Browsing category

ମହାନଗର

ଆଜିଠୁ ଭୁବନେଶ୍ୱରରେ ଆରମ୍ଭ ସେରୋ ସର୍ଭେ

ଭୁବନେଶ୍ବର, ୩୧/୮(ଏସଏସନିୟୁଜ)ଵିଏମସି ପକ୍ଷରୁ ଆଜିଠୁ ଭୁବନେଶ୍ୱର ରେ ୫ଟି ଓ୍ୱାର୍ଡରେ ଆରମ୍ଭ ହୋଇଛି ସେରୋ ସର୍ଭେ । ମଙ୍ଗଳବାର ଓ ବୁଧବାର ଦୁଇଦିନଧରି ୩ଟି ଜୋନର ୮, ୧୫, ୩୨, ୪୧ ଓ ୬୩ ନମ୍ବର ୱାର୍ଡରେ ୫ଟି ଟିମ୍ ଦ୍ୱାରା ସର୍ଭେ ହେବ । ଏଥିରେ ପ୍ରତି ୱାର୍ଡରେ ଅନ୍ୟୁନ ୨୦୦ ଜଣଙ୍କ ନମୁନା ସଂଗ୍ରହ କରାଯିବାନେଇ ବିଏମସି ପକ୍ଷରୁ ନିର୍ଦେଶନାମା ଜାରି କରାଯାଇଛି ।

ସମୁଦ୍ରରେ ଲୀନ ହେବ ଶେଷ ସନ୍ତକ

୧. ସେପ୍ଟେମ୍ବର ୧ରୁ ଖୋଲିବ ଜାନକୀ ବଲ୍ଲଭ ପଟ୍ଟନାୟକ ସ୍ମୃତି ଉଦ୍ୟାନ । ୨. ସମୁଦ୍ରରେ ଲୀନ ହେବାକୁ ବସିଲାଣି ସାତଭାୟାର ଶେଷ ସନ୍ତକ, ଗଭୀର ସମୁଦ୍ର ଆଁରେ ଐତିହ୍ୟ । ୩. କାବୁଲ ବିମାନବନ୍ଦରରେ ଆଇଏସ୍‌-ଖୋରାସାନ୍‌ର ବିସ୍ଫୋରଣ ଉଦ୍ୟମ ପଣ୍ଡ କରିବାକୁ ଯାଇ ରବିବାର ଆମେରିକା କରିଥିବା ଡ୍ରୋନ୍‌ ଷ୍ଟ୍ରାଇକ୍‌ରେ ୧୦ ଆଫ୍‌ଗାନ୍‌ଙ୍କ ମୃତ୍ୟୁ ଘଟିଛି । ୪. ଅମିତାଭ ବଚ୍ଚନଙ୍କ ସହ ‘କୌନ ବନେଗା କରୋଡପତି’ ଖେଳିବା ଦେଶବନ୍ଧୁଙ୍କୁ ପଡିଲା ମହଙ୍ଗା, ଅଟକିଲା ୩ […]

କେରଳରେ ପୁଣି ବଢିଲା ଲକଡାଉନ

୧-ନବୋଦୟ ବିଦ୍ୟାଳୟ ସମିତିର ବଡ ନିଷ୍ପତ୍ତି, ୯ମରୁ ୧୨ଶ ଶ୍ରେଣୀ ପର୍ଯ୍ୟନ୍ତ ଖୋଲିବା ନେଇ ଘୋଷଣା । ୨-ପୁଣି ଥରିଲା କାବୁଲ । ସତ ହେଲା ଆମେରିକାର ଆକଳନ, କାବୁଲ ବିମାନ ବନ୍ଦର ନିକଟରେ ବିସ୍ଫୋରଣ । ୩-କ୍ରୀଡା ମନ୍ତ୍ରୀ ଅନୁରାଗ ଠାକୁର ଗୋଟିଏ ଗୋଡରେ ସ୍କିପିଂ କରି ଦେଖାଇଲେ ନିଜ ଫିଟନେସ୍, ଭାଇରାଲ ହେଉଛି ଭିଡିଓ ୪-ସେପ୍ଟେମ୍ବର ୨୫ରେ ଭାରତ ବନ୍ଦ: ଆନ୍ଦୋଳନକୁ ୧୦ମାସ ପୂର୍ତ୍ତି ଅବସରରେ ଡାକରା ଦେଲା ସଂଯୁକ୍ତ କିଷାନ ମୋର୍ଚ୍ଚା । […]

