Browsing category

ମହାନଗର

କେନ୍ଦ୍ରର ‘ହାଫ୍’କୁ ରାଜ୍ୟର ‘ହାଫ୍

ଭୁବନେଶ୍ୱର,୧୮ା୧(ଏସଏସନିଉଜ)ଅଯୋଧ୍ୟାରେ ନବ ନିର୍ମିତ ରାମମନ୍ଦିରରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ନେଇ ସାରା ଦେଶରେ ଉତ୍ସାହର ଦେଖିବାକୁମିଳିଥିବାବେଳେ ଏହିଦିନ ହାଫ୍ ଡ଼େ’ ଛୁଟି ଘୋଷଣା କରିଛନ୍ତି କେନ୍ଦ୍ର ସରକାର ଓ ରାଜ୍ୟ ସରକାର। ଜାନୁଆରୀ ୨୨ତାରିଖ ଦିନ କେନ୍ଦ୍ର ସରକାରୀ କର୍ମଚାରୀମାନଙ୍କ ପାଇଁ ଅପରାହ୍ନ ୨ଟା ୩୦ ଯାଏଁ ସମସ୍ତ ଅଫିସ୍ ଓ ଶିକ୍ଷାନୁଷ୍ଠାନ ବନ୍ଦ ରହିବାନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ସେହିଭଳିଭାବେ ଓଡିଶା ସରକାର ଏହି ଦିନ ଅଧା ଦିନ ଛୁଟି ଘୋଷଣା […]

ଘରେଘରେ ପହଞ୍ଚିବ ପାଣିପାଗ ଖବର

ବାଲେଶ୍ବର,୧୬ା୧(ଏସଏସନିଉଜ) ଏଥର ଘରେଘରେ ପହଞ୍ଚିବ ପାଣିପାଗଖବର । ମୋବାଇଲ୍ ଆପ୍ ଜରିଆରେ ପ୍ରତିଟି ପାଣିପାଗ ଖବର ସମସ୍ତେ ଜାଣିପାରିବୋ ଭାରତୀୟ ପାଣିପାଗ ବିଭାଗ ୧୫୦ ବର୍ଷରେ ପାଦ ଥାପିଥିବାରୁ ‘ହର୍ ହର୍ ମୌସମ୍, ହର୍ ଘର୍ ମୌସମ୍’ ଲକ୍ଷ୍ୟ ହାସଲ ଦିଗରେ ଦେଲା ପାଣିପାଗବିଭାଗ ପକ୍ଷରୁ ଏହି ଉପହାର ଦିଆଯାଇଛି ।ଏହି ଅବସରରେ ଦିଲ୍ଲୀରେ ଆୟୋଜିତ ସ୍ୱତନ୍ତ୍ର ଉତ୍ସବରେ ମୌସମ୍ ଆପ୍ ଲୋକାର୍ପଣ କରିଛନ୍ତି ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼ ଏବଂ ଭୂ-ବିଜ୍ଞାନ ମନ୍ତ୍ରୀ କିରଣ ରିଜିଜୁ । […]

ଏକାଠି ହେଲେ…

  ବାରଙ୍ଗ,୧୪।୧(ଏସଏସନିଉଜ) ଜଙ୍ଗଲ ଘେରା ପ୍ରାକୃତିକ ସୌନ୍ଦର୍ଯ୍ୟରେ ପରିପୂର୍ଣ୍ଣ ରାଜ୍ୟ ଉଦ୍ଭିଦ ଉଦ୍ୟାନ। ଏଠାରେ ଆୟୋଜନ ହୋଇଥିଲା୨୦୦୨ ବର୍ଷ ବ୍ୟାଚର ବନ୍ଧୁମିଳନ କାର୍ଯ୍ୟକ୍ରମ I ବନ୍ଧୁ ମିଳନ ଥିଲା ଏକ ବାହାନା, ଉଦେଶ୍ୟ ଥିଲା କିଛି ଭିନ୍ନ କରିବାର I ଆଜିର ବ୍ୟସ୍ତତା ଜୀବନ ଭିତରେ କିଏ ବା କାହା ପାଇଁ ସମୟ କାଢିପାରୁଛି । ଆଜିର ଦିନରେ ବନ୍ଧୁ ସାଜିଗଲାଣି ମୋବାଇଲ ଫୋନ I ଫୋନରେ କଥା ହେଇଗଲେ କଥା ସରିଲା I ସେ ଯାହା […]

