Browsing category

ମହାନଗର

ପୁଣି ଗିରଫ ହେଲେ ରାଜା

ଭୁବନେଶ୍ୱର:୧୩/୧୧- ପୁଣି ଥରେ ଗିରଫ ହେଲେ  ଗ୍ୟାଙ୍ଗଷ୍ଟର ରାଜା ଆଚାର୍ଯ୍ୟ ।କୋର୍ଟଙ୍କ ସର୍ତ୍ତ ଖିଲାପ ପରେ ଗ୍ୟାଙ୍ଗଷ୍ଟର ରାଜାଙ୍କ ବିରୋଧରେ ୱାରେଣ୍ଟ ଜାରି କରାଯାଇଥିଲା । ଏକ ପୁରୁଣା ୱାରେଣ୍ଟ ବଳରେ ଗ୍ୟାଙ୍ଗଷ୍ଟର ରାଜା ଆଚାର୍ଯ୍ୟଙ୍କୁ ବୁଧବାର ଦିନ ତାଙ୍କ ବାସଭବନରୁ  କଟକର ମାଲଗୋଦାମ ଥାନା ପୁଲିସ ଗିରଫ କରିଥିବା ସୁଚନା ମିଳିଛି।

ଶପଥ ନେଲେ ରୀତା ସାହୁ

ଭୁବନେଶ୍ବର,୧୩/୧୧-  ବିଜେପୁର ଉପନିର୍ବାଚନରେ ବିଜୟ ଲାଭ କରିଥିବା ବିଜୁ ଜନତା ଦଳ ପ୍ରାର୍ଥୀ ରୀତା ସାହୁ ବୁଧବାର ବିଧାନସଭା ଆରମ୍ଭ ହେବା ପୂର୍ବରୁ ଗୃହର ସଦସ୍ୟ  ବିଧାୟିକା ଭାବେ ବିଧାନସଭାରେ ଶପଥ ଗ୍ରହଣ କରିଛନ୍ତି। ବାଚସ୍ପତି ସୂର୍ୟ୍ୟ ନାରାୟଣ ପାତ୍ର ରୀତାଙ୍କୁ ଶପଥ ପାଠ କରାଇଛନ୍ତି। ପ୍ରକାଶ ଯେ ,ବିଧାନସଭା ନିର୍ବାଚନ ସମୟରେ  ହିଞ୍ଜିଳିକାଟୁ ଆସନ ସମେତ ବିଜେପୁର  ଆସନରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରାର୍ଥୀ ହୋଇ ବିଜୟୀ  ହୋଇଥିଲେ। ନବୀନ ବିଜେପୁର ଆସନ ଛାଡ଼ିବା ପରେ […]

ଆରମ୍ଭ ହେଲା ଶୀତ ଅଧିବେଶନ,ସମସ୍ତ କାଯ୍ୟବଳୀ କାଗଜ ବିହୀନ କରିବାକୁ ନିଷ୍ପତି

ଭୁବନେଶ୍ବର ,୧୩/୧୧- ବୁଧବାର ଠାରୁ ଶୀତକାଳୀନ ଅଧିବେଶନ ଆରମ୍ଭ ହେଉଛି। ଏହା ଡିସେମ୍ବର ୧୯ ଯାଏ ଚାଲିବ। ଏଥିରେ ମୋଟ ୩୦ଟି କାର୍ଯ୍ୟ ଦିବସ ରହିଥିବା ବେଳେ ସେଥିରୁ ୨୫ଟି ସରକାରୀ ଓ ୫ଟି ବେସରକାରୀ କାର୍ଯ୍ୟ ଦିବସ।  ୨୦୧୯-୨୦ ଆର୍ଥିକ ବର୍ଷ ପାଇଁ ଅତିରିକ୍ତ ବଜେଟ  ବିଧାନସଭାର ଅନୁମୋଦନ ପାଇଁ ପ୍ରଥମ ଦିବସରେ ଆଗତ କରାଯିବ।  ଅତିରିକ୍ତ ଖର୍ଚ୍ଚ ଦାବି ଉପରେ ୨୦ ରୁ ୨୨ ତାରିଖ ପ୍ରଯ୍ୟନ୍ତ ଆଲୋଚନା  ହେବ। ୨୩ ଓ ୨୪ […]

