Browsing category

ଅପରାଧ

ପ୍ରଦୀପପାଣିଗ୍ରାହୀଙ୍କ ବାଟଓଗାଳିଲେ ବିଜେଡିକର୍ମୀ

ବ୍ରହ୍ମପୁର, ୨୫ା୮(ଏସଏସନିଉଜ)ଗୋପାଳପୁରବିଧାୟକ ପ୍ରଦୀପପାଣିଗ୍ରାହୀଙ୍କୁ ବ୍ରହ୍ମପୁର ଲାଞ୍ଜିପଲ୍ଲୀ ଓଭରବ୍ରିଜ ପାଖରେ ଅଟକାଇଥିଲେ ବିଜେଡିକର୍ମୀ ।ଗୋବ୍ୟାକ ନାରା ମଧ୍ୟ ଦେଇଥିଲେ । ୫-ଟି ସଚିବଙ୍କୁ ଚ୍ୟାଲେଞକରି ବ୍ରହ୍ମପୁର ଯାଉଥିବାବେଳେ ପ୍ରଦୀପ ପାଣିଗ୍ରାହୀଙ୍କ ସମର୍ଥକ ଓ ବିଜେଡି କର୍ମୀ ମୁହାଁମୁହିଁ ହୋଇଥିଲେ । ପୁଲିସ ଉପସ୍ଥିତିରେ ପ୍ରଦୀପ ପାଣିଗ୍ରାହୀଙ୍କ ସମର୍ଥକମାନଙ୍କୁ ଆକ୍ରମଣ ମଧ୍ୟ କରାଯାଇଛି।ଏହାସହ ପ୍ରଦୀପପାଣିଗ୍ରାହୀଙ୍କ କାର୍ ଉପରକୁ ଅଣ୍ଡାମାଡ଼ କରାଯାଇଛି। ପୁଲିସ ଘଟଣାସ୍ଥଳରେ ପହଞ୍ଚି ଉତ୍ତେଜନାପୂର୍ଣ୍ଣ ସ୍ଥିତିକୁ ନିଜ ଆୟତ୍ତକୁ ନେବାକୁ ଉଦ୍ୟମ କରିଥିଲା । ୫-ଟି ସଚିବଙ୍କ ବ୍ରହ୍ମପୁର […]

ଶାଳୀକୁ ହତ୍ୟାକଲା ଭିଣୋଇ

ଗଞ୍ଜାମ,୨୪ା୮(ଏସଏସନିଉଜ)ନାବାଳିକା ଶାଳୀକୁ ପ୍ରଥମେ ପ୍ରେମଜାଲରେ ଫସାଇ ବିବାହ ପ୍ରତିଶ୍ରୁତି ଦେଇଗର୍ଭବତୀ କଲା ଭିଣୋଇ ।ଏହାପରେ ସାଙ୍ଗରେ ଆଣି ହତ୍ୟାକରି କୂଅରେ ଫୋପାଡ଼ିଦେଇଥିଲା ।ଏହିଭଳି ଅଭାବନୀୟ ଘଟଣା ଜଗନ୍ନାଥପ୍ରସାଦ ଥାନା ଅଧୀନ ଝାଡ଼ଭୂମି ପଞ୍ଚାୟତ ବରକୋଲିଆ ଗ୍ରାମ ନିକଟରେ ଦେଖିବାକୁ ମିଳିଛି । ଆଜି ସକାଳୁ ଗାଁର ଧୋବାତଇଲା ପଡ଼ିଆ ଆମ୍ବବଗିଚା ନିକଟରେଥିବା ପରିତ୍ୟକ୍ତ ଶୁଖିଲାକୂଅରୁ ନାବାଳିକାଙ୍କ ଗଳିତ ଶବ ମିଳିବା ପରେ ଘଟଣା ପଦାକୁ ଆସିଛି ।ମୃତକ ହେଉଛନ୍ତି ବୁଗୁଡ଼ାଥାନା ଅଧୀନସ୍ଥ ମଙ୍ଗରାଜପୁରଗ୍ରାମର ଗୋପାଳସାମଲଙ୍କ ସାନଝିଅ ବର୍ଷା […]

