Browsing category

ଅପରାଧ

ସ୍ତ୍ରୀରପ୍ରେମିକକୁ ଗୁଳିମାଡ଼

  ସମ୍ବଲପୁର,୧୬।୮(ଏସଏସନିଉଜ) ଚାରମାଲଥାନା ବଡ଼ନୂଆପଡ଼ା ଖେତିନାଳୀ ଗାଁରେ ପ୍ରଥମ ସ୍ତ୍ରୀର ପ୍ରେମିକ ପଙ୍କଜ ଦେହୁରୀଙ୍କୁ ଗୁଳିମାଡ଼ ହୋଇଥିବାର ଜଣାପଡିଛି। ଗୁରୁତର ଅବସ୍ଥାରେ ତାଙ୍କୁ ପ୍ରଥମେ ଭିମସାର ଓ ପରେ କଟକକୁ ସ୍ଥାନାନ୍ତର କରାଯାଇଛି।ଖେତିନାଳୀଗାଁର ପଙ୍କଜ ଦେହୁରୀଙ୍କ ସହ ଝାଙ୍କରପଡ଼ା ଗାଁର ସ୍ୱାଧୀନ ପ୍ରଧାନଙ୍କ ସ୍ତ୍ରୀଙ୍କର ସହ ସମ୍ପର୍କ ଥିବା ସନ୍ଦେହରେ ହିଁ ଉଭୟଙ୍କର ଛାଡ଼ପତ୍ର ବିବାହର ୧୦ ବର୍ଷ ପରେ ଗତ ବର୍ଷ ଦେଇଥିଲେ। ଏହାପରେ ତାଙ୍କ ସ୍ତ୍ରୀପଙ୍କଜଙ୍କ ସହ ରହୁଥିଲେ। ଗତକାଲି ରାତିରେ ସ୍ବାଧୀନନିଶାସକ୍ତ ଅବସ୍ଥାରେ […]

ଭିଜିଲାନ୍ସଜାଲରେ ଭଦ୍ରକସିଡିପିଓ

ଭଦ୍ରକ,୧୬।୮(ଏସଏସନିଉଜ) ଭିଜିଲାନ୍ସ ଜାଲରେ ପଡିଛନ୍ତି ଭଦ୍ରକ ସିଡିପିଓ ସୁଗନ୍ଧାଦାସ।ଦଶହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି।ଆଜି ଦିନସାଢ଼େ ୧୧ଟା ବେଳେ ସାମାଜ ମଙ୍ଗଳ ଅଧିକାରୀଙ୍କ କାର୍ଯ୍ୟାଳୟ ନିକଟରେ ଭଦ୍ରକ ସିଡିପିଓ ସୁଗନ୍ଧା ଦାସ ଏବଂ ସୁପରଭାଇଜର ସୁଲୋଚନ ବେହେରା ଭଦ୍ରକ ଜିଲ୍ଲା ବଣିଆ ପଞ୍ଚାୟତ ଅନ୍ତର୍ଗତ ସରଗଡ଼ିଆ ଅଙ୍ଗନବାଡ଼ି କେନ୍ଦ୍ରର କର୍ମୀ ଇତିଶ୍ରୀ ସେଠୀଙ୍କ ନିଯୁକ୍ତି ପାଇଁ ତାଙ୍କ ଦାଦା ପ୍ରଶାନ୍ତ ସେଠୀଙ୍କ ନିକଟରୁ ଦଶ ହଜାର ଟଙ୍କା ଲାଞ୍ଚ ନେଉଥିଲା ଭିଜିଲାନ୍ସ ଟିମ […]

ଜୁଆଆଡ୍ଡା ଉପରେ ଚଢ଼ଉକଲା ପୋଲିସ

ମାଲକାନଗିରି,୧୪।୮(ଏସଏସନିଉଜ)ଏମଭି ୮୪ଗ୍ରାମରେ ଗୋଟିଏଘର ଭିତରେ ଚାଲିଥିବା ଜୁଆଆଡ୍ଡା ଉପରେ ମାଲକାନଗିରି ଥାନା ପୋଲିସ ଚଢ଼ଉକରି ୫ଜଣ ଜୁଆଡିକୁ ଗିରଫ କରିଛି ।ସେମାନଙ୍କଠାରୁ ୨ଟିବାଇକ ସମେତ ତାସ୍ ଓ ୨୦,୮୨୦ ଟଙ୍କା ପୁଲିସ ଜବତ କରିଛି ।ଗିରଫ ହୋଇଥିବା ଜୁଆଡି ହେଉଛନ୍ତି ଏମଭି ୮୪ଗ୍ରାମର ଅମଲ ଦେ, ବଲାଇ ମଣ୍ଡଳ, ଏମଭି୮୩ଗ୍ରାମର ସାମଲ ରାୟ, ଅମୁଲ୍ୟ ସରଦାର ଓ ପଦ୍ମିଗିରଗ୍ରାମର ସାମଲ ଅଧିକାରୀ। ଜୁଆଆଡ୍ଡା ଚାଲିଥିବା ଖବର ପାଇ ପେଟ୍ରୋଲିଂଟିମ୍ ସେହି ଆଡ୍ଡାରେ ଚଢ଼ଉ କରିଥିଲା।  