ରେଲୱେର ଘରୋଇକରଣ ନୀତି , ଚକାଯାମ କରିବାକୁ କର୍ମଚାରୀଙ୍କ ଚେତାବନୀ

ଭୁବନେଶ୍ୱର-୧୩/୧୧-; ବୁଧବାର ଦିନ ସର୍ବଭାରତୀୟ ରେଳ ଚାଳକ ସଂଘ ତରଫରୁ ଭାରତ ସରକାରଙ୍କ ୧୦୦ ଦିନିଆ ଯୋଜନା ଅନ୍ତଗର୍ତ ରେଳୱେର ଘରୋଇକରଣ ଏବଂ ନିଗମିକରଣ ବିରୋଧରେ ଚାଳକ ସଂଘ ୭ଦଫା ଦାବିକୁ ନେଇ ସଂଘର ଖୋର୍ଦ୍ଧା ମଣ୍ଡଳ ସ୍ତରିୟ ଏକ ଆଲୋଚନା ଚକ୍ର ଜଟଣି ମାରୱାଡି ଧର୍ମଶାଳାରେ ଅନୁଷ୍ଠିତ ହୋଇଯାଇଛି । ରେଳବାଇ ଲାଭଜନକ ସ୍ଥିତିରେ ଥିବାବେଳେ ସରକାର ଏହାକୁ ଘରୋଇକରଣ କରିବାକୁ ଚକ୍ରାନ୍ତ କରୁଥିବାରୁ ସଂଘ ଏହାକୁ ଘୋର ନିନ୍ଦା କରିବା ସହିତ ବିରୋଧ ପଦର୍ଶନ […]

ହାଇଓା ନେଲା ମୁରଲି ଜୀବନ

ଭୁବନେଶ୍ୱର,୧୩/୧୧-କାର୍ତିକେଶ୍ୱର ପୁଜା ଦେଖି ଘରକୁ ଫେରିପାରିଲେ ନାହିଁ ମୁରଲି । ଅଧାବାଟରେ ଚାଲିଗଲା ଜୀବନ । ଏକ ଅଜଣା ହାଇଓା ଧକ୍କାରେ ତାଙ୍କର ମୃତ୍ୟୁ ଘଟିଲା । ଯାହାକୁନେଇ ଉତେଜନା ଦେଖାଦେଇଥିଲା । କୃଷ୍ନଚନ୍ଦ୍ରପୁର ଗ୍ରାମ ବାରିକସାହିର ମୁରଲିଧର ପାଳ ମଙ୍ଗଳବାର ରାତି ସାଢେଏଗାରଟା ପାଖାପାଖି ବାରଙ୍ଗର ପ୍ରସିଦ୍ଧ ପର୍ବ କାର୍ତିକେଶ୍ୱରପୁଜା ଦେଖି ଘରକୁ ଫେରୁଥିଲେ । ତ୍ରିଶୁଳିଆ ଟ୍ରାଫିକଛକ ପାଖରେ ରାସ୍ତା ପାର ହେଉଥିବା ସମୟରେ ଏକ ବାଲିବୋଝେଇ ଦ୍ରୁତଗାମୀ ହାଇଓା ତାଙ୍କୁ ଧକ୍କା ଦେଇ […]

