Browsing category

ଅପରାଧ

୩ ମନ୍ଦିରରୁ ଚୋରି…

ଜଳେଶ୍ୱର,୧ା୧୦(ଏସଏସନିଉଜ) ୩ଟି ମନ୍ଦିରରୁ ଚୋରୀହୋଇଥିବାର ଅଭିଯୋଗ ହୋଇଛି । ଏହାସହ ରୁପା ଅଳଙ୍କାର ଲୁଟି ନେଇଛନ୍ତି ଦୁର୍ବୃତ୍ତ। ଭୋଗରାଇ ମହାଗବ ପଞ୍ଚାୟତରେ ବିଳମ୍ବିତ ରାତିରେ ଏହି ସିରିଜଚୋରି ହୋଇଛି । ଚୋରୀହୋଇଥିବା ମନ୍ଦିର ଗୁଡିକ ହେଲା ମହାଗବ ଗାଁ ମଙ୍ଗଳା , ବାସୁଳିପାଟ ଗାଁ ବାସୁଳି ମନ୍ଦିର । ଏହାସହ ଚାନ୍ଦକୁସୁମି ଗାଁ ତାରିଣୀ ମନ୍ଦିରରୁ ମଧ୍ୟ ମା’ଙ୍କ ଅଳଙ୍କାର ଲୁଟ୍ ହୋଇଥିବାର ଅଭିଯୋଗ ମଧ୍ୟ ହୋଇଛି ।ତେବେ ପୋଲିସ ପେଟ୍ରୋଲିଂରେ ଠିଲା ଯୋଗୁ ଚୋରମାନେ ସକ୍ରିୟ […]

କାଲି ଟଙ୍କାଭର୍ତ୍ତି ଆଜି ଲୁଟ୍‌

ବାଲେଶ୍ୱର,୧ା୧୦(ଏସଏସନିଉଜ)ଗତକାଲିଟଙ୍କା ଭର୍ତ୍ତିହୋଇଥିଲା । ଆଜିସକାଳେ ଦେଖିବାବେଳକୁ ଏଟିଏମ ଭାଙ୍ଗି ଲୁଟ୍ ହୋଇଛି । କ୍ଷୀରଚୋରା ଗୋପିନାଥ ମନ୍ଦିର ନିକଟଏସବିଆଇର ଏଟିଏମ୍ ଭାଙ୍ଗି ଲୁଟ୍ ହୋଇଥିବାର ଜଣାପଡିଛି ।ତେବେ କେତେ ଟଙ୍କା ଲୁଟ୍ ହୋଇଛି ତାହା ଜଣାପଡିନଥିବାବେଳେ ଖବରପାଇ ରେମୁଣା ପୋଲିସ ଘଟଣାସ୍ଥଳରେ ପହଁଚି ତଦନ୍ତ ଆରମ୍ଭ କରିଛି ।  

ଅଟୋ ଓଲଟି ୮ଛାତ୍ରଛାତ୍ରୀ ଆହତ

ଖଲ୍ଲିକୋଟ,୧ା୧୦(ଏସଏସନିଉଜ) ଟ୍ରକ୍ ସହ ଧକ୍କାହୋଇ ଓଲଟିପଡିଛି ଅଟୋ ।ଯାହାଫଳରେ ୮ ଜଣ ଛାତ୍ରଛାତ୍ରୀ ଆହତ ହୋଇଛନ୍ତି ।୧୬ନଂ ଜାତୀୟ ରାଜପଥ ବଡ଼ଘାଟି ହରିଡ଼ାମୂଳ ଛକରେ ଏହି ଦୁର୍ଘଟଣା ଘଟିଛି ।୮ଜଣ ଆହତଙ୍କ ମଧ୍ୟରୁ ଜଣଙ୍କର ଅବସ୍ଥା ଗୁରୁତର ଥିବାବେଳେ ସମସ୍ତ ଆହତଙ୍କୁ ଚିକିସ୍‌ାପାଇଁ ମେଡିକାଲରେ ଭର୍ତ୍ତି ହୋଇଛନ୍ତି ।କେଶପୁରରୁ ଖଲ୍ଲିକୋଟ୍ ଟ୍ୟୁସନ ଛାତ୍ରଛାତ୍ରୀ ଯାଉôତବାବେଳେ ଏହି ଦୁର୍ଘଟଣା ଘଟିଥିଲା ।

