Browsing category

ଅପରାଧ

କାରଦେଲା ଧକ୍କା,ଚାଲିଗଲା ମହିଳାଙ୍କ ଜୀବନ

ପାରାଦୀପ, ୨୧ା୮(ଏସଏସନିଉଜ) କଟକ-ପାରାଦୀପ ରାସ୍ତାର ପଙ୍କପାଳ ନିକଟରେ ବାଇକକୁ ଏକ କାର୍‌‌ ଧକ୍କା ଦେବାରୁ ଝିଲିମାଝି ନାମକ ଜଣେ ମହିଳାଙ୍କର ମୃତ୍ୟୁ ହୋଇଥିବାବେଳେ ତାଙ୍କ ସ୍ୱାମୀ ଓ ପୁଅ ଗୁରୁତର ହୋଇଛନ୍ତି । ଦୁର୍ଘଟଣାପରେ ସମସ୍ତଙ୍କୁ ମଣିଜଙ୍ଗା ମେଡିକାଲକୁ ନେବାବାଟରେ ମହିଳାଙ୍କ ମୃତ୍ୟୁ ଘଟିଥିବାର ଜଣାପଡିଛି ।ଖବରପାଇ ଘଟଣାସ୍ଥଳରେ ପୁଲିସ ପହଁଚି ତଦନ୍ତ ଆରମ୍ଭ କରିଛି ।ପଙ୍କପାଳପଞ୍ଚାୟତ ଅନ୍ତର୍ଗତ ଜନାପାଳଗାଁର ଇନ୍ଦିରାକଲୋନିରେ ରହୁଥିବା ସୁମନ୍ତବେହେରା ଓ ତାଙ୍କପତ୍ନୀ ଝିଲିମାଝି ପୁଅ ସୁପ୍ରଭାତଙ୍କୁ ସ୍କୁଲରେ ଛାଡ଼ିବା ଲାଗି ବାଇକରେ […]

ବ୍ରାହ୍ମଣୀରେ ବୁଲୁଛି କୁମ୍ଭୀର

ତାଳଚେର, ୨୧ା୮(ଏସଏସନିଉଜ) ଗୁରୁଜାଙ୍ଗ ଗ୍ରାମପଞ୍ଚାୟତର ସିରିଗିଡାଗ୍ରାମ ନିକଟସ୍ଥ ବ୍ରାହ୍ମଣୀ ନଦୀରେ କୁମ୍ଭୀର ଆତଙ୍କ ଦେଖାଦେଇଥିବାରୁ ଭୟର ବାତାବରଣ ଦେଖାଦେଇଛି ।ବ୍ରାହ୍ମଣୀନଦୀକୁ ଦୁଇଜଣ ଯୁବକମାଛ ମାରିବାକୁ ଯାଇଥିବାବେଳେ କୁମ୍ଭୀରକୁ ଦେଖିଥିଲେ ।ଏହାପରେ ବ୍ରାହ୍ମଣୀନଦୀରେ କୁମ୍ଭୀର ଥିବାର ପ୍ରଚାର ହେବାପରେ ସ୍ଥାନୀୟ ଲୋକ ତଥା ନଦୀକୁଳିଆ ଲୋକମାନଙ୍କ ମଧ୍ୟରେ ଛନକା ପଶିଯାଇଛି ।ଅନ୍ୟପଟେ ଖବରପାଇ ବନବିଭାଗ ଡାକବାଜୀ ଜନ୍ତ୍ରସାହାର୍ଯ୍ୟରେ ନଦୀକୁ ନଯିବାପାଇଁ ପରାମର୍ଶ ଓ ସର୍ତକ କରାଇଛି ।ଏହାସହ କୁମ୍ଭୀର ଗତିପଥ ଉପରେ ତୀକ୍ଷ୍ମ ନଜର ରଖିଛି ବନ ବିଭାଗ […]

