Browsing category

ମହାନଗର

ରାଗିଲେ ମୋଦୀ

ଭୁବନେଶ୍ୱର୧୯/୭(ଏସଏସନିୟୁଜ) ସଂସଦର ମୌସୁମୀ ଅଧିବେଶନ ଆଜିଠାରୁ ଆରମ୍ଭ ହୋଇଛି । ଅଧିବେଶନର ପ୍ରଥମ ଦିନରେପେଟ୍ରୋଲ, ଡିଜେଲ ଦର ବୃଦ୍ଧି ପ୍ରତିବାଦରେ ଗୃହ ଭିତରେ ବିରୋଧୀ ନାରାବାଜି କରିଥିଲେ ।ଏପରିକି ପ୍ରଧାନମନ୍ତ୍ରୀଙ୍କୁ କୁହାଇ ମଧ୍ୟ ଦେଇନାହାନ୍ତି । ନବନିର୍ବାଚିତ ସଦସ୍ୟମାନେ ଶପଥ ନେବାପରେ ପ୍ରଧାନମନ୍ତ୍ରୀ ନୂଆ ମନ୍ତ୍ରୀମାନଙ୍କୁ ଗୃହର ସଦସ୍ୟଙ୍କ ସହ ପରିଚିତ କରାଉଥିଲେ । ସମୟରେ ପ୍ରବଳ ହଟ୍ଟଗୋଳ କରିଛନ୍ତି ବିରୋଧୀ । ମହିଳା ଓ ଦଳିତଙ୍କୁ ମନ୍ତ୍ରୀ କରାଯାଇଥିବାରୁ ସହି ପାରୁନାହାନ୍ତି କିଛି ଲୋକ ବୋଲି […]

ଆକ୍ସନ ମୁଡ୍‌ରେ ପୋଲିସ

ପୁରୀ,୧୯/୭(ଏସଏସନିୟୁଜ)ଆକ୍ସନ ମୁଡ୍‌ରେ ପୋଲିସ । ନୀୟମନମାନି କର୍ଫ୍ୟୁ ସମୟରେ ‘ବଡ଼ଦାଣ୍ଡକୁ ଆସିଲେ ବନ୍ଧା ହେବେ’ ବୋଲି ରୋକ୍‌ଠୋକ ଭାବେ ଜଣାଇଛି ପୋଲିସ । ବାହୁଡ଼ାଯାତ୍ରାକୁ ଶୃଙ୍ଖଳାର ସହ ଆୟୋଜନ ପାଇଁ ପୁଲିସ ପ୍ରଶାସନ ଅଣ୍ଟା ଭିଡ଼ିବାସହ ବଡ଼ଦାଣ୍ଡରେ ଫ୍ଲାଗମାର୍ଚ୍ଚ କରି ୧୪୪ ଧାରା ଏବଂ କର୍ଫ୍ୟୁ କଟକଣା ଲାଗୁ ସମୟରେ ଥିବା ନିୟମାବଳି ସମ୍ପର୍କରେ ଲୋକମାନଙ୍କୁ ବୁଝାଇଛି ।ଏଥିସହ ବାହୁଡ଼ା ଯାତ୍ରାକୁ ଶୃଙ୍ଖଳିତ କରିବା ପାଇଁ ପୁଲିସ ପକ୍ଷରୁ ୨୦ଟି ଟିମ୍ ଗଠନ କରାଯାଇଛି। ଆଜି ଜନ୍ମବେଦିରେ […]

ଦୁଷ୍କର୍ମ ଅଭିଯୋଗ ଆଣିଲେ ବିବାହିତ ମହିଳା

ବାରଙ୍ଗ,୧୮/୭(ଏସ ଏସ ନିୟୁଜ) ଗୋଡିସାହି ଫାଣ୍ଡି ଅଧୀନସ୍ଥ ବେଣ୍ଟୁଆ ଗ୍ରାମର ଜନୈକ ବିବାହିତ ମହିଳା ଦୁଷ୍କର୍ମର ଶିକାର ହୋଇଥିବା ରବିବାର ଗୋଡିସାହି ଫାଣ୍ଡିରେ ଅଭିଯୋଗ ହୋଇଛି।ସୂଚନାନୁସାରେ ପୀଡ଼ିତା ଜଣକ ୧୫ ତାରିଖ ଦିନ ତାଙ୍କ ସ୍ଵାମୀଙ୍କ ଦେହ ଖରାପ ଥିବାରୁ ସେହି ଗ୍ରାମର ବିବାହିତ ଯୁବକ କାନ୍ଦୁରା ପୁର୍ତୀଙ୍କୁ ସାଙ୍ଗରେ ଧରି ନିକଟସ୍ଥ ଚନ୍ଦକା ଅଞ୍ଚଳକୁ ଔଷଧ ଆଣିବାପାଇଁ ଯାଇଥିଲେ। ଔଷଧ ଆଣି ତିନିଜଣ ଚାଲି ଚାଲି ଚନ୍ଦକା ଜଙ୍ଗଲ ଦେଇ ଘରକୁ ଫେରିଥିଲେ ।ଏହି ବାଟରେ […]

ରାଜଧାନୀରେ ୨୧ ରୁ ଟୀକା ନେବେ ଗର୍ଭବତୀ

ଭୁବନେଶ୍ୱର, ୧୮/୭(ଏସଏସନିୟୁଜ) ଆସନ୍ତା ଜୁଲାଇ ୨୧ ତାରିଖରୁ ରାଜଧାନୀ ଭୁବନେଶ୍ୱରରେ କ୍ୟାପିଟାଲ ହସ୍ପିଟାଲ ସମେତ ସବୁ ସହରାଞ୍ଚଳ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଓ ସହରାଞ୍ଚଳ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ଗର୍ଭବତୀ ମାନଙ୍କୁ ଟୀକାକରଣ କରାଯିବ ।ଗର୍ଭବତୀ ମାନେ ଟୀକା ନେବାରେ କୌଣସି ଅସୁବିଧା ନହେବାନେଇ ବିଏମସି ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ଟୀକାକରଣ କେନ୍ଦ୍ରରେ ଦିନ ୧୧ ଟାରୁ ଅପରାହ୍ନ ୧ ଟା ପର‌୍ୟ୍ୟନ୍ତ ସ୍ୱତନ୍ତ୍ର ସ୍ଲଟ୍ ରେ ଗର୍ଭବତୀ ମାନଙ୍କୁ ଟୀକା ଦିଆଯିବା ସହ […]

୧୫ ନାଗ ସାପ ଛୁଆ କୂଅରୁ ଉଦ୍ଧାର

ବ୍ରହ୍ମପୁର, ୧୮/୭(ଏସଏସନିୟୁଜ) ଲାଞ୍ଜିପଲ୍ଲୀ ଗଣେଶ ନଗରସ୍ଥିତ ପ୍ରଶାନ୍ତ କୁମାର ଦାସଙ୍କ ଘର ବଗିଚା କୂଅରୁ ୧୫ଟି ନାଗ ସାପ ଛୁଆକୁ ସ୍ନେକ୍ ହେଲ୍‌ପ ଲାଇନ୍ ସଭ୍ୟମାନେ ଉଦ୍ଧାର କରିଛନ୍ତି । ପ୍ରଶାନ୍ତଙ୍କ ପତ୍ନୀ ବଗିଚାକୁ ଯାଇଥିବାବେଳେ କୁଅରେ କିଛି ଭାସୁଥିବାର ଦେଖିବାକୁ ପାଇବାସହ ସନ୍ଦେହ ହେବାରୁ ସ୍ନେକ୍ ହେଲ୍‌ପ ଲାଇନ୍ ସଦସ୍ୟଙ୍କୁ ଖବର ଦେଇଥିଲେ।

କୁମ୍ଭିର ପାଇଁ ପୁରସ୍କାର

ବଡମ୍ବା ,୧୮/୭(ଏସଏସନିୟୁଜ) କୁମ୍ଭିର ପାଇଁ ପୁରସ୍କାର ଘୋଷଣା କରିଛି ବନବିଭାଗ । କୁମ୍ଭିରକୁ ଧରି ବନବିଭାଗକୁ ହସ୍ତାନ୍ତର କଲେ ବନବିଭାଗ ଦେବ ପୁରସ୍କାର । ଏହିଭଳି ଘଟଣା ବଡମ୍ବା ଅଞ୍ଚଳରେ ହୋଇଛି ।କୁମ୍ଭିରକୁ ନେଇ ବଡମ୍ବା ଅଞ୍ଚଳର ଲୋକମାନଙ୍କ ଭିତରେ ଆତଙ୍କ ଖେଳିଯାଇଛି ।ନଦୀରେ କୁମ୍ଭିର ଦେଖାଯିବାପରେ ଲାକେମାନଙ୍କ ମଧ୍ୟରେ ଭାଳେଣୀ ପଡିଛି । ମହାନଦୀରେ ହିରାକୁଦରୁ ପାଣି ଅ।ସିବା ପରେ କୁମ୍ଭିରକୁ ସ୍ଥାନୀୟ ଲୋକମାନେ ଦେଖିବାକୁ ପାଇଛନ୍ତି ।