୧୭ରେ ସରକାରୀ ଛୁଟି

ଭୁବନେଶ୍ବର, ୧୪ା୧(ଏସଏସନିଉଜ)ଆସନ୍ତା ଜାନୁଆରୀ ୧୭ ତାରିଖ ଦିନ ପୁରୀଠାରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଲୋକାର୍ପଣ ଉତ୍ସବ ଭକ୍ତି ଓ ଉତ୍ସାହର ସହିତ ଅନୁଷ୍ଠିତ ହେବାକୁ ଯାଉଛି। ଏହି ପ୍ରକଳ୍ପ ହେବ ଓଡିଆ ଅସ୍ମିତାର ଅନନ୍ୟ ନିଦର୍ଶନ। ଜଗତର ନାଥ ଓ ଆରାଧ୍ୟ ଦେବତା ତଥା ସର୍ବଧର୍ମ ସମନ୍ୱୟର ପ୍ରତୀକ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତମାନେ ଯେପରି ଆନନ୍ଦର ସହ ଏହି କାର‌୍ୟ୍ୟକ୍ରମରେ ଯୋଗଦାନ କରି ମହାପ୍ରଭୁଙ୍କ ଉଦ୍ଦେଶ୍ୟରେ ଭକ୍ତି ନିବେଦନ କରିପାରିବେ ତାହାକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ଶ୍ରୀ […]

ଆନ୍ଦୋଳନକୁ ଓହ୍ଲାଇବ ପ୍ରାଥମିକ ଶିକ୍ଷକସଂଘ

ଭୁବନେଶ୍ୱର,୧୪ା୧(ଏସଏସନିଉଜ) ୨୯ ତାରିଖରୁ ପ୍ରାଥମିକ ଶିକ୍ଷକସଂଘ ପୁଣି ଥରେ ଆନ୍ଦୋଳନକୁ ଓହ୍ଲାଇବାକୁ ଯାଉଛି ।ତିନିଦଫା ଦାବିନେଇ ଲୋୟର ପିଏମଜିରେ ପୁଣି ଶିକ୍ଷକମାନେ ଏକାଠିହେବାକୁ ଯାଉଛନ୍ତି । ଜାନୁଆରୀ ୨୭ ତାରିଖ ସୁଦ୍ଧା ଦାବି ପୂରଣ ନହେଲେ ଆନ୍ଦୋଳନ କରାଯିବ ବୋଲି ସଂଘ ପକ୍ଷରୁ କୁହାଯାଇଛି । ଦାବି ପୂରଣ ନେଇ ପୂର୍ବରୁ ଆନ୍ତଃ ମନ୍ତ୍ରୀସ୍ତରୀୟ କମିଟିରେ ପ୍ରତିଶ୍ରୁତି ମିଳିଥିବା ବେଳେ ଅଦ୍ୟାବଧି ଦାବି ପୂରଣ ହୋଇନାହିଁ।