 କସ୍‌ମେଟିକ୍ ଦେକାନରେ ଚଢ଼ଉ

ବ୍ରହ୍ମପୁର,୩୦ା୯(ଏସଏସନିଉଜ) ବ୍ରହ୍ମପୁର ସହରରେ ଶନିବାରଦିନ ୧୦ଲକ୍ଷ ଟଙ୍କାରୁ ଊର୍ଦ୍ଧ୍ବ ସାମଗ୍ରୀ ନକଲି କସମେଟିକ୍ ସାମଗ୍ରୀ ଜବତ କରିଛି ପୁଲିସ ।ଟାଉନ୍ ପୁଲିସ ଓ ବଡ଼ବଜାର ପୁଲିସ ମିଳିତଭାବେ କିଛି ଦୋକାନଉପରେ ଚଢଉ କରି ନକଲି ଲାକମେ ଆଏକନିକ୍ କାଜଲ, ଇଲେ ୧୮ କାଜଲ, ଲାକମେ ୯-୫ କମ୍ପାକ୍ଟ, ଲାକମେ ଆବସେଲୁଟ କମ୍ପାକ୍ଟ, ଲାକମେ ଫାଉଣ୍ଡେସନ୍‌, ଲିପଷ୍ଟିକ୍‌, ଆଏଲାଇନର, ମାସକେରା ଆଦି ଜବତ କରିଛନ୍ତି ।

ନିଜର ଗୁପ୍ତାଙ୍ଗକାଟିଲେ ବିଚାରାଧୀନକଏଦୀ

ଭଦ୍ରକ,୩୦ା୯(ଏସଏସନିଉଜ) ବ୍ଲେଡରେ ନିଜ ଦେହକୁ କାଟି ପକାଇଲେ ବିଚାରାଧୀନ କଏଦୀାଭଦ୍ରକଜିଲ୍ଲା କାରାଗାରରେ ଘଟିଛି ଏହିଭଳି ଅଭାବନୀୟ ଘଟଣା । ଜେଲରେ ବନ୍ଦୀ ଜୀବନ ବିତାଉଥିବା ସୁଶାନ୍ତ ମାଝୀ ଶୌଚଯିବାକୁ କହି ବାଥରୁମ୍ ଭିତରେ ପଶିଯାଇଥିଲେ । ନିଜ ମାନସିକ ଭାରସାମ୍ୟହରାଇ ନିଜର ଗୁପ୍ତାଙ୍ଗକୁ ମଶା ଧୂପ ଦିଆ ବ୍ଲେଡ଼ରେ ଅଧା କାଟିବାସହ ନିଜ ହାତକୁ ମଧ୍ୟ କାଟି ଦେଇଥିଲା।ତାଙ୍କୁ ଚିକିସ୍‌ାପାଇଁ ପ୍ରଥମେ ଭଦ୍ରକ ଜିଲ୍ଲା ମୁଖ୍ୟାଳୟ ଡାକ୍ତରଖାନା ଓ ପରେ ଅବସ୍ଥା ସଂକଟାପନ୍ନ ହେବାରୁ ପରେ କଟକ […]

ଶୋଇଥିବାବେଳେ ମାଡିଗଲା କାର

ଭୁବନେଶ୍ବର, ୩୦ା୯(ଏସଏସନିଉଜ) ରାଜମହଲ ଛକ ଫୁଟପାଥରେ ଶୋଇଥିବା ଶ୍ରମିକ ଉପରେ ମାଡ଼ିଯାଇଛି କାର । ଦ୍ରୁତ ଗତିରେ ଗାଡ଼ି ମାଡ଼ିଯିବା ଯୋଗୁଁ ରାସ୍ତା କଡ଼ରେ ଶୋଇଥିବା ଶ୍ରମିକଙ୍କ ମୃତ୍ୟୁ ଘଟିଛି । ଗତକାଲି ବିଳମ୍ବିତ ରାତିରେ ଏହି ଦୁର୍ଘଟଣା ଘଟିଥବାବେଳେ ମୃତକଙ୍କ ଶବ ବ୍ୟବଚ୍ଛେଦ ପାଇଁ କ୍ୟାପିଟାଲ ହସ୍ପିଟାଲରେ ରଖାଯାଇଛି ।ଅନ୍ୟପଟେ ସିସିଟିଭିକୁ ଯାଞ୍ଚ କରି ପୋଲିସ୍ ତଦନ୍ତ ଆରମ୍ଭ କରିଛି ।

