Browsing category

ମହାନଗର

ପୂବର୍ତନ ବିଧାୟକଙ୍କ ମୃତ୍ୟୁରେ ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ

ଭୁୁବନେଶ୍ୱର,୧୨/୧(ଏସଏସନିୟୁଜ) ପାରଳାଖେମୁଣ୍ଡିର ପୂର୍ବତନ ବିଧାୟକ ବିଜୟ ଜେନା(୯୦)ଙ୍କର ପୈତୃକ ଘର ପାରଳାଖେମୁଣ୍ଡି ନିକଟବର୍ତ୍ତୀ ଗୁରାଣ୍ଡିରେ ପରଲୋକ ହୋଇଛି । ଗତକାଲି ରାତିରେ ହୃଦଘାତରେ ତାଙ୍କର ମୃତ୍ୟୁ ଘଟିଥିବା ସୂଚନା ମିଳିଛି । ପାରଳାଖେମୁଣ୍ଡି ନିର୍ବାଚନ ମଣ୍ଡଳୀରୁ ସ୍ବାଧୀନ ବିଧାୟକ ଭାବେ ବିଜୟ କୁମାର ଜେନା ଦୁଇ ଥର ନିର୍ବାଚିତ ହୋଇଥିଲେ । ତାଙ୍କ ବିୟୋଗରେ ପାରଳାଖେମୁଣ୍ଡି ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ପାରଳାଖେମୁଣ୍ଡିର ପୂବର୍ତନ ବିଧାୟକଙ୍କ ମୃତ୍ୟୁରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟ୍ୱିଟ କରି ଶୋକ […]

ବ୍ୟାଙ୍କରୁ ଲୁଟିନେଲେ କୋଟିଏ ଟଙ୍କାର ଅଳଙ୍କାର

ଢେଙ୍କାନାଳ, ୧୨/୧(ଏସଏସନିୟୁଜ) ଢେଙ୍କାନାଳ ଜିଲ୍ଲା ରାସୋଳ ଥାନା ଅନ୍ତର୍ଗତ ଉତ୍କଳ ଗ୍ରାମ୍ୟ ବ୍ୟାଙ୍କରେ ଅପରାହ୍ନ ପ୍ରାୟ ୨ଟାରେ ଲୁଟେରାମାନେ କୋଟିଏ ଟଙ୍କାର ସୁନା ଗହଣା ଲୁଟି ନେଇଛନ୍ତି । ଦୁଇଟି ବୁଲେଟରେ ୪ ଜଣ ମୁଖାପିନ୍ଧା ଦୁର୍ବୃତ୍ତ ଆସି ଭୁଜାଲିରେ କର୍ମଚାରୀଙ୍କୁ ଆକ୍ରମଣ କରି ଲକର୍‌ରୁ ପ୍ରାୟ ଏକ କୋଟି ଟଙ୍କାରର ସୁନା ଗହଣା ଓ ନଗଦ ୮ ଲକ୍ଷ ଟଙ୍କା ସହ ସିସିଟିଭି କ୍ୟାମେରାର ହାର୍ଡଡିକ୍ସ ମଧ୍ୟ ନେଇ ଯାଇଥିବାର ଅଭିଯୋଗ ହୋଇଛି ।ମୁଖାପିନ୍ଧା ୪ […]

କରୋନା ପରେ ନିମୋନିଆରେ ପୀଡିତ ହେଲେ ଲତା ମଙ୍ଗେସକର

ଭୁୁବନେଶ୍ୱର,୧୨/୧(ଏସଏସନିୟୁଜ) ବଲିଉଡର ସୁରସାମ୍ରାଜ୍ଞୀ ଲତା ମଙ୍ଗେସକର ଶନିବାର ରାତିରେ କରୋନାରେ ଆକ୍ରାନ୍ତ ହେବାପରେ ନିମୋନିଆରେ ପୀଡିତ ହୋଇଛନ୍ତି । ତାଙ୍କୁ ମୁମ୍ବାଇର ବ୍ରିଚ୍‌କାଣ୍ଡି ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସେଠାରୁ ତାଙ୍କୁ ଆଇସିୟୁରେ ରଖାଯାଇଛି। ୧୦ରୁ ୧୨ ଦିନ ଆଇସିୟୁରେ ରହିବେ ବୋଲି ଡାକ୍ତର ସୂଚନା ଦେଇଛନ୍ତି।ଅନ୍ୟପଟେ ତାଙ୍କ ଫ୍ୟାନ୍‌ମାନେ ଲତା ମଙ୍ଗେସକରଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି ।

