Browsing category

ମହାନଗର

ଆଉ ଜଳବନ୍ଦି ହେବନାହିଁ ରଘୁନାଥପୁର

ବାରଙ୍ଗ,୧୧ା୧(ଏସଏସନିଉଜ) ରାଜଧାନୀ ଉପକଣ୍ଠ ରଘୁନାଥ ପୁରଗ୍ରାମ ଆଉ ଜଳବନ୍ଦିରେ ରହିବ ନାହିଁ ।ଜଳବନ୍ଦିରୁ ମୁକ୍ତ ହେବାପାଇଁ ଆରମ୍ଭ ହୋଇଯାଇଛି ପ୍ରୟାସ । ସାମାନ୍ୟବର୍ଷା ହେଲେ ବର୍ଷା ଜଳ ନିସ୍କାସନ ପାଇଁ ଦେଖାଦେଉଥିବା ସମସ୍ୟା ଆଉ ରହିବନାହିଁ ।ଭୁବନେଶ୍ୱରଉତର ବିଧାୟକ ସୁଶାନ୍ତକୁମାରରାଉତ ଏହାର ସ୍ଥାୟୀ ସମାଧାନ ପାଇଁ ଦେଇଥିବା ପ୍ରତିଶୃତି ଏବେ ପୁରଣ ହେବାକୁଯାଉଛି ।ନନ୍ଦନକାନନ ମୁଖ୍ୟରାସ୍ତାପାଶ୍ୱର୍ରେ ଯାଇଥିବା ଡ୍ରେନର ନବୀକରଣ ହେବାକୁ ଯାଉଛି । ଏଥିନିମନ୍ତେ ଭୁବନେଶ୍ୱର ରାସ୍ତା ଓ କୋଠା ବିଭାଜନ ପକ୍ଷରୁ ଆରମ୍ଭ ହୋଇଯାଇଛି […]

ଆରମ୍ଭ ହେଲା ମେଣ୍ଢାଶାଳରେ ଧାନମଣ୍ଡି

ମେଣ୍ଢାଶାଳ,୧୧ା୧(ଏସଏସନିଉଜ)ଭୁବନେଶ୍ୱରବ୍ଲକ ଅର୍ନ୍ତଗତ ମେଣ୍ଢାଶାଳ ସେବାସମବାୟ ସମିତି ମାଧ୍ୟମରେ ଚଳିତବର୍ଷର ପ୍ରଥମଧାନମଣ୍ଡି ଗୁରୁବାର ଦିନ ଉଦଘାଟିତ ହୋଇଯାଇଛି ।ମେଣ୍ଢାଶାଳ ମିନିବ୍ୟାଙ୍କ ସମ୍ମୁଖରେ ସେବା ସମବାୟ ସମିତିର ସଭାପତି ମହେନ୍ଦ୍ର କୁମାର ପ୍ରଧାନଙ୍କ ପୈାରହିତ୍ୟ ରେ ଅନୁଷ୍ଠିତ ଏହି ଉଦଘାଟନୀ ଉସ୍‌ବରେ ଶାଖା ପରିଚାଳକ ବିକାଶକୁମାର,ସମିତିର ପରିଚାଳନା ସଭ୍ୟ ରାଜଖାନ୍‌, କାଳୁଚରଣ ଦାସ,ଓ ଚାଷୀ ମାନଙ୍କ ମଧ୍ୟରେ ଭାସ୍କରଚନ୍ଦ୍ର ସୁବଦ୍ଧି,ବିଜୟଚନ୍ଦ୍ର ବଡଜେନା, ଜୟଚନ୍ଦ୍ରମିଶ୍ର, ସର୍ବେଶ୍ୱର ସାମନ୍ତରାୟ ,ପିତବାସ ପ୍ରଧାନ,ଜଟଣୀନିୟନ୍ତ୍ରିତବଜାରକମିଟି ପକ୍ଷରୁ ଅରୁପା ନନ୍ଦସ୍ୱାଇଁ ପ୍ରମୁଖ ଉପସ୍ଥିତଥିଲେ ।ସମିତିର ସମ୍ପାଦକ ହିମାଂଶୁସାମନ୍ତରାୟ […]