ଦୁଇଜୀବନ ନେଲାଦନ୍ତା 

ଅନୁଗୁଳ, ୨୪ା୮(ଏସଏସନିଉଜ) ପାତେଳି ଗ୍ରାମରେ ଦନ୍ତା ତାର ତାଣ୍ଡବ ରଚିଛି ।ଦନ୍ତାଆକ୍ରମଣରେ ଦୁଇଜଣଙ୍କ ଜୀବନ ଯାଇଥିବାବେଳେ ଜଣେ ଗୁରୁତରଆହତ ହୋଇଛି । ଆଜିସକାଳୁ କୁମୁରିସିଂହାପଞ୍ଚାୟତ ପାତେଳି ଗ୍ରାମର ଝିଲ୍ଲୀମାଝୀ ଘରଆଗ ଦାଣ୍ଡରେ ଝାଡୁ ମାରୁଥିବାବେଳେ ହାତୀ ତାଙ୍କୁ ପାଦରେ ଦଳି ଦେବାରୁ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା। ସେହିପରି ଶଙ୍କରବିଶ୍ୱାଳ ଟାକୁଆନାଳକୁ ଶୌଚପାଇଁ ଯାଇଥିବାବେଳେ ହାତୀ ତାଙ୍କୁ ଆକ୍ରମଣରେ ତାଙ୍କର ମୃତ୍ୟୁ ହୋଇଛି। ସାହାରାଗୁଡାଗ୍ରାମର ଅକ୍ଷୟନାଏକ ହାତୀ ଆକ୍ରମଣରେ ଗୁରୁତର ହୋଇଥିବାରୁ ତାଙ୍କୁ ଚିକିତ୍ସା ପାଇଁ ଅନୁଗୁଳ […]

ଡିଏଫଓଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

ରାୟଗଡା,୨୪ା୮(ଏସଏସନିଉଜ) ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଆଜି ଭିଜିଲାନ୍ସ ପକ୍ଷରୁ ରାୟଗଡ଼ା ଡିଏଫଓ ବିଜୟ କୁମାର ପରିଡ଼ାଙ୍କ ରାୟଗଡା ଗାନ୍ଧିନଗର ସ୍ଥିତ ସରକାରୀ ବାସଭବନ ସମେତ ୭ଟି ସ୍ଥାନରେ ଚଢ଼ାଉ କରିଛି। ଭିଜିଲାନ୍ସ ଏହି ଚଢାଉ କରାଯାଇଛି । ଭିଜିଲାନ୍ସର୫ ଜଣିଆ ଟିମ୍ ରାୟଗଡାରେ ଥିବା ସରକାରୀ ବାସଭବନ, ରାୟଗଡାରେ ଥିବା ଅଫିସ, ଭୁବନେଶ୍ୱର କଳାରାହାଙ୍ଗରେ ଥିବା ଫ୍ଲାଟ, କଟକ ସଦରର ଉରାଳୀରେ ନିର୍ମାଣାଧୀନ ଥିବ ଅଟ୍ଟାଳିକା, ଉରାଳୀରେ ଥିବା ସମ୍ପର୍କୀୟଙ୍କ ବାସଭବନ, ଶିଶୁବିହାର ଭୁବନେଶ୍ୱରରେ […]

ରାପିଡଆକ୍ସନଫୋର୍ସ ପକ୍ଷରୁ ସଚେତନଶିବିର

ବାରଙ୍ଗ,୨୩ା୮(ଏସଏସନିଉଜ)ବୁଧବାର ଅପରାହ୍ନରେ ୧୦୬ ବାଟାଲିୟନର ରାପିଡ ଆକ୍ସନ ଫୋର୍ସ ଝାଡ଼ଖଣ୍ଡ ପକ୍ଷରୁ ବାରଙ୍ଗ ଝୁନଝୁନୱାଲା ବିଦ୍ୟାପୀଠରେ ଗୋଳାବାରୁଦ ଅସ୍ତ୍ରଶସ୍ତ୍ର ସମ୍ପର୍କିତ ଏକ ସଚେତନତା ଶିବିର ଆୟୋଜିତ ହୋଇଯାଇଛି। ଏହି ସଚେତନ ଶିବିରରେ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କୁ ଏକାଠି କରି ବିଭିନ୍ନ ସଚେତନତା କରାଯାଇଥିଲା। ଏଥିସହ ବେଟି ବଚାଓ ବେଟି ପଢ଼ାଓ ଭଳି କାର୍ଯ୍ୟକ୍ରମଆୟୋଜିତ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ବାଟାଲିୟନର ସିନିୟର୍ ଡେପୁଟି କମାଣ୍ଡାଣ୍ଟ ସଚ୍ଚିଦାନନ୍ଦ ମିଶ୍ର, ଡେପୁଟି କମାଣ୍ଡାଣ୍ଟ ଗୌତମ ମିତ୍ର ଏବଂ ଗୋଟିଏ ପ୍ଲାଟୁନ ଫୋର୍ସ […]

ଥାନା ଆଗରେ ଭୁତ !

