Browsing category

ଅପରାଧ

ବଗିଛାଡ଼ି ମାଲବାହୀଟ୍ରେନ୍ ଛୁ

ଭଦ୍ରକ,୨୨ା୮(ଏସଏସନିଉଜ) ୩୦ଟି ବଗି ଛାଡ଼ି ପଳାଇଲା ମାଲବାହୀ ଟ୍ରେନ୍ ।ଚରମ୍ପାଷ୍ଟେସନ ୧୧୮ନମ୍ବର ଏଲସିଗେଟ ନିକଟରେ ଏହି ଘଟଣା ଘଟିଛି । ଖଡ଼ଗପୁରରୁ ମାଲବାହୀଟ୍ରେନ୍ ଆସୁଥିବାବେଳେ ଏହି ଅଘଟଣ ଘଟିଛି । ପ୍ରାୟ ୧ଘଣ୍ଟାପରେ ଇଞ୍ଜିନକୁ ପଛକୁଅଣାଯାଇ ବଗିକୁ ଯୋଡ଼ାଯାଇଥିଲା ।  

ଉଦଘାଟନୀଫଳକକୁ ଭାଙ୍ଗି ଲାଗିଲା ବିଜେଡିପତାକା

ବାରଙ୍ଗ,୨୨।୮(ଏସଏସନିଉଜ)କଂଗ୍ରେସ ସରକାର ସମୟରେ ମୁଣ୍ଡଳୀଠାରେ ମହାନଦୀଉପରେ ମୁଣ୍ଡଳିବ୍ୟାରେଜ ନିର୍ମାଣ କରାଯାଇ ୧୯୯୬ମସିହାରେ ଉଦଘାଟନ କରାଯାଇଥିଲା ।ଏହାକୁ ସେସମୟର ମୁଖ୍ୟମନ୍ତ୍ରୀ ଜାନକୀବଲ୍ଲଭ ପଟ୍ଟନାୟକଙ୍କଦ୍ୱାରା ଉ୍‌ଦଘାଟନ କରାଯାଇ ମୁଣ୍ଡଳିବ୍ୟାରେଜର ଏକପାଶ୍ୱର୍ରେ ଉଦଘାଟନୀଫଳକକୁ ମରାଯାଇଥିଲା ।କିନ୍ତୁ ମଙ୍ଗଳାବର ସନ୍ଧ୍ୟାରେ କେହି ଏହିଉଦ୍‌ଘାଟନୀଫଳକକୁ ଭାଙ୍ଗିଦେଇଥିବାର ଦେଖିବାକୁ ମିଳିଛି ।ଫଳକ ଭଙ୍ଗାଯାଇ ଥିବାସ୍ଥାନରେ ବିଜେଡିର ଏକ ପତାକା ମରାଯାଇଥିବାର ଦେଖିବାକୁ ମିଳିଛି ।ଯାହାକୁନେଇ ବାରଙ୍ଗ ରାଜନିତୀରେ ସରଗରମ ଆଲୋଚନା ଧରିଛି ।

ଶବ ପୋତିବାବେଳେ ଧରିଲା ପୋଲିସ

ବଲାଙ୍ଗିର,୨୧।୮(ଏସଏସ ନିଉଜ)ବୋହୂର ଗଳିତ ମୃତଦେହ ପୋତିବା ବେଳେ ଧରିଲା ପୋଲିସ। ଲୋଇସିଙ୍ଗା ଥାନା ଚମାରପଡ଼ାଗାଁ ନାଳ ନିକଟରେ ପୋତୁଥିବାବେଳେ ପହଁଚିଲା ପୋଲିସ।ବୋହୂର ସନ୍ଦେହଜନକ ମୃତ୍ୟୁ ପରେ ଗଳିତ ଶବ ପୋତୁଥିଲେ ପରିବାର।ଅଧାପୋତା ବେଳେ ପୋଲିସ ସହ ପହଞ୍ଚିଲେ ବାପଘର ଲୋକେ। ଝିଅକୁ ହତ୍ୟାପରେ ଶବ ପୋତୁଥିବା ବାପ ଘର ଲୋକଙ୍କ ଅଭିଯୋଗ କରିଛନ୍ତି।

ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ

ବ୍ରହ୍ମପୁର,୨୧।୮(ଏସଏସ ନିଉଜ) ଏସପି ଅଫିସ ଆଗରେ ଜଣେ ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି।ଆତ୍ମହତ୍ୟା ଉଦ୍ୟମ ବେଳେ ଯୁବକଙ୍କୁ କାବୁ କରିଛି ପୋଲିସ।ଏହାସହ କିରୋସିନ୍ ବୋତଲ ଜବତ କରିଛି ପୋଲିସ।ଏହାପରେ ବୈଦନାଥପୁର ଥାନାରେ ଯୁବକକୁ ଅଟକ ରଖିଛି ପୋଲିସ।ଯୁବକଙ୍କ ପରିଚୟ ମିଳିନଥବା ବବଳେ ଆତ୍ମହତ୍ୟା ଉଦ୍ୟମର କାରଣ ଅସ୍ପଷ୍ଟ ଥିବାର ଜଣାପଡିଛି।

ବିଡିଓଙ୍କ ନାଁରେ ଅଭିଯୋଗ!