ଭିଜିଲାନ୍ସଏସ୍‌ପିର ପରିଚୟ ଦେଉଥିବା ଅଧ୍ୟାପକ ହେଲେ ଗିରଫ

ଭୁବନେଶ୍ବର,୧୪ା୧(ଏସଏସନିଉଜ)ଭିଜିଲାନ୍ସଏସ୍‌ପି ଭାବେ ପରିଚୟ ଦେଇ ଠିକାଦାରଙ୍କ ଠାରୁ ୭ ଲକ୍ଷ ୬୦ ହଜାର ଟଙ୍କା ଚୂନ ଲଗାଇବା ଅଭିଯୋଗରେ ମନୋଜ କୁମାର ମାଝୀ ନାମକ ଅଧ୍ୟାପକ ଗିରଫ ହୋଇଛନ୍ତି। ମନୋଜ ମୟୂରଭଞ୍ଜ ଜିଲ୍ଲା ଉଦଳାସ୍ଥିତ ଝାଡେଶ୍ୱରୀ କଲେଜରେ ମନସ୍ତତ୍ତ୍ୱ ବିଭାଗର ଅଧ୍ୟାପକ ଅଟନ୍ତି।ଗତ ମେ୩୧ତାରିଖରେ ରାୟଗଡ଼ା ଅଞ୍ଚଳର ମନୋଜ କୁମାର ଚୌଧୁରୀ ନାମକ ଜଣେ ଠିକାଦାରଙ୍କୁ ଭିଜିଲାନ୍ସ ଏସପି ଭାବେ ପରିଚୟ ଦେଇ ଭିଜିଲାନ୍ସକାର୍ଯ୍ୟାଳୟର କନଷ୍ଟ୍ରକସନ କାମ ଦେବାପାଇଁ ୧୦ ଲକ୍ଷ ଟଙ୍କା ଲାଞ୍ଚ ନେଇଥିବାନେଇ ଅଭିଯୋଗରେ […]

କମ୍ବଳ ତଳେ  ରକ୍ତଜୁଡୁବୁଡୁ ମୃତଦେହ

ବାଲିଅନ୍ତା,୧୪ା୧(ଏସଏସନିଉଜ)ଗତକାଲି ରାତିରେ ବାଳକାଟି ଫାଣ୍ଡି ଅନ୍ତର୍ଗତ ସାଗୁଆ ଗ୍ରା‌ମରୁ ବିଶ୍ବଜିତ ନାୟକ(୪୩) ଓରଫ ବାବୁ ନାମକ ଯୁବକଙ୍କ ମୃତଦେହକୁ ଜବତ କରିଛି ପୋଲିସ । ବାବୁଙ୍କ ତଂଟିକୁ ଧାରୁଅଅସ୍ତ୍ରରେ କେହି କାଟି କମ୍ବଳଘୋଡାଇ ଦେଇଥିବାର ଜଣାପଡିଛି ।ତେବେ ଏହି ବୀଭତ୍ସ ହତ୍ୟା ପ୍ରାୟ ୨ ଦିନ ତଳେ ଘଟିଥିବା ଅନୁମାନ କରାଯାଉଛି। ବାବୁକୁ କିଏ ହତ୍ୟାକଲା ଓ ତାର ଉଦ୍ଦେଶ୍ୟ କଣା ତାହା ସ୍ପଷ୍ଟ ହୋଇପାରିନାହିଁ । ବାବୁ ଅଧିକାଂଶ ସମୟରେ ଭୁବନେଶ୍ବରରେ ରହୁଥିବାବେଳେ ଗତ ଦୁଇ […]

ନୂଆ ଷ୍ଟେସନ ମେମୁ ଲୋକାର୍ପଣ

ଭୁବନେଶ୍ୱର,୧୩ା୧(ଏସଏସନିଉଜ) ନୂଆଷ୍ଟେସନ ଓ ମେମୁ ଟ୍ରେନର ଶୁଭାରମ୍ଭ କରିଛନ୍ତି ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବାବାଲେଶ୍ୱରଜିଲ୍ଲା ଗୋପୀନାଥପୁର ରେଳଷ୍ଟେସନ୍‌ର ଲୋକାର୍ପଣ ସାଙ୍ଗକୁ ନୀଳଗିରି-ବାଲେଶ୍ୱର ମେମୁଟ୍ରେନ୍‌କୁ ନୀଳଗିରିରେ ପତାକା ଦେଖାଇ ଶୁଭାରମ୍ଭ କଲେ ରେଳ ମନ୍ତ୍ରୀ ।ନୀଳଗିରିରୁ ଟ୍ରେନ୍ ଗଡ଼ିବା ପ୍ରସଙ୍ଗରେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବତାଙ୍କ ମନ୍ତବ୍ୟରେ କହିଛନ୍ତି ଓଡ଼ିଶା ବିକାଶ ପାଇଁ କିଛି ଲୋକଙ୍କ ଇଚ୍ଛା ନାହିଁ ।ପୂର୍ବତନ ଦୁଇ କଂଗ୍ରେସ ମନ୍ତ୍ରୀ କାହ୍ନୁ ଲେଙ୍କା ଓ ଶ୍ରୀକାନ୍ତ ଜେନାଙ୍କୁ ସମାଲୋଚନା କଲେ ଅଶ୍ୱିନୀ ବୈଷ୍ଣବାଉଭୟଙ୍କର ଯଦି କରିବାର ଇଚ୍ଛା […]

