Browsing category

ମହାନଗର

ଗୁଣ୍ଡୁଚିକୁ ସାହାର୍ଯ୍ୟ କଲେ ଓଡିଶା କିନ୍ନର ମହାସଂଘ

ବାରଙ୍ଗ,୨୭/୭(ଏସଏସନିୟୁଜ)ଅସହାୟଙ୍କୁ ସାହାରା ଦେଲେ ଓଡିଶା କିନ୍ନର ମହାସଂଘ ।ସେମାନଙ୍କ ଦୁଃଖରେ ସାମିଲ ହୋଇ ପକ୍କା ଘରର ବ୍ୟବସ୍ଥା କରାଇବା ପାଇଁ ପ୍ରତିଶୃତି ମଧ୍ୟ ଦେଲେ । ଏହିଭଳି ଏକ ପରିବେଶ ମଙ୍ଗଳବାରଦିନ ଉତ୍ତରନିର୍ବାଚନମଣ୍ଡଳୀର ଭୁବନେଶ୍ଵର ବ୍ଲକ ଅନ୍ତର୍ଗତ ବରିମୁଣ୍ଡ ପଞ୍ଚାୟତରେ ଦେଖିବାକୁ ମିଳିଥିଲା । ବରିମୁଣ୍ଡ ପଞ୍ଚାୟତ ୧୧ ନମ୍ବର ୱାର୍ଡ ଭୋଇ ସାହିରେ ରହୁଛନ୍ତି ୫୭ବର୍ଷୀୟ ଗୁଣ୍ଡିଚି ଭୋଇ । ବୃଦ୍ଧା ବାପା ,ତାଙ୍କ ସ୍ତ୍ରୀ , ଦୁଇ ଭଣଜା ଓ ଦୁଇ ଭଉଣୀକୁ ମିଶାଇ […]

ପୁରଣ ହେଲା ସରପଞ୍ଚଙ୍କ ପ୍ରତିଶୃତି

ଗୋପ,୨୦/୭(ଏସଏସନିୟୁଜ) ଗତ ପଞ୍ଚାୟତ ନିର୍ବାଚନରେ ପଂଚାୟତବାସୀଙ୍କୁ ଦେଇଥିବା ପ୍ରତିଶୃତିକୁ ଆଜି ଗୋପ ସରପଞ୍ଚ ସୁଶାନ୍ତ ସ୍ବାଇଁ ଏକକାଳୀନ ଦୁଇଟି ପ୍ରକଳ୍ପର ଶୁଭ ଦେଇ ପୁରଣ କରିଛନ୍ତି ।୨୦୧୭-୧୮ ଆର୍ଥିକ ବର୍ଷରେ ଚତୁର୍ଦଶ ଅର୍ଥକମିଶନ ଭାରତ ସରକାରଙ୍କ ଅନୁଦାନରେ କୁଶୁପୁର ରାଜସ୍ୱ ମୌଜା ଅନ୍ତର୍ଗତ କୁଶୁପୁର, ବିସରପୁର, ଜିରିକଣା ଗ୍ରାମରେ ବସବାସ କରୁଥିବା ପାଖାପାଖି ୭୦୦ପରିବାରଙ୍କୁ ସୁଦ୍ଧ ପାନୀୟ ଜଳ ଯୋଗାଇଅସୁଥିବା ବେଳେ ଆଜି ଗୋପ ଏବଂ ବ୍ୟାୟାକୁଦା ରାଜସ୍ୱ ମୌଜା ଅନ୍ତର୍ଗତ ଦୁଇଟି ପ୍ରକଳ୍ପ ଜଳ ଜୀବନ […]