ଖୋର୍ଦ୍ଧା,୨୧।୮(ଏସଏସନିଉଜ) ବୋଲଗଡ଼ ବିଡିଓଙ୍କ ନାଁରେ ଅସଦାଚରଣ ଅଭିଯୋଗ ଆସିଛି।ବିଡିଓଙ୍କ ନାଁରେ ବୋଲଗଡ଼ ଆଞ୍ଚଳିକ ମହାସଂଘ ମହିଳାଙ୍କ ଅଭିଯୋଗ କରିଛନ୍ତି ।ମହିଳାମାନେ ବ୍ଲକଅଫିସରେ ତାଲାପକାଇବା ସହ ଅଫିସଆଗରେ ଧାରଣାରେ ବସିଥିବାର ଜଣାପଡିଛି ।.ପିସି ନଦେଲେ କାମ ହେବନି ବୋଲି ବିଡିଓ କହୁଥିବାର ମହିଳାମାନେ ଅଭିଯୋଗ.କରିଥିବାବେଳେ ଅନ୍ୟପଟେ ବିଡିଓଙ୍କ ପ୍ରତିକ୍ରିୟା ମିଳିପାରିନାହିଁ ।  

ଘରେ ପଶି ମହିଳାଙ୍କୁ ହତ୍ୟା

ପୁରୀ, ୨୧।୮(ଏସଏସନିଉଜ) ଘରେପଶି ମହିଳାଙ୍କୁମାରଣାସ୍ତ୍ରରେ ଆକ୍ରମଣକରି ବୀଭତ୍ସ ହତ୍ୟା କରାଯାଇଛି ।ଚନ୍ଦନପୁର ଥାନା ଭାଇଲିପୁର ପଞ୍ଚାୟତର ରୁଆଗାଁରେ ଏହି ଜଘନ୍ୟ ହତ୍ୟାକାଣ୍ଡ ଘଟିଛି ।ମୃତମହିଳା ସେହିଗାଁର ସସ୍ମିତାବରାଳ ବୋଲି ଜଣାପଡ଼ିଛିାନିଶା କାରବାରରୁ ହତ୍ୟା ହୋଇଥିବା ସାଧାରଣରେ ସନ୍ଦେହ କରାଯାଉଛି ।ଖବରପାଇ ପୋଲିସ ଘଟଣାସ୍ଥଳରେ ପହଁଚି ମୃତଦେହକୁ ଜବତ କରିବାସହ ତଦନ୍ତ ଆରମ୍ କରିଛି ।

ସିରିଜ ଦୁର୍ଘଟଣାରେ ୨ ମୃତ

ଯାଜପୁର, ୨୧।୮(ଏସଏସନିଉଜ) ଯାଜପୁର ଜିଲ୍ଲା କୁଆଖିଆ ଥାନା ଏନଏଚ୍ ୧୬ ମୂଳାପାଳ ନିକଟରେ ହୋଇଥିବା ସିରିଜ୍ ଦୁର୍ଘଟଣାରେ ୨ଜଣ ମୃତ୍ୟୁବରଣ କରିଥିବାବେଳେ ୨ଜଣ ଆହତ ହୋଇଛନ୍ତି। ଡ଼ମ୍ଫରଗାଡିକୁ ଏକଟ୍ରକ ଧକ୍କା ଦେବାପରେ ଭାରସାମ୍ୟ ହରାଇ ରାସ୍ତା ତଳେ କାମହେଉଥିବା ଏକ କ୍ୟାମ୍ପରଗାଡିକୁ ଧକ୍କା ଦେଇଥିଲା। ଫଳରେ ୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨ ଜଣ ଆହାତ ହୋଇଥିବା ଜଣାପଡ଼ିଛି। ମୃତକଙ୍କ ପରିଚୟ ମିଳି ନଥିବା ବେଳେ ଆହତଙ୍କୁ ପୁଲିସ ଉଦ୍ଧାର କରି ମଧୁବନ ମେଡିକାଲ ପଠାଇଛି। […]