ଉଦଘାଟିତ ହେଲା ବାରଙ୍ଗ ମହୋତ୍ସବ

ଭୁବନେଶ୍ୱର,୧୨/୧୧- ଚୁଡଙ୍ଗଗଡ ବାରଙ୍ଗ ମହୋତ୍ସବ ପାରମ୍ପାରିକ ରୀତିରେ ମଙ୍ଗଳବାର ଦିନ ଉଡଘାଟିତ ଦ୍ହୋଇଯାଇଛି । ଉତ୍ସବର ପ୍ରଥମ ଦିନରେ ସକାଳ ୭ଟା ସମୟରେ କମିଟିର କାର୍ଯ୍ୟକାରୀ ସଭାପତି ତୁଷାରକାନ୍ତ ଚକ୍ରବର୍ତୀଙ୍କ ନେତୃତରେ ଏକ ମାଶାଲ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା । ଏହି ଶୋଭାଯାତ୍ରାରେ ଶହଶହ ଯୁବକ ତ୍ରିଶୁଳିଆ ରାମେଶ୍ୱର ମନ୍ଦିରରୁ ମାଶାଲ ଆଣି ମା କନକଦୁର୍ଗା ମନ୍ଦିର ଓ ମେଡିକାଲ ଛକ ଦେଇ ସଭାସ୍ଥଳକୁ ଆଣିଥିଲେ । ପରେ ବାଜା , ବାଣ , ରୋଷଣି ସହ […]

ଝଲସୁଛି ବାରଙ୍ଗ ,ବିରାଜିଲେ କାର୍ତିକେୟ

ଭୁବନେଶ୍ୱର,୧୨ା୧୧- ବାରଙ୍ଗର ଗଣପର୍ବ ତଥା ପ୍ରସିଦ୍ଧ କାର୍ତିକେଶ୍ୱର ପୁଜାକୁ ନେଇ ଚଳଚଂଚଳ ହୋଇଉଠିଛି ସମଗ୍ର ବାରଙ୍ଗ । ରଙ୍ଗବେରଙ୍ଗର ତୋରଣ ସାଙ୍ଗକୁ ସୁସଜ୍ଜିତ ଆଲୋକମାଳାରେ ଝଲସୁଛି ବାରଙ୍ଗ । କାର୍ତିକପୁର୍ଣମାଠାରୁ ଛୋଟ , ବଡ ହୋଇ ୧୨୨ଟି ପୁଜା ମଣ୍ଡପରେ ପୂଜା ପାଇଲେ କାର୍ତିକେୟ । ଏହି ପୁଜାର ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଥିବା ଦାଢାପାଟଣା ଗ୍ରାମରେ ହୋଇଛି ସର୍ବାଧିକ ୨୨ଟି ମେଢ । ତାସାଙ୍ଗକୁ ରହିଛି ଅପେରା,ମଙ୍ଗଳା ଛକରେ ପଡିଥିବା ମୀନା ବଜରର ଚକ୍ରୀ ଦୋଳି ସାଙ୍ଗକୁ […]

୧୨ରେ ଚୁଡଙ୍ଗଗଡ ବାରଙ୍ଗ ମହୋସ୍ ବ

ଭୁବନେଶ୍ୱର,୧୧/୧୧-୧୨ତାରିଖରେ ଆରମ୍ଭ ହେବାକୁ ଯାଉଛି ଚୁଡଙ୍ଗଗଡ ବାରଙ୍ଗ ମହୋସ୍ ବ । ଏଥିପାଇଁ ପ୍ରସ୍ତୁତିପର୍ବ ଶେଷ ହୋଇଛି । ଦୁଇଦିନ ଧରି ହେବାକୁ ଥିବା ଏହି ମହୋସ୍ ବ ରେ ରାଜ୍ୟର ବିଭିର୍ଣ ଜିଲ୍ଲାରୁ ଆସିବାକୁଥିବା କଳାକାରମାନଙ୍କଦ୍ୱାରା ନୃତ୍ୟ ଓ ସଙ୍ଗୀତ ପରିବେଷଣ ହେବ । ଏହି କଳାକାରମାନଙ୍କର କଳାଚାତୁରୀଦ୍ୱାରା ଦର୍ଶକମାନେ ମନ୍ତମୁଗ୍ଧ ହେବାର ଆଶାରଖିଛନ୍ତି  ମହୋସ୍ ବ କମିଟି । ମହୋସ୍ ବ କଳିଙ୍ଗ ସାମ୍ରାଜ୍ୟର ସମ୍ରାଟ ଚୋଳଗଙ୍ଗଦେବଙ୍କ ପରାକ୍ରମର ଗାଥା ସହିତ ଅଖଣ୍ଡ ବାରଙ୍ଗର […]

