ଗୋଦାମ ଘରେ ଲାଗିଲା ନିଆଁ

କଳାହାଣ୍ଡି,୨୭ା୧୦(ଏସଏସନିଉଜ) ଭବାନୀପାଟଣାବ୍ଲକ ବୋର୍ଡ଼ାରେ ଥିବା ଜୈନ ଟ୍ରେଡର୍ସ ମାଲିକ ମନୋଜ ଜୈନଙ୍କ ଘରେ ବିଦ୍ୟୁତ୍ ସର୍ଟ ସର୍କିଟ୍ ଯୋଗୁଁ ନିଆଁ ଲାଗି ତିନିବଖରା ଘର ସମ୍ପୂର୍ଣ୍ଣ ଜଳିଯିବାସହ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଥିବାର ଜଣାପଡିଛି । ଶୁକ୍ରବାର ଦିନ ଦ୍ୱିହିପହର ସମୟରେ ଉପର ମହଲାରେ ଥିବା ଗୋଦାମ ଘରେ ନିଆଁ ଲାଗି ପ୍ରବଳ ଧୂଆଁ ବାହାରୁଥିବାର ସ୍ଥାନୀୟ ଲୋକଦେଖିବାକୁ ପାଇଥିଲେ ।ଗ୍ରାମବାସୀ ଓ ଅଗ୍ନିଶମ ବିଭାଗର ଉଭୟଙ୍କ ପ୍ରଚେଷ୍ଟାରେ ନିଆଁକୁ ଆୟତ୍ତ କରାଯାଇଥିଲା।

Comments (0)
Add Comment