ଆଜି ବିଜେପିର ୧୨ ଘଣ୍ଟିଆ ବଲାଙ୍ଗୀର ବନ୍ଦ

ବଲାଙ୍ଗୀର,୨୧/୧୦(ଏସଏସନିୟୁଜ) ସାରା ରାଜ୍ୟରେ ଏବେ ଚର୍ଚ୍ଚାରେ ରହିଛି କଳାହାଣ୍ଡି ଜିଲ୍ଲା ମହାଲିଙ୍ଗ ସନ୍‌ସାଇନ ପବ୍ଲିକ ସ୍କୁଲ ଶିକ୍ଷୟିତ୍ରୀ ମମିତା ମେହେରଙ୍କ ମୃତ୍ୟୁ ଘଟଣା । ମମିତା ମେହେର ହତ୍ୟାକାଣ୍ଡରେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଲିଙ୍କ୍ ଥିବା ନେଇ ତାଙ୍କ ଉପରେ କାର‌୍ୟ୍ୟାନୁଷ୍ଠାନ ଦାବି କରିଛି ବିଜେପି ।ଏଥିପାଇଁ ଗୁରୁବାରଦିନ ୧୨ ଘଣ୍ଟିଆ ବଲାଙ୍ଗୀର ଜିଲ୍ଲା ବନ୍ଦ ଡାକରା ଦେଇଛି।ବିଜେପିର ବନ୍ଦ ଡାକରାରେ ଦୋକାନବଜାର ବନ୍ଦ ରହିଥିବା ସହ ଯାନବାହନ ଚଳାଚଳ ବନ୍ଦ ରହିଥିବାର ଦେଖିବାକୁ ମିଳିଛି । ବିଜେପି କର୍ମୀମାନେ ବିଭିନ୍ନ ସ୍ଥାନରେ ପିକେଟିଂ କରୁଛନ୍ତି ।ସେହିଭଳିଭାବେ ପଶ୍ଚିମ୍ ଓଡ଼ିଶା ଯୁବା ମଞ୍ଚ୍,କୋସଲ୍ ସେନା, ୟୁଥ୍ ଏକ୍ସନ୍ କମିଟି ର ମିଲିତ୍ ମଞ୍ଚ୍ ପକ୍ଷରୁ ବଲାଙ୍ଗିର୍ ଏସପି କାର‌୍ୟାଲୟ ସାମନାରେ ପ୍ରତିବାଦ୍ କରିବାସହ ବଲାଙ୍ଗିର୍ ମୁଖ୍ୟ ରାଜପଥ୍ କେ ଅବରୋଧ୍ କରିଥିଲୋ ପରେ ପଦଯାତ୍ରାରେ ଶହ ଶହ ଯୁବକ୍ ମମିତା ଲାଗି ରଣହୁଙ୍କାର୍ ଦେଇ ବିଭିର୍ଣ ସ୍ଲୋଗାନ ମାନ ଦେବା ସହ ଏସପିଙ୍କୁ ଭେଟି ଦାବୀପତ୍ର ପ୍ରଦାନ କରିଛନ୍ତି ।

Comments (0)
Add Comment