ଲୁଟର ଶିକାର ହେଲେ ପୂର୍ବତନ ବିଧାୟକ

ରାଇରଙ୍ଗପୁର,୨୮/୮(ଏସଏସନିୟୁଜ) ରାଇରଙ୍ଗପୁରର ପୂର୍ବତନ ବିଧାୟକ ସାଇବା ସୁଶୀଲ ହାଂସଦା ଲୁଟର ଶିକାର ହୋଇଛନ୍ତି । ବ୍ରାହ୍ମଣବସ୍ ଗାଁ ନିକଟରେ ତାଙ୍କୁ ମାଡ଼ ମାରି ପ୍ରାୟ ୮୦ ହଜାର ଟଙ୍କା ୩ ଜଣ ଦୁର୍ବୃତ୍ତ ଲୁଟିନେଇଥିବା ଅଭିଯୋଗ ହୋଇଛି । ପରେ ଗୁରୁତର ସୁଶୀଲଙ୍କୁ ବହଳଦା ହସ୍ପିଟାଲରେ ଭର୍ତ୍ତି କରାଯିବାସହ ଖବରପାଇ ପୋଲିସ ତଦନ୍ତ ଆରମ୍ଭ କରିଛି ।

ଆସିଲା କେନ୍ଦ୍ରର ଗାଇଡଲାଇନ୍

ଭୁବନେଶ୍ୱର,୨୮/୮(ଏସଏସନିୟୁଜ) ଆଗକୁ ଆସୁଛି ପାର୍ବଣ ଋତୁ ।ଏଥିପାଇଁ କରୋନା କଟକଣାକୁ ବଢ଼ାଇଛନ୍ତି କେନ୍ଦ୍ର ସରକାର । ପାର୍ବଣ ସମୟ ରେ ଗହଳିକୁ ଏଡ଼ାଇବା ସହ କଡ଼ାକଡ଼ି କଟକଣା ପାଳନ କରିବା ଉପରେ ଗୁରୁତ୍ୱ ଦିଆଯାଇଛି । ସେପ୍ଟେମ୍ବର ୩୦ ତାରିଖ ଯାଏଁ କରୋନା କଟକଣାକୁ ବଢାଯାଇଛି ।ଏନେଇ ସବୁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ମୁଖ୍ୟ ସଚିବଙ୍କୁ କେନ୍ଦ୍ର ଚିଠି ଲେଖିଛି । ଏହାସହ ପାର୍ବଣରେ ୫ ସୂତ୍ରୀ ନିୟମ ଟେଷ୍ଟ, ଟ୍ରାକ୍, ଟ୍ରିଟ୍, ଟିକା ଓ […]

ଦଲାଲ ସାଜିଲେ ସାମ୍ବାଦିକା

ଭୁବନେଶ୍ୱର,୨୮/୮(ଏସଏସନିୟୁଜ) ସାମ୍ବାଦିକ ନାଁ ରେ କଳଙ୍କ ସାଜିଲା ଲାଇଭ କଳିଙ୍ଗ ଓ୍ବବ୍ ଚ୍ୟାନେଲ୍ । ଅନ୍ୟମାନଙ୍କ ବିରୁଦ୍ଧରେ ଜାଲ ବିଛାଉଥିବା ବେଳେ ନିଜେ ସେହି ଜାଲରେ ଫସିଲେ । ଚ୍ୟାନେଲର ମୁଖ୍ୟ ରଘୁରାଜ୍ ଓ ସାମ୍ବାଦିକା ପ୍ରିୟମ୍ବଦା ନାୟକ  ତାଙ୍କ ଟିମ୍ ଜଣେ ବ୍ୟବସାୟୀଙ୍କୁ ପ୍ରଥମେ କଲ କରିଥିଲେ । କଲ କରି ଧମକ ପରେ ଅପହରଣ  କଲେ ।ପରେ ଅକଥନୀୟ ନିର‌୍ୟାତନା ସହ ନିର୍ଦ୍ଧୁମ ପିଟି ସିଗାରେଟ ଚେଙ୍କ ଦେଇଥିଲେ । ଟଙ୍କାପାଇସାରିବାପରେ ଅପହରଣକାରୀ ବ୍ୟବସାୟୀଙ୍କୁ […]

୧ ରୁ ଖୋଲିବ ଶୈବପୀଠ ଗୁପ୍ତେଶ୍ୱର

ଭୁବନେଶ୍ୱର,୨୭/୮(ଏସଏସନିୟୁଜ) ଆସନ୍ତା ୧ ତାରିଖରୁ କୋରାପୁଟ ଜିଲ୍ଲାର ପ୍ରସିଦ୍ଧ ଶୈବପୀଠ ଗୁପ୍ତେଶ୍ୱର ଖୋଲିବା ନେଇ ଜିଲ୍ଲା ପ୍ରଶାସନ ଗାଇଡଲାଇନ ଜାରି କରିଛି । ମାସ୍କ ଓ ସାମାଜିକ ଦୂରତାକୁ ବାଧ୍ୟତାମୂଳକ କରାଯାଇଛି ।ଏହାସହ ମନ୍ଦିର ପରିସରରେ ଭୋଗ ଲଗାଇବା କିମ୍ବା ପ୍ରସାଦ ସେବନ ବାରଣ କରାଯାଇଛି । ସେହିଭଳି ମନ୍ଦିର ଭିତରେ ଏକାକାଳୀନ ୭ ଜଣ ଶ୍ରଦ୍ଧାଳୁ ଦର୍ଶନ କରିପାରିବେ । କଟକଣା ଉଲ୍ଲଂଘନ କଲେ ମାମଲା ରୁଜୁ କରାଯିବ ବୋଲି କୁହାଯାଇଛି।

