Browsing category

ମହାନଗର

୪ ସରକାରୀ ଅଧିକାରୀଙ୍କୁ ଦିଆଗଲା ବାଧ୍ୟତାମୂଳକ

ଭୁବନେଶ୍ୱର,୫/୧୦(ଏସ ଏସ ନିୟୁଜ)ଓଡ଼ିଶା ସରକାର । ଆଉ ୪ ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ଦେଇଛନ୍ତି।ସେମାନେ ହେଲେ୨ ଓଏଏସ୍, ଜଣେ ଜିଲ୍ଲା ସବ୍ ରେଜିଷ୍ଟ୍ରାର, ଜଣେ ପୂର୍ବତନ ଜିଲ୍ଲା ମୁଖ୍ୟ ପ୍ରାଣୀ ସଂପଦ ଅଧିକାରୀ ।ଦୁର୍ନୀତିଗ୍ରସ୍ତ ଓ ଅପରାଗ ଅଧିକାରୀଙ୍କ ବିରୋଧରେ କଠୋର ଆଭିମୁଖ୍ୟ ଆପଣେଇଛନ୍ତି ରାଜ୍ୟ ସରକାର ।ସେଇଥିପାଇଁ ଆଉ ୪ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କୁ ଦେଇଛନ୍ତି ବାଧ୍ୟତାମୂଳକ ଅବସର ।

ଫେବୃଆରୀ ୧୨ରୁ ପଞ୍ଚାୟତ ଭୋଟ୍!

ଭୁବନେଶ୍ୱର, ୫/୧୦(ଏସ ଏସ ନିୟୁଜ) ଫେବୃଆରୀ ମାସ ୧୨ ତାରିଖରୁ ୫ଟି ପର୍ଯ୍ୟାୟରେ ପଞ୍ଚାୟତ ଭୋଟ ଆରମ୍ଭ ହେବ । ମାର୍ଚ୍ଚ ୫ ତାରିଖ ସୁଦ୍ଧା ଫଳ ପ୍ରକାଶ ପାଇବା ସହ ଲୋକ ପ୍ରତିନିଧିମାନେ ଦାୟିତ୍ୱ ଗ୍ରହଣ କରିବେ । କେଉଁ କେଉଁ ତାରିଖରେ ନିର୍ବାଚନ ହେବ ତାହା ନିଷ୍ପତି ହୋଇନଥିବାବେଳେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ସଂରକ୍ଷଣ ବ୍ୟବସ୍ଥା ଲାଗୁ ହୋଇଥିବାର ଜଣାପଡିଛି ।ଏନେଇ ପଞ୍ଚାୟତିରାଜ ବିଭାଗ ପକ୍ଷରୁ ସମସ୍ତ ଜିଲ୍ଲାପାଳମାନଙ୍କୁ ସଂରକ୍ଷଣ ବ୍ୟବସ୍ଥା ପ୍ରସ୍ତୁତ କରିବାକୁ […]

ଏଣିକି ଫାଣ୍ଡି ଦାୟିତ୍ୱରେ ରହିବେ ସଵ୍ ଇନ୍ସପେକ୍ଟର

  ଭୁବନେଶ୍ୱର,୫/୧୦(ଏସ ଏସ ନିୟୁଜ)ଓଡ଼ିଶା ପୋଲିସର ୨୧୬ଟି ଫାଣ୍ଡି ଦାୟିତ୍ୱ ରେ ଏଣିକି ସବ୍‌ଇନ୍‌ସପେକ୍ଟର ମାନେ ରହିବେ । ଏ ସମ୍ପର୍କୀୟ ପ୍ରସ୍ତାବ କୁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟନାୟକ ଅନୁମୋଦନ କରିଛନ୍ତି । ପୂର୍ବରୁ ସହକାରୀ ସଵ୍ ଇନ୍ସପେକ୍ଟର ମାନେ ଫାଣ୍ଡି ଦାୟିତ୍ୱ ରେ ରହୁଥିଲେ ।ପ୍ରଦାନ କରିଛନ୍ତି।କମିଶନରେଟ୍‌ ପୋଲିସ ଠାରୁ ଆରମ୍ଭ କରି ବିଭିନ୍ନ ଜିଲ୍ଲା ପୋଲିସ ଓ ରେଲୱେ ପୋଲିସ ଦ୍ବାରା ପରିଚାଳିତ ପୋଲିସ ଫାଣ୍ଡି ମାନଙ୍କରେ ସଵ୍ ଇନସପେକ୍ଟର ମାନଙ୍କୁ ନିଯୁକ୍ତି […]

