Browsing category

ମହାନଗର

ରାଜଧାନୀର ଛାତି ଉପରେ ଗ୍ୟାଙ୍ଗୱାର

୧– ଟ୍ୟାପରୁ ସର୍ବୋତ୍ତମ ଗୁଣମାନର ପାଣି ପାଇବାରେ ପୁରୀ ଭାରତର ପ୍ରଥମ ସହର, ମୁଖ୍ୟମନ୍ତ୍ରୀ ଉଦଘାଟନ କଲେ ଡ୍ରିଙ୍କ ଫ୍ରମ ଟ୍ୟାପ ପ୍ରକଳ୍ପ ୨– ମହାରାଷ୍ଟ୍ର ବର୍ଷା ଓ ବନ୍ୟାର ତାଣ୍ଡବ: ୧୪୯ ମୃତ, ୨ଲକ୍ଷରୁ ଅଧିକ ଲୋକଙ୍କୁ ସ୍ଥାନାନ୍ତରଣ ୩-କରୋନା କଟକଣା ଭିତରେ ଖୋଲିଲା ସ୍କୁଲ । ଅନଲାଇନ ଦୁନିଆରୁ ବାହାରି କଳାପଟାରେ ପୁଣି ପାଠ ପଢ଼ିଲେ ଦଶମ ଓ ଦ୍ୱାଦଶ ଶ୍ରେଣୀ ଛାତ୍ରଛାତ୍ରୀ । ୪-ପୁଣି ସୀମା ଡେଇଁଲା ଚୀନ । ପୂର୍ବ ଲଦାଖର […]

ସ୍ମାମୀ ବାଡେଇ ତଡିଦେଲେ,ଥାନାର ଦ୍ୱାରସ୍ଥ ହେଲେ ମହିଳା

କଟକ,୨୬/୭(ଏସଏସନିୟୁଜ) ବୈଦିକରିତିରେ ହୋଇଥିଲା ବିଭାଘର ।ହସଖୁସିରେ ସମୟକଟୁଥିଲା ।୨ମାସରଗର୍ଭଧାରଣ ବିଷୟରେ ସ୍ୱାମୀ ଜାଣିବାପରେ ବ୍ୟବହାରରେ ପରବର୍ତନ ହୋଇଯାଇଥିଲା ।ଦିନକେଇଟାପରେ ସବୁକିଛି ଓଲଟପାଲଟ ହୋଇଯାଇଥିଲା ।ମାରଧରକରିବା ସହ ପିଲାଟିକୁ ନଷ୍ଟ କରିବାକୁ ବାଧ୍ୟ କରୁଥିଲେ ସ୍ୱାମୀ ।ଏପରିକି ବାଡେଇ ଘରୁବାହର କରିଦେଲେ ।ଯେତେବେଳେ ଜାଣିଲେ ସେ ଦ୍ୱିତୀୟ ବିବାହ କରିଛନ୍ତି ତାଙ୍କ ପାଦତଳୁ ମାଟି ଖସିପଡିଥିଲା ।ଶେଷରେମହିଳା ଜଣଙ୍କ ନ୍ୟାୟପାଇଁ ଓ ନିଜର ହକ ପାଇଁ କଟକସଦରଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଘଟଣା ଏହିପରି କି, ୨୦୨୧ମେ୨୦ତାରିଖରେ […]

ପରିବାର ଲୋକ ନେଲେ ପୋଷ୍ଟମର୍ଟମ ରିପୋର୍ଟ

ଭୁବନେଶ୍ୱର,୨୬/୭(ଏସଏସନିୟୁଜ) ଏସିଏଫ୍ ସୌମ୍ୟ ମହାପାତ୍ରଙ୍କ ମୃତ୍ୟୁର ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିଛି । ଶବ ବ୍ୟବଚ୍ଛେଦ ରିପୋର୍ଟ ଅନୁଯାୟୀ ପୋଡି ଯାଇଥିବା କାରଣରୁ ହିଁ ହୋଇଛି । ଶରୀରର ୯୫ ପ୍ରତିଶତ ଅଂଶ ପୋଡି ଯାଇଥିବା କାରଣରୁ ସୌମ୍ୟଙ୍କ ମୃତ୍ୟୁ ହୋଇଥିବା କୁହାଯାଇଛି । ସୌମ୍ୟଙ୍କ ପାକସ୍ଥଳୀ ସମ୍ପୂର୍ଣ୍ଣ ଭାବରେ ଖାଲି ରହିଥିବା ନେଇ ପୋଷ୍ଟମର୍ଟମ ରିପୋର୍ଟରେ ଉଲ୍ଲେଖ କରାଯାଇଛି । ପାକସ୍ଥଳୀରୁ କୌଣସି ଗନ୍ଧ ଆସୁନଥିବା ମଧ୍ୟ କୁହାଯାଇଛି । ଏହା ସହିତ ଶବ ବ୍ୟବଚ୍ଛେଦର […]