ଘଟିଲା ଅଘଟଣ

ଭୁବନେଶ୍ବର,୩୦ା୯(ଏସଏସନିଉଜ)ପାଣିରେ ଗାଧୋଉଥିବାବେଳେ ବୁଡି ପ୍ରାଣହରାଇଛନ୍ତି ୨ଜଣ ଛାତ୍ରୀା ସେମାନେ ହେଲେ ବାଘାଯତୀନ ହାଇସ୍କୁଲରେ ଅଷ୍ଟ ଶ୍ରେଣୀରେ ପଢୁଥିବା ବାଲେଶ୍ବର ସଦରଥାନା ଓଡ଼ଙ୍ଗୀଗ୍ରାମର ବିଶ୍ୱଜିତଦାଶଙ୍କ ଝିଅ ତପସ୍ୱିନୀ ଓ ପଞ୍ଚମଶ୍ରେଣୀରେ ପଢୁଥିବା ସନ୍ତୋଷଦାଶଙ୍କ ଝିଅ ତନୁଶ୍ରୀ ।ଗାଧୋଉଥିବାବେଳେ ତନୁଶ୍ରୀର ଗୋଡ଼ ଖସିଯିବାରୁ ତପସ୍ୱିନୀ ତାକୁ ଉଦ୍ଧାର କରିବାକୁ ଯାଇଥିଲେ। ମାତ୍ର ଦୁହେଁ ପହଁରା ଜାଣି ନଥିବାରୁ ପାଣିରେ ବୁଡ଼ି ଯାଇଥିଲେ। ସେହିପରି ବାହାନଗାବ୍ଲକ୍ଗୋପାଳପୁରଥାନା କଲ୍ୟାଣୀ ଶଙ୍ଖସାହିରେ ବିମ୍ବାଧର ଜେନା ଓ ନୂଆପୁର ପଞ୍ଚାୟତ ପିଞ୍ଛାପାଳଗ୍ରାମର ଜାପାନଦାସଙ୍କ ପତ୍ନୀ ହୀରାବତୀ […]

ମାକୁ ମାରିବାକୁ ଉଦ୍ୟମକରି ଗିରଫହେଲା ପୁଅ

ବାରଙ୍ଗ,୨୯ା୯ (ଏସଏସନିଉଜ) ପୁଅ ଜନ୍ମହେବା ପରେ ଖୁସିରେ ଝୁମି ଉଠିଥିଲେ ପରିବାର। ଭାବିଥିଲେ ପୁଅ ବଡ ହେଲେ ବୃଦ୍ଧ ବୟସରେ ପିତାମାତାଙ୍କ ସାହାରା ବନିବ। ହେଲେ ସମୟ ଗଡିବା ସହ ପିତାଙ୍କ ମୃତ୍ୟୁ ଘଟିଲା। ପୁଅ ବଡ ହେବ ପରେ ମାଙ୍କ ସାହାରା ହେବ ବଦଳରେ ବିଭିନ୍ନ ଅପରାଧିକକାର୍ଯ୍ୟକଳାପରେ ଲିପ୍ତ ରହିଲା। ଯାହା ପରିବାର ପାଇଁ ଏକ ବୋଝ ବନିଗଲା। ଏତିକିରେ ପୁଅର ମନ ବୁଝିଲାନି ଯେ ନିଜର ଜନ୍ମ କଲା ମାକୁ ଟଙ୍କା ମାଗିବାରୁ ମା […]

୩୦ଘଣ୍ଟାପରେ ମିଳିଲା ମୃତଦେହ

ଭଦ୍ରକ,୩୦।୯(ଏସଏସନିଉଜ) କୁନିଝିଅକୁ ଧରି ବାପା ବୈତରଣୀକୁ ଡେଇଁ ନିଖୋଜ ଘଟଣାରେ ଯାଜପୁର ଜିଲ୍ଲା ତ୍ରିଲୋଚନପୁର ବୁଢ଼ାନଦୀରୁ ମିଳିଲା ଏକ ମୃତଦେହ। ମୃତଦେହଟି ନିଖୋଜ ଚନ୍ଦନ ସାହୁଙ୍କ ହୋଇଥିବା ସୂଚନା ମିଳିଛି।ପ୍ରାୟ ୩୦ଘଣ୍ଟା ପରେ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଥିବାବେଳେ ନିଖୋଜ କୁନିଝିଅର ପତ୍ତା ଅଦ୍ୟାବଧି ମିଳିପାରିନାହିଁ।ଏବେବି ଖୋଜାଖୋଜି ଜାରି ରହିଥିବାର ଜଣାପଡିଛି।

ମର୍ମନ୍ତୁଦ ଦୁର୍ଘଟଣା

ଆନନ୍ଦପୁର,୩୦।୯(ଏସଏସନିଉଜ)ମର୍ମନ୍ତୁଦ ଦୁର୍ଘଟଣାରେ ୩ଜଣଙ୍କର ମୃତୁ ଘଟିଛି। ଆନନ୍ଦପୁର-କରଞ୍ଜିଆ ରାସ୍ତା ପଦ୍ମପୁର ଗେଟ୍‌ ନିକଟରେ ଦୁର୍ଘଟଣା ଘଟିଛି।ମୃତକଙ୍କ ମଧ୍ୟରେ ୨ଜଣ ପୁରୁଷ ଏବଂ ଜଣେ ମହିଳା ଥିବାର ସୂଚନା ମିଳିଛି।ବାଇକରେ ଯାଉଥିବା ୩ ଜଣଙ୍କ ଉପରେ ଚଢ଼ିଯାଇଥିଲା ଅଜଣା ଗାଡ଼ି।