ଆରମ୍ଭ ହେଲା ମେଣ୍ଢାଶାଳରେ ଧାନମଣ୍ଡି

ମେଣ୍ଢାଶାଳ,୧୧ା୧(ଏସଏସନିଉଜ)ଭୁବନେଶ୍ୱରବ୍ଲକ ଅର୍ନ୍ତଗତ ମେଣ୍ଢାଶାଳ ସେବାସମବାୟ ସମିତି ମାଧ୍ୟମରେ ଚଳିତବର୍ଷର ପ୍ରଥମଧାନମଣ୍ଡି ଗୁରୁବାର ଦିନ ଉଦଘାଟିତ ହୋଇଯାଇଛି ।ମେଣ୍ଢାଶାଳ ମିନିବ୍ୟାଙ୍କ ସମ୍ମୁଖରେ ସେବା ସମବାୟ ସମିତିର ସଭାପତି ମହେନ୍ଦ୍ର କୁମାର ପ୍ରଧାନଙ୍କ ପୈାରହିତ୍ୟ ରେ ଅନୁଷ୍ଠିତ ଏହି ଉଦଘାଟନୀ ଉସ୍‌ବରେ ଶାଖା ପରିଚାଳକ ବିକାଶକୁମାର,ସମିତିର ପରିଚାଳନା ସଭ୍ୟ ରାଜଖାନ୍‌, କାଳୁଚରଣ ଦାସ,ଓ ଚାଷୀ ମାନଙ୍କ ମଧ୍ୟରେ ଭାସ୍କରଚନ୍ଦ୍ର ସୁବଦ୍ଧି,ବିଜୟଚନ୍ଦ୍ର ବଡଜେନା, ଜୟଚନ୍ଦ୍ରମିଶ୍ର, ସର୍ବେଶ୍ୱର ସାମନ୍ତରାୟ ,ପିତବାସ ପ୍ରଧାନ,ଜଟଣୀନିୟନ୍ତ୍ରିତବଜାରକମିଟି ପକ୍ଷରୁ ଅରୁପା ନନ୍ଦସ୍ୱାଇଁ ପ୍ରମୁଖ ଉପସ୍ଥିତଥିଲେ ।ସମିତିର ସମ୍ପାଦକ ହିମାଂଶୁସାମନ୍ତରାୟ ପୁଜାର୍ଜନା ସହ ନଡିଆବାଡେଇ ମଣ୍ଡିର ଅୟାରମ୍ଭ କରିଥିଲେ ।(ପଦ୍ମଚରଣ ବଦଜେନାଙ୍କ ରିପୋର୍ଟ)

Comments (0)
Add Comment