ବାଇକ ଉପରେ ଚଢ଼ିଗଲା ଟ୍ରକ୍

ଆନନ୍ଦପୁର,୨ା୧୦(ଏସଏସନିଉଜ) ଆନନ୍ଦପୁର- ଭଦ୍ରକ ୫୩ ନଂ ରାଜ୍ୟ ରାଜପଥର ଚଣ୍ଡୀ ବିରଞ୍ଚିପୁର ଛକ ନିକଟରେ ବାଇକ ଉପରେ ଟ୍ରକ୍ ଚଢିଯିବାରୁ ଘଟଣାସ୍ଥଳରେ ଦୁଇ ବାଇକ ଆରୋହୀଙ୍କ ମୃତ୍ୟୁ ହୋଇଛି। ଆନନ୍ଦପୁର ପଟୁ ଭଦ୍ରକ ଆଡ଼କୁ ଦୁଇଜଣ ବାଇକ ଆରୋହୀ ଦ୍ରୁତଗତିରେ ଯାଉଥିବା ବେଳେ ଭାରସାମ୍ୟ ହରାଇ ସମ୍ମୁଖରୁ ଆସୁଥିବା ଟ୍ରକ ସାମନାକୁ ଆସିଯାଇଥିଲେ। ଫଳରେ ଟ୍ରକଟି ବାଇକ ଉପରେ ଚଢ଼ି ଯିବାରୁ ଘଟଣାସ୍ଥଳରେ ବାଇକ ଆରୋହୀ ଦୁଇ ଯୁବକଙ୍କ ମୃତ୍ୟୁ ଘଟିଥିଲା।ଦୁର୍ଘଟଣାପରେ ଟ୍ରକଚାଳକ ଟ୍ରକନେଇ ଫେରାର ହୋଇଯାଇଥିବାବେଳେ ଏହାକୁ ନେଇ ଉତେଜନାଦେଖାଦେଇଥିଲା ।କିନ୍ତୁୁ ପୁଲିସ ପହଞ୍ଚି ପରିସ୍ଥିତି ନିୟନ୍ତ୍ରଣ କରିବା ସହ ମୃତଦେହକୁ ଜବତକରି ବ୍ୟବଚେଦପାଇଁ ପଠାଇଥିଲା ।

ଶୁ

Comments (0)
Add Comment