ଧର୍ମେନ୍ଦ୍ରଙ୍କୁ କର୍ଣ୍ଣାଟକର ଦାୟିତ୍ୱ

ଭୁବନେଶ୍ୱର,୨୬/୭(ଏସଏସନିୟୁଜ) କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବିଏସ୍ ୟେଦ୍ୟୁରପ୍ପା ରାଜଭବନରେ ରାଜ୍ୟପାଳଙ୍କୁ ଭେଟି ଇସ୍ତଫା ପତ୍ର ପ୍ରଦାନ କରିଛନ୍ତି ।ୟେଦିୟୁରପ୍ପାଙ୍କ ଇସ୍ତଫା ପରେ କର୍ଣ୍ଣାଟକରେ କିଏ ହେବ ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ଏହାକୁ ନେଇ ଆରମ୍ଭ ହୋଇଯାଇଛି ଚର୍ଚ୍ଚା । ତେବେ କର୍ଣ୍ଣାଟକ ରାଜନୈତିକ ଅସ୍ଥିରତା ଦୂର କରିବାକୁ ଧର୍ମେନ୍ଦ୍ରଙ୍କୁ କର୍ଣ୍ଣାଟକ ପର୍ଯ୍ୟବେକ୍ଷକ  ଦାୟିତ୍ୱ ଦେଇଛି କେନ୍ଦ୍ର ବିଜେପି । କର୍ଣ୍ଣାଟକରେ କିଏ ହେବ ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ,ଏହାଉପରେ ଆଶାୟୀମାନଙ୍କ ସହ ଆଲୋଚନା କରିବେ ଧର୍ମେନ୍ଦ୍ର । କର୍ଣ୍ଣାଟକର ୪ ଥର […]

ଫେସବୁକରୁ ପ୍ରେମ,ଆଉ ତାପରେ ପ୍ରତାରଣା

କଟକ, ୨୬/୭(ଏସଏସନିୟୁଜ) ଫେସବୁକରୁ ଆରମ୍ଭ ହୋଇଥିଲା ପ୍ରେମ ।ତାପରେ ସମ୍ପର୍କ ନିବିଡ ହେବାପରେ ବିବାହର ପ୍ରଲୋଭନ ଦେଖାଇ ଯୁବକ ଜଣଙ୍କ ଅନେକ ଥର ଛାତ୍ରୀଙ୍କ ସହ ଶାରୀରିକ ସମ୍ପର୍କ ରଖିଥିଲେ ।ଶେଷରେ ବିବାହ କରିବାକୁ ଯିଦ ଧରିବାରୁ ଅନ୍ତରଙ୍ଗ ମୁହୂର୍ତ୍ତର ଅଶ୍ଳୀଳ ଫଟୋ ଓ ଭିଡିଓକୁ ଭାଇରାଲ୍ କରିଦେଇଥିଲେ ।ଏହିଭଳି ଅଭିଯୋଗ ଜଗତପୁର ଥାନାରେ ପୀଡିତା ଛାତ୍ରୀ ଜଣଙ୍କ କରିବା ସହ ନ୍ୟାୟ ଭିକ୍ଷା କରିଛନ୍ତି । ଗତ ୨ ବର୍ଷ ତଳେ ଛାତ୍ରୀ ଜଣଙ୍କ ସହିତ […]

ବ୍ଲକ ସମ୍ମୁଖରେ ବିକ୍ଷୋଭ କଲେ ଅଖିଳ ଭାରତ କ୍ଷେତ ମଜଦୁର ୟୁନିଅନ

ଚନ୍ଦ୍ରଶେଖରପୁର,୨୬/୭(ଏସ ଏସ ନିୟୁଜ) ସୋମବାର ଦିନ ଅଖିଳ ଭାରତ କ୍ଷେତ ମଜଦୁର ୟୁନିଅନ ଚନ୍ଦକା ଆଞ୍ଚଳିକ କମିଟି ପକ୍ଷରୁ ଭୁବନେଶ୍ୱର ବ୍ଲକ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇ ବି ଡ଼ି ଓ ରମେଶ ଚନ୍ଦ୍ର ସେଠିଙ୍କୁ ପ୍ରଧାନ ମନ୍ତ୍ରୀଙ୍କ ଉଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରାଯାଇଛି। ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରେ ଦୈନିକ ମଜୁରୀ 600 ଟଙ୍କା ସହିତ 200 ଦିନର କାମର ଗ୍ୟାରେଣ୍ଟି ମଜୁରୀ ପ୍ରଦାନରେ ଜାତି ଭିତିକ ଭେଦଭାବ ନକରିବା […]

ଦେଶର ପ୍ରଥମ ସହର ଭାବରେ ପୁରୀରେ Drink from Tap

ଭୁବନେଶ୍ୱର,୨୬/୭(ଏସ ଏସ ନିୟୁଜ) ଆଜି ପୁରୀରେ Drink from Tap ପ୍ରକଳ୍ପ ଉଦ୍‌ଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ । ଏହି ପ୍ରକଳ୍ପ କାର୍ଯ୍ୟକାରୀ ହେବାରେ ପୁରୀ ହେଉଛି ଦେଶର ପ୍ରଥମ ସହର। ଏହାଦ୍ବାରା ପୁରୀର ଜନସାଧାରଣ tapରୁ ସିଧାସଳଖ ଉଚ୍ଚମାନର ପିଇବା ପାଣି ପାଇଲେ । ପିଇବା ପାଣିକୁ ଗଛିତ କରି ରଖିବା ଦରକାର ନାହିଁ, କିମ୍ବା ଫିଲଟର୍‌ କରିବା ମଧ୍ୟ ଆବଶ୍ୟକ ନାହିଁ । ବିଶ୍ବର କେବଳ ବଡ ବଡ ସହର ମାନଙ୍କରେ […]