ବାହୁଡିଲେ ମହାବାହୁ

ଭୁବନେଶ୍ବର,୨୦/୭(ଏସଏସନିୟୁଜ) ଜନ୍ମବେଦୀରୁ ନବଦିନାତ୍ମକ ଲୀଳାଖେଳା ସାରି ରତ୍ନବେଦୀକୁ ବାହୁଡିଛନ୍ତି ମହାବାହୁ। କୋଭିଡ କଟକଣା ମଧ୍ୟରେ ଅନୁଷ୍ଠିତ ବାହୁଡା ଯାତ୍ରା ସମୟରେ ବର୍ଷା ଲାଗିରହିଥିବାରୁ ସେବାୟତମାନେ ଆନନ୍ଦର ସହ ତିନି ରଥଙ୍କୁ ଟାଣି ଆଣିଥିଲେ । ଶ୍ରୀଜୀଉଙ୍କ ତିନି ରଥ ପ୍ରଭୁ ବଳଭଦ୍ରଙ୍କ ତାଳଧ୍ବଜ, ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ଓ ଜଗତରନାଥ ଜଗନନାଥଙ୍କ ନନ୍ଦିଘୋଷ ରଥ ସିଂହଦ୍ବାର ସାମ୍ନାରେ ପହଞ୍ଚିଛି । ଗୁଣ୍ଡିଚା ମନ୍ଦିରରୁ ପ୍ରଥମେ ବଳଭଦ୍ରଙ୍କ ରଥ ଗଡିଥିଲା । ବଳଭଦ୍ରଙ୍କ ରଥ ପଛେ ପଛେ ହଳଦୀମୁହିଁ […]

ଛେଳି ଚୋରୀ ବେଳେ ଧରାପଡିଲା

ବାଲିପାଟଣା,୨୦/୭(ଏସଏସନିୟୁଜ) ଛେଳି ଚୋରି କରୁଥିବାବେଳେ ଧରାପଡିଲେ ଚୋର ।ଗୁହାଳରୁ ଛେଳି ଫିଟାଉଥିବାବେଳେ ପରିବାର ଲୋକେ ଦେଖି ଚୋରକୁ କାବୁ କରିନେଇଥିଲେ।ଏହି ଖବର ପ୍ରଘଟ ହେବାପରେ ଗ୍ରାମବାସୀମାନେ ମିଶି ଗାଁ ବିଦ୍ୟୁତ ଖୁଣ୍ଟରେ ବାନ୍ଧି ମାରଧର କରିବା ପରେ ପୁଲିସ ଜିମା ଦେଇଥିଲେ। ଧରାପଡ଼ିଥିବା ଚୋର ଜଣଙ୍କ ତୁରିନ୍ତିରା ପଞ୍ଚାୟତ ଅନସ୍ତମାଳ ଗ୍ରାମର ପଞ୍ଚୁ କାଣ୍ଡିଙ୍କ ପୁଅ ହେମନ୍ତ କାଣ୍ଡି ବୋଲି ଜଣାପଡିଛି। ପଞ୍ଚୁ ଓ ତାର ସହଯୋଗୀମାନେ ମିଶି ଗତକାଲି ବିଳମ୍ବିତ ରାତିରେ ବାଗଲପୁର ଗ୍ରାମରେ ଚୋରି […]

ସମସ୍ତଙ୍କୁ ଧନ୍ୟବାଦ ଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୦/୭(ଏସଏସନିୟୁଜ)କୋ‍ଭିଡ କଟକଣା ମଧ୍ୟରେ ସମସ୍ତଙ୍କ ସହଯୋଗରେ ମହାପ୍ରଭୁଙ୍କ ନବଦିନ ଯାତ୍ରା ସୁରୁଖୁରୁରେ ଶେଷ ହୋଇଥିବାରୁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆନନ୍ଦ ପ୍ରକାଶ କରିଛନ୍ତି।ଏହି କଠିନ ପରିସ୍ଥିତିରେ ମହାପ୍ରଭୂଙ୍କ କରୁଣା ଯୋଗୁ ଏହା ସମ୍ଭବ ହୋଇପାରିଲା ବୋଲି ବର୍ଣ୍ଣନାକରି ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ମହାପ୍ରଭୁଙ୍କ ନିକଟରେ ତାଙ୍କର ଭକ୍ତି ନିବେଦନ କରିଛନ୍ତି ।ସେବାୟତମାନେ ଯେଭଳି ଭକ୍ତି ଓ ସମର୍ପଣର ଭାବ ନେଇ ମହାପ୍ରଭୁଙ୍କ ନୀତିକାନ୍ତି ଠିକ୍ ସମୟରେ ସମ୍ପନ୍ନ କଲେ ମୁଖ୍ୟମନ୍ତ୍ରୀ ତାର ଉଚ୍ଚପ୍ରଂଶସା କରିଛନ୍ତି।ମନ୍ଦିର ପ୍ରଶାସନ, […]

ପୀୟୂଷ ଗୋୟଲଙ୍କୁ ଭେଟିଲେ ବିଜେଡି ସଂସଦୀୟ ଦଳ

ଭୁବନେଶ୍ୱର,୨୦/୭(ଏସଏସନିୟୁଜ)ବିଜେଡି ସଂସଦୀୟ ଦଳ ଆଜି କେନ୍ଦ୍ରମନ୍ତ୍ରୀ ଖାଉଟି କଲ୍ୟାଣ ଓ ସାଧାରଣ ବଣ୍ଟନ ମନ୍ତ୍ରୀ ପୀୟୂଷ ଗୋୟଲଙ୍କୁ ଭେଟିଛନ୍ତି ।ଏହାସହ ବାକି ଥିବା ସବ୍‌ସିଡି ଓ ଚାଉଳ କିଣିବା ପ୍ରସଙ୍ଗ ନେଇ ଆଲୋଚନା ମଧ୍ୟ କରିଛନ୍ତି ।ମନ୍ତ୍ରୀଙ୍କପାଖରେ ବକେୟା ଖାଦ୍ୟ ରିହାତି, ଧାନ ସଂଗ୍ରହରେ ବଳକା ଶସ୍ୟ ଉଠାଣ ପାଇଁ ଦାବି କରିଛି ବିଜେଡି ସଂସଦୀୟ ଦଳ । ରାଜ୍ୟରେ ୫୨.୩୫ ଲକ୍ଷ ମେଟ୍ରିକ ଟନ ଉତ୍ପାଦନ ହୋଇଛି । ରାଜ୍ୟକୁ ୭୧୬.୩୪ କୋଟିର ଆଡଭାନ୍ସ ସବସିଡି […]

ରାଜ କୁନ୍ଦ୍ରା ଗିରଫ

ଭୁବନେଶ୍ୱର,୨୦/୭(ଏସଏସନିୟୁଜ) ଶିଳ୍ପପତି ତଥା ବଲିଉଡ୍ ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କ ସ୍ୱାମୀ ରାଜ କୁନ୍ଦ୍ରା ଅଶ୍ଳୀଳ ଚଳଚିତ୍ର ନିର୍ମାଣ ଓ ପ୍ରସାରଣ କରୁଥିବା ନେଇ ହୋଇଥିଲା ଅଭିଯୋଗରେ ଗତକାଲି ରାତିରେ ମୁମ୍ବାଇ ପୁଲିସର କ୍ରାଇମ୍ ବାଞ୍ଚ ଗିରଫ କରିଛି । ଅଶ୍ଳୀଳ ସିନେମା ପ୍ରସ୍ତୁତ କରି ମୋବାଇଲ ଆପ୍ ଜରିଆରେ ଏହାକୁ ରିଲିଜ କରୁଥିଲେ ବୋଲି ‌ପୁଲିସ ପକ୍ଷରୁ କୁହାଯାଇଛି । ତାଙ୍କ ମୋବାଇଲ୍ ଫୋନ୍ ଜବତ କରାଯିବାସହ ଜୁଲାଇ ୨୩ ପର‌୍ୟ୍ୟନ୍ତ ପୁଲିସ୍ ହେପାଜତକୁ ପଠାଯାଇଥିବାର ଜଣାପଡିଛି […]