ପୂରା ଦୁନିଆରେ ହ୍ଵାଟ୍ସଆପ୍, ଫେସବୁକ ଓ ଇନଷ୍ଟାଗ୍ରାମ ସେବା ଠପ୍

  ୧. ଶ୍ରୀମନ୍ଦିରର ୭ଟି ଦ୍ୱାରରେ ଚାଲିଥିବା ରୁପା ଛାଉଣୀ କାମ ଶେଷ ହୋଇଛି । ବେହେରଣ ଦ୍ୱାର, ଜୟବିଜୟ ଦ୍ୱାର, ସାତପାହାଚ ଦ୍ୱାର, ଭୋଗ ମଣ୍ଡପ ଦ୍ୱାର, ଲକ୍ଷ୍ମୀ ମନ୍ଦିର, ଆଦି ନୃସିଂହ ମନ୍ଦିର ଓ ବିମଳା ମନ୍ଦିର ଦ୍ୱାର ସବୁକୁ ରୁପା ଛାଉଣୀ କରାଯାଇଛି । ୨. ଅଭୟାରଣ୍ୟରେ ଗୃହପାଳିତ ପଶୁ ପକ୍ଷୀଙ୍କୁ ବନ ବିଭାଗ ପକ୍ଷରୁ ଟିକାକରଣ । ୩. ଚଳିତ ଆଇପିଏଲ ସିଜନର ଦ୍ୱିତୀୟ ଫେଜ୍‌ରେ ସୋମବାର ଏଠାରେ ଖେଳାଯାଇଥିବା ଡ୍ରାମାରେ […]

ବଦଳିଲେ ମୋଟୁ ଥାନା ଏସଆଇ

ମାଲକାନଗିରି,୪/୧୦(ଏସଏସନିୟୁଜ)ବଦଳିଲେ ଏସଆଇ । ଚୋରି ମାମଲାରେ ୨ ଅଭିଯୁକ୍ତଙ୍କୁ ମୋଟୁ ଥାନାରେ ୪ଦିନ ରଖି ଥାର୍ଡ ଡିଗ୍ରୀ ଦେବା ପଡିଲା ମହଙ୍ଗା ।ଶେଷରେ ଏସପି ମୋଟୁ ଥାନା ଏସଆଇ ସୋମନାଥ ଦଳବେହେରାଙ୍କୁ ବଦଳି କରିଛନ୍ତି ।ଦଳବେହେରା ଏବେ ପୋଲିସ ମୁଖ୍ୟାଳୟକୁ ବଦଳି ହୋଇଛନ୍ତି ।

ମହାନଦୀରେ ଭାସିଗଲେ ବାପା, ପୁଅ, ଝିଅ

ସମ୍ବଲପୁର, ୪/୧୦(ଏସଏସନିୟୁଜ) ସମ୍ବଲପୁରରେ ଅଘଟଣ । ମହାନଦୀର ଦଳେଇପଡ଼ା ଘାଟରେ ଗାଧୋଉଥିବା ବେଳେ ଗୋଟିଏ ପରିବାରର ପିଲା ଓ ବାପା କୁମିଶାଇ ୩ଜଣଭାସି ଯାଇଛନ୍ତି ।ଖବରପାଇ ଅଗ୍ନିଶମବାହିନୀ ପାଣିରେ ଭାସିଥିବା ବାପା ମହମ୍ମଦ ଅଲତାଫ (୪୦) ଓ ତାଙ୍କ ପୁଅକୁ ଉଦ୍ଧାର କରି ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲେ ବି ସେଠାରେ ସେମାନେ ମୃତ୍ୟୁବରଣ କରିଥିଲେ ।ଝିଅ ରୁକସାନା ପରବିନ (୧୨)କୁ ଉଦ୍ଧାର ପାଇଁ ଉଦ୍ୟମ ଜାରି ରହିଥିଲେ ମଧ୍ୟ ପତ୍ତା ମିଳିନାହିଁ । ଦଲେଇପଡା ଘାଟରେ […]

ହାଇଦରର ପୁଅକୁ ଆଜୀବନ କାରାଦଣ୍ଡ

କେନ୍ଦ୍ରାପଡ଼ା ,୪/୧୦(ଏସଏସନିୟୁଜ) ୧୧ବର୍ଷ ଧରି ବିଚାରଧିନ କଏଦୀ ଭାବେ ଜେଲରେ ଥିବା ଗ୍ୟାଙ୍ଗଷ୍ଟର ହାଇଦରର ବଡ ପୁଅ ସେକ କାଦିର ଓରଫ ମୁନ୍ନାକୁ ଆଜୀବନ କାରାଦଣ୍ଡ ହୋଇଛି । ଆଳିରେ ଜଣେ ବ୍ୟବସାୟୀଙ୍କୁ ହତ୍ୟା ମାମଲାରେ ଦଣ୍ଡାଦେଶ ଶୁଣାଇଛନ୍ତି କେନ୍ଦ୍ରାପଡ଼ା ଜିଲ୍ଲା ଦୌରା ଜଜ । ଆଳିରେ ଜଣେ ବ୍ୟବସାୟୀଙ୍କୁ ୨୦୧୧ମସିହାରେ ଗୁଳି କରି ହତ୍ୟା କରିଥିବା ଅଭିଯୋଗ ହୋଇଥିଲା ।