ଆସିକା,୨୨ା୮(ଏସଏସନିଉଜ)ଥାନା ଆଗରେ ଭୁତ ।ଭୁତ ଜଣେ ମହିଳାଙ୍କଦେହରେ ଶବାରହୋଇ କହୁଛି ଗୁଣିଆ ଦ୍ୱାରା ଏହାହେଉଛି ।ଯାହାକୁନେଇ ଖରିଆପଂଚାୟତ କୋଟିନାଡ଼ାଗ୍ରାମରେ ଅଶାନ୍ତି ପରିସ୍ଥିତିସୃଷ୍ଟି ହୋଇଛି । ଗୁଣିଗାରେଡି ଦ୍ୱାରା ଗ୍ରାମର ପୁଅଝିଅଙ୍କୁ ହତ୍ୟା କରାଯାଉଥିବା ଅଭିଯୋଗକରି ଗ୍ରାମବାସୀମାନେ କୋଟିନଡା ଥାନାକୁ ଘେରାଉ କରିଛନ୍ତି । ବିଗତ କିଛିବର୍ଷ ହେବ କୋଟିନଡାଗ୍ରାମରେ ୧୦ରୁ ଉର୍ଦ୍ଧ ଜଣଙ୍କ ଅସ୍ୱାଭାବିକ ମୃତ୍ୟୁ ହୋଇଛି।ତେବେ ଜଣେ ମହିଳାଙ୍କଦେହରେ ପ୍ରେତ ଶବାରହୋଇ ସବୁ ମରିବା କଥା କହୁଥିବାରୁ ଗ୍ରାମବାସୀମାନେ ତନ୍ତ୍ର ଉପରେ ବିଶ୍ୱାସ କରୁଛନ୍ତି।ପ୍ରତି ମଙ୍ଗଳବାର […]

ନେତାଙ୍କୁ ଟେକିନେଲା ପୋଲିସ

କଟକ, ୨୨ା୮(ଏସଏସନିଉଜ)ମାହାଙ୍ଗା ଦଶମଶ୍ରେଣୀ ନାବାଳିକାଛାତ୍ରୀଙ୍କ ସନ୍ଦେହଜନକ ମୃତ୍ୟୁଘଟଣାରେ ଆଜି ନିଲମ୍ବିତ ବିଜେଡିନେତା ଶରତନାୟକ ଓ ଖେଳଶିକ୍ଷକ ଅନୁପମରାୟକୁ ମାହାଙ୍ଗାଥାନା ପୁଲିସ ଗିରଫ କରିଥିବା ଜଣାପଡ଼ିଛି। ନାବାଳିକାଙ୍କୁ ଆତ୍ମହତ୍ୟା କରିବା ପାଇଁ ଉସୁକାଇଥିବାରୁ ଅନୁପମ ରାୟଙ୍କୁ ଗିରଫ କରାଯାଇଥିବା ବେଳେ ପ୍ରମାଣ ନଷ୍ଟ କରିଥିବା ଅଭିଯୋଗରେ ନିଲମ୍ବିତ ବିଜେଡି ନେତା ଶରତ ନାୟକଙ୍କୁ ଗିରଫ କରାଯାଇଛି।

