Browsing category

ମହାନଗର

ଯୁବକଙ୍କୁ ଗୁଳି କରି ହତ୍ୟା

ସୁନ୍ଦରଗଡ଼,୩୦/୪(ଏସ ଏସ ନିଉଜ) ରାସ୍ତା ଉପରେ ଯୁବକଙ୍କୁ ଗୁଳି କରି ହତ୍ୟା କରାଯାଇଛି।ଟାଉନ ଥାନା ସରକାରୀ କଲେଜ ରୋଡ୍‌ରେ ଏହି ଘଟଣା ଘଟିଛି । ୨ ଦୁର୍ବୃତ୍ତ ମୁଖାପିନ୍ଧିବାଇକ୍‌ରେ ଆସି ଗୁଳି କରି ଚମ୍ପଟ୍ ମାରିଛନ୍ତି ।ମୃତ ଯୁବକ ସ୍ଥାନୀୟ ମୁଣ୍ଡାପଡ଼ା ର ହୋଇ ଥିବା ବେଳେ ଖବର ପାଇ ସ୍ଥାନୀୟ ପୋଲିସ ପହଂଚି ଛାନଭିନ୍ ଆରମ୍ଭ କରିଛି ।

ଉଦଯାପିତ ହେଲା ବାର୍ଷିକ ବାଦିପାଲା ଉସ୍‌ବ

ବାରଙ୍ଗ,୨୯/୪(ଏସଏସନିଉଜ) ରାଜଧାନୀ ଉପକଣ୍ଠ ବଡବାଲିପଡା ଗ୍ରାମରେ ସବୁବର୍ଷ ଭଳି ଚଳିତବର୍ଷ ବାର୍ଷିକ ବାଦିପାଲା ଉସ୍‌ବ ଗୁରୁବାର ରାତିରେ ଶେଷ ହୋଇଯାଇଛି ।୭ଦିନ ଧରି ଚାଲିଥିବା ଏହି ଉସ୍‌ବରେ ରାଜ୍ୟର ଜଣାଶୁଣା ନାମି ପାଲା ଗାୟକମାନଙ୍କ ଦ୍ୱାରା ପାଲା ପରିବେଶଣ ହୋଇଥିଲା ।ଗାଁରଏହା ପ୍ରମୁଖ ପର୍ବ ହୋଇଥିବାରୁ ଗ୍ରାମବାସୀମାନେ ବେଶ ଉସ୍‌ାହିତ ଥିଲେ ।ମଦନମୋହନ ଓ ଶିଖରଚଣ୍ଢୀଙ୍କ ପୀଠସ୍ଥଳୀରେ ଏହି ପାଲା ପରିବେଶଣ ହୋଇଥିଲା ।ଶେଷଦିନରେ ଭୁବନେଶ୍ୱରଉତର ବିଧାୟକ ଶୁସାନ୍ତକୁମାରରାଉତ ଯୋଗଦେଇ ପାଲାକଳାକାରମାନଙ୍କ ସହ ଗ୍ରାମର ମୁରବୀମାନଙ୍କୁ ସମ୍ବର୍ଦ୍ଧିତ […]

ଟ୍ରେନ୍ ଧକ୍କାରେ ୮ଗୋରୁ ମୃତ

ବାରଙ୍ଗ,୨୯/୪(ଏସଏସନିଉଜ)ଶୁକ୍ରବାର ସନ୍ଧ୍ୟାରେ କଳାରାହଙ୍ଗ ଲେବଲକ୍ରସିଂଠାରେ ଟ୍ରେନ ଧକ୍କାରେ ୮ଟି ଗୋରୁ ମୃତ୍ୟୁବରଣ କରିଛନ୍ତି ।ଗୋଟିଏ ବଗିଥିବା ଟ୍ରେନଟି ବାରଙ୍ଗରୁ ଭୁବନେଶ୍ୱର ପଟକୁ ଆସୁଥିବାବେଳେ ଏହି ଧକ୍କା ହୋଇଥିଲା ।୮ଟି ଗୋରୁ ରେଳଧାରଣାରେ ଥିବାବେଳେ ଟ୍ରେନ ସେମାନଙ୍କୁ ଧକ୍କା ଦେଇଥିଲା ।ଫଳରେ ୮ଟି ଗୋରୁଙ୍କର ମୃତ୍ୟୁ ହୋଇଥିଲା ।(ଶଶିକାନ୍ତନାୟକଙ୍କ ରିପୋର୍ଟ)

