Browsing category

ଅପରାଧ

କାର୍‌ ହେଲା ଛିନ୍‌ଛତ୍ର

କେନ୍ଦ୍ରାପଡ଼ା,୫।୧୦(ଏସଏସନିଉଜ)ରାସ୍ତାରେ ଶୁଖା ଯାଇଥିବା ବାଣଗଦାରେ ଚଢିଗଲା କାର୍। ବିସ୍ଫୋରଣରେ କାର୍‌ର ବ୍ୟାପକ କ୍ଷତି ହୋଇଥିଲା।ଏଥିରେ ଚାଳକ ସାମାନ୍ୟ ଆହତ ହୋଇଛନ୍ତି। ଭରତପୁର ପଞ୍ଚାୟତ ଖଣ୍ଡିଆବନ୍ଧ ଗାଁରାସ୍ତାରେ ଏହି ଅଘଟଣ ଘଟିଛି।ପ୍ରଚଣ୍ଡ ଶବ୍ଧରେ ଗାଁ ସ୍ତମ୍ଭିଭୂତ ହୋଇଯାଇଛି।

ରାତିରୁ ନିଖୋଜ, ସକାଳେ ରାସ୍ତାକଡ଼ରୁ ମିଳିଲେ

ଗଞ୍ଜାମ,୫ା୧୦(ଏସଏସନିଉଜ) ବେଗୁନିଆପଡ଼ା ଥାନା ସାନଉସ୍ତାପଡ଼ା ପଞ୍ଚାୟତରେକାର୍ଯ୍ୟରତ  ଗ୍ରାମ ରୋଜଗାର ସେବକ ସୁଶୀଲ କୁମାର ମହାନ୍ତିଙ୍କୁ ହତ୍ୟା କରାଯାଇଥିବାବେଳେ ଆଜି ସକାଳେ ବୁରୁଝରି ପଞ୍ଚାୟତ କନିଆରିବାଡ଼ି ରାସ୍ତାକଡ଼ରୁ ରକ୍ତଜୁଡ଼ୁବୁଡ଼ୁ ଅବସ୍ଥାରେ ତାଙ୍କର ମୃତଦେହକୁ ପୋଲିସ ଜବତ କରାଯାଇଛି। ପାରିପାର୍ଶ୍ବିକ ସ୍ଥିତିକୁ ଦେଖି କୌଣସି ମାରଣାସ୍ତ୍ରରେ ତାଙ୍କୁ ହାଣି ହତ୍ୟା କରାଯାଇଥିବାର ପୁଲିସ ସନ୍ଦେହ କରୁଛି ।ପୋଲିସ ୩୯୪/୨୩କେଶନଂରେ ଏକ ମାମଲା ରୁଜୁ କରି ଜଣେ ମହିଳାଙ୍କ ସମେତ ୩ ଜଣଙ୍କୁ ଅଟକ ରଖି ପଚରାଉଚରା ଜାରି ରଖିଛି।ତେବେ ହତ୍ୟାକାଣ୍ଡର […]

ନକଲି ସୁନାଦେଇ ନେଇଗଲେ ଦେଢଲକ୍ଷ

ଭୁବନେଶ୍ବର,୫ା୧୦(ଏସଏସନିଉଜ) ଲକ୍ଷ୍ମୀସାଗରସ୍ଥିତ ଏକ ଘରୋଇ ଫାଇନାନ୍‌ସ କାର୍ଯ୍ୟାଳୟକୁ ଜଣେ ସୁନା ବନ୍ଧକ ରଖିବାକୁ ଆସି ଦାୟିତ୍ୱରେ ଥିବା ଅଧିକାରୀଙ୍କ ସହ ଆଲୋଚନା କରିଥିଲେ ।କିଛିସୁନା ଅନ୍ୟ ଏକ ଫାଇନାନ୍‌ସଅଫିସ୍‌ରେ ବନ୍ଧକରଖି ଋଣକରିଛି ଏବଂ ଉକ୍ତଋଣକୁ କ୍ଲୋଜ୍ କରିବାକୁ ଚାହୁଛି।ଏହି ଆଲୋଚନାଭିତରେ ସେ ନିଜର ପରିଚୟପତ୍ର ଓ ଅନ୍ୟ ଫାଇନାନ୍‌ସକମ୍ପାନିରେ କରିଥିବା ଋଣ କାଗଜପତ୍ର ଦେଖାଇଥିଲା।ଏହାପରେ ବନ୍ଧକଅଧିକାରୀ ତାସହିତ ଅନ୍ୟ ଫାଇନାନ୍‌ସକାର୍ଯ୍ୟାଳୟକୁ ଯାଇ ଋଣ ଟଙ୍କା ପରିଶୋଧ କରିବାସହ ବନ୍ଧକସୁନା ଧରିଫେରିଥିଲେ।ଅଧିକାରୀଜଣଙ୍କ କାର୍ଯ୍ୟାଳୟରେ କାଗଜପତ୍ର ପ୍ରସ୍ତୁତ କରିବାସମୟରେ ଉକ୍ତବ୍ୟକ୍ତିଙ୍କୁ […]

