Browsing category

ମହାନଗର

ବିଜେଡିର ୪୦ ଜଣିଆ ଷ୍ଟାର ପ୍ରଚାରକ

ଭୁବନେଶ୍ୱର,୧୭/୫(ଏସ ଏସ ନିଉଜ) ବ୍ରଜରାଜନଗର ଉପନିର୍ବାଚନ ପାଇଁ ବିଜେଡି ତାର ଷ୍ଟାର ପ୍ରଚାରକ ତାଲିକା ଘୋଷଣା କରିଛି ।ଘୋଷଣା କରାଯାଇଥିବା ୪୦ ଜଣିଆ ଷ୍ଟାର ପ୍ରଚାରକ ତାଲିକା ମଧ୍ୟରେ ଅଭିନେତା ଅରିନ୍ଦମ,ଆକାଶ ଦାସ ନାୟକଙ୍କୁ ସାମିଲ କରାଯାଇଛି । ଏହି ତାଲିକାରେ ପ୍ରଣବ ପ୍ରକାଶ ଦାସ, ଦେବୀ ପ୍ରସାଦ ମିଶ୍ର, ପ୍ରସନ୍ନ ଆଚାର୍ଯ୍ୟ, ନିରଞ୍ଜନ ପୂଜାରୀ, ପ୍ରତାପ ଦେବ, ଅରୁଣ ସାହୁ, ସଞ୍ଜୟ ଦାସବର୍ମା, ନବ କିଶୋର ଦାସ, ଦିବ୍ୟଶଙ୍କର ମିଶ୍ର, ସୁଶାନ୍ତ ସିଂହ ଓ ଟୁକୁନି […]

ମେଣ୍ଢାଶାଳରେ ବିଶ୍ୱଶାନ୍ତି ମହାଯଜ୍ଞ

ବାରଙ୍ଗ,୧୬/୫(ଏସଏସନିଉଜ)ମେଣ୍ଢାଶାଳ ଗ୍ରାମର ଇଷ୍ଟଦେବ ଶ୍ରୀଶ୍ରୀ ଭଗବତ ବାସୁଦେବଙ୍କ ମନ୍ଦିର ପ୍ରାଙ୍ଗଣରେ ପ୍ରତ୍ୟକବର୍ଷଭଳି ଚଳିତ ବର୍ଷ ଏକବିଁସତମବାର୍ଷିକ ବିଶ୍ୱଶାନ୍ତି ମହାଯଜ୍ଞ ଚାରିଦିନ ବ୍ୟାପୀ ଅନୁଷ୍‌ିତ ହୋଇଯାଇଛି ।ଶୀଲାମଣ୍ଡନ ,ଦେବତା ଆବାହନ,ଅଗ୍ନିସ୍ତାପନ ,ରୁଦ୍ରାଭିଷେକ,ଶ୍ରୀମଦ ଭାଗବତଗୀତାଯଜ୍ଞ ସହ ଚନ୍ଦନପୁର୍ଣିମାରେ ଯଜ୍ଞ ପୁର୍ଣାହୁତି ହୋଇାଇଛି ।ବାଙ୍କ ବିହାରୀଦାସ ଯଜ୍ଞରେ କର୍ତାରୁପେ ଯୋଗଦେଇଥିବାବେଳେ ଆଚାର୍ଯ୍ୟ ରମେଶଚନ୍ଦ୍ରକର, ବିଭିତି ଭୁଷଣରଥ,ଆଲୋକକୁମାର ପାଟଯୋଶୀ, ଦୁର୍ଗାପ୍ରସାଦ ଦାସ ପ୍ରମୁଖ ମନ୍ତ୍ରୋଚାରଣ ପୁର୍ବକ ପୁର୍ଣାହୁତି ପ୍ରଦାନ କରିଥିଲେ ।ଆଖାପାଖ ଗ୍ରାମର ଶତାଧିକ ନରନାରୀ ଏଥିରେ ଯୋଗଦେଇଥିଲେ ।ମନ୍ଦିରକମିଟି ସଦସ୍ୟମାନଙ୍କଦ୍ୱାରା ସଂକିର୍ତନ […]

