Browsing category

ମହାନଗର

ଟ୍ରେନ ଅଟକାଇଲା ମଦ୍ୟପ ଯୁବକ

ଭୁବନେଶ୍ୱର,୧୮।୧(ଏସଏସନିଉଜ) ଭୁବନେଶ୍ୱର ରେଳ ଷ୍ଟେସନ ନିକଟରେ ଜଣେ ମଦ୍ୟପ ଯୁବକ ଏକ ଯାତ୍ରୀବାହୀ ଟ୍ରେନ ଆସୁଥିବା ବେଳେ ତାକୁ ରୋକିଛି।ରାଜମହଲଛକ ନିକଟରେ ଥିବା ରେଳ ଧାରଣାରେ ଷ୍ଟେସନପଟୁ ଏକ ଯାତ୍ରୀବାହୀ ଟ୍ରେନ ଆସୁଥିବା ବେଳେ ଏହାକୁ ଅଟକାଇଥିଲା ।ଟ୍ରେନ ରହିବା ପରେଟ୍ରେନ ଉପରେ ଚଢିବା ସହ ଲୋକଙ୍କୁ ଗାଳି ଗୁଲଜ କରିଥିଲା।ଫାଳିକିଆ ବସ୍ତିରେ ରହୁଥିବା ଏହି ମଦ୍ୟପ ଯୁବକର ଉନ୍ମତ କାଣ୍ଡ ସମସ୍ତଙ୍କୁ ନାକେଦମ୍‌ କରିଥିଲା।ପରେ ଖବର ପାଇ ଆରପିଏଫ୍‌ ଏବଂ ଜିଆରପିଏଫ୍‌ ପୁଲିସ ପହଞ୍ଚି ମଦ୍ୟପକୁ […]

୨୦୨୭ରେ ପଞ୍ଚାୟତ ଓ ପୌରନିର୍ବାଚନ

ଭୁବନେଶ୍ୱର,୧୭।୧(ଏସଏସନିଉଜ)ଆସନ୍ତା ବର୍ଷ ୨୦୨୭ ଜାନୁଆରୀ – ଫେବୃଆରୀରେ ପଞ୍ଚାୟତ ଓ ପୌର ନିର୍ବାଚନ ହେବ । ରାଜ୍ୟ ନିର୍ବାଚନକମିଶନର ପ୍ରସ୍ତୁତିବୈଠକ ଅବସରରେ ଏହି ସୂଚନା ଦେଇଛନ୍ତି।ସେ କହିଛନ୍ତି ଯେ,କାର୍ଯ୍ୟକାଳ ସରୁଥିବାରୁ ନୂଆନିର୍ବାଚନ ହେବ । ସେହି ନିର୍ବାଚନପାଇଁ ଆଜି ପ୍ରାକ୍ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା।ଘରକୁ ଘର ବୁଲି ଭୋଟର ସର୍ଭେ କରାଯିବ। ଆସନ୍ତା ମାର୍ଚ୍ଚସୁଦ୍ଧା ସରିବ ଭୋଟର ସର୍ଭେ ।ଜନଗଣନା ପାଇଁ ମାସେ ବିଳମ୍ବିତ ହୋଇପାରେ ଭୋଟର୍ ସର୍ଭେ । ଏସଆଇଆର ସହ ଏହି ସର୍ଭେର […]

ଚିଲିକାରେ ମଝିରେ ଫସିଲା ଭସାପୋଲ

ବ୍ରହ୍ମଗିରି,୧୭।୧(ଏସଏସନିଉଜ)ଚିଲିକା ମଝିରେ ଅଟକି ରହିଛି ଭସାପୋଲ।୧ଘଣ୍ଟା ଧରି ଅଟକି ରହିବାରୁ୭୦ ଜଣ ଯାତ୍ରୀ ସମେତ ୫ଟି କାର, ୫ଟି ବାଇକ୍‌, ଗୋଟିଏ ଯାତ୍ରୀବାହୀ ବସ।ଭସାପୋଲଟି ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଲକ ଅଧଈନ ଜହ୍ନିକୁଦାରୁ ସାତପଡା ଅଭିମୁଖେ ଯାଉଥିବା ବେଳେ ଚିଲିକା ମଝିରେ ଥିବା ମହିଁଷାକୁଦ ନିକଟରେ କୌଣସି କାରଣରୁ ଚ୍ୟାନେଲ ବାହରକୁ ଚାଲିଯିବାରୁ ଚିଲିକା କୁଦରେ ଫସିରହିଛି।ଖବର ମିଳିବା ପରେ ଅନ୍ୟ ଏକ ଭସାପୋଲ ମାଧ୍ୟମରେ ଜେସିପି ମେସିନି ରଖି ଚ୍ୟାନେଲ ମଧ୍ୟକୁ ଆଣିବାକୁ ଉଦ୍ୟମ କରାଯାଉଛି।