ଆସିଲା ନୁଆ ଗାଇଡ଼ଲାଇନ୍

ଭୁବନେଶ୍ୱର, ୧୨/୧(ଏସଏସନିୟୁଜ) ପଞ୍ଚାୟତ ନିର୍ବାଚନ ପାଇଁ ନୂଆ ଗାଇଡ଼ଲାଇନ୍ ଜାରି କରିଛନ୍ତି ଏସଆରସି ।ଏଥିରେ ବଡ଼ ସମାବେଶକୁ ବାରଣ କରାଯାଇଛି । ରୋଡ୍ ସୋ, ପଦଯାତ୍ରା, ସାଇକେଲ, ବାଇକ୍ ରାଲି କରାଯାଇପାରିବ ନାହିଁ । ପ୍ରଚାର ବେଳେ ସର୍ବାଧିକ ୫ ଜଣଙ୍କୁ ଅନୁମତି ମିଳିଛି । ଖୋଲା ଜାଗାରେ ଧାର୍ଯ୍ୟ ସୀମା ମଧ୍ୟରେ ସମାବେଶ କରିବାକୁ ଅନୁମତି ଦିଆଯାଇଛି । ସମାବେଶରେ କୋଭିଡ ନୀୟମମାନିବାକୁ ବାଧ୍ୟତାମୂଳକ କରାଯାଇଛି । ନୋମିନେସନ ବେଳେ ପ୍ରାର୍ଥୀ ଓ ଜଣେ ପ୍ରସ୍ତାବକ […]

ନିଆଁ ପରି ବ୍ୟାପୁଛିକୋଭିଡ୍ …

୧. ୱାସିଂଟନ:ବିଶ୍ବରେ ପ୍ରଥମ: ମଣିଷ ଶରୀରରେ ଘୁଷୁରି ହୃତ୍‌ପିଣ୍ଡ ପ୍ରତିରୋପଣ । ୨. ବିଶିଷ୍ଟ ସାହିତ୍ୟିକ, ନାଟ୍ୟକାର, ଆଦର୍ଶ ଶିକ୍ଷକ, ଆକାଶବାଣୀର ସ୍ବୀକୃତିପ୍ରାପ୍ତ ଗୀତିକାର ତଥା ପ୍ରଥମ ସମ୍ବଲପୁରୀ ଚଳଚ୍ଚିତ୍ର ‘ଭୁଖା’ର ଲେଖକ ମଙ୍ଗଳୁ ଚରଣ ବିଶ୍ବାଳଙ୍କ ମଙ୍ଗଳବାର ସକାଳେ ପରଲୋକ ହୋଇଯାଇଛି । ୩. ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ବାରା ଚାଲିଥିବା +୨ ପ୍ରଥମ ବର୍ଷ (ଏକାଦଶ) ପତ୍ର ବିନିମୟ ପାଠ୍ୟକ୍ରମ (କରେସପଣ୍ଡେନ୍ସ କୋର୍ସ)ର ନାମଲେଖା ଅବଧି ବୃଦ୍ଧି କରାଯାଇଛି । ଏନେଇ ପରିଷଦ […]

ବାଜିଲା ପଞ୍ଚାୟତ ନିର୍ବାଚନ ବିଗୁଲ

ଭୁବନେଶ୍ୱର,୧୧/୧(ଏସ ଏସ ନିଉଜ)ପଞ୍ଚାୟତ ନିର୍ବାଚନ ନେଇ ବାଜିଲା ବିଗୁଲ । ୫ଟି ପର୍ଯ୍ୟାୟରେ ହେବ ପଞ୍ଚାୟତ ନିର୍ବାଚନ .ଫେବ୍ରୁଆରୀ ୧୬ – ପ୍ରଥମ ପର୍ଯ୍ୟାୟ,ଫେବ୍ରୁଆରୀ ୧୮ – ଦ୍ୱିତୀୟ ପର୍ଯ୍ୟାୟ, ଫେବ୍ରୁଆରୀ ୨୦ – ତୃତୀୟ ପର୍ଯ୍ୟାୟ,ଫେବ୍ରୁଆରୀ ୨୨ – ଚତୁର୍ଥ ପର୍ଯ୍ୟାୟ, ଫେବ୍ରୁଆରୀ ୨୪ – ପଞ୍ଚମ ପର୍ଯ୍ୟାୟ ନିର୍ବାଚନ ହେବା ନେଇ ରାଜ୍ୟ ନିର୍ବାଚନ କମିଶନରଙ୍କ ପ୍ରେସମିଟ୍ ରେ ଘୋଷଣା କରିଛନ୍ତି ।ସବୁ ବ୍ଲକସ୍ତରରେ ଭୋଟ ଗଣତି ହେବ ।ଏହାସହ ସକାଳ ୭ଟାରୁ ଦିନ […]