୧୩ ରୁ ଶୀତ ଅଧିବେଶନ

ଭୁବନେଶ୍ୱର,୧୧/୧୧-ଶୀତକାଳୀନ ବିଧାନସଭା ଅଧିବେଶନ ଆସନ୍ତା ୧୩ ତାରିଖରେ ଆରମ୍ଭ ହୋଇ ଡିସେମ୍ବର ୧୯ତାରିଖ ପର୍ଯ୍ୟନ୍ତ ଚାଲିବ ବୋଲି ସୁଚନା ଦେଇଛନ୍ତି ସଂସଦୀୟବ୍ୟାପାର ମନ୍ତୀ ବିକ୍ରମକେଶରୀ ଆରୁଖ । ୩୦ଟି କାର୍ଯ୍ୟଦିବସ ଥିବା ଏହି ଅଧିବେଶନରେ ୨୦୧୯-୨୦ ବର୍ଷର ଅତିରିକ୍ତ ବଜେଟ ଉପସ୍ଥାପିତ ହେବ ଏବଂ ସୁଚାରୁରୁପେ ଗୃହକୁ ଚଳାଇବାକୁ ବିରୋଧିଙ୍କ ସହଯୋଗ ଲୋଡିଛନ୍ତି ମନ୍ତୀ ଆରୁଖ ।

ଜଗତର କଲ୍ୟାଣପାଇଁ ଜାଳିଲେ ଅଖଣ୍ଡବତୀ

ଭୁବନେଶ୍ୱର,୧୧/୧୧-ରାଜଧାନୀ ଉପକଣ୍ଠ ଇଞଣାଗ୍ରାମରେ ଏକାଠିହେଲେ ମହିମାଧର୍ମି ସନ୍ୟାସୀ । ଜଗତର କଲ୍ୟାଣପାଇଁ ସମବେତ ପ୍ରାର୍ଥନାକଲେ । ଇଞଣାଗ୍ରାମମୁଣ୍ଡରେ ଥିବା ମହିମାଆଶ୍ରମର ବାର୍ଷିକ ମହୋସ୍ବ ପାଇଁ ଏହିଭଳି ପରିବେଶ ସୃଷ୍ଟିହୋଇଥିବାର ଦେଖିବାକୁ ମିଳିଥିଲା । ମହିମାଧର୍ମି ସାଧୁମାନେ ଜଗତର କଲ୍ୟାଣପାଇଁ ଅଖଣ୍ଡବତୀ ପ୍ରଜ୍ୱଳନ ସାଙ୍ଗକୁ ବ୍ରହ୍ମଧ୍ୱନୀ ସ୍ଥାପନ କରିଥିଲେ । ସନ୍ଧ୍ୟାରେ ମହିମାଧର୍ମି ଭକ୍ତମାନଙ୍କଦ୍ୱାରା ଭଜନ ପରିବେଷଣ କରାଯାଇଥିଲା । ପରେ ଉପସ୍ଥିତ ଭକ୍ତମାନଙ୍କ ପାଇଁ ପ୍ରସାଦସେବନର ବ୍ୟବସ୍ଥା ହୋଇଥିଲା । ବ୍ରହ୍ମଅବଧୁତ ବାନାମ୍ବରବାବା ,ବ୍ରହ୍ମଅବଧସ୍ୱଚ୍ଛ ମୁଷମ୍ବରବାବା, ସାଧୁଗଙ୍ଗାଧର […]