ଖୋଲୁଛି ମୃତ୍ୟୁ ରହସ୍ୟ

୧-ପେଗାସସ୍ ଗୁଇନ୍ଦାଗିରି ପ୍ରସଙ୍ଗରେ ସଂସଦ ଗୃହ ଗରମ । କେନ୍ଦ୍ରକୁ ଘେରିଲେ ବିରୋଧୀ, ଜବାବ୍ ଦେଲେ ସରକାର । ୨-ସଂସଦରେ ମୋଦୀଙ୍କୁ କହିବାକୁ ଦେଲେନାହିଁ ବିରୋଧୀ । ଫୋନ ହ୍ୟାକିଂ, ତେଲ ଦର ବୃଦ୍ଧି ଓ କୋଭିଡ ବିଫଳତାକୁ ନେଇ ଲଗାଇଲେ ନାରା, ରାଗିଗଲେ ପ୍ରଧାନମନ୍ତ୍ରୀ । ୩-ଅନଲାଇନ ଶିକ୍ଷାକୁ ପ୍ରୋତ୍ସାହନ ନିମନ୍ତେ ୫ ବର୍ଷ ପାଇଁ ୬,୧୪୩ କୋଟି ବ୍ୟୟ ବରାଦ : ଧର୍ମେନ୍ଦ୍ର ପ୍ରଧାନ । ୪-ସୁବର୍ଣ୍ଣରେଖା ଜଳସେଚନ ପ୍ରକଳ୍ପର ଅତିରିକ୍ତ ଜଳସେଚନ ବ୍ୟବସ୍ଥା […]

ଚାଷୀକୁ ମିଳିଲା ସୁବର୍ଣ୍ଣରେଖା ପାଣି

ଭୁବନେଶ୍ୱର୧୯/୭(ଏସଏସନିୟୁଜ) ଆଜି ମୟୂରଭଞ୍ଜ ଜିଲ୍ଲାର ସୁବର୍ଣ୍ଣରେଖା ଜଳସେଚନ ପ୍ରକଳ୍ପର କେନାଲ ସିଷ୍ଟମରୁ ୧୫,୩୫୯ ହେକ୍ଟର ଚାଷ ଜମିକୁ ପାଣି ଛଡା ଯାଇଛି । ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଏହାର ଶୁଭାରମ୍ଭ କରିଛନ୍ତି । ଏହାଦ୍ଵାରା ମୟୂରଭଞ୍ଜ ଜିଲ୍ଲାର ବାରିପଦା, ବେତନଟୀ, ମୋରଡା, ଶୂଳିଆପଦା ଓ ରାସଗୋବିନ୍ଦପୁର ବ୍ଲକର ୯୪ଟି ଗ୍ରାମର ଚାଷ ଜମିକୁ ଜଳସେଚନର ସୁବିଧା ମିଳିଲା । ଏହି ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ଯେ ଆଜି ମୟୂରଭଞ୍ଜ ଜିଲ୍ଲା ଓ […]

ନବଜୋତ ସିଂ ସିଦ୍ଧୁ ପଞ୍ଜାବ କଂଗ୍ରେସର ନୂଆ ସଭାପତି

ଭୁବନେଶ୍ୱର୧୯/୭(ଏସଏସନିୟୁଜ) ଆସନ୍ତାବର୍ଷ ପଞ୍ଜାବରେ ବିଧାନସଭା ନିର୍ବାଚନ ହେବାର ଅଛି । ତେଣୁ ରାଜନୈତିକ ସଙ୍କଟ କୁ ଦୁର କରିବାପାଇଁ ଓ ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି କଂଗ୍ରେସ ସିଦ୍ଧୁଙ୍କ ଉପରେ ବଡ଼ ଦାୟିତ୍ୱ ଛାଡ଼ିଛି କଂଗ୍ରେସ ।କଂଗ୍ରେସର ନୂଆ ସଭାପତି ସହ ସଂଗତ ସିଂହ, ସୁଖବିନ୍ଦର ସିଂହ ଡେନୀ, ପବନ ଗୋୟଲ ଏବଂ କୁଲଜୀତ ସିଂହ ନାଗରା ଙ୍କୁ କାର‌୍ୟ୍ୟକାରୀ ସଭାପତିଭାବେ ନିଯୁକ୍ତି ଦେଇଛନ୍ତି ହାଇକମାଣ୍ଡ ।ପଞ୍ଜାବ କଂଗ୍ରେସର ନୂଆ ସଭାପତି ହେଲେ ନବଜୋତ ସିଂ ସିଦ୍ଧୁ […]