ପ୍ରେମ ପାଇଁ ୯୭ଲକ୍ଷ

ଭୁବନେଶ୍ୱର, ୨୯/୪(ଏସଏସନିଉଜ) ପ୍ରେମ ପାଇଁ ବାଜିଲାଗିଲା ୯୭ଲକ୍ଷ । ପ୍ରେମିକ ପାଇଁ ୯୭ଲକ୍ଷ ଠକେଇ କରି ଧରାପଡିଛନ୍ତି ପ୍ରେମିକା । ୯୭ଲକ୍ଷ ଟଙ୍କା ଠକେଇ ମାମଲାରେ ପ୍ରେମିକାକୁ ଗିରଫ କରିଛି ତମଣ୍ଡୋ ଥାନା ପୋଲିସ । ଯୁବତୀ ଜଣଙ୍କ ଏକ ଘେରୋଇ କଲେଜରେ ଆକାଉଣ୍ଟାଣ୍ଟ ଥିଲେ। ବର୍ଷକ ଭିତରେ ପାଖାପାଖି ୯୭ ଲକ୍ଷ ଟଙ୍କା ଫୋନ୍ ପେ ଜରିଆରେ ପଠାଇଥିଲେ ଉକ୍ତ ଲେଡି ଆକାଉଟାଣ୍ଟ । ତେବେ ଟଙ୍କା ଗାଏବ ନେଇ ତମାଣ୍ଡୋ ଥାନାରେ ଅଭିଯୋଗ କରିଥିଲେ […]

ଦିନ ଦ୍ୱିପ୍ରହରରେ ଯୁବତୀଙ୍କୁ ଅପହରଣ

ଭୁବନେଶ୍ୱର, ୨୯/୪(ଏସଏସନିଉଜ)ରାଜଧାନୀ ଭୁବନେଶ୍ୱରରେ ଦିନ ଦ୍ୱିପ୍ରହରରେ ଯୁବତୀଙ୍କୁ ଅପହରଣ କରାଯାଇଥିବାର ଅଭିଯୋଗ ହୋଇଛି ।କାରରେ ଉଠାଇ ନେଉଥିବା ବେଳେ ପୋଲିସ ହାତରେ ଧରାପଡିବା ସହ ଚାଲିଛି ପଚରାଉଚରା । ଏହି ଚାଂଚଲ୍ୟକର ଖବର ନୟାପଲ୍ଲୀ ଭୋଇ ସାହି ଅଞ୍ଚଳରେ ଘଟିଛି । ଏକ ସ୍ୱିଫ୍ଟ କାରରେ ଯୁବତୀଙ୍କୁ ଅପହରଣ କରୁଥିବା ବେଳେ ପୋଲିସ ହାତରେ ଧାରପଡିଛନ୍ତି।ଏହି ଘଟଣାରେ ୩ ଜଣଙ୍କୁ ଅଟକ ରଖି ପୋଲିସ ପଚରାଉଚରା କରୁଛି ।

ଆଇପିଏସ ସ୍ତରରେ ବଡଧରଣର ଅଦଳବଦଳ

ଭୁବନେଶ୍ୱର,୨୯/୪(ଏସ ଏସ ନିଉଜ)ଆଇପିଏସ ସ୍ତରରେ ବଡଧରଣର ଅଦଳବଦଳ ହୋଇଛି । ଭୁବନେଶ୍ୱର ଡିସିପି ଭାବେ ପ୍ରତୀକ ସିଂଙ୍କୁ ଦାୟିତ୍ୱ ମିଳିଛି । ପିନାକ ମିଶ୍ର କଟକ ଡିସିପି, ସନ୍ତୋଷ ଉପାଧ୍ୟାୟଙ୍କୁ ଅଗ୍ନିଶମ ବିଭାଗ ଡିଜି,ସଞ୍ଜୀବ ପଣ୍ଡାଙ୍କୁ ଗୁଇନ୍ଦା ନିର୍ଦ୍ଦେଶକ, ଉମାଶଙ୍କର ଦାସଙ୍କୁ କଟକ -ଭୁବନେଶ୍ୱର ଅତିରିକ୍ତ ପୋଲିସ କମିଶନର,ଶ୍ରବଣ ବିବେକ ବ୍ରହ୍ମପୁର ଏସପି, ଅଳିଳାଷ ଜୀ କଳାହାଣ୍ଡି ଏସପି, ସିଦ୍ଧାର୍ଥ କାଟତିଆ ଖୋର୍ଦ୍ଧା ଏସପି, ଅଲେଖ ପହୀ ନୟାଗଡ ଏସପି, ଏସ ସୁଶ୍ରୀ ନବରଙ୍ଗପୁର ଏସପି, ପରମାର […]

