Browsing category

ଅପରାଧ

ଡାକ୍ତରଙ୍କୁ ମିଳିବ ଅଫ୍‌

ଭୁବନେଶ୍ବର ,୧୨।୧୦(ଏସଏସନିଉଜ)ମେଡିକାଲ ଅଧିକାରୀଙ୍କ ଛୁଟି ସଂପର୍କରେ ସରକାରଙ୍କ ବିଜ୍ଞପ୍ତି ପ୍ରକାଶ ପାଇଛି ।ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।ଏଥିରେ କୁହାଯାଇଛି ସରକାରୀ ଛୁଟିଦିନରେ କାମକଲେ ବିକଳ୍ପଭାବେ ମିଳିବ ଛୁଟିାସେହିମାସର ଯେକୌଣସିଦିନ ଛୁଟି ନେଇପାରିବେ ଓ ମେଡିକାଲ ଅଧୀକ୍ଷକ ଓ ଇନ୍ ଚାର୍ଜ ରୋଷ୍ଟରବ୍ୟବସ୍ଥା କରିବେ ବୋଲି କୁହାଯାଇଛି ।

କଲେଜଛାତ୍ରକୁ ଧକ୍କାଦେଲା କାର୍

ପୁରୀ,୧୨।୧୦(ଏସଏସନିଉଜ)ପୁରୀ ମଙ୍ଗଳାଘାଟ ବାଇପାସର ସୁରଜମଲ ସାହା ମହାବିଦ୍ୟାଳୟ ସମ୍ମୁଖରେ ଦୁର୍ଘଟଣା ହୋଇଛି।ରାସ୍ତାପାର୍ ହେଉଥିବା ସମୟରେ ଛାତ୍ରଙ୍କ ଉପରେ ମାଡ଼ିଯାଇଥିଲା କାର। ଆହତଛାତ୍ରଙ୍କୁ ପୁରୀମୁଖ୍ୟ ଚିକିତ୍ସାଳୟରେ ଭର୍ତି କରାଯାଇଥିବା ବେଳେ ସେପଟେ ଘଟଣାକୁ ନେଇ ଉତେଜିତ ସ୍ଥାନୀୟ ଲୋକମାନେ କ୍ଷତିପୂରଣ ଦାବିରେ ରାସ୍ତାରୋକ କରିଛନ୍ତି l

ରାସ୍ତାରେ ଚାଲିଛି ହାତୀ !

ମେଣ୍ଢାଶାଳ,୧୧ା୧୦(ଏସଏସନିଉଜ) ମେଣ୍ଢାଶାଳଫାଣ୍ଡି ଅଧିନସ୍ଥ ପଲାସପୁର ଛକରେ ନିକଟରେ ବୁଧବାରରାତିରେ ଦୁଇଟିହାତୀ ଘୁରିବୁୁଲୁଥିବାର ଦେଖାଦେଇଛି ।ଏହିଦୁଇଟି ହାତୀ ଦେଉଳିଆପାହାଡରୁ ବାହାରି ମେଣ୍ଢାଶାଳ ଓ ଛତାବର ଗହିରଦେଇ ଚନ୍ଦକା-ପିତାପଲ୍ଲୀ ରାସ୍ତା ଡେଇଁ ପଳାଶପୁର ନିକଟ ରତନପୁର କାଜୁଜଙ୍ଗଲକୁ ଯାଉଥିବାର ଦେଖିବାକୁ ମିଳିଛି ।ପାଣିଓରାଠାରୁ ପଳାସପୁର ପିଚୁରାସ୍ତାରେ ହାତୀଦୁଇଟି ଯାଉଥିବାରୁ ଗ୍ରାମବାସୀମାନେ ଭୟଭୀତ ହୋଇଯାଇଛନ୍ତି ।କେବଳ ନିକଟସ୍ଥ ଗ୍ରାମବାସୀ ନୁହଁନ୍ତି ପଥଚାରୀମାନଙ୍କଠାରୁ ଆରମ୍ଭ କରି ସାଧାରଣଲୋକଙ୍କ ପାଇଁ ହାତୀଦୁଇଟି ବିପଦ ସାଜିଥିବାର ଆଶଙ୍କା ଦେଖାଦେଇଛି ।(ପଦ୍ମଚରଣବଡଜେନାଙ୍କ ରିପୋର୍ଟ)

ସଇତାନ ବାପା!

