ଦିର ପକ୍ଷରୁ ବିଭିନ୍ନ ଜିଲ୍ଲାର ଧାର୍ମିକ ଅନୁଷ୍ଠାନ ମନ୍ଦିରମାନଙ୍କର ସେବାୟତ ତଥା ପୂଜକମାନଙ୍କୁ ନିମନ୍ତ୍ରଣ କରାଯାଉଛି। ଏହି ପରିପରେକ୍ଷୀରେ ଆଜି ମା ସମଲେଶ୍ଵରୀ ମନ୍ଦିରର ଟ୍ରଷ୍ଟ ସଦସ୍ୟ ସନ୍ତୋଷ ପୁରସେଠ, ସେବାୟତ ସଂକୀର୍ତନ ରାୟ ଓ ଜିଲ୍ଲା ସଂସ୍କୃତି ଅଧିକାରୀ, ସମ୍ବଲପୁର ଫକୀର ମୋହନ ମାଝୀ କଟକରେ ପହଞ୍ଚି ସ୍ଥାନୀୟ ସ୍ଵତନ୍ତ୍ର ପ୍ରଦକ୍ଷଣ ଗୃହରେ ପ୍ରଥମେ ଜିଲ୍ଲାପାଳ ନରହରି ସେଠୀଙ୍କୁ […]

ସୁସ୍ଥ ମସ୍ତିଷ୍କ ପାଇଁ ସଚେତନ କଲେ ନର୍ସିଂଛାତ୍ରୀ

ମେଣ୍ଢାଶାଳ,୧୮।୧(ଏସଏସନିଉଜ) ମେଣ୍ଢାଶାଳ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଏମ୍ସ ମେଡିକାଲର ମନସ୍ତତ୍ତ୍ୱ ବିଭାଗର ନର୍ସିଂଛାତ୍ରୀ ମାନଙ୍କ ଦ୍ୱାରା ସୁସ୍ଥ ମସ୍ତିଷ୍କ ବିଷୟରେ ଏକ ସଚେତନତା ଶିବିର ଗୁରୁବାରଦିନ ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରେ ଏମ୍ସ ନର୍ସିଂର ଛାତ୍ରଛାତ୍ରୀମାନେ ପିଲାମାନଙ୍କୁ ମସ୍ତିଷ୍କ କିପରି ସୁସ୍ଥ ରହିବ ଓ଼ ମସ୍ତିଷ୍କ ସୁସ୍ଥ ରହିଲେ ଶରୀର ସୁସ୍ଥ ରହିବ ସେହି ସମ୍ବନ୍ଧରେ ସଚେତନ କରାଇଥିଲେ। । ଅନ୍ୟମାନଙ୍କ ମଧ୍ୟରେ ଏହି ଶିବିରରେ ବିଦ୍ୟାଳୟର ପ୍ରଧାନଶିକ୍ଷୟତ୍ରୀ ରତ୍ନ ମଞ୍ଜରୀ ବିଶ୍ୱାଳ, ଆଲୁମିନ […]