ଆସୁଛି ଖରାଦିନିଆ ବାତ୍ୟା

ଭୁବନେଶ୍ୱର,୨୯/୪(ଏସ ଏସ ନିଉଜ)ଗୋଟେପଟେ ରାଜ୍ୟରେ ପ୍ରବଳ ଗ୍ରୀଷ୍ମପ୍ରବାହ ଜାରି ରହିଥିବାବେଳେ ଆସୁଛି ଏକ ବାତ୍ୟା ।୪ର୍ଥ ଥର ପାଇଁ ମେ’ ମାସରେ ସମ୍ଭାବ୍ୟ ବାତ୍ୟାକୁ ନେଇ ଆକଳନ କରିଛି ପାଣିପାଗ ବିଭାଗ। ମେ ୬ ତାରିଖରେ ଲଘୁଚାପ ଘନୀଭୂତ ହେବା ପରେ ଏହା କ୍ରମଶଃ ବାତ୍ୟାର ରୂପ ନେଇପାରେ। ୧୦ ତାରିଖ ବେଳକୁ ଏହି ଲଘୁଚାପ ବାତ୍ୟାର କରାଳ ରୂପ ନେବାର ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛି।

ରୋକ୍ ଲଗାଇଲେ କେନ୍ଦ୍ର ସରକାର

ଭୁବନେଶ୍ୱର,୨୯/୪(ଏସ ଏସ ନିଉଜ)ଗୋଟେପଟେ ପେଟ୍ରୋଲ ଦର ଯେଉଁଭଳି ଭାବେ ବୃଦ୍ଧି ପାଉଛି ସେଥିରୁ ନିସ୍ତାର ମିଳିବ ବୋଲି ବଜାରରେ ଇଲେକ୍ଟ୍ରିକ୍ ଯାନର ଚାହିଦା ବଢ଼ିବାକୁ ଲାଗିଥିଲା । ଗତ କିଛିଦିନ ହେବ ଏକାଧିକ ଇଲେକ୍ଟ୍ରିକ ଯାନରେ ନିଆଁ ଲାଗିବା ପରେ ସମସ୍ତଙ୍କ ପାଇଁ ଚିନ୍ତା ବଢ଼ିବରେ ଲାଗିଥିଲା ।କେନ୍ଦ୍ର ସରକାର ଏହି ଘଟଣାକୁ ଗମ୍ଭୀରତାର ସହ ନେଇଛନ୍ତି ।ବର୍ତ୍ତମାନ ଇଲେକ୍ଟ୍ରିକ ଯାନର ନୂଆ ମଡେଲ ଲଞ୍ଚ କରିବା ଉପରେ ସରକାର ରୋକ୍ ଲାଗୁ କରିଛନ୍ତି ।

ମାଟ୍ରିକ୍ ପରୀକ୍ଷା ଦେଲେ ବିଧାୟକ

ଭୁବନେଶ୍ୱର,୨୯/୪(ଏସ ଏସ ନିଉଜ)ଫୁଲବାଣୀ ବିଧାୟକ ଅଙ୍ଗଦ କହଁର ରୁଜାଙ୍ଗୀ ଉଚ୍ଚବିଦ୍ୟାଳୟରେ ପରୀକ୍ଷା ଦେଇଛନ୍ତି ।ବିଧାୟକ ୧୯୭୮ରୁ ପାଠଛାଡିଥିଲେ।ରାଜ୍ୟ ମୁକ୍ତ ବିଶ୍ୱବିଦ୍ୟାଳୟ ଅଧିନରେ ଥିବା ଫୁଲବାଣୀ ରୁଜାଙ୍ଗୀ ଉଚ୍ଚ ବିଦ୍ୟାଳୟରେ ସେ ପରୀକ୍ଷା ଦେଉଛନ୍ତି ।ଅନ୍ୟ ପରୀକ୍ଷାର୍ଥୀଙ୍କ ଭଳି ସେ ପରୀକ୍ଷା କେନ୍ଦ୍ରକୁ ଯାଇ ପରୀକ୍ଷା ଦେଇଛନ୍ତି ।

ଆଜିଠୁ ପଶ୍ଚିମଦ୍ବାରରୁ ଦର୍ଶନ

ପୁରୀ,୨୯/୪(ଏସ ଏସ ନିଉଜ) ଶ୍ରୀମନ୍ଦିରରେ ଆଜିଠୁ ପଶ୍ଚିମ ଦ୍ବାରରୁ ଦର୍ଶନ ହେବ।ଭକ୍ତଙ୍କ ସୁବିଧା ପାଇଁ ପଶ୍ଚିମ ଦ୍ବାର ନିକଟରେ ନିର୍ମାଣ ହୋଇଛି ସ୍ଥାୟୀ ସେଡ୍‌।ଶ୍ରୀମନ୍ଦିର ପରିଚାଳନା କମିଟିର ନିଷ୍ପତ୍ତି ପରେ ଦର୍ଶନ ବ୍ୟବସ୍ଥା ଆରମ୍ଭ ହୋଇଛି ।ଦକ୍ଷିଣ ଦ୍ବାରରୁ ଲାଗିଲା ନୂଆ ସେଡ୍‌।ଦକ୍ଷିଣ ଓ ଉତ୍ତର ଦ୍ବାରରେ ପ୍ରସ୍ଥାନର ମଧ୍ୟ ବ୍ୟବସ୍ଥା ହୋଇଛି।