ରାଉରକେଲା,୧୨।୧୦(ଏସଏସନିଉଜ)ଯେଉଁହାତ ନିଜଛୁଆକୁ ସୁରକ୍ଷା ଦେବାକଥା, ସେହିହାତରେ ତାର ତଣ୍ଟିଚିପି ଦେଲା ସଇତାନ ବାପା। ୪ବର୍ଷର ନିରୀହ ଛୁଆର ଜୀବନନେଇ ଜଘନ୍ୟ କାଣ୍ଡ ଘଟାଇଛି ସାଇତାନ ବାପା । ଏହିଭଳି ସାଂଘାତିକ କାଣ୍ଡ ରାଉରକେଲା ସହରରେ ହୋଇଛି।ଯାହାଏବେ ଚର୍ଚ୍ଚାର ବିଷୟ ପାଲଟିଛି।କୁଳୁଙ୍ଗାଫାଣ୍ଡି ଅନ୍ତର୍ଗତ ଗର୍ଜନ ପଞ୍ଚାୟତର ତୁମରନ ଗାଁରେ ଏପରି ଲୋମଟାଙ୍କୁରା ଘଟଣା ଘଟିଛି। ୪ ବର୍ଷର ପୁଅକୁ ହତ୍ୟା କରି ବାପା ଟାଙ୍ଗି ଦେଇଥିବା ଅଭିଯୋଗ ହୋଇଛି।

ବିଲେଇ ପାଇଁ ଗଲା ଜୀବନ

ଚନ୍ଦ୍ରଶେଖରପୁର,୧୧।୧୦(ଏସଏସନିଉଜ)ବିଲେଇକୁ ଉଦ୍ଧାର କରିବାକୁ ଯାଇ କୂଅରେ ପଡ଼ି ଜଣଙ୍କର ଜୀବନ ଯାଇଥିବା ବେଳେ ଦୁଇଜଣ ଗୁରୁତର ଆହତ ହୋଇଥିବାର ଜଣାପଡିଛି।ଏହିଭଳି ଘଟଣା ମଞ୍ଚେଶ୍ୱରଥାନା ଅଧୁନସ୍ତ ପଦ୍ମକେଶରୀପୁର ଗାଁ ପାଖରେ ଘଟିଛି।ପଟିଆ ଷ୍ଟେସନ ନିକଟଥିବା ଏକ କୂଅରେ ପଡ଼ି ଯାଇଥିଲା ବିଲେଇ । ବିଲେଇକୁ ଉଦ୍ଧାର କରିବା ପାଇଁ ପଦ୍ମକେଶରୀପୁର ଗାଁର ୩ଜଣ ଆଗପଛ କରି କୂଅକୁ ଡେଇଁ ପଡିଥିଲେ।ତେବେ ଖବର ପାଇ ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଂଚି କୂଅ ମଧ୍ୟରୁ ୨ ଜଣଙ୍କୁ ଗୁରୁତର ଅବସ୍ଥାରେ […]

ବନ୍ଧୁକ ଦେଖାଇ ଚେନ୍ ଓ ବ୍ରେସ୍‌ଲେଟ୍ ଲୁଟ

ଭୁବନେଶ୍ବର,୧୧ା୧୦(ଏସଏସନିଉଜ)ଗତକାଲିରାତି ୧୦ଟାବେଳେ ଜଣେ ବନ୍ଧୁକଧାରୀ ବିବେକାନନ୍ଦ ମାର୍ଗ ରାମକୃଷ୍ଣ ମିସନ୍ ଲାଇବ୍ରେରି ନିକଟରେ ଥିବା ଏକ ଦୋକାନରେ ପଶି ଦୁଇ ଭାଇ ସତ୍ୟାନନ୍ଦ ସୁବୁଦ୍ଧି ଓ ତାଙ୍କ ଭାଇ ଶତୃଘ୍ନଙ୍କଠାରୁ ଦୁଇଟି ଚେନ୍ ଓ ଗୋଟିଏ ବ୍ରେସ୍‌ଲେଟ୍ ଲୁଟି ନେଇଛି।ଏନେଇ ଶ୍ରୀଲିଙ୍ଗରାଜ ଥାନାରେ ଅଭିଯୋଗ ହୋଇଛି।ଅଭିଯୋଗ ପରେ ପୁଲିସ ତଦନ୍ତ ଆରମ୍ଭ କରିଛି ।ଗତକାଲି ରାତିରେ ଦୁଇ ଭାଇ ଦୋକାନ ବନ୍ଦ କରିବାକୁ ପ୍ରସ୍ତୁତ ହେଉଥିବାବେଳେ ମୁହଁରେ କପଡ଼ା ବାନ୍ଧିଥିବା ଯୁବକ ହଠାତ୍ ଦୋକାନ ଭିତରକୁ ପଶିଆସି […]

ଯୁବକଙ୍କୁ ଛୁରାମାଡ଼ରୁ ଉତ୍ତେଜନା

ଭଦ୍ରକ.୧୧ା୧୦(ଏସଏସନିଉଜ) ଗତକାଲି ରାତିରେ ଜମିଜମା ବିବାଦକୁ କେନ୍ଦ୍ର କରି ଭଦ୍ରକରେ ଦୁଇ ଗୋଷ୍ଠୀ ମଧ୍ୟରେ ତୁମୁଳକାଣ୍ଡ ଘଟିଛି ।ଏହି ଘଟଣାରେ ୨ଜଣ ଆହତ ହୋଇଥିବାର ଜଣାପଡିଛି ।ସେଥିମଧ୍ୟରୁ ଜଣଙ୍କୁ ଚିକିସ୍‌ାପାଇଁ କଟକବଡମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ଗତକାଲି ବନ୍ତ ଛକରେ ଜଣେ ଯୁବକଙ୍କୁ ଛୁରାମାଡ଼ରୁ ଉତ୍ତେଜନା ସୃଷ୍ଟି ହୋଇଥିଲା। ଭଦ୍ରକ କଚେରି ବଜାରରେ ଫଳ ଦୋକାନ ଭଙ୍ଗାରୁଜା ପରେ ଏଭଳି ଘଟଣା ଘଟିଥିଲା।ଖବରପାଇ ପୋଲିସ ଘଟଣାସ୍ଥଳ ଓ ମେଡିକାରେ ପହଁଚିବାପରେ ପରିସ୍ଥିତି ନିୟନ୍ତ୍ରଣରେ ରହିଥିବାର ଜଣାପଡିଛି ।