ପାଚେରୀରୁ ପଡ଼ି ଚୋରର ଭାଙ୍ଗିଲାଗୋଡ଼

କୋକସରା, ୨୧ା୮(ଏସଏସନିଉଜ) ବିଳମ୍ବିତରାତିରେ ଓଲମାଗାଁରେ ଧନଞ୍ଜୟ ସାହୁଙ୍କ ଘରେ ସଶସ୍ତ୍ର ଡକାୟତି ହୋଇଥିବା ଜଣାପଡିଛି । ୧୨ ରୁ ୧୫ଜଣ ଡକାୟତ ବନ୍ଧୁକମୁନରେ ପ୍ରାୟ ୨୫ ଭରି ସୁନାଗହଣା ଲୁଟି ନେଇଛନ୍ତି ।ଏହାସହ ଦାମୀ ଆସବାବପତ୍ର କମ୍ପ୍ୟୁଟର ହାର୍ଡଡିସ୍କ, କବାଟ ଆଦି ଭଙ୍ଗାରୁଜା କରିଛନ୍ତି ।ଘରୁ ଲୁଟି ଫେରାର ହେଉଥିବାବେଳେ ଜଣଙ୍କର ଗୋଡଭାଙ୍ଗିଯିବାରୁ ଗ୍ରାମବାସୀମାନେ ତାକୁ ଧରି ପୋଲିସର ଜିମା ଦେଇଛନ୍ତି ।ଖବରପ।ଇ ପୋଲିସ ଘଟଣାସ୍ଥଳରେ ପହଁଚି ତଦନ୍ତ ଆରମ୍ଭ କରିଛି ।

ଗୋରୁବୋଝେଇ ପିକଅପ୍ ଜବତ

ବାଲେଶ୍ଵର, ୨୧ା୮(ଏସଏସନିଉଜ)ବାଲିଆପାଳଥାନା ଅନ୍ତର୍ଗତ ବାଲିଆପାଳ-କମର୍ଦା ରାସ୍ତାର ଛୋଟକାନପୁର ନିକଟରୁ ବଜରଙ୍ଗଦଳ ଦ୍ବାରା ଦୁଇଟି ଗୋରୁବୋଝେଇ ପିକଅପ ଜବତ କରିବାସହ ଅପରେ୪୦ରୁ ଉର୍ଦ୍ଧ୍ବ ଗୋରୁକୁ ଉଦ୍ଧାର କରିଛନ୍ତି ।ଖବରପାଇ ପୋଲିସ ପହଁଚି ପିକଅପଦୁଇଟିକୁ ଜବତ କରିଛି ।ଘଟଣାପରେ ପିକଅପ ଚାଳକ ଫେରାର ହୋଇଯାଇଛନ୍ତି । ଉକ୍ତ ଗୋରୁଗାଡ଼ି ବସ୍ତାଅଞ୍ଚଳର ହୋଇଥିବା ବେଳେ ବାଲିଆପାଳ ଦେଇ ପଶ୍ଚିମବଙ୍ଗକୁ ଗୋଚାଲାଣହେଉଥିବାର ଜଣାପଡିଛି ।

କାଉଡ଼ିଆଙ୍କ ଉପରେ ମାଡ଼ିଗଲା କାର

ଗଞ୍ଜାମ, ୨୧ା୮(ଏସଏସନିଉଜ) ଭେଟନଇ-ଭେଜିପୁଟ ରାସ୍ତାରେ ଆସିକାରୁ ଅରଖପୁର ଗାଁର ତାଡ଼କେଶ୍ୱର ମନ୍ଦିରକୁ ପାଣିଭାରଧରି ଯାଉଥିବାବେଳେ କାଉଡ଼ିଆଙ୍କଉପରକୁ କାର ମାଡ଼ି ଯାଇଥିବା ଜଣାପଡ଼ିଛି ।ଏଥିରେ ଦୁଇଜଣ କାଉଡିଆଙ୍କମୃତ୍ୟୁ ହୋଇଥିବାବେଳେ ୧୧ଜଣ ଆହତ ହୋଇଛନ୍ତି । ଆହତମାନଙ୍କୁ ଚିକିସ୍‌ା ପାଇଁ ବ୍ରହ୍ମପୁର ବଡମେଡିକାଲରେ ଭର୍ତ୍ତି କରାଯାଇଛି ।ଦୁର୍ଘଟଣା ପରେ ଘଟଣାସ୍ଥଳରେ ଜଣଙ୍କର ଓ ବ୍ରହ୍ମପୁର ବଡମେଡିକାଲରେ ଆଉଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଦୁର୍ଘଟଣାପରେ ଘଟଣାକୁ ନେଇ ଉତ୍ତେଜନା ଦେଖାଦେଇଛି ।