ଫେରାର ବିଡିଓଙ୍କୁ ଧରିଲା ଭିଜିଲାନ୍ସ

କୋରାପୁଟ, ୨୧।୮(ଏସଏସନିଉଜ) ନାରାୟଣପାଟଣାର ପୂର୍ବତନବିଡିଓ ରମେଶଚନ୍ଦ୍ରସାହୁଙ୍କୁ ଦିଲ୍ଲୀରୁ ଗିରଫ କରାଯାଇଛି ।୮ବର୍ଷହେବ ଫେରାରଥିବା ରମେଶଚନ୍ଦ୍ରସାହୁଙ୍କୁ ଗିରଫକରିଛି ଓଡ଼ିଶା ଭିଜିଲାନ୍ସ ।ଆଜି ଆସାମରୁ ଦିଲ୍ଲୀ ଫେରିଥିବାବେଳେ ରମେଶଚନ୍ଦ୍ରସାହୁଙ୍କୁ ଭିଜିଲାନ୍ସ ଗିରଫକରି ସେଠାକାର କୋର୍ଟରେ ହାଜର କରିଥିଲେ । ସୂଚନାଯୋଗ୍ୟ, କୋରାପୁଟ ନାରାୟଣପାଟଣାର ପୂର୍ବତନ ବିଡିଓ ରମେଶ ଚନ୍ଦ୍ର ସାହୁ ନିଜ ଚାକିରିକାଳରେ ୭ଟିଦୁର୍ନୀତିମାମଲାରେଫସିଥିଲେ।ତାଙ୍କନାଁରେ ୭ଟି ଦୁର୍ନୀତିମାମଲା ରୁଜୁହୋଇଥିବାବେଳେ ଗିରଫଦାରୀକୁ ଏଡ଼ାଇବାକୁ ସେ ଫେରାର ହୋଇ ଯାଇଥିଲେ।ସେବେଠାରୁ ସେ ବିଭିନ୍ନସ୍ଥାନରେ ରହି ଆସୁଥିଲେ।  

କୋଟିଏ ଟଙ୍କାର ବ୍ରାଉନସୁଗାର ଜବତ

ବାଲେଶ୍ୱର, ୨୧।୮(ଏସଏସନିଉଜ) ବାଲେଶ୍ୱର ରେଳଷ୍ଟେସନରୋଡରୁ କୋଟିଏ ୧୦ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ କରିଛି ଏସଟିଏଫ୍ । ବ୍ରାଉନସୁଗାର ଡିଲ ବେଳେ ଛଦ୍ମବେଶରେ ଛକିରହିଥିବା ଏସଟିଏଫ୍ ଅଧିକାରୀମାନେ ୪ଜଣଙ୍କୁ ଧରିବାରେ ସକ୍ଷମ ହୋଇଛନ୍ତି ।ସେମାନେ ହେଲେ ବାଲେଶ୍ୱର ଅଞ୍ଚଳର ସେକ ଫୟାଜ, ସେକ ମୁରାଦ, ସେକ ସମସେଦ ଏବଂ ସମ୍ବିଦ ନାୟକ। ସେମାନଙ୍କୁ ଗିରଫ କରାଯିବା ପରେ କୋର୍ଟଚାଲାଣ କରିଛି ଏସଟିଏଫ୍ ।  

ଘରଭିତରୁ ମାଆପୁଅଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମ୍ବଲପୁର,୨୧ା୮(ଏସଏସନିଉଜ) ଅଇଁଠାପାଲିଥାନା ଅଧିନସ୍ଥ ଟାଙ୍ଗରପାଲିଅଞ୍ଚଳରେ ଏକ ଘର ଭିତରୁ ଦୁର୍ଗନ୍ଧ ବାହାରୁଥିବାରୁ ସ୍ଥାନୀୟ ଲୋକ ସନ୍ଦେହ କରି ପୋଲିସକୁ ଖବର ଦେଇଥିଲେ ।ଖବର ପାଇ ପୋଲିସ ଆସି ଘରଭିତରୁ ମା ଓ ପୁଅଙ୍କ ଝୁଲନ୍ତା ମୃତଦେହକୁ ଉଦ୍ଧାର କରିଛି । ପୁଅର ନାମ ସୁଧିର ପଣ୍ଡା ହୋଇଥିବାବେଳେ ମା ଜଣେ ଶିକ୍ଷୟିତ୍ରୀ ବୋଲି ଜଣାପଡିଛି ।ତେବେ ଆତ୍ମହତ୍ୟାର ପକୃତ କାରଣ ଜଣାପଡିନାହିଁ ।