ଚାଲିଗଲା ଅସୁସ୍ତ ବଜ୍ରକାପ୍ତାର ଜୀବନ

ବାରଙ୍ଗ,୮ା୧୦ (ଏସଏସନିଉଜ) ଧଳାବାଘୁଣୀ ରୁପାର ଦ୍ୱିତୀୟ ଗର୍ଭସ୍ଥ ଦୁଇଟି ସନ୍ତାନ ମଧ୍ୟରୁ ଅଣ୍ଡିରା ଛୁଆଟି ଅସୁସ୍ଥ ହୋଇପଡିଥିବାବେଳେ ପୁଣି ରବିବାରଦିନ ଏକ ଅଣ୍ଡିରା ବଜ୍ରକାପ୍ତା ଶନିବାରଠାରୁ ଅସୁସ୍ଥ ହୋଇପଡିଥିଲା ।ଡାକ୍ତରଖାନା ପରିସରରେ ଥିବା ପ୍ରଜଜନ କେନ୍ଦ୍ରରେ ବଜ୍ରକାପ୍ତାଟି ରହିଥିବା ବେଳେ ଠିକ୍ ଭାବେ ଖିଆପିଆ କରିପାରନଥିଲା । ସେ ଦିନକୁଦିନ ଦୁର୍ବଳ ହେବାରେ ଲାଗିଥିଲା।ଏହାଜଣା ପଡିବା ପରେ କର୍ତ୍ତୁପକ୍ଷଙ୍କ ପରାମର୍ଶ କ୍ରମେ ବଜ୍ରକାପ୍ତା ପ୍ରଜନନ କେନ୍ଦ୍ରରେ ବନ୍ୟପ୍ରାଣୀ ଚିକିତ୍ସକଙ୍କ ଦ୍ବାରା ଚିକିତ୍ସା ଆରମ୍ଭ କରାଯାଇଥିଲେ ମଧ୍ୟ ରବିବାର […]

ପାଚେରୀକଡରୁ ମିଳିଲା ନବଜାତ ଶିଶୁକନ୍ୟା

ସମ୍ବଲପୁର,୮ା୧୦(ଏସଏସନିଉଜ)କୁଚିଣ୍ଡା ନିକଟ ଖଣ୍ଡୋକଟା ଗ୍ରାମର ଦିଲ୍ପୀପ ସାହୁ ନାମ ବ୍ୟକ୍ତିଙ୍କ ଘର ପାଚେରୀ ନିକଟରୁ ଏକ ନବଜାତ ଶିଶୁ କନ୍ୟା ପଡିଥିବାବେଳେ ତାକୁ ଉଦ୍ଧାର କୁଚିଣ୍ଡା ଉପଖଣ୍ଡ ସ୍ତରୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଶିଶୁଟି ଚାନ୍ଦୁଥିବା ଶୁଣିବା ପରେ ଆଖପାଖର ଲୋକମାନଙ୍କ ଭିଡ ଲାଗିଥିଲା ।ପରେ ସ୍ଥାନୀୟ ଲୋକମାନେ ଶିଶୁଟିକୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତିକରିଥିବାବେଳେ ଶିଶୁଟି ଭଲଥିବାର ଜଣାପଡିଛି ।  

୩ ଗାଡିକୁ ଜାଳିଦେଲେ ଦୁର୍ବୃତ୍ତ

ଗଜପତି,୮ା୧୦(ଏସଏସନିଉଜ) ମୋହନାଥାନା ଚାନ୍ଦିପୁଟ ହାଟପଦାରେ ରାତିରେ ଘର ଆଗରେ ଥୁଆହୋଇଥିବା୩ଟିଗାଡିକୁ ଦୁର୍ବୁତମାନେ ଜାଳିଦେଇଛନ୍ତି ।ଫଳରେ ନିଆଁଲାଗି ଗୋଟିଏ କାର, ବୁଲେଟ ଓ ସ୍କୁଟିପୋଡି ନଷ୍ଟ ହୋଇଯାଇଛି ।ଟାୟାର ଫାଟିବା ଶବ୍ଦ ଶୁଣି ପରିବାର ଲୋକ ଉଠିବାସହ ଅଗ୍ନିଶମ ବାହିନୀକୁ ଖବରଦେଇଥିଲେ ।ଅଗ୍ନିଶମବାହିନୀ ଘଟଣାସ୍ଥଳରେପହଞ୍ଚି ନିଆଁକୁ ଆୟତ କରିଛନ୍ତି ।