ଗଜପତିରେ ସ୍ମାର୍ଟ ହେଲ୍‌ଥ କାର୍ଡ ବଣ୍ଟନର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ଭୁୁବନେଶ୍ୱର,୪/୧୦(ଏସଏସନିୟୁଜ)ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ଗଜପତି ଜିଲ୍ଲାରେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ସ୍ମାର୍ଟ ହେଲ୍‌ଥ କାର୍ଡ ବଣ୍ଟନର ଶୁଭାରମ୍ଭ କରିଛନ୍ତି। ଜିଲ୍ଲାର ୧.୩୫ ଲକ୍ଷ, ପ୍ରାୟ ୯୦ ପ୍ରତିଶତ ଲୋକ ଏହି ସୁବିଧା ପାଇବେ ।ଏହି ଅବସରରେ ଜନସାଧାରଣଙ୍କୁ ଉଦ୍‌ବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଗଜପତି ଜିଲ୍ଲା ସହ ବିଜୁ ବାବୁଙ୍କର ସଂପର୍କ ବିଷୟରେ ସମସ୍ତେ ଜାଣନ୍ତି। ତେଣୁ ଗଜପତି ଜିଲ୍ଲା ତାଙ୍କ ପାଇଁ ସ୍ବତନ୍ତ୍ର ଗୁରୁତ୍ବ ବହନ କରେ ବୋଲି ମୁଖ୍ୟମନ୍ତ୍ରୀ […]

ରେଳ ଧାରଣାରୁ ଖଣ୍ଡ ବିଖଣ୍ଡିତ ମୃତଦେହ ଉଦ୍ଧାର

ବାରଙ୍ଗ,୪/୧୦(ଏସଏସନିୟୁଜ)ରାଜଧାନୀ ଉପକଣ୍ଠ ପଦାସାହି ଗ୍ରାମୁଣ୍ଡ ଲେବଲ୍ କ୍ରସିଂ ନିକଟ ରେଳ ଧାରଣାରେ ସୋମବାର ସକାଳେ ଜଣେ ଯୁବକଙ୍କ ଖଣ୍ଡ ବିଖଣ୍ଡିତ ମୃତଦେହକୁ ଉଦ୍ଧାର କରିଛି ମଞ୍ଚେଶ୍ୱର ରେଳବାଇ ଫାଣ୍ଡି ପୋଲିସ । ଯୁବକ ଜଣକ ଗତକାଲି ବିଳମ୍ବିତ ରାତିରେ ଟ୍ରେନରୁ ଖସିପଡ଼ି ମୃତ୍ୟୁ ଘଟିଥିବା ପ୍ରାଥମିକ ତଦନ୍ତରୁ ପୋଲିସ ଜାଣିବାକୁ ପାଇଛି । ମୃତ ଯୁବକର ପରିଚୟ ମିଳିପାରିନଥିବାବେଳେ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ କ୍ୟାପିଟାଲ ହସ୍ପିଟାଲ ପଠାଇ ତଦନ୍ତ ଜାରିରଖିଛନ୍ତି ଫାଣ୍ଡି ଅଧିକାରୀ ନରେନ୍ଦ୍ର […]

ଶୀତଦିନ ପାଇଁ ବିଏମସିର ଗାଇଡଲାଇନ୍

ଭୁବନେଶ୍ୱର,୪/୧୦(ଏସଏସନିୟୁଜ) ଶୀତଦିନ ପାଇଁ କରୋନା ଗାଇଡଲାଇନ୍ ଜାରି କରିଛି ବିଏମସି । ଗାଇଡଲାଇନ୍ ମୁତାବକ, ବିବାହ ଓ ବ୍ରତଘରରେ ସର୍ବାଧିକ ୫୦ ଜଣ ସାମିଲ ହୋଇପାରିବେ । ଶୁଦ୍ଧିକ୍ରିୟାରେ ମଧ୍ୟ ସାମିଲ ହୋଇପାରିବେନି ୫୦ରୁ ଅଧିକ ଲୋକ ।ଲୋକସଂଖ୍ୟା ୫୦ରେ ସୀମିତ ରଖିବାକୁ ଆୟୋଜକଙ୍କୁ ନିର୍ଦ୍ଦେଶ ଦିଆଯାଇଛି । କୋଭିଡ ଲକ୍ଷଣ ଥିଲେ ବିବାହରେ ଯୋଗଦେବା ଉପରେ କଟକଣା ଲଗାଯାଇଛି । ବିବାହ, ବ୍ରତଘର ଆୟୋଜନ ପୂର୍ବରୁ ବିଏମସିର ଅନୁମତି ନେବା ଜରୁରୀ ବୋଲି ବିଏମସି ପକ୍ଷରୁ […]