ଓହଳି ରହିଛି ବସ୍

ବାଙ୍କୀ,୩।୧୦(ଏସଏସନିଉଜ) ମହାନଦୀ ବ୍ରିଜରୁ ଖସୁ ଖସୁ ବର୍ତ୍ତିଥିଲା ବସ୍‌।ଜାତମୁଣ୍ଡିଆ-ସୁବର୍ଣ୍ଣପୁର ବ୍ରିଜରୁ ଖସୁ ଖସୁ ବର୍ତ୍ତି ଯାଇଥିଲା।ବ୍ରିଜ୍‌ ସୁରକ୍ଷାବାଡ଼ ଭାଙ୍ଗି ନଦୀକୁ ଝୁଲି ପଡ଼ିଥିଲା ବସ। ବସଟି ପ୍ରାୟ ୧୦ ଫୁଟ ଆଗକୁ ମାଡ଼ି ଯାଇ ନଦୀକୁ ଝୁଲି ପଡ଼ିଥିଲା।ସୁରକ୍ଷା ବାଡ଼ ମାଡ଼ରେ ବସ୍‌ର ଗୋଟିଏ ଆଗ ଚକା ବାହାରି ଯାଇଥିଲା।ବସ୍‌ଟି ଅନୁଗୁଳରୁ ଭୁବନେଶ୍ୱର ଆସୁଥିବା ବେଳେ ଦୁର୍ଘଟଣା ହୋଇଥିଲା। ଦୁର୍ଘଟଣାରେ ୧୦ରୁ ଅଧିକ ଯାତ୍ରୀ ଆହତ ହୋଇଥିବା ଜଣାପଡିଛି।

Comments (0)
Add Comment