Browsing category

ଅପରାଧ

ବାଣ ଭିଡୁଥିବାବେଳେ ହେଲା ବିସ୍ଫୋରଣ- ୧ ମୃତ, ୨ଗୁରୁତର

ଗଞ୍ଜାମ ,୨୭ା୧୦(ଏସଏସନିଉଜ) ବେଗୁନିଆପଡ଼ାଥାନା ଜଗତସାହିରେ ବାଣ ବିସ୍ପୋରଣରେ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୨ ଜଣ ଗୁରୁତର ଆହତ ହୋଇଛନ୍ତି । ଦୀପାବଳିପାଇଁ ବାଣ ଭିଡୁଥିବାବେଳେ ଏହି ବିସ୍ଫୋରଣ ଘଟିଥିବାର ଜଣାପଡିଛି ।ଏହି ବିସ୍ପୋରଣରେ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଗୁରୁତରଙ୍କୁ କୋଦଳା ଓ ଖଲ୍ଲିକୋଟ ମେଡିକାଲରେ ଭର୍ତ୍ତି କରାଯାଇଛି ।

ରାତିରେ ମିଳିଲା ମୃତଦେହ

ବୁଗୁଡା,୨୭ା୧୦(ଏସଏସନିଉଜ) ପୂର୍ବଶତ୍ରୁତାକୁ କେନ୍ଦ୍ରକରି କରଚୁଲିଗ୍ରାମର ସୁଶାନ୍ତପାତ୍ର ନାମକ ତେଜରାତି ଦୋକାନୀକୁ ଯୋଜନାବଦ୍ଧ ଭାବେ ହତ୍ୟା କରାଯାଇଥିବା ପରିବାରଲୋକେ ଅଭିଯୋଗ କରିଛନ୍ତି ।ପୋଲିସ ଏନେଇ ଏକ ହତ୍ୟାମାମଲା ରୁଜୁକରି ୩ ଜଣକୁ ଅଟକ ରଖି ପଚରାଉଚରା କରୁଥିବା ଜଣାପଡିଛି । କିରିଆମ୍ବା ଗ୍ରାମରେ ରାସନ ଦୋକାନ କରିଥିବା ସୁଶାନ୍ତ ଗତକାଲି ସନ୍ଧ୍ୟାରେ ଭୁବନେଶ୍ୱରରେ ରହୁଥିବା ଝିଅରୁପାଲିକୁ ଫୋନକରି କିରିଆମ୍ବା ଗ୍ରାମର ପଦ୍ମନାଭ , ବାସୁ ଓ ବଡତଣ୍ଡା ଗ୍ରାମର ରଞ୍ଜିତ ମୋତେ ସବୁବେଳେ ମାରିଦେବି ବୋଲି କହୁଛନ୍ତି । […]

ଗୋଦାମ ଘରେ ଲାଗିଲା ନିଆଁ

କଳାହାଣ୍ଡି,୨୭ା୧୦(ଏସଏସନିଉଜ) ଭବାନୀପାଟଣାବ୍ଲକ ବୋର୍ଡ଼ାରେ ଥିବା ଜୈନ ଟ୍ରେଡର୍ସ ମାଲିକ ମନୋଜ ଜୈନଙ୍କ ଘରେ ବିଦ୍ୟୁତ୍ ସର୍ଟ ସର୍କିଟ୍ ଯୋଗୁଁ ନିଆଁ ଲାଗି ତିନିବଖରା ଘର ସମ୍ପୂର୍ଣ୍ଣ ଜଳିଯିବାସହ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଥିବାର ଜଣାପଡିଛି । ଶୁକ୍ରବାର ଦିନ ଦ୍ୱିହିପହର ସମୟରେ ଉପର ମହଲାରେ ଥିବା ଗୋଦାମ ଘରେ ନିଆଁ ଲାଗି ପ୍ରବଳ ଧୂଆଁ ବାହାରୁଥିବାର ସ୍ଥାନୀୟ ଲୋକଦେଖିବାକୁ ପାଇଥିଲେ ।ଗ୍ରାମବାସୀ ଓ ଅଗ୍ନିଶମ ବିଭାଗର ଉଭୟଙ୍କ ପ୍ରଚେଷ୍ଟାରେ ନିଆଁକୁ ଆୟତ୍ତ କରାଯାଇଥିଲା।