ସମବାୟ ନିର୍ବାଚନ ପାଇଁ ବିଜେଡିର ପ୍ରସ୍ତୁତି

ଭୁବନେଶ୍ୱର,୧୬/୫(ଏସଏସନିଉଜ) ବିଜେଡିପକ୍ଷରୁ ସମବାୟ ନିର୍ବାଚନ ପାଇଁ ଜୋରଦାର ପ୍ରସ୍ତୁତି ଆରମ୍ଭ ହୋଇଛି ।ଏଥିପାଇଁ ଭିଡିଓ କନଫରେନ୍ସିଂ ଜରିଆରେ ମୁଖ୍ୟମନ୍ତ୍ରୀ ଦଳର ବରିଷ୍ଠ ନେତୃତ୍ବଙ୍କ ସହିତ ଆଲୋଚନା କରିଛନ୍ତି ।ବିଜେଡି ପକ୍ଷରୁ ସମବାୟ ନିର୍ବାଚନ ପରିଚାଳନା ନେଇ ୭ ଜଣିଆ କମିଟି ଗଠନ କରାଯାଇଛି ।କମିଟିର ଅଧ୍ୟକ୍ଷ ରହିବେ ପ୍ରତାପ ଦେବ ରହିଥିବାବେଳେ ରଣେନ୍ଦ୍ର ପ୍ରତାପ ସ୍ବାଇଁ, ଅତନୁ ସବ୍ୟସାଚୀ ନାୟକ, ପୁଷ୍ପେନ୍ଦ୍ର ସିଂ ଦେଓ , ସ୍ନେହାଙ୍ଗିନ ଛୁରୀଆ, ବିକ୍ରମ ପଣ୍ଡା, ରବୀନ୍ଦ୍ର ଜେନା କମିଟିର ସଦସ୍ୟ […]

ହେଟା ବାଘ ଆକ୍ରମଣରେ ୩ ଆହତ

ସାଲେପୁର, ୧୬/୫(ଏସଏସନିଉଜ) ହେଟା ବାଘ ଆକ୍ରମଣରେ ୩ ଶ୍ରମିକ ଆହତ ହୋଇଛନ୍ତି ।ମାହାଙ୍ଗା ସିପୁରା ଗାଁରେ ବିଲରେ କାମ କରୁଥିବା ବେଳେ ଆକ୍ରମଣ ଘଟିଥିବାର ଜଣାପଡିଛି । ହେଟା ବାଘ ଆକ୍ରମଣରେ ଆହତ ୩ ଶ୍ରମିକଙ୍କୁ ମାହାଙ୍ଗା ହସ୍ପିଟାଲରେ ଭର୍ତ୍ତି କରାଯାଇଥିବାର ଜଣାପଡିଛି ।

ଗୁମୁଟ ଉପରକୁ ଚଢିଲେ ଯୁବକ

ପୁରୀ, ୧୬/୫(ଏସଏସନିଉଜ) ସୋମବାର ଦିନ ପୁରୀ ଶ୍ରୀମନ୍ଦିର ଗୁମୁଟ ଉପରକୁ ଜଣେ ବଙ୍ଗିୟ ଯୁବକ ଚଢିଯାଇଥିଲେ ।ସେ ହେଉଛନ୍ତି ପଶ୍ଚିମବଙ୍ଗ ହଲାଦିଅପଡା ର ବାସିନ୍ଦା ରାକେଶ ହାଜରା ।ତେବେ ଏହି ଯୁବକଜଣଙ୍କୁ ମନ୍ଦିରର ସେବାୟତମାନେ କୈାଶଳକ୍ରମେ କବଜାକୁ ଆଣି ସିଂହଦ୍ୱାର ପୋଲିସ କୁ ହସ୍ତାନ୍ତର କରିଥିବା ଜଣାପଡିଛି ।ତେବେ ମନ୍ଦିର ଗୁମୁଟ ଉପରକୁ ସେ କାହିଁକି ଚଢିଥିଲେ ଜଣା ପଡି ନଥିବା ବେଳେ ସିଂହ ଦ୍ୱାର ପୋଲିସ ଅଧିକ ତଦନ୍ତ ଆରମ୍ଭ କରିଛନ୍ତି।

ସାବିତ୍ରୀ ଅମାବାସ୍ୟା ସ୍କୁଲ ଛୁଟି

ଭୁବନେଶ୍ୱର,୧୪/୫(ଏସ ଏସ ନିଉଜ)ଆସନ୍ତା ବୁଦ୍ଧ ପୂର୍ଣିମା ଓ ସାବିତ୍ରୀ ଅମାବାସ୍ୟା ସ୍କୁଲ ଛୁଟି। ଏହି ଦିନ ସରକାରୀ ଛୁଟି ଥିବାରୁ ସମସ୍ତ ସ୍କୁଲ ଛୁଟି କରିବାକୁ ଗଣଶିକ୍ଷା ବିଭାଗର ନିଷ୍ପତ୍ତି। ଏ ବିଷୟରେ ସୂଚନା ଦେଲେ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ ।

ଆସୁଛି ଆଉ ଏକ ଲଘୁଚାପ !