ଯୁବକଙ୍କୁ ପଥରରେଛେଚି ହତ୍ୟା

ଆଠଗଡ଼,୫ା୧୦(ଏସଏସନିଉଜ) ଗୁରୁଡ଼ିଝାଟିଆ ଥାନା ବାଳି ଗାଁରେ ଯୁବକଙ୍କୁ ନିର୍ମମ ହତ୍ୟା କରାଯାଇଛି ।ଯୁବକକୁ ପଥରରେ ଛେଚି ହତ୍ୟାକରାଯାଇଛି ।ରାତିରେ ଗାଁ କୋଠ ଘରେ ଶୋଇଥିବା ବେଳେ ଏହି ଅଘଟଣ ଘଟିଛି ।ତେବେ କଣ ପାଇଁ ହତ୍ୟା କରାଯାଇଛି ତାହା ସ୍ପଷ୍ଟ ହୋଇନଥିବାବେଳେ ଖବରପାଇ ପୋଲିସ ଘଟଣାସ୍ଥଳରେ ପହଁଚି ମୃତଦେହକୁ ଜବତ କରିବ ।ସହ ତଦନ୍ତ ଆରମ୍ଭ କରିଛି ।  

ଦମ୍ପତିଙ୍କୁ ଆକ୍ରମଣ,ସ୍ୱାମୀ ମୃତ…

ସାଲେପୁର,୫।୧୦(ଏସଏସନିଉଜ) ବିଳମ୍ବିତ ରାତିରେ କୁଳିଆ ବଜାରରେ ହତ୍ୟାକାଣ୍ଡ ଘଟିଛି । ବଜାରରେ ଜଳଖିଆ ଦୋକାନ କରିଥିବା ଦମ୍ପତିଙ୍କୁ ଆକ୍ରମଣ ହୋଇଛି ।ଆକ୍ରମଣରେ ସ୍ୱାମୀ ମୃତ୍ୟୁବରଣ କରିଥିବାବେଳେ ସ୍ତ୍ରୀକୁଗୁରୁତର ଅବସ୍ଥାରେ ଚିକିସାପାଇଁ କଟକବଡମେଡିକାଲକୁ ସ୍ଥାନାନ୍ତର କରାଯାଇଛି ।ହତ୍ୟାକାଣ୍ଡର କାରଣ ଅସ୍ପଷ୍ଟ ରହିଥିବାବେଳେ ପୋଲିସ ପହଁଚିତଦନ୍ତ ଆରମ୍ଭ କରିଛି ।    

ବିରୁଡ଼ି ଆକ୍ରମଣରେ ୫ଗୁରୁତର

ମୋହନା,୫ା୧୦(ଏସଏସନିଉଜ) ବିରୁଡ଼ି ଆକ୍ରମଣରେ ୫ଜଣ ଶ୍ରମିକ ଗୁରୁତର ଆହତ ହୋଇଛନ୍ତି ।ଖାରିକୁଆ ଗାଁରେ କାଜୁ ବଗିଚାରେ କାମ କଲାବେଳେ ବିରୁଡିଆକ୍ରମଣ କରିଥିଲେ ।ବିରୁଡି ଆକ୍ରମଣରୁ ବର୍ତିବାପାଇଁ ଶ୍ରମିକମାନେ ପ୍ରାଣବିକଳରେ ଏଣେତେଣେ ଦୈାଡିବାକୁ ଲାଗିଥିଲେ । ଗୁରୁତର ଆହତ ସମସ୍ତ ଶ୍ରମିକଙ୍କୁ ଚିକିସ୍‌ାପାଇଁ ମୋହନା ମେଡିକାଲରେ ଭର୍ତ୍ତି କରାଯାଇଛି ।

ଘର ଉପରକୁ ବୋମାମାଡ଼

ବାଲିପାଟଣା,୫ା୧୦(ଏସଏସନିଉଜ) ବନମାଳୀପୁର ଫାଣ୍ଡିଅଧୀନ ଖଇରିପୁରଗ୍ରାମରେ ଗତକାଲି ବିଳମ୍ବିତ ରାତିରେ ବୋମାମାଡ଼ ହୋଇଛି । ଦୁର୍ବୃତ୍ତମାନେ ଭଗବାନ ଓଝାଙ୍କ ଘର ଉପରକୁ ବୋମାମାଡ କରି ଫେରାର ହୋଇଯାଇଛନ୍ତି ।ବୋମାମାଡ଼ରେ ଘର କାନ୍ଥ ଓ ପାଣି ପାଇପ କ୍ଷତିଗ୍ରସ୍ତ ହୋଇଛି।ବୁଧବାର ବିଳମ୍ଭିତରାତିରେ ପ୍ରଚଣ୍ଡ ଶବ୍ଦ ଶୁଣି ପରିବାର ଲୋକ ଭୟଭିତ ହୋଇଯିବାସହ ଘର ସାରା ଧୂଆଁମୟ ହୋଇଯାଇଥିଲା ।ତେବେ କିଏ ଏବଂ କାହିଁକି ବୋମାମାଡ଼ କରିଛି ତାହା ଜଣାପଡ଼ି ନାହିଁ।