ମହିଳାଙ୍କୁ ସରକାରୀଚାକିରିଦେବା ନାଁରେ ନେଇଗଲେ ଟଙ୍କା

ମେଣ୍ଢାଶାଳ,୧୪ା୮(ଏସଏସନିଉଜ) ସରକାରୀ ଚାକିରୀ କରିଦେବାକୁ କହି ଜଣେ ଯୁବତୀଙ୍କ ଠାରୁ ୬ଲକ୍ଷରୁ ଉର୍ଦ୍ଧଟଙ୍କା ଠକିନେଇଥିବା ଦୁଇଯୁବକକୁ ଗିରଫକରି ସୋମବାରଦିନ କୋର୍ଟଚାଲାଣ କରିଛି ଚନ୍ଦକାପୋଲିସ ।ଗିରଫଯୁବକ ନୟାଗଡ଼ ନୂଆଗାଁଥାନା ଅଧିନସ୍ଥ ଗଦାଧରପୁରଗ୍ରାମର ଅଭିଜିତପ୍ରଧାନ ଓ ନୟାଗଡ ସଦର ଥାନାଅଧୀନସ୍ଥ ରାୟପୁରଗ୍ରାମର ଅଚ୍ୟୁତପ୍ରଧାନ । ସୂଚନାଯୋଗ୍ୟ ଯେ, ଗତବର୍ଷ ଚନ୍ଦକାଥାନା ଅଧୀନରେଥିବା ଗୋଠାପାଟଣାରେ ଥିବା ଟାଇମ୍ସ ଗୁରୁକୁଳରେ ଚାକିରିକରିଥିବା ମାନିନୀ(ଛଦ୍ମନାମ)ନାମକ ଜଣେ ଯୁବତୀ ନିମ୍ନୋକ୍ତ ଜଣେ ଅଭିଯୁକ୍ତ ଅଚ୍ୟୁତପ୍ରଧାନଙ୍କ ସଂସ୍ପର୍ଶରେ ଆସିଥିଲେ, ଯିଏକି ତାଙ୍କୁ ଅନ୍ୟଜଣେ ଅଭିଯୁକ୍ତ ଅଭିଜିତପ୍ରଧାଙ୍କ ଜରିଆରେ […]

ଛୁଆକୁ ଧରି ନଦୀକୁ ଡେଇଁପଡ଼ିଲା ବାପା

କଟକ,୧୩ା୮(ଏସଏସନିଉଜ) ସଦରଥାନା ସଇଁନ୍ଦା ନିକଟରେ ଥିବା ସିଢ଼ୁଆ ନଦୀରେ ବାପା ଛୁଆକୁ ଧରି ନଦୀକୁ ଡେଇଁପଡ଼ିଥିବାର ଜଣାପଡିଛି । ପାରିବାରିକ କଳହରୁ ଏହି ଅଘଟଣ ଘଟିଥିବାର ଶୁଣିବାକୁମିଳିଛି । ବାପା ୯ମାସରଛୁଆକୁ ଧରି ସିଢ଼ୁଆ ନଦୀକୁ ଡେଇଁପଡ଼ିଥିବାବେଳେ ସ୍ଥାନୀୟ ଲୋକ ଦେଖି ଉଭୟଙ୍କୁ ଉଦ୍ଧାର କରିବାକୁ ଚେଷ୍ଟାକରିଥିଲେ ।କିନ୍ତୁ ପିଲାଟିକୁ ଉଦ୍ଧାର କରିଥିାବବେଳେ ବାପାର ପତାମିଳିପାରିନାହିଁ ।ଖବରପାଇ ଅଗ୍ନିଶମବାହିନୀ ଘଟଣାସ୍ଥଳରେ ପହଞ୍ଚି ଖୋଜାଖୋଜି ଆରମ୍ଭ କରିଛି ।