ଚୋର ଚିହ୍ନେଇବ ଗୁଗଲ ମ୍ୟାପିଂ

ଭୁବନେଶ୍ୱର,୧୦।୧(ଏସଏସନିଉଜ)ଚୋର ଚିହ୍ନେଇବ ଗୁଗଲ ମ୍ୟାପିଂ।ଏଣିକି ଗୁଗଲ ମ୍ୟାପିଂ ଦ୍ବାରା ଚିହ୍ନଟ ହେବେ ଅଭିଯୁକ୍ତ।ଅପରାଧ ନିୟନ୍ତ୍ରଣର ନୂଆ ଉପାୟ ଆଣିବାକୁ ଯାଉଛି କମିଶନରେଟ୍ ପୋଲିସ।ଗୁଗଲ ଆପ୍ଲିକେସନରେ କ୍ରାଇମ ମ୍ୟାପିଂ ଟେକନିକ୍ ଆପଣେଇବ।ବିଭିନ୍ନ ଟେଲିକମ ସଂସ୍ଥାର ସାହାଯ୍ୟ ନେବ ପୋଲିସ।ପ୍ରଥମ ପର୍ଯ୍ୟାୟରେ ସ୍ନାଚିଂ ଓ ଲୁଟ୍ ଘଟଣାକୁ ଗୁରୁତ୍ବ ଦିଆଯିବ ବୋଲିପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କ ସୂଚନା ଦେଇଛନ୍ତି।

ଭୁବନେଶ୍ୱରରୁ ହୋର୍ଡିଂ ହଟୁ

ଭୁବନେଶ୍ୱର,୧୦।୧(ଏସଏସନିଉଜ)ଭୁବନେଶ୍ୱର ସହରରୁ ସବୁ ହୋର୍ଡିଂ ହଟାଇବାକୁ ଅପରାଜିତା ଦାବି ଉଠାଇଛନ୍ତି।ପ୍ରେସମିଟରେ ଦାବି କରୁଛନ୍ତି ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀ। ନୂଆବର୍ଷ ଶୁଭେଚ୍ଛା ପାଇଁ ମନଇଚ୍ଛା ଚାରିଆଡ଼େ ହୋର୍ଡିଂ ଲଗାଯାଇଛି।ନୂଆବର୍ଷ ପରଦିନ ମୋର ସମସ୍ତହୋର୍ଡିଂ ବିଏମ୍‌ସି ହଟାଇ ଦେଇଥିଲା।ନୀତି , ନିୟମ ସମସ୍ତଙ୍କ ପାଇଁ ସମାନ ହେବା ଉଚିତ। ଅନ୍ୟ ହୋର୍ଡିଂ ହଟୁ ଓ ବିଏମ୍‌ସି କମିଶନର ସିପିଙ୍କ ସହାୟତାରେ ୨ ଦିନ ମଧ୍ୟରେ ହୋର୍ଡିଂ ହଟାନ୍ତୁ ବୋଲି କହିଛନ୍ତି ଅପରାଜିତା ।

ସାଂସଦଭାବେ ଲଢ଼ିବେ ଜୁଏଲ!

ଭୁବନେଶ୍ୱର,୧୦।୧(ଏସଏସନିଉଜ) ଶେଷଥର ପାଇଁ ସାଂସଦଭାବେ ଲଢିବାକୁ ଇଛାକରିଛନ୍ତି କହିଲେ ଜୁଏଲ ଓରାମ।ବିଧାୟକପ୍ରାର୍ଥୀ ହେବାନେଇ ଚର୍ଚ୍ଚା ପରେ ପ୍ରତିକ୍ରିୟା ରଖିଲେ ଜୁଏଲ।ସାଂସଦଭାବେ ଲଢ଼ିବାକୁ ଚାହୁଁଛି, ବିରୋଧୀଙ୍କ ଚର୍ଚ୍ଚା ଫରକ ପକାଇବ ନାହିଁ।ଯଦି କେନ୍ଦ୍ରଚାହେଁ , ତେବେ ବିଧାନସଭା ଲଢ଼ିବା ବିଷୟରେ ଚିନ୍ତା କରିବି ବୋଲି କହିଛନ୍ତି।