ବଢ଼ିଲା ଅଡୁଆ

ଭୁବନେଶ୍ୱର,୧୭।୧(ଏସଏସନିଉଜ)ବଢ଼ିଲା ଭଣ୍ଡାରିପୋଖରୀ ବିଜେଡି ବିଧାୟକ ସଂଜୀବ ମଲ୍ଲିକଙ୍କ ଅଡୁଆ।ସଂଜୀବ ମଲ୍ଲିକଙ୍କ ବିରୋଧରେ ତଦନ୍ତ କରିବାକୁ ଭଦ୍ରକ ଏସ୍‌ପିଙ୍କୁ ନିର୍ଦ୍ଦେଶ ଦିଆଯାଇଛି।ଭଦ୍ରକ SPଙ୍କୁ ତଦନ୍ତ ନିର୍ଦ୍ଦେଶ ଦେଲା ଅର୍ଥନୈତିକ ଅପରାଧ ଶାଖା।୬ ବର୍ଷରେ ଏତେ ସମ୍ପତିର ଅଧିକାରୀ କିପରି ହେଲେ ସେନେଇ ହେବ ତଦନ୍ତ।ନିର୍ବାଚନୀ ସତ୍ୟପାଠରେ ଭୁଲ୍ ତଥ୍ୟ ଦେଇଥିବା ଅଭିଯୋଗ ହୋଇଥିଲା।

କଳାବ୍ୟାଜ ପିନ୍ଧିଲେ ଡାକ୍ତର

ଭୁବନେଶ୍ୱର,୧୭।୧(ଏସଏସନିଉଜ)ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲରେ ଡାକ୍ତରଙ୍କୁ ଆକ୍ରମଣ ଘଟଣା ପ୍ରତିବାଦରେ କଳାବ୍ୟାଜ ପିନ୍ଧି ଓପିଡିରେ ଡାକ୍ତରଙ୍କ ରୋଗୀ ସେବା ଆରମ୍ଭ ହୋଇଛି।ସରକାରୀ ଡାକ୍ତରଙ୍କୁ ସୁରକ୍ଷା ଦାବି କରିଛି ଜୁନିୟର ଡାକ୍ତର ଆସୋସିଏସନ।ସୁରକ୍ଷା ନମିଳିଲେ ଓପିଡି ସେବା ବନ୍ଦ କରିବାକୁ ଡାକ୍ତରଙ୍କ ପକ୍ଷରୁ ଧମକ ଦିଆଯାଇଛି।

ED ରେଡ୍‌ ବେଳେ ୨.୫ କୋଟି

ଭୁବନେଶ୍ୱର,୧୭।୧(ଏସଏସନିଉଜ)ଶେରଗଡ଼ର ଠିକାଦାରଙ୍କ ଘରେ ED ରେଡ୍; ୨.୫ କୋଟି ଟଙ୍କା ଜବତ ହୋଇଛି।୨୫ଟି ସ୍ଥାନରେ ରେଡ୍‌ ସହିତ ୨.୫ କୋଟି ନଗଦ ଟଙ୍କା ଜବତ ହୋଇଛି।ରେଡ ବେଳେ ଏକାଧିକ ବିଳାସପୂର୍ଣ୍ଣ ଗାଡ଼ି ସହ ଚୋରା ମଦ କାରବାରର ପ୍ରମାଣ ମିଳିଛି।ବାଲିଘାଟ ସହିତ ୨ଟି କ୍ରସର ଉପରେ ମଧ୍ୟ ରେଡ୍‌ କରାଯାଇଥିବା ସୂଚନା ମିଳିଛି।ମୁଖ୍ୟ ଅଭିଯୁକ୍ତ କୃପାସିନ୍ଧୁ ମୁଦୁଲି ନାଁରେ ସବୁ ଖଣିର କାଗଜପତ୍ର ଥିବା ଜଣାପଡିଛି।ରାଜ୍ୟ ବାହାରର ଲିଙ୍କ୍ ଖୋଳତାଡ଼ ପାଇଁ ୬ଟି ଟିମ୍ ଗଠନ କରାଯାଇଛି।

ନବୀନଙ୍କୁ ଭେଟିଲେ ଅଖିଳେଶ

ଭୁବନେଶ୍ୱର,୧୭।୧(ଏସଏସନିଉଜ)ସମାଜବାଦୀ ପାର୍ଟି ମୁଖ୍ୟ ତଥା ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବ ଓଡ଼ିଶା ଗସ୍ତରେ ଆସିଛନ୍ତି। ନବୀନ ନିବାସରେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିବା ସହ ତାଙ୍କ ସ୍ବାସ୍ଥ୍ୟାବସ୍ଥା ସଂପର୍କରେ ପଚାରି ବୁଝିଛନ୍ତି ଅଖିଳେଶ।