ପାର୍ଶଲସାମଗ୍ରୀ ଚୋରିକରି ଧରାହେଲେ ୫

ବାରଙ୍ଗ,୨୨।୮(ଏସଏସନିଉଜ)ଏକ ପାର୍ଶଲ କମ୍ପାନୀରୁ ଚାକିରୀ କରି କୌଶଳକ୍ରମେ ଏକବର୍ଷ ମଧ୍ୟରେ ଲକ୍ଷାଧିକ ଟଙ୍କାର ପାର୍ଶଲ ସାମଗ୍ରୀ ଚୋରିକରିବା ଅଭିଯୋଗରେ ଚନ୍ଦକାଥାନା ପୋଲିସ ୫ଜଣଙ୍କୁ ଗିରଫକରି ମଙ୍ଗଳବାର ଦିନ କୋର୍ଟଚାଲଣ କରିଛି।ସେମାନେ ହେଲେ କଟକସଦର ସାବଳ ପୁରର ଦୀପକକୁମାର ପରିଡା, କଣାସର ପବିତ୍ର ମୋହନ ଦାସ, ନଖରା ସାଇଁସୋର ସରୋଜ ନନ୍ଦ ଦାସ,ସାନପାଟଣା ବ୍ରହ୍ମଗିରି ର ରାଜାନାୟକ, ଗୋପର ପ୍ରକାଶଚନ୍ଦ୍ରନାୟକ ।ସେମାନଙ୍କ ଠାରୁ ୧୪ଟିଦାମୀକିଆ ମୋବାଇ ଲ ଫୋନ,୨ଟି ଲାପଟପ ଓ ଅନ୍ୟାନ୍ୟ ସାମଗ୍ରୀ ଜବତ କରିଛି।ଏହି ୫ଜଣ […]

ବଗିଛାଡ଼ି ମାଲବାହୀଟ୍ରେନ୍ ଛୁ

ଭଦ୍ରକ,୨୨ା୮(ଏସଏସନିଉଜ) ୩୦ଟି ବଗି ଛାଡ଼ି ପଳାଇଲା ମାଲବାହୀ ଟ୍ରେନ୍ ।ଚରମ୍ପାଷ୍ଟେସନ ୧୧୮ନମ୍ବର ଏଲସିଗେଟ ନିକଟରେ ଏହି ଘଟଣା ଘଟିଛି । ଖଡ଼ଗପୁରରୁ ମାଲବାହୀଟ୍ରେନ୍ ଆସୁଥିବାବେଳେ ଏହି ଅଘଟଣ ଘଟିଛି । ପ୍ରାୟ ୧ଘଣ୍ଟାପରେ ଇଞ୍ଜିନକୁ ପଛକୁଅଣାଯାଇ ବଗିକୁ ଯୋଡ଼ାଯାଇଥିଲା ।  

ଉଦଘାଟନୀଫଳକକୁ ଭାଙ୍ଗି ଲାଗିଲା ବିଜେଡିପତାକା

ବାରଙ୍ଗ,୨୨।୮(ଏସଏସନିଉଜ)କଂଗ୍ରେସ ସରକାର ସମୟରେ ମୁଣ୍ଡଳୀଠାରେ ମହାନଦୀଉପରେ ମୁଣ୍ଡଳିବ୍ୟାରେଜ ନିର୍ମାଣ କରାଯାଇ ୧୯୯୬ମସିହାରେ ଉଦଘାଟନ କରାଯାଇଥିଲା ।ଏହାକୁ ସେସମୟର ମୁଖ୍ୟମନ୍ତ୍ରୀ ଜାନକୀବଲ୍ଲଭ ପଟ୍ଟନାୟକଙ୍କଦ୍ୱାରା ଉ୍‌ଦଘାଟନ କରାଯାଇ ମୁଣ୍ଡଳିବ୍ୟାରେଜର ଏକପାଶ୍ୱର୍ରେ ଉଦଘାଟନୀଫଳକକୁ ମରାଯାଇଥିଲା ।କିନ୍ତୁ ମଙ୍ଗଳାବର ସନ୍ଧ୍ୟାରେ କେହି ଏହିଉଦ୍‌ଘାଟନୀଫଳକକୁ ଭାଙ୍ଗିଦେଇଥିବାର ଦେଖିବାକୁ ମିଳିଛି ।ଫଳକ ଭଙ୍ଗାଯାଇ ଥିବାସ୍ଥାନରେ ବିଜେଡିର ଏକ ପତାକା ମରାଯାଇଥିବାର ଦେଖିବାକୁ ମିଳିଛି ।ଯାହାକୁନେଇ ବାରଙ୍ଗ ରାଜନିତୀରେ ସରଗରମ ଆଲୋଚନା ଧରିଛି ।