ଥାଳି ବାଡେଇ ପ୍ରତିବାଦ କଲେ ଅଟୋ ମାଲିକ ସଂଘ

ଭୁବନେଶ୍ୱର,୨୬/୭(ଏସ ଏସ ନିୟୁଜ)ରାସ୍ତା ଉପରେ ଥାଳି ବଜାଇ ଅଟୋ ଚାଳକମାନେ ନିଆରା ଢଙ୍ଗରେ ପ୍ରତିବାଦ କରିଛନ୍ତି।ମହାତ୍ମା ଗାନ୍ଧୀ ମାର୍ଗରେ ଅନଲାଇନ ଅଟୋ ସଙ୍ଘ ତରଫରୁ ଏହି ପ୍ରତିବାଦ କରାଯାଇଛି।ଅଟୋ ମାଲିକମାନେ ଫାଇନାସସ କମ୍ପାନୀ ରୁ ଋଣ କରି ଅଟୋ ଆଣିଛନ୍ତି।କିନ୍ତୁ କରୋନା ପାଇଁ ଅଟୋ ଚଳାଚଳ ବନ୍ଦ ରହିଥିବାରୁ ଉପାର୍ଜନ ର ପ୍ରନ୍ଥା ବନ୍ଦ ରହିଛି । ଫାଇନାସରୁ ରିହାତି ଦେବା ପାଇଁ ମୁଖ୍ୟମନ୍ତ୍ରୀଘୋଷଣା କରିଥିଲେ ମଧ୍ୟ ଫାଇନାଶ କମ୍ପାନୀମାନେ ଅନ ଲାଇନ ଅଟୋ ଚାଳକ ଉପରେ […]

ଉଦ୍ଧାରହେଲା ବିରଳ ପ୍ରଜାତିର କଇଁଛ

ଭୁବନେଶ୍ୱର, ୨୬/୭(ଏସଏସନିୟୁଜ) ରସୁଲଗଡ ଜିଜିପି କଲୋନୀରୁ ଏକ ବିରଳ ପ୍ରଜାତିର କଇଁଛ ଛୁଆ ଉଦ୍ଧାର କରିଛି ସିଟି ଫରେଷ୍ଟ । ଇଣ୍ଡିଆନ ଷ୍ଟାର ଟର୍ଟୋଇଜ ପ୍ରଜାତିର ବିରଳ କଇଁଛ ଛୁଆ ଜିଜିପି କଲୋନୀରେ ବୁଲୁଥିବାବେଳେ କିଛି କୁକୁର କଇଁଛକୁ ଖାଇବାକୁ ଚେଷ୍ଟା କରୁଥିଲେ ।ନିଜକୁ ବଂଚାଇବାକୁ ଯାଇ କଇଁଛଟି ସଙ୍ଗୀତା ନାୟକଙ୍କ ଅଗଣା ଫାଟକ ଭିତରକୁ ପସି ଯାଇଥିଲା ।ପରିବାରପକ୍ଷରୁ ଖବରପାଇ ସିଟିଫରେଷ୍ଟ କର୍ମଚାରୀମାନେ ଆସି କଇଁଛକୁ ଉଦ୍ଧାର କରିଥିଲେ ।

ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଲେ ଦୁର୍ବୃତ୍ତ

ପୁରୀ, ୨୬/୭(ଏସଏସନିୟୁଜ) ପୂର୍ବଶତ୍ରୁତାକୁ କେନ୍ଦ୍ର କରି ବାସେଲି ସାହି ଥାନା ଅର୍ନ୍ତଗତ ଓଡ଼ିଆ ମଠ ନିକଟରେ ରହୁଥିବା ଜିତେନ୍ଦ୍ର ପୁରୋହିତ ନାମକ ଯୁବକଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଛି । ଜିତେନ୍ଦ୍ର ଜଣେ ଶିଳ୍ପୀ କାରିଗର ହୋଇଥିବାବେଳେ ପୂର୍ବରୁ ତାଙ୍କ ଘର ଉପରକୁ ବୋମାମାଡ ହୋଇଥିଲା । ଦୁର୍ବୃତ୍ତମାନେ ଜିତେନ୍ଦ୍ର ଗୋଡ଼ାଇ ଗୋଡ଼ାଇ ମାରଣାସ୍ତ୍ରରେ ହାଣି ଫେରାର ହୋଇଯାଇଥିବାବେଳେ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଛି । ଖବରପାଇ ବାସେଳୀ ସାହି ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି […]