Browsing category

ଅପରାଧ

କାମୁଡ଼ାକାମୁଡ଼ିରେ ୨ ଗୁରୁତର

ଆନନ୍ଦପୁର,୨୫।୧୦(ଏସଏସନିଉଜ) ୨ଟି ଘଟଣାରେ କାମୁଡ଼ା କାମୁଡ଼ି ହୋଇ ୨ଜଣ ଗୁରୁତର ଆହତ ହୋଇଛନ୍ତି।ସୋସୋ ଥାନା ସଢ଼ାଗାଁରେ ବିଲରେ ୨ ମହିଳାଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଛି।ଗଣ୍ଡଗୋଳରେ ଜଣେ ମହିଳା ଅନ୍ୟ ଜଣକ ଗୋଡ଼କୁ କାମୁଡ଼ି ଦେଇଥିଲେ।କାମୁଡ଼ି ମାଂସ ଛିଡ଼ାଇ ଦେବାରୁ ମହିଳାଜଣଙ୍କ ଗୁରୁତର ଆହତ ହୋଇଛନ୍ତି।ତଙ୍କୁ ଗୁରୁତର ଅବସ୍ଥାରେ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି।ଅନ୍ୟଏକ ଘଟଣାରେ ଆନନ୍ଦପୁର ଥାନା ମାଠିଆନେଣ୍ଡିରେ କାମୁଡ଼ି କାନ ଛିଡ଼ାଇ ଦେଇଛନ୍ତି ମଦ୍ୟପ।୨ମଦ୍ୟପଙ୍କ ମଧ୍ୟରେ ଗଣ୍ଡଗୋଳ ବେଳେ ଜନୈକ ବ୍ୟକ୍ତି ବାରଣ କରିଥିଲେ।ଏଥିରେ […]

ଡଙ୍ଗାରୁ ଗଳିପଡ଼ିଲେ ଚାଳକ

କୃଷ୍ଣପ୍ରସାଦ,୧୫।୧୦(ଏସଏସନିଉଜ) ଚିଲିକାରେ ପର୍ଯ୍ୟଟକ ହୋଇଛନ୍ତି।ଏହାସହ ଡଙ୍ଗାରୁ ପଡ଼ି ଚାଳକ ନିଖୋଜ ହୋଇଛନ୍ତି।ଚାଳକ ପଡ଼ିଯିବାରୁ ଚିଲିକାରେ ଅଟକିଯାଇଥିଲା ପର୍ଯ୍ୟଟକ ଡଙ୍ଗା।ସାତପଡ଼ାରୁ ମଗରମୁଖ ଯାଉଥିବା ବେଳେ ଅଘଟଣ ଘଟିଥିଲା।୫ଜଣ ପର୍ଯ୍ୟଟକଙ୍କୁ ନେଇ ଯିବାବେଳେ ଡଙ୍ଗାରୁ ପଡ଼ିଯାଇଥିଲେ ଚାଳକ।ପ୍ରାୟ ଏକଘଣ୍ଟା ପରେ ଡଙ୍ଗାକୁ ଉଦ୍ଧାର କଲେ ସ୍ଥାନୀୟ ଲୋକେ।ତେବେ ଏବେଯାଏଁ ଚାଳକଙ୍କ ପତ୍ତା ମିଳିନଥିବା ବେଳେ ସର୍ଚ୍ଚ ଅପରେସନ ଜାରିରହିଛି।

ବଦଳିଲେ ବାଙ୍କୀଥାନା IIC

ବାଙ୍କୀ,୨୫।୧୦(ଏସଏସନିଉଜ)୨ ଏସଆଇଙ୍କୁ ଆକ୍ରମଣ ଘଟଣାରେ ବାଙ୍କୀ ଆଇଆଇସିଙ୍କ ବଦଳି ହୋଇଛି। ୨ ଏସଆଇଙ୍କୁ ଅବସରପ୍ରାପ୍ତ ସେନାକର୍ମଚାରୀଙ୍କ ମରଣାନ୍ତକ ଆକ୍ରମଣ ଘଟଣାରେ ବାଙ୍କୀଥାନା ଆଇଆଇସି କାବୁଲି ବାରିକଙ୍କ ବଦଳି କଲେ କଟକ ଗ୍ରାମାଞ୍ଚଳଏସପି।ବାଙ୍କୀଥାନା ଦାୟିତ୍ଵରେ ରହିବେ ମାହାଙ୍ଗା ଭଦ୍ରେଶ୍ଵରଥାନା ଆଇଆଇସି ଶିବପ୍ରସାଦ ବେହେରା।ବିଚ୍ ରାସ୍ତାରେ ୨ ଏସଆଇଙ୍କୁ ଆକ୍ରମଣ କରି ଲହୁଲୁହାଣ କରିଥିଲେ ଅବସରପ୍ରାପ୍ତ ସେନା କର୍ମଚାରୀ।

ହାଟପଦାରେ ଡବଲ୍ ମର୍ଡର

କୋରାପୁଟ,୨୫।୧୦(ଏସଏସନିଉଜ) କୁନ୍ଦୁଲି ହାଟପଦାରେ ଡବଲ୍ ମର୍ଡର ହୋଇଛି। ମୃତକ ଦୁଇଜଣ ହେଲେ ଗୋବର୍ଦ୍ଧନ ପାଣ୍ଡକା ଓ ରାଜକୁମାର ରୁଡ଼ି। ଟେମା ଗ୍ରାମର ଗୋବର୍ଦ୍ଧନ ପାଣ୍ଡକାଙ୍କୁ ହତ୍ୟା କରିଛନ୍ତି ଦୁଇ ଅଭିଯୁକ୍ତ ବାପ ଯୋଗୁଲୁ ରୁଡ଼ି ଏବଂ ପୁଅ ରାଜକୁମାର ରୁଡ଼ି।କୁନ୍ଦୁଲି ହାଟପଦାର ପିତା ଯୋଗୁଲୁ ରୁଡ଼ି ଏବଂ ପୁତ୍ର ରାଜକୁମାର ରୁଡ଼ି ମିଶି ବର୍ଚ୍ଛାରେ ହତ୍ୟା କରିଛନ୍ତି। ଏହାପରେ ଟେମା ଗ୍ରାମର ଗୋବର୍ଦ୍ଧନ ପାଣ୍ଡକାଙ୍କ ପରିବାରଲୋକେ ମିଶି ପୁତ୍ର ରାଜକୁମାର ରୁଡ଼ିଙ୍କୁ ହତ୍ୟା କରିଛନ୍ତି।ହତ୍ୟାର ପକୃତ କାରଣ […]

ଟଏଲେଟ୍‌ରୁ ତଣ୍ଟିକଟା ମୃତଦେହ ଉଦ୍ଧାର

ଭୁବନେଶ୍ୱର,୨୧।୧୦(ଏସଏସନିଉଜ)ଟଏଲେଟ୍‌ରୁ ମହିଳାଙ୍କ ତଣ୍ଟିକଟା ମୃତଦେହ ଉଦ୍ଧାର ଘଟଣାରେ ଘଟଣାର ୬ମାସ ପରେ ଅଭିଯୁକ୍ତ ସ୍ୱାମୀ ସୁରତରୁ ଗିରଫ ହୋଇଛି।ଅଭିଯୁକ୍ତକୁ ସୁରତରୁ ଗିରଫ କରି ଓଡ଼ିଶା ଆଣୁଛି ଜିଆର୍‌ପି।ଏପ୍ରିଲ ୨୦ରେ ଭୁବନେଶ୍ୱର-ଧାନବାଦ ଏକ୍ସପ୍ରେସରୁ ମିଳିଥିଲା ମୃତଦେହ l

ASIଙ୍କ ଆସିଲା ପୋଷ୍ଟମର୍ଟମରିପୋର୍ଟ

ରାଉରକେଲା,୨୧।୧୦(ଏସଏସନିଉଜ)ଉଦିତନଗର ଥାନା ASI ଆଲିଶା ଲୁଗୁନ ମୃତ୍ୟୁ ଘଟଣାର ପୋଷ୍ଟମର୍ଟମ ରିପୋର୍ଟ ଯାଞ୍ଚ ହୋଇ ଭୁବନେଶ୍ୱର ଏମ୍ସରୁ ଆସି ପହଂଚିଛି। ପ୍ରେସମିଟ୍‌ରେ ରାଉରକେଲା ଏସ୍‌ପି ମିତ୍ରଭାନୁ ମହାପାତ୍ର ସୂଚନା ଦେଇଛନ୍ତି।ରିପୋର୍ଟରେ ମୃତ୍ୟୁ ମାଡ଼ରୁ ନୁହେଁ, ରୋଗ ଜନିତ ବୋଲି କହିଛନ୍ତି ।ଅଧିକ ଉତ୍ତେଜିତ ହେବାରୁ ଆଲିସାଙ୍କ ମୃତ୍ୟୁ ହୋଇଛି।ଆଲିସାଙ୍କ ମୃତ୍ୟୁ ହତ୍ୟା ନୁହେଁ ଅଧିକ ଉତ୍ତେଜନାରୁ ଅଧିକ ହରମୋନ କ୍ଷରଣ ହୋଇଛି ଯାହା ନିଃଶ୍ବାସ ନେବାରେ ସମସ୍ୟା ହେବାରୁ ମୃତ୍ୟୁ ହୋଇଛି ବୋଲି ରାଉରକେଲା ଏସ୍‌ପି କହିଛନ୍ତି।

ସାଲିଆ ସାହିରେ ଅବକାରୀବିଭାଗର ଚଢ଼ଉ

ଭୁବନେଶ୍ବର,୨୦ା୧୦(ଏସଏସନିଉଜ) ପାର୍ବଣ ପୂର୍ବରୁ ଆକ୍ସନ ମୋଡ଼ରେ ରହିଛି ଅବକାରୀ ବିଭାଗା ଅବକାରୀ ବିଭାଗ ପକ୍ଷରୁସାଲିଆସାହିରେ ଚଢ଼ଉ କରାଯାଇ୧୦ ହଜାର ଲିଟର ପୋଚ ଓ ୧ ହଜାର ଲିଟର ଦେଶୀମଦ ଜବତ ହୋଇଥିବାର ଜଣାପଡିଛି ।ପୂଜାପାଇଁ ଦେଶୀମଦ ପ୍ରସ୍ତୁତ ହେଉଥିବାବେଳେ କୈାଣସିସୁତ୍ରୁଖବରପାଇ ଅବକାରୀ ଥାନା ପୋଲିସ ଅଚାନକଭାବେ ଚଢାଉକରିଥିଲା ।ପୋଲିସ ଏହି ଘଟଣାରେ ୧୫ ଜଣଙ୍କୁ ଗିରଫ କରିଛି ।ଏହାସହ ଶହଶହ ଲିଟର ମଦ ନଷ୍ଟ କରିବା ସହିତ ୧୦ ହଜାର ଲିଟର ପୋଚ ଓ ୧ ହଜାର […]

ବନମାଳୀପୁର ଅଞ୍ଚଳରୁ ୫ ଡକାୟତ ଗିରଫ

ବାଲିପାଟଣା,୨୦ା୧୦(ଏସଏସନିଉଜ) ବାଲିପାଟଣା ପୁଲିସକୁ ବଡ଼ ସଫଳତା ମିଳିଛି । ଗତକାଲି ରାତିରେ ବନମାଳୀପୁର ଅଞ୍ଚଳରୁ ଡକାୟତି ପାଇଁ ଯୋଜନା କରୁଥିବା ବେଳେ ପୁଲିସ ୫ ଜଣଙ୍କୁ ପୁଲିସ କାବୁ କରିବାସହ ଏକ ବଡ଼ ଧରଣର ଡକାୟତି ଉଦ୍ୟମକୁ ପଣ୍ଡ କରିଛି। ଗତକାଲି ରାତିରେ ବନମାଳୀପୁରରେ ଥିବା ଦେଶୀମଦଦୋକାନରୁ ଡକାୟତିପାଇଁ ଯୋଜନା ହେଉଥିବାର ବିଶେଷ ସୂତ୍ରରୁ ସୂଚନାପାଇ ପୁଲିସରପୁରାଟିମ୍ ବନମାଳୀପୁର ବଟ ପଡ଼ିଆରେ ପହଞ୍ଚିଥିଲା। ସେଠାରେ ଲକ୍ଷ୍ମୀସାଗର ଥାନା ବମିଖାଲର ତତ୍ୱମସି ପ୍ରଧାନ ଓରଫ ରିଷି , ବରଗଡ଼ଥାନା […]

ଆମ୍ବୁଲାନ୍ସ ଧକ୍କାରେ ୧୬ ଆହତ

ଭୁବନେଶ୍ୱର,୧୯।୧୦(ଏସଏସନିଉଜ) ବସ୍-ଆମ୍ବୁଲାନ୍ସ ମୁହାଁମୁହିଁ ଧକ୍କାହେବାରୁ ୧୬ ଜଣ ଆହତ ହୋଇଛନ୍ତି । ଭଦ୍ରକ ଜିଲ୍ଲା ଅରଞ୍ଜି ଛକ ଠାରେ ଏହିଭଳି ଦୁର୍ଘଟଣା ଘଟିଛି ।ଦୁର୍ଘଟଣା ପରେ ଭାରସାମ୍ୟ ହରାଇ ବସ୍ ଓଲଟି ପଡିବାଯୋଗୁ ବହୁ ଯାତ୍ରୀ ଆହତ ହୋଇ ଚିକିତ୍ସା ପାଇଁ ଭଦ୍ରକ ମେଡିକାଲରେ ଭର୍ତ୍ତି କରାଯାଇଛିି । ଏବେ ବି ଉଦ୍ଧାର କାର୍ଯ୍ୟ ଜାରି ରହିଛି । ବସ୍‌ ଓ ଆମ୍ବୁଲାନ୍ସ ପରସ୍ପର ଧକ୍କା ହେବାରୁ ଉଭୟ ଗାଡି ରାସ୍ତା ତଳକୁ ଖସି ପଡିଛି ।

ଗାଡିଧକ୍କାରେ ଚାଲିଗଲା ପୁର୍ବତନ ସରମ୍ପଚଙ୍କ ଜୀବନ

ଆସିକା,୧୫ା୧୦(ଏସଏସନିଉଜ) କୋଟିନଡାଥାନା ଅଧିନସ୍ଥ ସୂତାକଳନିକଟରେ ଦୁର୍ଘଟଣା ଘଟିଛି ।ଏଥିରେ୩ କଲେଜ ଛାତ୍ରୀ ଗୁରୁତର ଆହତ ହୋଇଛନ୍ତି । ଆହତମାନେ ହେଉଛନ୍ତି ପ୍ରିୟ ଦର୍ଶନୀ ବେହେରା, ଗୁଡୁଲି ମହାପାତ୍ର ଓ ରୂପାଲି ବେହେରା ।ଯୁକ୍ତ୨ରେ ପାଠପଢୁଥିବା ୩ଜଣଛାତ୍ରୀ ଟିଉସନ ସାରି ଘରକୁ ଫେରୁଥିବା ସମୟରେ ଏଔ୦୫ଔଊ୪୮୪୮ନଂ କାରଟି ସେମାନଙ୍କୁ ଧକ୍କାଦେଇଥିଲା ।ସମସ୍ତଙ୍କୁ ସ୍ଥାନୀୟଲୋକ ଉଦ୍ଧାର କରି ଗୁରୁତର ଅବସ୍ଥାରେ ଚିକିସ୍‌ାପାଇଁ ଆସିକା ମେଡ଼ିକାଲ ପଠାଇଛନ୍ତି । ସେମାନଙ୍କ ମଧ୍ୟରେ ପ୍ରିୟଦର୍ଶନୀବେହେରା ଅଧିକ ଗୁରୁତର ଥିବାରୁ ତାଙ୍କୁ ବ୍ରହ୍ମପୁର ବଡ଼ମେଡ଼ିକାଲକୁ […]