ଭିକ ମାଗୁଛନ୍ତି ଗଣେଶ

ବାରଙ୍ଗ,୨୦ା୮(ଏସଏସନିଉଜ) ବାହାନାଗା ଟ୍ରେନ ଦୁର୍ଘଟଣାରେ ଆହତ ହୋଇଥିବା ବାଲେଶ୍ୱର ଅଂଚଳର ଗଣେଶସାହାଣି ଏବେ ନନ୍ଦନକାନନ ଛକରେ ଭିକମାଗୁଛନ୍ତି ।ରବିବାରଦିନ ନନ୍ଦନକାନନ ଛକରେ ଗଣେଶଭିକ୍ଷାମାଗିମାଗି ଯାଉଥିବାର ଦେଖିବାକୁ ମିଳିଛି ।ନିଜର ଦୁଃଖକୁ ସେ ଅନ୍ୟପାଖରେ ବଖାଣିବାସହ ନିଜର ଖାଇବାସହ ଚିକିସ୍‌ା ଓ ଘରକୁ ଯିବାପାଇଁ ଅର୍ଥ ଯୋଗାଡ କରୁଛନ୍ତି । ଅଭାବି ଗଣେଶ ପରିବାର ଚଲାଇବାପାଇଁ ସୁଦୁର ହାଇଦ୍ରାବାଦରେ କାମ କରୁଥିଲେ ।ସେଠାରେ ଜଣେ ରାଜମିସ୍ତ୍ରୀପାଖରେ କାମ କରି ଯାହା ପାରିଶ୍ରମିକ ମୁଳୁଥିଲା ସେଥିରେ କଷ୍ଟେମଷ୍ଟେ ପରିବାର ଚଳିଯାଉଥିଲା […]

ଦିନକପରେ ନିଖୋଜମହିଳାଙ୍କ ମୃତଦେହ ଉଦ୍ଧାର

ବାରଙ୍ଗ, ୨୦।୮(ଏସଏସନିଉଜ)ପୁରୀ ମୁଖ୍ୟକେନାଲକୁ ଲୁଗା ଧୋଇବାକୁ ଶନିବାର ସନ୍ଧ୍ୟାରେ ଯାଇ ନିଖୋଜ ହୋଇଯାଇଥିବା ମହିଳାଙ୍କ ମୃତଦେହ ରବିବାର ଦିନ କେନାଲରୁ ଉଦ୍ଧାର କରିଛି ବାରଙ୍ଗ ଅଗ୍ନିଶମବାହିନୀ। ପ୍ରକାଶଯେ, ଶନିବାର ସଂନ୍ଧ୍ୟାରେ ବଡ଼ମୁଣ୍ଡଳୀ ଗ୍ରାମର ପ୍ରେମଲତାସାହୁ ପୁରୀ ମୁଖ୍ୟ କେନାଲକୁ ଲୁଗାଧୋଇବାକୁ ଯାଇ ନିଖୋଜ ହୋଇଯାଇ ଥିଲେ।ପରିବାର ଲୋକ ବହୁ ଖୋଜା ଖୋଜି କରି ନିରାଶ ହେବାରୁ କେନାଲରେ ବୁଡିଯାଇଥିବାର ସନ୍ଦେହ କରି ବାରଙ୍ଗ ଅଗ୍ନିଶମ ବହିନୀକୁ ଖବର ଦେଇଥିଲେ।ରାତିରେ ଅଗ୍ନିଶମ ବାହିନୀ ବହୁ ଖୋଜାଖୋଜି ପରେ ମଧ୍ୟ […]

