ନନ୍ଦନକାନନ ଗିବନ ସାଲବିନ ଆହାତ

ବାରଙ୍ଗ୨୬।୧୦(ଏସଏସନିଉଜ) ପ୍ରାଣୀଉଦ୍ୟାନ ନନ୍ଦନକାନନରେ ଗିବନ ଅସୁସ୍ଥ ହୋଇଛି । ଏହି ଖବର ଶୁଣିବା ପରେ ମନକୁ ଟିକେ ଝଟକା ଲାଗିବ ନିଶ୍ଚିତ ।କାରଣ ଦିନ କେଇଟା ହୋଇନି ଏଠାକୁ ଆସିଥିବା ମାଇ ଗିବନ ଅସୁସ୍ଥ ହୋଇପଡ଼ିଲାଣି। ଖାଦ୍ୟ ଅଭାବ ଏହାର ପ୍ରମୁଖ କାରଣ ହୋଇଥିବା ଚର୍ଚ୍ଚା ଜୋର୍ ଧରିଥିବା ବେଳେ କର୍ତ୍ତୁପକ୍ଷ ମୁହଁ ଖୋଲିବାକୁ ନାରାଜ ।
ପ୍ରକାଶଯେ, ଚଳିତମାସ ୧୮ତାରିଖରେ ଜଙ୍ଗଲ ମନ୍ତ୍ରୀ ପ୍ରଦୀପ କୁମାର ଅମାତ ନୂତନ ଏନକ୍ଲୋଜର ଉଦଘାଟନ କରିବା ପରେ ଜୁଲାଇ ୧୪ ତାରିଖରେ ଆସିଥିବା ୧୩ ବୟସର ମାଈ ହୁଲକ୍ ଗିବନ ସାଲବିନ ଓ ଅଣ୍ତିରା ମୁନୁକୁ ୫୯(କ) ଏନକ୍ଲୋଜରରେ ଛଡାଯାଇ ଥିଲା । ପର‌୍ୟ୍ୟଟକମାନେ ମଧ୍ୟ ଏମାନଙ୍କୁ ନୂଆ କରି ଦେଖି ବେଶ୍ ମଜା ଉଠାଇଥିଲେ । ହେଲେ କିଛି ଦିନ ହୋଇନି ୧୩ ବୟସର ମାଈ ହୁଲକ୍ ଗିବନ ସାଲବିନ କୁ ଅଣ୍ତିରା ଗିବନ ମୁନୁ ଆକ୍ରମଣ କରିଛି । ଆକ୍ରମଣରେ ସାଲବିନ ଆହତ ହୋଇ ଚିକିତ୍ସାଧିନ ରହିଛି।ସୂଚନାଯୋଗ୍ୟଯେ , ଗୁରୁବାର ଦିନ ଉଭୟ ହୁଲକ୍ ଗିବନ ରହୁଥିବା ୫୯(କ) ଏନକ୍ଲୋଜରରେ ରହି ଖେଳୁଥିଲେ । ଏନକ୍ଲୋଜରରେ ନିୟୋଜିତ ରହିଥିବା କର୍ମଚାରୀ ସାଲବିନର ବାମ ହାତରେ ଖଣ୍ଡିଆ ହୋଇ ରକ୍ତ ବୋହୁ ଥିବାର ଦେଖିବାକୁ ପାଇଥିଲେ । କର୍ମଚାରୀ ଜଣକ କର୍ତ୍ତୃପକ୍ଷଙ୍କୁ ସୂଚନା ଦେବା ପରେ କର୍ତ୍ତୁପକ୍ଷ ଘଟଣା ସ୍ଥଳରେ ପହଞ୍ଚି ସାଲବିନକୁ ଫିଡ଼ିଙ୍ଗ ଚ୍ୟାମ୍ବରକୁ ଆଣିଥିଲେ। ସେଠାରେ ପ୍ରାଣୀ ଚିକିତ୍ସକ ଆସି ଚିକିତ୍ସା କରିବାରୁ ରକ୍ତ ବୋହିବା ବନ୍ଦ ହୋଇଥିବା ଜଣାପଡିଛି । ତେବେ ଖାଦ୍ୟ ଅଭାବ ପାଇଁ ଉଭୟ ମାରପିଟ୍ ହୋଇଥିବା ସାଧାରଣ ରେ ଚର୍ଚ୍ଚା ଜୋର୍ ଧରିଛି ।

Comments (0)
Add Comment