କମ୍ବଳ ତଳେ  ରକ୍ତଜୁଡୁବୁଡୁ ମୃତଦେହ

ବାଲିଅନ୍ତା,୧୪ା୧(ଏସଏସନିଉଜ)ଗତକାଲି ରାତିରେ ବାଳକାଟି ଫାଣ୍ଡି ଅନ୍ତର୍ଗତ ସାଗୁଆ ଗ୍ରା‌ମରୁ ବିଶ୍ବଜିତ ନାୟକ(୪୩) ଓରଫ ବାବୁ ନାମକ ଯୁବକଙ୍କ ମୃତଦେହକୁ ଜବତ କରିଛି ପୋଲିସ । ବାବୁଙ୍କ ତଂଟିକୁ ଧାରୁଅଅସ୍ତ୍ରରେ କେହି କାଟି କମ୍ବଳଘୋଡାଇ ଦେଇଥିବାର ଜଣାପଡିଛି ।ତେବେ ଏହି ବୀଭତ୍ସ ହତ୍ୟା ପ୍ରାୟ ୨ ଦିନ ତଳେ ଘଟିଥିବା ଅନୁମାନ କରାଯାଉଛି। ବାବୁକୁ କିଏ ହତ୍ୟାକଲା ଓ ତାର ଉଦ୍ଦେଶ୍ୟ କଣା ତାହା ସ୍ପଷ୍ଟ ହୋଇପାରିନାହିଁ । ବାବୁ ଅଧିକାଂଶ ସମୟରେ ଭୁବନେଶ୍ବରରେ ରହୁଥିବାବେଳେ ଗତ ଦୁଇ ଦିନ ତଳେ ସେ ଗାଁକୁ ଆସିଏକ ଅଲଗା ଘର କରି ଏକାକୀ ରହୁଥିଲେ। ବାବୁଙ୍କ ସାନ ଭାଇ ରଞ୍ଜିତ ତାଙ୍କୁ ବାରମ୍ବାର ଫୋନ୍ କରିଥିଲେ ବି ବାବୁ ‌କୌଣସି ଜବାବ ଦେଇନଥିଲେ। ତେଣୁ ସନ୍ଦେହ କରି ଅନ୍ଧାରଘର ଝରକାବାଟେ ପରିବାରଲୋକ ରକ୍ତ ଜୁଡ଼ୁବୁଡ଼ୁ ମୃତଦେହ ଦେଖି ପୋଲିସକୁ ଖବରଦେଇଥିଲେ ।

 

 

Comments (0)
Add Comment