ଇ-ଯାନ ପଲିସି ଉପରେ ବାଜିଲା କ୍ୟାବିନେଟ ମୋହର

ଭୁବନେଶ୍ୱର,୨୭/୮(ଏସଏସନିୟୁଜ)ସରିଲା ରାଜ୍ୟ କ୍ୟାବିନେଟ ବୈଠକ । ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଥିବା କ୍ୟାବିନେଟ ବୈଠକରେ ବହୁ ପ୍ରତିକ୍ଷିତ ଇ-ଯାନ ପଲିସି ଉପରେ ମୋହର ବାଜିଛି । ପ୍ରଦୂଷଣ ରୋକିବାକୁ ଇ-ଯାନ ପଲିସି ଆପଣାଇଛି ଓଡ଼ିଶା । ଇଲେକ୍ଟ୍ରି ବା ଇ-ଯାନ କିଣିବା ପାଇଁ ଲୋକଙ୍କ ମନରେ ଆଗ୍ରହ ସୃଷ୍ଟି କରିବାପାଇଁ ଆର୍ଥିକ ରିହାତି ସହ ପଞ୍ଜୀକରଣ ଦେୟ ଓ ରୋଡ ଟିକସ ଛାଡ କରିବାର ବ୍ୟବସ୍ଥା କରାଯାଇଛି । ଏହାସହ ଇ-ଯାନ ଉତ୍ପାଦନକାରୀ କମ୍ପାନିକୁ ମଧ୍ୟ ଆର୍ଥିକ ରିହାତି […]

ଡ୍ରାଇଭର ଓ ମହିଳା ବେପାରୀଙ୍କଠାରୁ ବ୍ରାଉନସୁଗାର ଜବତ

ଜଳେଶ୍ବର,୨୭/୮(ଏସଏସନିୟୁଜ)ଆଜି ଭୋର ସମୟରେ ଜଳେଶ୍ବର ଥାନା ଅନ୍ତର୍ଗତ ୬୦ ନମ୍ବର ଜାତୀୟ ରାଜପଥର ଚାଲନ୍ତି ଛକ ଠାରେ ଅତର୍କିତ ଭାବେ ଚଢାଉ କରି ୧୫ ଲକ୍ଷ ଟଙ୍କା ମୂଲ୍ୟର ୧୫୦ ଗ୍ରାମ ବ୍ରାଉନସୁଗର ଜବତ କରିଛି ଅବକାରୀ ବିଭାଗ ।ବିଶେଷସୁତ୍ରୁ ଖବରପାଇ ଅବକାରୀ ବିଭାଗର ଏକ ଏକ ୧୫ ଜଣିଆ ଟିମ ଦ୍ରୁତବେଗରେ ଆସୁଥିବା ଓଡି୪୫ଜି-୨୬୧୨ନଂ ମହିନ୍ଦ୍ରା ଜିତୋ ମିନି ଭ୍ୟାନକୁ ରୋକିଥିଲେ ।ଯାଂଚ ପରେ ଗାଡିରେ ଥିବା ଚାଳକ ପ୍ରଫୁଲ୍ଲ ପାତ୍ର ଙ୍କ ସହ ଅନ୍ୟଜଣେ […]

ବଙ୍ଗୋପସାଗରରେ ସୃଷ୍ଟିହେଲା ସାଇକ୍ଲୋନିକ ସର୍କୁଲେସନ

ଭୁବନେଶ୍ବର, ୨୭/୮(ଏସଏସନିୟୁଜ)ଆସନ୍ତା ୨୪ ଘଣ୍ଟା ମଧ୍ୟରେ ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ସହ ରାଜ୍ୟରେ ବର୍ଷା ପରିମାଣ ବଢିବା ସମ୍ଭାବନା ରହିଛି ବୋଲି ଭାରତୀୟ ପାଣିପାଗ ବିଭାଗ କହିଛି ।ଆଇଏମଡି ପକ୍ଷରୁ କୁହାଯାଇଛି ଯେ ଆସନ୍ତା ୨୮ ତାରିଖ ସୁଦ୍ଧା ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଓ ତତସଂଲଗ୍ନ ଅଂଚଳରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ ।ସ୍କାଏମେଟ୍ ପକ୍ଷରୁ କୁହାଯାଇଛି ଯେ,ଆଜି ବଙ୍ଗୋପସାଗରରେ ଏକ ସାଇକ୍ଲୋନିକ ସର୍କୁଲେସନ ସୃଷ୍ଟି ହୋଇଛି । ଏହା ଆସନ୍ତା କାଲିସୁଦ୍ଧା ଆହୁରି […]