ବନ୍ଦଘରୁ ମିଳିଲା ଆରଆଇଙ୍କ ଗଳିତଶବ

କୋରାପୁଟ ,୨୭ା୧୦(ଏସଏସନିଉଜ) ବୈପାରିଗୁଡାବ୍ଲକ କାର‌୍ୟ୍ୟାଳୟରେ ରାଜସ୍ୱ ସହାୟିକା ରୂପେ କାର‌୍ୟ୍ୟ କରୁଥିବା ସନ୍ଧ୍ୟାରାଣୀ ନାୟକ ନାମକ ଯୁବତୀଙ୍କ ଗଳିତମୃତଦେହ ବନ୍ଦଘରୁ ଉଦ୍ଧାର ହୋଇଛି ।ଆଜି ବ୍ଲକସ୍ଥିତ ଷ୍ଟାଫ୍ କ୍ବାଟରରୁ ଦୁର୍ଗନ୍ଧ ବାହାରିବାପରେ ସନ୍ଦେହ ହେବାରୁ ଖବରପାଇ ପୁଲିସ ଆସିଥିଲା ।ପୁଲିସ କବାଟଭାଙ୍ଗି ଭିତରକୁପଶିବାରୁ ଫ୍ୟାନରେ ସନ୍ଧ୍ୟାରାଣୀଙ୍କ ମୃତଦେହ ଝୁଲୁଥିବା ଦେଖିବାକୁ ମିଳିଥିଲା। ତେବେ ସପ୍ତାହକପୂର୍ବରୁ ଆତ୍ମହତ୍ୟା କରିଥିବାରଶବର ପାରିପାର୍ଶ୍ୱିକ ଅବସ୍ଥାଦେଖିବା ପରେ ପୋଲିସ ସନ୍ଦେହ କରିଛି ।ପୁଲିସ ଶବଟିକୁ ଜବତ କରି ତଦନ୍ତ ଆରମ୍ଭ କରିଛି । […]

ହାତୀ ନେଲା ଦୁଇଜଣଙ୍କର ଜୀବନ

ଗଞ୍ଜାମ,୨୭ା୧୦(ଏସଏସନିଉଜ) ଗତକାଲି ବିଳମ୍ବିତରାତିରେ ଉତ୍ତରଘୁମୁସର ବନଖଣ୍ଡଅଧୀନ ମୁଜାଗଡ଼ବନାଞ୍ଚଳର ଗୁଣ୍ଡୁରିବାଡ଼ିଗ୍ରାମରେ ହାତୀପଲ ହାବୁଡ଼ରେ ପଡ଼ି ଟୁନା ଗୌଡ଼ ନାମକ ଜଣେ ଚାଷୀ ପ୍ରାଣ ହରାଇଛନ୍ତି। ଗତକାଲି ରାତିରେ ଟୁନା ଓ ଗ୍ରାମର କିଛିଲୋକ ଡାଳଖାଇ ପଦରମାଳ ନିକଟରେ ଜମିକୁ ଧାନଫସଲ ଜଗିବାକୁ ଯାଉଥିବାବେଳେ ହଠାତ୍ ୧୭ ଟିକିଆ ହାତୀପଲ ହାବୁଡରେ ପଡିଯାଇଥିଲେ ।ଅନ୍ୟମାନେ କୈାଶଳକ୍ରମେ ଖସିଯାଇଥିବା ବେଳେ ଟୁନା ତଳେ ପଡ଼ିଯିବାରୁ ହାତୀପଲ ଟୁନାକୁ କଚାଡି ଦେଇମାରିଦେଇଥିଲେ । ତେବେ ଖବରପାଇ ବନବିଭାଗ କର୍ମଚାରୀମାନେ ପହଞ୍ଚି ହାତୀପଲକୁ ଘଉଡ଼ାଇବା […]