ଆକ୍ସନ ମୁଡରେ ଏମଭିଆଇ…

କଟକ,୧୫।୧(ଏସଏସନିଉଜ) କଥାରେ ଚୋର ଘର ସବୁଦିନ ଅନ୍ଧାର ନଥାଏ, ଦିନେ ନା ଦିନେ ଆଲୋକ ଆସେ । ଏମିତି ଏକ ଘଟଣା ଦେଖିବାକୁ ମିଳିଛି ବାରଙ୍ଗ ଅଞ୍ଚଳରେ । ଦେଶ ,ବିଦେଶ ଓ ରାଜ୍ୟରେ ଖ୍ୟାତିଅର୍ଜନ କରିଥିବା ନନ୍ଦନକାନନ ଏହି ଅଞ୍ଚଳରେ ଅବସ୍ଥିତ ।ପ୍ରତିଦିନ ଶହଶହ ଗାଡ଼ି ଏହି ରାଜରାସ୍ତାରେ ଆସନ୍ତି ।ହେଲେ କେତେକ ଗାଡ଼ି ମାଲିକ ବିନା ପରମିଟ ରେ ଗାଡ଼ି ଚଳାଉଥିବା ବେଳେ ଆଉ କେତେକ ଗାଡ଼ିମାଲିକ ଗାଡ଼ିରେ ଫେକ୍ ଗାଡ଼ି ନମ୍ବର ପକାଇ […]

ବିଜେଡିରୁ ବିଦାହେଲେ ଦୁଇ ବିଧାୟକ

ଭୁବନେଶ୍ୱର,୧୫।୧(ଏସଏସନିଉଜ)ବିଜେଡିରୁ ବିଦାହେଲେ ବିଧାୟକ ସନାତନ ମହାକୁଡ଼ ଓ ଅରବିନ୍ଦ ମହାପାତ୍ର।ଉଭୟଙ୍କୁ ଦଳ ବିରୋଧୀ କାର୍ଯ୍ୟ ପାଇଁ ନିଲମ୍ବନ କରିଛନ୍ତି ସଭାପତି ନବୀନ ପଟ୍ଟନାୟକ । ସେମାନେ ହେଲେ ଚମ୍ପୁଆ ବିଧାୟକ ସନାତନ ମହାକୁଡ଼ ଓ ପାଟକୁରା ବିଧାୟକ ଅରବିନ୍ଦ ମହାପାତ୍ର।ନବୀନ କେନ୍ଦୁଝର ପାଇଁ କିଛି କରି ନାହାନ୍ତି । କେନ୍ଦୁଝରର ନେତା ତଥା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କେନ୍ଦୁଝର ପାଇଁ ବିକାଶ କରିବେ ବୋଲି ଗତକଲି ସନାତନ କେନ୍ଦୁଝରର ଏକ ସଭାରେ କହିଥିଲେ।ତେବେ ଅରବିନ୍ଦଙ୍କୁ ନିଲମ୍ବନ […]

ସାମ୍ୱାଦିକଙ୍କ ପିତୃ ବିୟୋଗ

କଟକ,୧୪।୧ (ଏସଏସନିଉଜ) ବାରଙ୍ଗ ଅଞ୍ଚଳର ବେଶ୍ ଜଣାଶୁଣା ତଥା ବରିଷ୍ଠ ସାମ୍ବାଦିକ ଶେଖ୍ ଅବଦୁଲ ମୁନାବଙ୍କ ପିତୃ ବିୟୋଗ ବୁଧବାର ଅପରାହ୍ନରେ ହୋଇଛି। ସାରା ରାଜ୍ୟରେ ପବିତ୍ର ମକର ସଂକ୍ରାନ୍ତି ପାଳନ କରାଯାଉଥିବା ବେଳେ ତାଙ୍କ ପିତା ଶେଖ ଅବଦୁଲ ୱହାବ ୯୦ ବର୍ଷ ବୟସରେ ଇହଲୀଳା ସମ୍ବରଣ କରିଛନ୍ତି। ବାରଙ୍ଗ ଅଞ୍ଚଳରେ ଜଣେ ପ୍ରତିଷ୍ଠିତ ବ୍ୟବସାୟୀ ଭାବେ ତାଙ୍କର ଖ୍ୟାତି ରହିଥିଲା। ଦୀର୍ଘ ଦିନରୁ ବାର୍ଦ୍ଧକ୍ୟ ଜନିତ ରୋଗରେ ପୀଡ଼ିତ ଥିଲେ। ବୁଧବାର ଅପରାହ୍ନରେ ତାଙ୍କ […]