କାଲି ରାତିଯାଏ ୧୪୪

ବଲାଙ୍ଗୀର , ୨୫ା୧୦(ଏସଏସନିଉଜ) ଦୁଇଗୋଷ୍ଠୀ ମଧ୍ୟରେ ଝଗଡ଼ାକୁ କେନ୍ଦ୍ର କରି ଆସନ୍ତାକାଲି ମଧ୍ୟରାତ୍ରଯାଏ ବଙ୍ଗୋମୁଣ୍ଡାସହରରେ ବଳବତ୍ତର ରହିବ ୧୪୪ଧାରା। ଗୋଷ୍ଠୀସଂଘର୍ଷ ମାମଲାରେ ଉଭୟପକ୍ଷରୁ ୫ଜଣଙ୍କୁ ଗିରଫ କରିବାସହ ବଙ୍ଗୋମୁଣ୍ଡାରେ ପୋଲିସର ଫ୍ଲାଗ୍ ମାର୍ଚ କରିଛି । ଗତ ଦୁଇଦିନ ତଳେ ବଙ୍ଗୋମୁଣ୍ଡାଗାଁରେ ଛତରଯାତ୍ରା ଅନୁଷ୍ଠିତ ସମୟରେ କୌଣସି କଥାକୁ ନେଇ ଆଦିବାସୀ ଓ ଦଳିତସମାଜଙ୍କ ମଧ୍ୟରେ ଗୋଷ୍ଟୀସଂଘର୍ଷ ଘଟିଥିଲା। ଆଦିବାସୀସମାଜର ପାଞ୍ଚଜଣଙ୍କୁ ଦଳିତ ସମାଜର କିଛିଜଣ ଆକ୍ରମଣ କରିଥିଲେ। ସେମାନଙ୍କୁ ଗିରଫଦାବୀକରି ମଙ୍ଗଳବାରଦିନ ଆଦିବାସୀସମାଜ ପକ୍ଷରୁ ବଙ୍ଗୋମୁଣ୍ଡା ଥାନା ଘେରାଓ କରାଯାଇଥିଲା ।ଏହି ଘଟଣାକୁ ନେଇ ଉଭୟ ପକ୍ଷରୁ ପାଞ୍ଚ ଜଣଙ୍କୁ ଗିରଫ କରିଥିବା ଜଣାପଡିଛି।

Comments (0)
Add Comment