କାଳୀମାଡ଼ କରିଥିବା ଯୁବକକୁ ଛାଡିଲା ପୋଲିସ

ସାକ୍ଷୀଗୋପାଳ,୨୦।୮(ଏସଏସନିଉଜ) ସତ୍ୟବାଦୀରେ ୫ଟି ସଚିବ ଭି କେ ପାଣ୍ଡିଆନଙ୍କୁ କାଳିମାଡ଼ କରିଥିବା ଯୁବକ ଭାସ୍କର ସାହୁଙ୍କୁ ପୁଲିସ ଛାଡ଼ି ଦେଇଛି। ବଡ଼ଭାଇ ଧନେଶ୍ବର ସାହୁଙ୍କ ବ୍ୟକ୍ତିଗତ ମୁଚାଲିକା ପରେ ପୁଲିସ ଛାଡ଼ି ଦେଇଥିବା ସୂଚନା ମିଳିଛି।ଗତକାଲି ସତ୍ୟବାଦୀରେ ୫-ଟି ସଚିବ ଭି କେ ପାଣ୍ଡିଆନ ଓ ପୁରୀ ଜିଲ୍ଲାପାଳ ସମର୍ଥ ବର୍ମାଙ୍କୁ କାଳିମାଡ଼ ହୋଇଥିଲା। ଉତ୍କଳମଣି ଗୋପବନ୍ଧୁ ସ୍ମୃତି ମହାବିଦ୍ୟାଳୟ କଲେଜ ପରିସରରେ ଆୟୋଜିତ ସଭାରେ ମହିଳାଙ୍କ ସହ ହାତମିଳାଉଥିବା ବେଳେ କଣାସ ବ୍ଲକ ବଡ଼ାଲ ପଞ୍ଚାୟତ […]

ମୁହାଁମୁହିଁ ଧକାହେଲା ତୀର୍ଥଯାତ୍ରୀ ବସ

ଜଳେଶ୍ୱର,୨୦।୮(ଏସଏସନିଉଜ)ତୀର୍ଥଯାତ୍ରୀ ବସ୍‌କୁ ପଛରୁ ପିଟିଲା ବସ୍‌।ଯାହାଫଳରେ ୫ଜଣ ଆହତ ହୋଇଛନ୍ତି। ୧୬ନଂ ଜାତୀୟ ରାଜପଥ ଭେଲୋରା ଛକ ନିକଟରେଏହି ଦୁର୍ଘଟଣା ଘଟିଛି।ପଛ ବସ୍‌ରେ ଥିବା ୫ଜଣ ତୀର୍ଥଯାତ୍ରୀ ଆହତ ହୋଇଥିବା ବେଳେ ଚିକିତ୍ସା ପାଇଁ ବସ୍ତା ମେଡିକାଲରେ ଭର୍ତ୍ତି ହୋଇଛନ୍ତି। ୨ଟିଯାକ ବସ୍‌ ପୁରୀ ଆସୁଥିବା ବେଳେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା।

ଦେଢ଼ବର୍ଷପରେ ଧରାପଡିଲା

ବାରଙ୍ଗ, ୧୭ା୮ (ଏସଏସନିଉଜ)ଚୋରା ଦେଶୀମଦ ଚାଲାଣ ଅଭିଯୋଗରେ ଦେଢ଼ବର୍ଷ ଧରି ଫେରାର ଥିବା ଜଣେ ମଦ ବେପାରୀକୁ ଗିରଫ କରିଛି ଗୋଡିସାହି ଫାଣ୍ଡି ପୋଲିସ। ଗିରଫ ଅଭିଯୁକ୍ତ ଜଣକ ହେଉଛନ୍ତି ବାରଙ୍ଗ ଥାନା ସାନମୁଣ୍ଡଳୀ ଗ୍ରାମର ଦୁଷ୍ମନ୍ତ ଲେଙ୍କା ଓରଫ ଧକୁ(୩୧)। ପ୍ରକାଶ,ଯେ ଗତବର୍ଷ ମାର୍ଚ୍ଚ୪ତାରିଖ ସନ୍ଧ୍ୟାସମୟରେ ଧକୁ ଏକ ନମ୍ବରବିହୀନ ମାରୁତିସୁଜୁକି କାରରେ ଦେଶୀମଦ ଚୋରା ଚାଲାଣ କରିଥିଲା।ଗୋଡିସାହି ପୁରୀ କେନାଲ ବ୍ରିଜ ନିକଟରେ ପୋଲିସ ପାଟ୍ରୋଲିଂ କରୁଥିବା ଦେଖି ଗାଡ଼ି ଛାଡ଼ି ଘଟଣାସ୍ଥଳରୁ ଫେରାର […]