ଭୁବନେଶ୍ୱର,୧୩/୫(ଏସଏସନିଉଜ) ବାତ୍ୟା ଅସାନୀ ଯାଉଯାଉ ପୁଣି ଆଉ ଏକ ଲଘୁଚାପ ଓଡ଼ିଶା ଆଡ଼କୁ ମାଡ଼ି ଆସୁଛି । ବଙ୍ଗୋପାସାଗରରେ ଆଉ ଏକ ଲଘୁଚାପ ଦାନା ବାନ୍ଧୁଥିବା ଜଣାପଡ଼ିଛି । ଆସନ୍ତା ୩-୪ ଦିନ ଭିତରେ ଏହାର ଝଲକ ଦେଖାଯିବ ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଆସନ୍ତା ୧୩ରୁ ୧୯ ତାରିଖ ମଧ୍ୟରେ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି । ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗରରେ ଏହା ସୃଷ୍ଟି ହୋଇ ଅବପାତର ରୂପ […]

୨୭ ରେ କେରଳ ଛୁଇଁବ ମୌସୁମୀ

ଭୁବନେଶ୍ୱର, ୧୩/୫(ଏସଏସନିଉଜ) ଚଳିତବର୍ଷ ଶୀଘ୍ର ଆସିବ ମୌସୁମୀ ବର୍ଷା ନେଇ ଆକଳନ କରିଛି ପାଣିପାଗ ବିଭାଗ । ମେ ୨୭ ରେ କେରଳ ମୌସୁମୀ ଛୁଇଁବାନେଇ ଆକଳନ କରିଛି ପାଣିପାଗ ବିଭାଗ । ସାଧାରଣତଃ କେରଳ ଛୁଇଁବାର ଗୋଟିଏ ସପ୍ତାହରୁ ୧୫ ଦିନ ମଧ୍ୟରେ ଓଡ଼ିଶା ଆସିଥାଏ ମୌସୁମୀ ।  

ଉଦ୍ଧାର ହେଲା ଛୁଆ ହରିଣ

ଖୋର୍ଦ୍ଧା, ୧୩/୫(ଏସଏସନିଉଜ) କୁମାରବସ୍ତ ନିକଟରୁ ଏକ ଛୁଆ ହରିଣ କୁ ଗାଁ ଲୋକ ଉଦ୍ଧାର କରି ବନ ବିଭାଗକୁ ଦେଇଛନ୍ତି ।ଆଜି ସକାଳେ ତିନିଟି ହରିଣ ଛୁଆ ଚନ୍ଦକା ଅଭୟାରଣ୍ୟରୁ ବାହାରି କୁମାରବସ୍ତ ଗାଁ ଭିତରକୁ ଚାଲିଆସିଥିବାବେଳେ କୁକୁରମାନେ ଗୋଡାଇବାରୁ ଦୁଇଟି ଜଙ୍ଗଲକୁ ପଳାଇଯାଇଥିଲେ ।କିନ୍ତୁ ଗୋଟିଏ ଗାଁରେ ରହିଯାଇଥିବାରୁ ଗ୍ରାମବାସୀମାନେ ଉଦ୍ଧାର କରି ବନବିଭାଗକୁ ହସ୍ତାନ୍ତର କରିଥିଲେ ।  

ଯୁବତୀଙ୍କୁ ଦୁଷ୍କର୍ମ ଅଭିଯୋଗରେ ଯୁବକ ଗିରଫ

ବାଲିଅନ୍ତା, ୧୩/୫(ଏସଏସନିଉଜ) ଜଣେ ଯୁବତୀକୁ ଘରକୁ ଡାକିନେଇ ଦୁଷ୍କର୍ମ କରିବା ଅଭିଯୋଗରେ ପାହାଳ ଥାନା ପୁଲିସ କିଶନ ଅଗ୍ରୱାଲ ନାମକ ଯୁବକକୁ ଗିରଫ କରିଛି ।ଚନ୍ଦ୍ରଶେଖରପୁର ଅଞ୍ଚଳରେ ଥିବା ଏକ ଡ୍ୟାନ୍ସବାର ଗତକାଲି ରାତିରେ ପରିଚିତ ହୋଇଥିବା ଯୁବତୀକୁ ଅନୁରୋଧ କରି ନିଜ ଘର ଭଡାଘର ପାହଳକୁ ଆଣିଥିଲେ ।ବାରରେ ଅତ୍ୟଧିକ ମଦ୍ୟପାନ କରିଥିବାରୁ ନିଶାସକ୍ତ ଅବସ୍ଥାରେ କିଶନ ପୀଡ଼ିତାଙ୍କ ସହ ଦୁଷ୍କର୍ମ କରିଥିଲେ ବୋଲି ଯୁବତୀ ଜଣଙ୍କ ପାହାଳ ଥାନାରେ ଅଭିଯୋଗ କରିଥିଲେ ।