ଅଶାନ୍ତ ପଦ୍ମକେଶରପୁରରେ ୧୪୪ଧାରା ଜାରି

ଚନ୍ଦ୍ରଶେଖରପୁର.୨୭ା୧୦(ଏସଏସନିଉଜ) ପୁଣି ଥରେ ପଟିଆ ପଦ୍ମକେଶରପୁରରେ ଗୋଷ୍ଠୀ ସଂଘର୍ଷ ଦେଖାଦେଇଛି । ଗାଁର ଦୁଇ ୱାର୍ଡ ମଧ୍ୟରେ ଗଣ୍ଡଗୋଳ ଘଟିପଥର ମାଡ଼ ସହ ବୋତଲ ମାଡ ମଧ୍ୟ ହୋଇଛି ।କେବଳ ଏତିକିନୁହେଁ ବଟଲ ଉଡିବା ସହ ଓ ଫୁଟିଛି ବୋମାା ଏଥିରେ ଉଭୟ ପକ୍ଷରୁ ବହୁ ଲୋକ ଆହତ ହୋଇଥିବା ବେଳେ ୨୦ରୁ ଅଧିକ ଲୋକ ଚିକିତ୍ସାଧୀନ ଥିବାର ଜଣାପଡିଛି ।ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ପୁଣିଥରେ ଦ୍ୱିତିୟଥରପାଇଁ ପଦ୍ମକେଶରପୁର ଅଶାନ୍ତ ହୋଇପଡିଥିବାବେଳେ ଉତେଜନା ଦେଖାଦେଇଛି ।ଉତ୍ତେଜନାକୁ ଦେଖି […]

ନନ୍ଦନକାନନ ଗିବନ ସାଲବିନ ଆହାତ

ବାରଙ୍ଗ୨୬।୧୦(ଏସଏସନିଉଜ) ପ୍ରାଣୀଉଦ୍ୟାନ ନନ୍ଦନକାନନରେ ଗିବନ ଅସୁସ୍ଥ ହୋଇଛି । ଏହି ଖବର ଶୁଣିବା ପରେ ମନକୁ ଟିକେ ଝଟକା ଲାଗିବ ନିଶ୍ଚିତ ।କାରଣ ଦିନ କେଇଟା ହୋଇନି ଏଠାକୁ ଆସିଥିବା ମାଇ ଗିବନ ଅସୁସ୍ଥ ହୋଇପଡ଼ିଲାଣି। ଖାଦ୍ୟ ଅଭାବ ଏହାର ପ୍ରମୁଖ କାରଣ ହୋଇଥିବା ଚର୍ଚ୍ଚା ଜୋର୍ ଧରିଥିବା ବେଳେ କର୍ତ୍ତୁପକ୍ଷ ମୁହଁ ଖୋଲିବାକୁ ନାରାଜ । ପ୍ରକାଶଯେ, ଚଳିତମାସ ୧୮ତାରିଖରେ ଜଙ୍ଗଲ ମନ୍ତ୍ରୀ ପ୍ରଦୀପ କୁମାର ଅମାତ ନୂତନ ଏନକ୍ଲୋଜର ଉଦଘାଟନ କରିବା ପରେ ଜୁଲାଇ […]

ଦୁର୍ଗାପୂଜା ଭସାଣରେ ବୁଲିଲା ଖଣ୍ଡା

ଭୁବନେଶ୍ୱର,୨୬ା୧୦(ଏସଏସନିଉଜ) ବାଲେଶ୍ୱର ଦୁର୍ଗା ପୂଜା ଭସାଣ ବେଳେ ଡିଜେ ବନ୍ଦ କରିବାକୁ ପୋଲିସ ପକ୍ଷରୁ ବାରମ୍ବାର କହିବାପରେ ବନ୍ଦ ନହେବାରୁ ପୋଲିସ ପକ୍ଷରୁ ଲାଠି ଚାର୍ଜ କରାଯାଇଥିବା ଜଣାପଡ଼ିଛି ।ରାତି୧ଟାପର୍ଯ୍ୟନ୍ତ ଭସାଣ ସରିନଥିବାବେଳେ ଡିଜେ ବାଜିବାକୁ ପୋଲିସ ପକ୍ଷରୁ ବିରୋଧ କରାଯାଇଥିଲା ।ଶୋଭାଯାତ୍ରାରେ ଥିବା ଯୁବକମାନେ ପୋଲିସର କଥାକୁ ନଶୁଣିବାରୁ ପୋଲିସ ବାଧ୍ୟହୋଇ ଲାଠିଚାର୍ଯ କରିଥିଲା ।ଏଥିରେ ଉତକ୍ଷିପ୍ତହୋଇ ଲୋକମାନେ ପୋଲିସ ଉପରକୁ ଟେକାମାଡ କରିଥିବାର ଜଣାପଡିଛି ।ଅନ୍ୟପଟେ ଭୁବନେଶ୍ୱର ରସୁଲଗଡ ପୂଜା ମଣ୍ଡପ ପକ୍ଷରୁ ଭସାଣି […]