ଦବିଲା ରେଳଲାଇନ୍‌,୨୪ଟ୍ରେନ୍ ବାତିଲ

ବାଲେଶ୍ବର,୫ା୧୦(ଏସଏସନିଉଜ) ହଳଦୀପଦା ଷ୍ଟେସନ୍ ନିକଟ ଅମରା ପୋଲ ନିକଟରେ ମାଟି ଧସିବା ଫଳରେ ଡାଉନ୍ ରେଳଲାଇନ୍ ଦବିଯାଇଥିବାର ଜଣାପଡିଛି ।ଯାହାଫଳରେ ଟ୍ରେନ୍ ଚଳାଚଳରେ ବାଧା ସୃଷ୍ଟି ହୋଇଛି। ଆଜି ସକାଳେ ଅମରା ପୋଲ ନିକଟରେ ମାଟି ଧସି ଡାଉନ୍ ଲାଇନ୍‌ଟି ଦବିଯାଇଥିଲା। ଏହି ଖବରପାଇ ରେଳ ବିଶେଷଜ୍ଞଦଳ ରେଳକର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ମରାମତି କାର୍ଯ୍ୟଆରମ୍ଭକରିଥିଲେ। ଡାଉନ୍ ଲାଇନ୍‌ରେ ଆସୁଥିବା ଟ୍ରେନ୍‌ଗୁଡ଼ିକ ଲାଇନ୍ ବଦଳାଇ ଯାତ୍ରାକରିଥିଲା। ଅନ୍ୟପଟେ ଡାଉନ୍ ଲାଇନ୍‌ରେ ଆସିଥିବା ଭଦ୍ରକ-ଖଡ଼ଗପୁର ମେମୁ ଲୋକାଲ୍ ସହ ଅନ୍ୟ […]

ଫଳକ ନେଲା ଜୀବନ

ଭଦ୍ରକ,୪।୧୦(ଏସଏସନିଉଜ) ରାସ୍ତା କାମରେ ଲାଗିଥିବା ଫଳକପଡ଼ି ଜଣେ ପ୍ରଥମ ଶ୍ରେଣୀ ଛାତ୍ର ମୃତୁବରଣ କରିଛନ୍ତି। ଧୁଷୁରୀଥାନା ଉଚ୍ଚପଦା ପ୍ରାଥମିକ ବିଦ୍ୟାଳୟର ପ୍ରଥମ ଶ୍ରେଣୀ ଛାତ୍ରଙ୍କର ମୃତୁ ଘଟିଛି। ସ୍କୁଲ ନିକଟରେ ରାସ୍ତା କାମ ଚାଲୁଥିବାରୁ ଫଳକ ରଖାଯାଇଥିଲା। ଖେଳ ଛୁଟି ବେଳେ ଛାତ୍ର ଜଣଙ୍କ ବାହାରକୁ ଆସିଥିବାବେଳେ ଏହି ଅଘଟଣ ଘଟିଥିଲା।

ମୃତଦେହ ଫିଙ୍ଗି ପଳାଇଲେ…

ନୟାଗଡ଼,୩ା୧୦(ଏସଏସନିଉଜ) ଧୂଧୂ ବର୍ଷାରେ ଆସି ମହିଳାଙ୍କ ମୃତଦେହ ଫିଙ୍ଗି ପଳାଇଲେ. ଦୁର୍ବୁତ ।ଏନ୍ଏଚ୍ ୫୭ ଇଟାମାଟି ଥାନା ବଡ଼ପଣ୍ଡୁସର ନିକଟରୁ ମୃତଦେହ ଉଦ୍ଧାର କରିଛି ପୋଲିସ ।ମୃତ ମହିଳାଙ୍କ ପରିଚୟ ମିଳିନଥିବାବେଳେ କିଏ ଆଣି ଫିଙ୍ଗିଲେ ତାହା ମଧ୍ୟ ଜଣାପଡ଼ିନି ।ମହିଳାଙ୍କୁ ଗାଡ଼ି ଚଢ଼ାଇ ହତ୍ୟା କି ଦୁର୍ଘଟଣାରେ ମୃତ୍ୟୁ ତାହା ଅଦ୍ୟାବଧି ଜଣାପଡ଼ିନଥିବାର ଜଣାପଡିଛି ।