ଆସିକା,୨୨ା୮(ଏସଏସନିଉଜ)ଥାନା ଆଗରେ ଭୁତ ।ଭୁତ ଜଣେ ମହିଳାଙ୍କଦେହରେ ଶବାରହୋଇ କହୁଛି ଗୁଣିଆ ଦ୍ୱାରା ଏହାହେଉଛି ।ଯାହାକୁନେଇ ଖରିଆପଂଚାୟତ କୋଟିନାଡ଼ାଗ୍ରାମରେ ଅଶାନ୍ତି ପରିସ୍ଥିତିସୃଷ୍ଟି ହୋଇଛି । ଗୁଣିଗାରେଡି ଦ୍ୱାରା ଗ୍ରାମର ପୁଅଝିଅଙ୍କୁ ହତ୍ୟା କରାଯାଉଥିବା ଅଭିଯୋଗକରି ଗ୍ରାମବାସୀମାନେ କୋଟିନଡା ଥାନାକୁ ଘେରାଉ କରିଛନ୍ତି । ବିଗତ କିଛିବର୍ଷ ହେବ କୋଟିନଡାଗ୍ରାମରେ ୧୦ରୁ ଉର୍ଦ୍ଧ ଜଣଙ୍କ ଅସ୍ୱାଭାବିକ ମୃତ୍ୟୁ ହୋଇଛି।ତେବେ ଜଣେ ମହିଳାଙ୍କଦେହରେ ପ୍ରେତ ଶବାରହୋଇ ସବୁ ମରିବା କଥା କହୁଥିବାରୁ ଗ୍ରାମବାସୀମାନେ ତନ୍ତ୍ର ଉପରେ ବିଶ୍ୱାସ କରୁଛନ୍ତି।ପ୍ରତି ମଙ୍ଗଳବାର ଓ ଶନିବାର ଏହିଭଳି ଘଟଣା ଗ୍ରାମରେ ଘଟୁଥିବାରୁ ଭୁତକୁନେଇ ଏକ ପ୍ରକାର କୋକୁଆଭୟ ସୃଷ୍ଟି ହୋଇଛି ।ଗ୍ରାମବାସୀମାନେ ପ୍ରେତାମ୍ା ଆସୁଥିବା ମହିଳାଙ୍କୁ ତାନ୍ତ୍ରିକ ପାଖକୁନେବାକୁ କହୁଥିବାବେଳେ କିଛି ଲୋକପ୍ରତିନିଧିମାନେ ମହିଳାଙ୍କୁ ଡାକ୍ତରଖାନାକୁ ନେବାକୁ କହିଛନ୍ତି ।ଏହିବିବାଦ ଭିତରେ ଗ୍ରାମରେ ଶାନ୍ତି ଫେରାଇଆଣିବାପାଇଁ ପୋଲସି ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଥିବା ସହ ଏକ ୧୨ ଜଣିଆ କମିଟି ଗଠନ କରାଯାଇ ପକୃତ ସତ୍ୟାସତ୍ୟ ଅନୁଧ୍ୟାନ ପାଇଁ ବିଭିନ୍ନ ସ୍ଥାନକୁ ପଠାଯାଇଥିବାର ଜଣାପଡିଛି ।