ଜଳିଗଲା ବସ୍ତ୍ରାଳୟ

ନୟାଗଡ,୨୬ା୧୦(ଏସଏସନିଉଜ)ଗତକାଲି ବିଳମ୍ବିତରାତିରେ ନୟାଗଡ ଖଣ୍ଡପଡ଼ା ରୋଡରେ ଥିବା ଏକ ବସ୍ତ୍ରାଳୟରେ ଭୟାବହ ଅଗ୍ନିକାଣ୍ଡ ଘଟିଛି ।ଦୋକାନରେ ଧୁଆଁ ବାହାରୁଥିବାର ସ୍ଥାନୀୟଲୋକମାନେ ଦେଖି ଦୋକାନମାଲିକଙ୍କୁ ଖବରଦେଇଥିଲେ ।ପରେ ଖବରପାଇ ନୟାଗଡ , ନୂଆଗାଁ , ଖଣ୍ଡପଡାରୁ ୪ଟି ଦମକଳ ବାହିନୀ ଏବଂ ୩୦ରୁ ଅଧିକ ଅଗ୍ନିଶମ କର୍ମଚାରୀ ନିୟୋଜିତହୋଇ ୪ଘଣ୍ଟାପରେ ନିଆଁକୁଆୟତକରିବାରେ ସକ୍ଷମ ହୋଇଥିଲେ ।ଏହି ଅଗ୍ନିକାଣ୍ଡରେ କୋଟିଏରୁ ଅଧିକ ଟଙ୍କାର ସଂପତ୍ତି ନଷ୍ଟ ହୋଇଥିବା ଅଭିଯୋଗ ହୋଇଛି । ତେବେ ସର୍ଟସର୍କିଟରୁ ଅଗ୍ନିକାଣ୍ଡ ଘଟିଥିବାର ସନ୍ଦେହ କରାଯାଉଛି […]

କାଲି ରାତିଯାଏ ୧୪୪

ବଲାଙ୍ଗୀର , ୨୫ା୧୦(ଏସଏସନିଉଜ) ଦୁଇଗୋଷ୍ଠୀ ମଧ୍ୟରେ ଝଗଡ଼ାକୁ କେନ୍ଦ୍ର କରି ଆସନ୍ତାକାଲି ମଧ୍ୟରାତ୍ରଯାଏ ବଙ୍ଗୋମୁଣ୍ଡାସହରରେ ବଳବତ୍ତର ରହିବ ୧୪୪ଧାରା। ଗୋଷ୍ଠୀସଂଘର୍ଷ ମାମଲାରେ ଉଭୟପକ୍ଷରୁ ୫ଜଣଙ୍କୁ ଗିରଫ କରିବାସହ ବଙ୍ଗୋମୁଣ୍ଡାରେ ପୋଲିସର ଫ୍ଲାଗ୍ ମାର୍ଚ କରିଛି । ଗତ ଦୁଇଦିନ ତଳେ ବଙ୍ଗୋମୁଣ୍ଡାଗାଁରେ ଛତରଯାତ୍ରା ଅନୁଷ୍ଠିତ ସମୟରେ କୌଣସି କଥାକୁ ନେଇ ଆଦିବାସୀ ଓ ଦଳିତସମାଜଙ୍କ ମଧ୍ୟରେ ଗୋଷ୍ଟୀସଂଘର୍ଷ ଘଟିଥିଲା। ଆଦିବାସୀସମାଜର ପାଞ୍ଚଜଣଙ୍କୁ ଦଳିତ ସମାଜର କିଛିଜଣ ଆକ୍ରମଣ କରିଥିଲେ। ସେମାନଙ୍କୁ ଗିରଫଦାବୀକରି ମଙ୍ଗଳବାରଦିନ ଆଦିବାସୀସମାଜ ପକ୍ଷରୁ ବଙ୍ଗୋମୁଣ୍ଡା […]