CISF ନଜରରେ ଅଯୋଧ୍ୟା ବିମାନବନ୍ଦର

ଭୁବନେଶ୍ବର,୧୦।୧(ଏସଏସନିଉଜ)ନବନିର୍ମିତ ଅଯୋଧ୍ୟା ବିମାନ ବନ୍ଦର ସୁରକ୍ଷା ଦାୟିତ୍ବ ନେଇଛି CISF।ମହର୍ଷି ବାଲ୍ମୀକି ଅନ୍ତର୍ଜାତୀୟ ବିମାନ ବନ୍ଦର ସୁରକ୍ଷା ଦାୟିତ୍ବ ହସ୍ତାନ୍ତର ହୋଇଛି।ଆସନ୍ତା କିଛିଦିନ ମଧ୍ୟରେ ଆବଶ୍ୟକ CISF ୟୁନିଟ୍ ମୁତୟନ ହେବ। ୨୨ରେ ପ୍ରାଣପ୍ରତିଷ୍ଠା ଉତ୍ସବରେ ବହୁ ବିଶିଷ୍ଟବ୍ୟକ୍ତି ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି।

ଇସ୍ତଫାଦେଲେ ବଳଭଦ୍ର ମାଝୀ

ଭୁବନେଶ୍ୱର,୮ା୧(ଏସଏସନିଉଜ) ଆଉ କିଛିମାସ ପରେ ରାଜ୍ୟରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି ।ଏବେଠାରୁ ତିନି ପ୍ରମୁଖ ରାଜନୈତିକ ଦଳ ବିଜେଡି, ବିଜେପି ଓ କଂଗ୍ରେସ ଅଙ୍କ କଷିବା ଆରମ୍ଭ କଲେଣି ।ଏହାରିଭିତରେ କଳାହାଣ୍ଡି ଲାଞ୍ଜିଗଡ଼ର ପୂର୍ବତନ ବିଧାୟକ ବଳଭଦ୍ର ମାଝୀ ବିଜେଡିରୁ ଇସ୍ତଫା ଦେଇଥିବାର ଜଣାପଡିଛି ।ଦଳରେ ଚରମ ଅବହେଳା ସାଙ୍ଗକୁ ବିଜେଡିରେ କୋଟେରୀ ରାଜ୍ ଚାଲିଥିବାନେଇ ଅଭିଯୋଗ ଉଠାଇଛନ୍ତି ବଳଭଦ୍ର । ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେବାସହ ବିଜେଡି ସୁପ୍ରିମୋଙ୍କୁ ଇସ୍ତଫା ପତ୍ର ପଠାଇଥିବା […]

ଭୋଜିରେ ଗଣ୍ଡୋଗଳ,୩କୋର୍ଟଚାଳଣ

ବାରଙ୍ଗ,୮ା୧(ଏସଏସନିଉଜ)ରବିବାରଦିନ ବଟାନିକାର୍ଲଗାର୍ଡେନରେ ଭୋଜିକୁନେଇ ଉପୁଜିଥିବା ଗଣ୍ଡୋଗଳ ଘଟଣାରେ ନନ୍ଦନକାନନଥାନା ପୋଲିସ ସୋମବାରଦିନ ୩ଜଣଙ୍କୁ ଗିରଫ କରି କୋର୍ଟ ଚାଳଣ କରିଛି ।ସେମାନେ ହେଲେ ପଦାସାହି ଭଗବତୀନଗର ଗ୍ରାମର ଦିପକସାମଲ ,କିରଣସାମଲ (ମନୁଆ),ଆନନ୍ଦସାମଲ । ପ୍ରକାସ ଯେ,ରବିବାରଦିନ ବଟାନିକାର୍ଲ ଗାର୍ଡେନରେ କଟକ ଅଂଚଳର ରାଜେନ୍ଦ୍ରସାହୁ, ସାଦ ଅହମଦ , ଦେବଦତ୍ତ ମହାପାତ୍ର ଓ ତାଙ୍କ ସହଯୋଗୀମାନେ ଓ ପଦାସାହି ଭଗବତୀନଗରର ଦିପକସାମଲ ,କିରଣସାମଲ(ମନୁଆ),ଆନନ୍ଦସାମଲ ଓ ତାଙ୍କ ସହଯୋଗୀମାନେ ଭୋଜି କରୁଥିଲେ ।ଭୋଜିକୁ ନେଇ ଉଭୟଗୋଷ୍ଠିଙ୍କ ମଧ୍ୟରେ ବିବାଦ ଓ […]

