ବଦଲିଲା Jio ର ୧୧ ଟଙ୍କିଆ ରିଚାର୍ଜ ପ୍ଲାନ୍

ନୂଆଦିଲ୍ଲୀ ୨୧/୦୧(ସତ୍ୟସନ୍ଧାନ ଡେସ୍କ) ଅଗ୍ରଣୀ ଟେଲିକମ୍ ସଂସ୍ଥା ଜିଓର ୟୁଜର ବହୁ ଅଧିକ। କମ୍ପାନୀ ପକ୍ଷରୁ ୟୁଜରଙ୍କୁ ଭଲ ସେବା ଦେବା ପାଇଁ ନୂଆ ନୂଆ ରିଚାର୍ଜ ପ୍ଲାନ୍ ଆସୁଛି। କମ୍ ଟଙ୍କାରେ ଅଧିକ ଡାଟା ୟୁଜରଙ୍କୁ ଦେବା ପାଇଁ ଜିଓ ପକ୍ଷରୁ ଡାଟା ପ୍ଲାନ୍‌ରେ ବି ପରିବର୍ତ୍ତନ କରାଯାଉଛି। ଏବେ ପୁଣି କମ୍ପାନୀ ପକ୍ଷରୁ ୧୧ ଟଙ୍କିଆ ପ୍ଲାନରେ ପରିବର୍ତ୍ତନ ହୋଇଥିବା ଜଣାପଡ଼ିଛି।୧୧ ଟଙ୍କାରେ ଏବେ ଗ୍ରାହକଙ୍କୁ ଅଧିକ ଡାଟା ଦେବ ଜିଓ। ପରିବର୍ତ୍ତନ ସମ୍ପର୍କରେ କମ୍ପାନୀ ପକ୍ଷରୁ ଓ୍ବେବସାଇଟ୍‌ରେ ସୂଚନା ଦିଆଯାଇଛି। ୧୧ ଟଙ୍କିଆ ୪ଜି ଭାଉଚରରେ ଏବେ ଗ୍ରାହକଙ୍କୁ ୧ ଜିବି ଡାଟା ମିଳିବ। ପୂର୍ବରୁ ଏହି ପ୍ଲାନ୍ ମାଧ୍ୟମରେ ୟୁଜର ୮୦୦ ଏମବି ମିଳୁଥିଲା। ତେବେ ଏହି ପ୍ଲାନ୍ ବିନା ଭାଲିଡିଟିରେ   ଉପଲବ୍ଧ। ଅର୍ଥାତ ଆପଣଙ୍କ ମୂଳ ରିଚାର୍ଜର ସମୟ ସହ ଏହି ଡାଟା ମିଳିବ।ଜିଓରେ ୨୧, ୫୧, ୧୦୧ ଟଙ୍କିଆ ଆଡ୍ ଅନ୍ ପ୍ଲାନ୍ସ ବି ରହିଛି। ଏହି ପ୍ଲାନ ଜରିଆରେ ୟୁଜର ଯଥାକ୍ରମେ ୨ ଜିବି, ୬ ଜିବି ଓ ୧୨ ଜିବି ଡାଟା ପାଉଛନ୍ତି। ତେବେ ଜିଓର ୧୧ ଟଙ୍କିଆ ଆଡ ଅନ୍ ପ୍ଲାନର ପରିବର୍ତ୍ତନ ନେଇ ପ୍ରଥମେ ପ୍ରାଇସ୍‌ବାବାରୁ ସୂଚନା ମିଳିଥିଲା।ଏହା ବ୍ୟତୀତ ଜିଓ ଷ୍ଟାଣ୍ଡ ଆଲୋନ୍ ପ୍ଲାନ୍ସ ବି ଉପଲବ୍ଧ କରାଉଛି। ୧୫୧, ୨୦୧ ଏବଂ ୨୫୧ ଟଙ୍କାରେ ଏହି ପ୍ଲାନ ମିଳିପାରୁଛି। ଏହି ଡାଟା ପ୍ଲାନ୍ ଓ୍ବାର୍କ ଫ୍ରମ୍ ହୋମ୍ କ୍ୟାଟେଗୋରିରେ ଆସୁଛି। ଏଥି​‌ରେ ୟୁଜରଙ୍କୁ ଯଥାକ୍ରମେ ୩୦ ଜିବି, ୪୦ ଜିବି ଏବଂ ୫୦ ଜିବି ଡାଟା ମିଳୁଛି। ଏହି ସବୁ ପ୍ଲାନର ଭ୍ୟାଲିଡିଟି ୩୦ ଦିନ ପର୍ଯ୍ୟନ୍ତ  ରହୁଛି।

Comments (0)
Add Comment