ଆତ୍ମସମର୍ପଣ କଲେ ୨ ହାର୍ଡକୋର ମାଓବାଦୀ

ମାଲକାନଗିରି,୧୮/୭(ଏସ ଏସ ନିୟୁଜ) ମାଲକାନଗିରିରେ ୨ ହାର୍ଡକୋର ମାଓବାଦୀଙ୍କ ଆତ୍ମସମର୍ପଣ କରିଛନ୍ତି।ଏସ୍ ପି ଙ୍କ କାର୍ଯ୍ୟାଳୟରେ ଡିଜିପି ଅଭୟଙ୍କ ନିକଟରେ ଆତ୍ମସମର୍ପଣ କଲେ ମାଓବାଦୀ ଏରିଆ କମିଟି ମେମ୍ବର ସବିତା ଓ ପାର୍ଟି ମେମ୍ବର ରାଇଧର ।ସବିତାଙ୍କ ନାଁରେ ୨ ଲକ୍ଷ ଓ ରାଇଧର ନାଁରେ ଲକ୍ଷେ ଟଙ୍କା ପୁରସ୍କାର ଘୋଷଣା କରାଯାଇଥିଲା।

ଶାଢିରେ ଗଞ୍ଜେଇ

କଳାହାଣ୍ଡି, ୧୮/୭(ଏସଏସନିୟୁଜ) ଶାଢି ବୋଝେଇ ବୋଲେରୋରୁ ବିପୁଳ ପରିମାଣର ଗଞ୍ଜେଇ ଜବତ କରିଛି କେସିଙ୍ଗା ଆଦର୍ଶ ଥାନା ପୋଲିସ୍ । ଗତକାଲି ପୋଲିସ ଗାଡିମଟର ଯାଂଚ କରୁଥିବାବେଳେ ଶାଢି ବୋଝେଇ ବୋଲେରୋକୁ ରୋକିବାପରେ ନୁଆ ତରିକାରେ ଶାଢି ପ୍ୟାକେଟ ଭିତରେ ଗଞେଇ ଚାଲଣର ପର୍ଦାଫାସ କରିଥିଲା ।ଏହିଘଟଣାରେ ବିହାର ଅଂଚଳର ଡ୍ରାଇଭର, ଜଣେ ଯୁବତୀ ଓ ଅନ୍ୟ ଏକ ଯୁବକକୁ ଥାନାରେ ଅଟକ ରଖି ପଚରାଉଚରା କରୁଛି ।

କାଲିଠୁ ମୌସୁମୀ ଅଧିବେଶନ

ଭୁବନେଶ୍ବର, ୧୮/୭(ଏସଏସନିୟୁଜ) ସଂସଦର ମୌସୁମୀ ଅଧିବେଶନ ଅଧିବେଶନ ଆସନ୍ତାକାଲିଠାରୁ ଆରମ୍ଭ ହୋଇ ଅଗଷ୍ଟ ୧୩ରେ ଶେଷ ହେବ। ଲୋକସଭା ଓ ରାଜ୍ୟସଭାରେ ଦିନ ୧୧ଟାରୁ ସଂଧ୍ୟା ୬ଟା ଯାଏ ଗୃହ କାର‌୍ୟ୍ୟ ଚାଲୁ ରହିବା ସହ ଏଥିରେ ୧୯ଟି କାର‌୍ୟ୍ୟ ଦିବସ ରହିବ।ଏଥିନିମନ୍ତେ ଆଜି ସର୍ବଦଳୀୟ ବୈଠକ ବସିବ । କରୋନା ସମୟରେ ଅଧିବେଶନ ବସୁଥିବାରୁ ସମସ୍ତ ସଦସ୍ୟ କୋଭିଡ୍ ପ୍ରୋଟୋକଲ ମାନିବାକୁ ହେବ ବୋଲି କୁହାଯାଇଛି।

ଧରାପଡିଲେ ଦୁଇ ଚୋରା ବନ୍ଧୁକ ବେପାରୀ

ଭୁବନେଶ୍ବର, ୧୮/୭(ଏସଏସନିୟୁଜ) ଖୋର୍ଦ୍ଧାରେ ବନ୍ଧୁକ ବିକ୍ରି ପାଇଁ ଡିଲ୍ ଚାଲିଥିବାବେଳେ ଦୁଇ ଅନ୍ତଃରାଜ୍ୟ ଚୋରା ବନ୍ଧୁକ ବେପାରୀଙ୍କୁ ଗିରଫ କରିଛି ଏସଟିଏଫ୍। ଗିରଫ ହୋଇଥିବା ୨ ଅଭିଯୁକ୍ତ ହେଲେ ବସନ୍ତ ମହାରଣା ଓ କୃଷ୍ଣଚନ୍ଦ୍ର ଶ୍ରୀଚନ୍ଦନ । ଖୋର୍ଦ୍ଧା ରଣପୁର ସୀମାରୁ ଏମାନଙ୍କୁ ଗିରଫ କରିଛି ଏସଟିଏଫ୍ ।