ଷ୍ଟ୍ରାଇକରୁ ଓହରିଲେ ରାଜ୍ୟ ଡ୍ରାଇଭର ସଂଘ

ଭୁବନେଶ୍ୱର,୬ା୧(ଏସଏସନିଉଜ) ଆନ୍ଦୋଳନରୁ ଓହରିଛନ୍ତି ରାଜ୍ୟ ଡ୍ରାଇଭର ସଂଘ । ଏ ନେଇ ଡ୍ରାଇଭର ସଂଘ ପକ୍ଷରୁ ସୁଚନା ଦିଆଯାଇଛି ।ରାଜ୍ୟ ସରକାରଙ୍କ ସହ ଆଲୋଚନା ପରେ ଅନ୍ଦୋଳନରୁ ଓହରିଛି ରାଜ୍ୟ ଡ୍ରାଇଭର ସଂଘ । ଏଥିନିମନ୍ତେ ଷ୍ଟିୟରିଂ ଛାଡ଼ ଆନ୍ଦୋଳନରୁ ଓହରିବାକୁ ଆହ୍ୱାନ ଦେଇଛନ୍ତିସଭାପତି ପ୍ରଶାନ୍ତ ମେଣ୍ଡୁଲି ।ସେ କହିଛନ୍ତି ରାଜ୍ୟ ସରକାର ଆମ ଦାବି ଶୁଣିଛନ୍ତି, ତେଣୁ ଆନ୍ଦୋଳନରୁ ଓହରିଲୁ । ସୋମବାର କେନ୍ଦ୍ର ଆଇନ ବିଷୟରେ ଆଲୋଚନା କରିବୁ । ଅନ୍ୟ ୨୮ ରାଜ୍ୟ […]

ଥାନାପାଖରୁ ଟେକିନେଲେ

ମେଣ୍ଢାଶାଳ,୪ା୧(ଏସଏସନିଉଜ)ଗୁରୁବାର ରାତିରେ ଚନ୍ଦକାଥାନାପାଖରୁ ଏକ କାରରେ ଆସି ଜଣେ ଯୁବକକୁ ଅପହରଣ କରିନେଇ ଥିବାର ଜଣାପଡିଛି ।ଅପହରଣର ଶିକାର ହୋଇଥିବା ଯୁବକ ହେଉଛନ୍ତି ଏହିଥାନା ଅଧିନସ୍ଥ ଦାରୁଠେଙ୍ଗଗ୍ରାମର ଆଶିଷ ରଞ୍ଜନ ବେହେରା(୨୨)।ପୂର୍ବଶତ୍ରୁତାକୁ କେନ୍ଦ୍ର କରି ଅପହରଣ କରାଯାଇଥିବାର ଅନୁମାନ କରାଯାଉଥିବାବେଳେ ସାଙ୍ଗରେ ଥିବା ଆଶିଷଙ୍କ ସାଙ୍ଗ ଅଲ୍ପକେ ବର୍ତିଯାଇଛନ୍ତି ।ଘଟଣାପରେ ସାଙ୍ଗ ଜଣଙ୍କ ଥାନାରେ ଜଣାଇବାପରେ ପୋଲିସ ତଦନ୍ତ ଆରମ୍ଭ କରିବାସହ ଆଶିଷକୁ ପାତ୍ରପଡା ଅଂଚଳରୁ ଉଦ୍ଧାର କରି ଥାନାକୁଆଣି ପଚରାଉଚରା ଆରମ୍ଭ କରିଛି ।ତେବେ ଅପହରଣକାରୀଙ୍କୁ […]