Browsing category

ମହାନଗର

ଠକିଦେଲେ ଜମିବେପାରୀ

ବାରଙ୍ଗ,୨୨ା୧୧(ଏସଏସନିଉଜ)ଜମିଯୋଗଦେଇବାକୁ କହି ୨୦ଲକ୍ଷ ନେଇ ଜମିନଦେବା ଅଭିଯୋଗରେ ନନ୍ଦନକାନନ ଥାନା ପୁଲିସ ବୁଧବାରଦିନ ଜଣେ ଜମିବେପାରୀକୁ ଗିରଫ କରି କୋର୍ଟଚାଳଣ କରିଛି ।ଜମିବେପାରୀ ଜଣଙ୍କ ହେଉଛନ୍ତି ନନ୍ଦନକାନନଥାନା ଅଧିନସ୍ଥ ରଘୁନାଥପୁରଗ୍ରାମର ଶିଖରଚଣ୍ଡିସାହିର ଆଲୋକକୁମାରରାଉତ(୪୩) । ପ୍ରକାସ ଯେ,ଆଲୋକ ରଘୁନାଥପୁର ଗାଁ ମୁଣ୍ଡରେ ଏକ ଜମିବେପାର କାର୍ଯ୍ୟାଳୟ କରି ପ୍ଲଟିଂକରି ଜମିବେପାର କରୁଛନ୍ତି । ସରୋଜ କୁମାର ରାଉତ ନାମକ ବ୍ୟକ୍ତି ଜମିକିଣିବା ଉଦ୍ଦେଶ୍ୟରେ ଆଲୋକ ସହ ଯୋଗାଯୋଗ କରିଥିଲେ ।ପରେ ଆଲୋକ ତାଙ୍କୁ ଏକ ଜମି ଦେଖାଇବା […]

ନନ୍ଦନକାନନରେ ଚାଲିଲା ବୋଟିଂ

ବାରଙ୍ଗ,୧୮।୧୧(ଏସଏସନିଉଜ) ନନ୍ଦନକାନନ ପ୍ରାଣୀଉଦ୍ୟାନରେ ଗୋଟିଏ ଦିନରେ ରୋପଓ୍ବେ ଓ ବୋଟିଂ ଗଡିବା ଆରମ୍ଭ ହୋଇଛି। ପର‌୍ୟ୍ୟଟକଙ୍କପାଇଁ ବହୁ ପ୍ରତୀକ୍ଷିତଥିବା ରୋପଓ୍ବେକୁ ଶୁକ୍ରବାରଦିନ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଉଦଘାଟନ କରିଥିଲେ।ଶନିବାରଠାରୁ ଏହା ବିଧିବଦ୍ଧ ଭାବେ ଚାଲିବା ଆରମ୍ଭ କରିଛି।ପ୍ରଥମ ଦିନରେ ରୋପଓ୍ବେରେ ଯିବାପାଇଁ ପର୍ଯ୍ୟଟକମାନଙ୍କ ମଧ୍ୟରେ ଉତ୍ସାହ ରହିଥିବାର ଦେଖିବାକୁ ମିଳିଥିଲା।ପ୍ରଥମ ଦିନରେ ପ୍ରାଣୀଉଦ୍ୟାନ ଓ ରାଜ୍ୟଉଭିଦ ଉଦ୍ୟାନକୁ ସଂଯୋଗ କରୁଥିବା ରୋପଓ୍ବେରେ ୫୬୪ ଜଣ ଟିକଟ କାଟି ରୋପଓ୍ବେରେ ବସି କାଞିଆହ୍ରଦର ପରିବେଶକୁ ଉପଭୋଗ କରିବା […]

ପୁଅକୁ ବଂଚାଇବାକୁଯାଇ ଦୀପାବଳିରେ ଲିଭିଗଲା ବାପାର ଜୀବନ

ବାରଙ୍ଗ,୧୨ା୧୧(ଏସଏସନିଉଜ) ଦୀପାବଳିରେ ପୁଅକୁ ବଞ୍ଚେଇବାକୁ ଯାଇ ଚାଲିଯାଇଛି ବାପାର ଜୀବନ । ଏଭଳି ଏକ ଦୁଃଖଦ ଘଟଣା କଟକ ଜିଲ୍ଲା ନରାଜ ଗାଁ କୈବର୍ତ୍ତସାହି କାଠଯୋଡି ନଦୀଘାଟରେ ଘଟିଛି ।ଘଟଣାପରେ ଭାଙ୍ଗିପଡିଛନ୍ତି ପରିବାରଲୋକ । ମୃତବ୍ୟକ୍ତି ଜଣକ ହେଉଛନ୍ତି ନରାଜଗାଁ ତେଲି ସାହିର ସରୋଜ ସାହୁ। ପ୍ରକାସ ଯେ, ସରୋଜ ସବୁ ଦିନଭଳି ରବିବାରସକାଳେ କାଠଯୋଡ଼ି ନଦୀକୁ ଗାଧୋଇବାକୁ ଯାଉଥିଲେ। ଦୀପାବଳୀ ଥିବାରୁ ସେ ତାଙ୍କ ସାନ ପୁଅକୁ ନେଇ ଗାଧୋଇବାକୁ ଯାଇଥିଲେ। ଗାଧୋଇବା ବେଳେ ତାଙ୍କ […]

ବାଣ ବଜାରରେ ଅତର୍କିତ ଚଢ଼ାଉ

ଭୁବନେଶ୍ୱର ,୧୧ା୧୧(ଏସଏସନିଉଜ) ରାଜଧାନୀରେ ବାଣ ବଜାରରେ ଚଢ଼ାଉ କରିଛି ପୋଲିସ । ରାଜଧାନୀ ଭୁବନେଶ୍ୱରରେ ବାଣ ବିକ୍ରି ଉପରେ କଡ଼ା ନଜର ରଖିଛି ପୋଲିସ । ସମସ୍ତ ନିୟମ ପାଳନ ହେଉଛି ନା ନାହିଁ ଜାଣିବାକୁ ଚାଲିଛି ଯାଞ୍ଚ ।ପ୍ରଦୂଷଣ ବୋର୍ଡ , ଅଗ୍ନିଶମ ବିଭାଗ ଓ ପୋଲିସର ମିଳିତ ଯାଞ୍ଚ କରାଯାଉଛି ।ୟୁନିଟ-୧ ହାଟରେ ଥିବା ବାଣ ଦୋକାନରେ ଯାଞ୍ଚ କଡ଼ାକଡ଼ି କରାଯାଇଥିବାବେଳେ ଅଗ୍ନି ନିର୍ବାପକ ବ୍ୟବସ୍ଥା , ସବୁଜ ବାଣ ବିକ୍ରି ହେଉଛି ନା […]

ନୂଆବର୍ଷରେ ନୂଆ ପୁଲିସ ମୁଖିଆ!

ଭୁବନେଶ୍ବର,୧୧ା୧୧(ଏସଏସନିଉଜ) ନୂଆବର୍ଷରେ ଓଡ଼ିଶାବାସୀଙ୍କୁ ନୂଆ ପୁଲିସ ମୁଖିଆ ମିଳିବାର ‌ଆଶା କରାଯାଉଛି। ଆସନ୍ତା ଡିସେମ୍ବର ୩୧ ତାରିଖରେ ଏବେକାର ପୁଲିସ ଡ଼ିଜି ସୁନୀଲ ଵଂଶଲଙ୍କ କାର‌୍ୟ୍ୟକାଳ ଶେଷ ହେବାକୁ ଯାଉଛି।ପରବର୍ତି ପୁଲିସ ଡ଼ିଜି କିଏ ହେବ ତାକୁ ନେଇ ପାୱାର କରିଡ଼ରରେ ଜୋରଦାର ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ରାଜ୍ୟସରକାର ଏହାରି ଭିତରେ ନୂଆ ପୁଲିସ ଡ଼ିଜିଙ୍କ ପାଇଁ ୭ ଜଣ ବରିଷ୍ଠ ଆଇପିଏସ୍ ଅଧିକାରୀଙ୍କ ନାଁ ସୁପାରିସ କରିଛନ୍ତି। ସୂଚନାଯୋଗ୍ୟ, ଆଇପିଏସ୍ ସୁନୀଲ ବଂଶଲ ମୟୂରଭଂଜ ଏସପି […]

ରାତି୧୦ଟାପରେ ଫୁଟିବନାହିଁ ବାଣ

ଭୁବନେଶ୍ୱର,୧୦।୧୧(ଏସଏସନିଉଜ)ଦୀପାବଳି ପାଇଁ ମାର୍ଗଦର୍ଶିକା ଜାରି କଲା କମିସନରେଟ୍ ପୋଲିସ।ରାତି୧୦ଟା ପରେ ଫୁଟିବ ନାହିଁ ବାଣ।ସମସ୍ତେ ସବୁଜବାଣ ଫୁଟାଇବାକୁ ଅପିଲ୍ କରାଯାଇଛି।୧୨୫ ଡେସିବେଲ୍ ଠାରୁ ଅଧିକ ଶବ୍ଦର ବାଣ ଫୁଟାଇବା ଉପରେ କଟକଣା। ବେଆଇନ୍ ବାଣ ଫୁଟାଇବା ରୋକିବାକୁ ସ୍ୱତନ୍ତ୍ର ଟିମ୍ ଗଠନ କରାଯାଇଛି।

ଶ୍ରୀମନ୍ଦିରରେ ଠେଲାପେଲା

ପୁରୀ,୧୦।୧୧(ଏସଏସନିଉଜ) ଶ୍ରୀମନ୍ଦିରରେ ଠେଲାପେଲାରେ ୩୦ ଆହତ ହୋଇଛନ୍ତି।ମଙ୍ଗଳାଳତୀ ସମୟରେ ଠେଲାପେଲାରୁ ୩୦ରୁ ଅଧିକ ଶ୍ରଦ୍ଧାଳୁ ଓ ହବିଷ୍ୟାଳି ଆହତ ହୋଇଥିବାର ଜଣାପଡିଛି।ଘଣ୍ଟିଦ୍ବାର ଓ ସାତପାହାଚ ନିକଟରେ ଠେଲାପେଲା ହୋଇଥିଲା। ଆହତ ମହିଳାଙ୍କୁ ପୁରୀ ହସ୍ପିଟାଲରେ ଭର୍ତ୍ତି କଟାଯାଇଛି। କେତେକ ଅଣନିଶ୍ବାସୀ ହୋଇପଡିଥିବା ବେଳେ କେତେକଙ୍କ ଗୋଡ଼ରେ ଆହତ ହୋଇଥିବାର ଜଣାପଡିଛି।

ଦୀପାବଳୀରେ ଫୁଟିବନାହିଁ ବାଣ

ଭୁବନେଶ୍ୱର,୭ା୧୧(ଏସଏସନିଉଜ)ଏଥର ଦୀପାବଳୀରେ ଫୁଟିବନାହିଁ ବାଣ । ଢୋଢା ଶବ୍ଦ ଏଥର ଶୁଣିବାକୁ ମିଳିବନାହିଁ । ବାଣ ଫୁଟାଇବା ଉପରେ କଟକଣା ଲଗାଇଲେ ସୁପ୍ରିମକୋର୍ଟ । ସବୁ ରାଜ୍ୟରେ କଟକଣା ଲଗାଇବାକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ । ବାୟୁ ଏବଂ ଶବ୍ଦ ପ୍ରଦୂଷଣ ରୋକିବାକୁ ପଦକ୍ଷେପ ରାଜ୍ୟ ନେବ ବୋଲି କୁହାଯାଇଛି ।ଏହିଭଳିରାୟ ଶୁଣାଇଛନ୍ତି ସୁପ୍ରିମକୋର୍ଟ । ଦିଲ୍ଲୀରେ ପ୍ରଦୂଷଣ ନିୟନ୍ତ୍ରଣ ପାଇଁ ଦୀପାବଳୀରେ ବାଣ ଫୁଟିବା ଉପରେ ସୁପ୍ରିମକୋର୍ଟ ଯେଉଁ କଟକଣା ଲଗାଇଛନ୍ତି ତାହା ସାରା ଦେଶରେ ଲାଗୁ […]

ପୂର୍ବତନବାଚସ୍ପତି ମହେଶ୍ବରମହାନ୍ତିଙ୍କ ପରଲୋକ

  ପୁରୀ,୭।୧୧(ଏସଏସନିଉଜ) ବରିଷ୍ଠ ରାଜନେତା ତଥା ପୂର୍ବତନ ବାଚସ୍ପତି ମହେଶ୍ବର ମହାନ୍ତିଙ୍କ ଚିକିତ୍ସାଧୀନ ଅବସ୍ଥାରେ ବିୟୋଗ ଘଟିଛି। ନଭେମ୍ବର ପହିଲାରୁ ଭୁବନେଶ୍ବରର କେୟାର ହସ୍ପିଟାଲରେ ଚିକିତ୍ସିତ ହେଉଥିବାବେଳେ ଭୋର ୩.୨୫ରେ ବିୟୋଗ ହୋଇଛି।୧୯୯୫ରୁ ମସିହାରୁ ୨୦୧୪ ପର୍ଯ୍ୟନ୍ତ ଲଗାତାର ୫ ଥର ବିଧାୟକ ନିର୍ବାଚିତ ହୋଇଥିଲେ ମହେଶ୍ବର ମହାନ୍ତି । ପ୍ରଥମେ ଜନତା ଦଳରୁ ୧୯୯୫ରେ ସେ ବିଧାୟକ ହୋଇଥିଲେ । ସେ୨୦୦୦ରୁ ୨୦୧୪ ପର୍ଯ୍ୟନ୍ତ କ୍ରମାଗତ ଭାବେ ବିଜେଡିରୁ ବିଧାୟକ ହୋଇ ପୁରୀରୁ ପ୍ରତିନିଧିତ୍ବ କରି […]

୨୮ରେ ରତ୍ନଭଣ୍ଡାର ସ୍କାନିଂ

ପୁରୀ,୪।୧୧(ଏସଏସ ନିଉଜ)କାର୍ତ୍ତିକ ପୂର୍ଣ୍ଣିମା ପରଦିନ ଅର୍ଥାତ ୨୮ତାରିଖରେ ରତ୍ନଭଣ୍ଡାରର ଲେଜର ସ୍କାନିଂ କରାଯିବ।ଏଏସଆଇକୁ ମିଳିଲା ଅନୁମତି । ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଞ୍ଜନ ଦାସ।ପର୍ଯ୍ୟାୟକ୍ରମେସ୍କାନିଂ କରାଯାଇ କେଉଁଠି ରହିଛି ଫାଟ ତାହା ଜଣାପଡ଼ିବ।ଟେକ୍ନିକାଲ କମିଟି ସହ ଆଲୋଚନା ପରେ ନିଷ୍ପତ୍ତି ହୋଇଥିବାର ସୂଚନା ମିଳିଛି।