ଚାଲିଛି କାମ,ଆସିବେ ପ୍ରତିନିଧିଦଳ

ବାରଙ୍ଗ,୧୧ା୧(ଏସଏସନିଉଜ) ନନ୍ଦନକାନନକୁ ଆସିବେ କେନ୍ଦ୍ରିୟ ଚିଡିଆଖାନା କର୍ତୁପକ୍ଷଙ୍କ ଏକ ପ୍ରତିନିଧିଦଳ ।ଏଥିପାଇଁ ସମସ୍ତେ ସଜାଗ ହୋଇପଡିଛନ୍ତି ।ନନ୍ଦନକାନନର ପରିସରକୁ ଅଧିକ ଆକର୍ଷଣୀୟ କରିବାପାଇଁ ଉଦ୍ୟମ ଆରମ୍ଭ ହୋଇଯାଇଥିବାର ଦେଖିବାକୁ ମିଳିଛି ।ବନ୍ୟପ୍ରାଣି ଚିକିସ୍‌ାଳୟଠାରୁ ଆରମ୍ଭ କରି ବିଭିର୍ଣ ଏନକ୍ଲୋଜର, ଜୀବଜନ୍ତୁମାନଙ୍କ ନାମଫଳକ ସୁରକ୍ଷା ପ୍ରାଚୀର ସବୁର ମରାମତିକାମ ଆରମ୍ଭ ହୋଇଯାଇଛି । ପ୍ରତି୩ବର୍ଷର ବ୍ୟବଧାନରେ କେନ୍ଦ୍ରିୟ ଚିଡିଆଖାନା ପକ୍ଷରୁ ଦେଶରେ ଥିବା ବିଭିର୍ଣ ଚିଡିଆଖାନାକୁ ଯାଇ ଅନୁଧ୍ୟାନ କରାଯାଇଥାଏ ।କେନ୍ଦ୍ରିୟ ଚିଡିଆଖାନା କର୍ତୁପକ୍ଷଙ୍କ ନିତୀନୀୟମ ଓ ସର୍ତାବଳୀକୁ […]

ଆଉ ଜଳବନ୍ଦି ହେବନାହିଁ ରଘୁନାଥପୁର

ବାରଙ୍ଗ,୧୧ା୧(ଏସଏସନିଉଜ) ରାଜଧାନୀ ଉପକଣ୍ଠ ରଘୁନାଥ ପୁରଗ୍ରାମ ଆଉ ଜଳବନ୍ଦିରେ ରହିବ ନାହିଁ ।ଜଳବନ୍ଦିରୁ ମୁକ୍ତ ହେବାପାଇଁ ଆରମ୍ଭ ହୋଇଯାଇଛି ପ୍ରୟାସ । ସାମାନ୍ୟବର୍ଷା ହେଲେ ବର୍ଷା ଜଳ ନିସ୍କାସନ ପାଇଁ ଦେଖାଦେଉଥିବା ସମସ୍ୟା ଆଉ ରହିବନାହିଁ ।ଭୁବନେଶ୍ୱରଉତର ବିଧାୟକ ସୁଶାନ୍ତକୁମାରରାଉତ ଏହାର ସ୍ଥାୟୀ ସମାଧାନ ପାଇଁ ଦେଇଥିବା ପ୍ରତିଶୃତି ଏବେ ପୁରଣ ହେବାକୁଯାଉଛି ।ନନ୍ଦନକାନନ ମୁଖ୍ୟରାସ୍ତାପାଶ୍ୱର୍ରେ ଯାଇଥିବା ଡ୍ରେନର ନବୀକରଣ ହେବାକୁ ଯାଉଛି । ଏଥିନିମନ୍ତେ ଭୁବନେଶ୍ୱର ରାସ୍ତା ଓ କୋଠା ବିଭାଜନ ପକ୍ଷରୁ ଆରମ୍ଭ ହୋଇଯାଇଛି […]