ଆଜି ହେବ ତାରିଖ ଘୋଷଣା

ଭୁବନେଶ୍ୱର,୧୧/୧(ଏସଏସନିୟୁଜ) ତ୍ରି-ସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ଆଜି ତାରିଖ ଘୋଷଣା ହେବା ସମ୍ଭାବନା ରହିଛି । ଆଜି ପୂର୍ବାହ୍ନ ସାଢ଼େ ୧୧ଟାରେ ଗୀତଗୋବିନ୍ଦ ସଦନରେ ରାଜ୍ୟ ନିର୍ବାଚନ ଆୟୋଗର ପ୍ରେସମିଟ୍ ଡାକିଛନ୍ତି ।

୭ ହଜାର ଟପିଲା ଦୈନିକ ସଂକ୍ରମଣ

ଭୁବନେଶ୍ୱର,୧୧/୧(ଏସଏସନିୟୁଜ)ଗତ ୨୪ ଘଣ୍ଟାରେ ରାଜ୍ୟରେ ୭ହଜାର ୭୧ ହଜାର ୭୧ ନୂଆ କରୋନାଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କମଧ୍ୟରେ ସଙ୍ଗରୋଧ କେନ୍ଦ୍ରରୁ ୪ହଜାର ୧୨୮ ଜଣ ଓ ସ୍ଥାନୀୟ ଅଞ୍ଚଳରୁ ୨ହଜାର ୯୪୩ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ତେବେ ଖୋର୍ଦ୍ଧାରୁ ସର୍ବାଧିକ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।ତେବେ ଏମାନଙ୍କମଧ୍ୟରେ ୧୮ ବର୍ଷରୁ କମ୍ ବୟସ ବର୍ଗର ୭୦୭ ଜଣ ରହିଛନ୍ତି ।

ନେଇପାରିଲେନି ଟଙ୍କା,ଲୁଟିନେଲେ ସ୍କୁଟି

ବାରଙ୍ଗ,୧୦/୧(ଏସ ଏସ ନିଉଜ)ରାଜଧାନୀ ଉପକଣ୍ଠ ନନ୍ଦନକାନନ ଥାନା ଅନ୍ତର୍ଗତ ମରିଚିଆ ଝିଙ୍କରଡିହ ନଦୀବନ୍ଧ ରାସ୍ତାରେ ଫାଇନାନ୍ସ କର୍ମଚାରୀଙ୍କ ଠାରୁ ଲୁଟ।ଟଙ୍କା ଲୁଟ ଉଦ୍ୟମ ବିଫଳ ହେବାରୁ ଦୁର୍ବୃତ୍ତ ମାନେ ଟଙ୍କା ରଖାଯାଇଥିବା ସ୍କୁଟିକୁ ଲୁଟିନେଇଛନ୍ତି।ଲୁଟ ର ଶିକାର ହୋଇଥିବା ବ୍ୟକ୍ତି ଜଣକ ହେଉଛନ୍ତି କଟକରେ ରହୁଥିବା ନହରକଣ୍ଟା ଗ୍ରାମର ସୌମ୍ୟକାନ୍ତ ନନ୍ଦ।ଏନେଇ ସୌମ୍ୟକାନ୍ତ  ସୋମବାର ନନ୍ଦନକାନନ ଥାନାରେ ଅଭିଯୋଗ କରିବା ପରେ ପୋଲିସ ତଦନ୍ତ ଜାରି ରଖିଛି।ସୌମ୍ୟକାନ୍ତଙ୍କ ଅଭିଯୋଗ ମୁତାବକ ସୋମବାର ଦିନ ତାଙ୍କ ପତ୍ନୀ କଟକ […]

ଭିତରକନିକାରେ ବଢିଲେ କୁମ୍ଭୀର ସଂଖ୍ୟା

ରାଜନଗର , ୧୦/୧(ଏସଏସନିୟୁଜ)ଭିତରକନିକାରେ ଚାଲିଥିବା କୁମ୍ଭୀର ଗଣନା ଶେଷ ହୋଇଛି ।ତେବେ ଏହି ଗଣନାରେ ଗତବର୍ଷଠାରୁ ଚଳିତବର୍ଷ କୁମ୍ଭୀର ସଂଖ୍ୟା ବୃଦ୍ଧିପାଇଛି ।ଗତବର୍ଷ ୧୭୬୮ଟି କୁମ୍ଭୀର ଗଣନା କରାଯାଇଥିବାବେଳେ ଚଳିତବର୍ଷ ଏହାବୃଦ୍ଧିପାଇ ୧୭୮୪ରେ ପହଁଚିଛି ।ଚତବର୍ଷଠାରୁ ଚଳିତବର୍ଷ ୧୬ଟି କୁମ୍ଭୀର ବୃଦ୍ଧି ପାଇଥିବାର ରାଜନଗର ବନଖଣ୍ଡ ଅଧିକାରୀଙ୍କ ସୂଚନା ଦେଇଛନ୍ତି ।