ଅଳ୍ପକେ ବର୍ତ୍ତିଲା ଆମ୍ବୁଲାନ୍ସ

ରାୟଗଡ଼ା,୧୦।୮(ଏସଏସନିଉଜ) ବଡ଼ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଯାଇଛି ଆମ୍ବୁଲାନ୍ସ।ପାସେଞ୍ଜରଟ୍ରେନ୍‌ ସହ ସାମାନ୍ୟ ଧକ୍କାହୋଇ ଅଳ୍ପକେ ବର୍ତ୍ତିଯାଇଛି।ବୃନ୍ଦାବାଡ଼ି ଛକ ନିକଟରେ ଟ୍ରେନ୍‌ ଲାଇନପାର ହେଉଥିଲା ଆମ୍ବୁଲାନ୍ସ।ଯିବା ପାଇଁ ରାସ୍ତା ନଥିଲେ ବି ଡ୍ରାଇଭର ଲାଇନ୍‌ରେ ଚଢ଼ି ଖସୁଥିଲେ।ଆମ୍ବୁଲାନ୍ସକୁ ଦେଖି ବ୍ରେକମାରି ଟ୍ରେନ୍‌ ଅଟକାଇ ଥିଲେ ଲୋକୋ ପାଇଲଟ।ଫଳରେ ଲାଇନମଝିରେ ଫସିଥିବା ଆମ୍ବୁଲାନ୍ସ ସହ ସାମାନ୍ୟ ଧକ୍କା ଲାଗିଥିଲା ଟ୍ରେନ୍‌।ରୋଗୀଛାଡ଼ି ଫେରୁଥିବା ଆମ୍ବୁଲାନ୍ସ ଏହି ଘଟଣା ଘଟିଛି।ଏହାପରେ ଘଟଣାସ୍ତଲରୁ ଡ୍ରାଇଭର ଚମ୍ପଟ ମାରିଛି।

ଗାଡ଼ିଧକ୍କାରେ ଚାଲିଗଲା କଲରାପତରିଆ ଜୀବନ

ଗଞ୍ଜାମ,୧୦ା୮(ଏସଏସନିଉଜ) ଗତକାଲି ବିଳମ୍ବିତରାତିରେ ମୁଜାଗଡ଼ ବନାଞ୍ଚଳର ବୁଦୁଲି-ମୁଜାଗଡ଼ ରାସ୍ତାରେ ଅଜଣା ଗାଡ଼ି ଧକ୍କାରେ ୩ରୁ ୪ବର୍ଷର ଏକ ମାଈକଲରାପତରିଆ ବାଘର ମୃତ୍ୟୁ ଘଟିଛି। ଭଞ୍ଜନଗର ଓ ଫୁଲବାଣୀକୁ ସଂଯୋଗ ହୋଇଥିବା ୧୫୭ ନମ୍ବର ରାଜ୍ୟ ରାଜପଥରେ ବାଘଟି ଗୁରୁତର ଅବସ୍ଥାରେ ଛଟପଟ ହେଉଥିବା ପୁଲିସ ଉତ୍ତର ଘୁମୁସରବନଖଣ୍ଡ ଅଧିକାରୀଙ୍କୁ ଖବର ଦେଇଥିଲେ। ବନବିଭାଗ କର୍ମଚାରୀମାନେ ପହଞ୍ଚି କଲରାପତରିଆ ବାଘଟିକୁ ଉଦ୍ଧାରକରି ଚିକିସ୍‌ାପାଇଁ ପ୍ରାଣୀ ଚିକିତ୍ସାଳୟକୁ ନେଇଥିବା ବେଳେ ଚିକିତ୍ସାଧୀନ ଅବସ୍ଥାରେ ବାଘଟିର ମୃତ୍ୟୁ ହୋଇଥିଲା ।  

ବାପାର କୋଦାଳଚୋଟରେ ଚାଲିଗଲାପୁଅର ଜୀବନ

ନବରଙ୍ଗପୁର, ୧୦ା୮(ଏସଏସନିଉଜ) ବାପାର କୋଦାଳ ଚୋଟରେ ଚାଲିଗଲା ପୁଅର ଜୀବନ ।ଗତକାଲି ବିଳମ୍ୱିତ ରାତିରେ ଏହିଭଳି ଘଟଣା ଉମରକୋଟବ୍ଲକର ବଙ୍ଗୀୟଖ।ଣ୍ଡାଗ୍ରାମରେ ଘଟିଛି।ସବୁଦିନଭଳି ଗତକାଲିରାତିରେ ସମୀରରାୟ ପ୍ରଚୁର ମଦପିଇ ଘରକୁ ଆସି ଗଣ୍ଡଗୋଳ କରିଥିଲା। ଏହାପରେ ବାପା ବିପୁଲରାୟଙ୍କ ସହ ପାଟିତୁଣ୍ଡ କରିଥିଲେ ।ଏଥିରେ କ୍ଷୁବ୍ଧହେଇ ବାପା କୋଦାଳରେ ସମୀରର ମୁଣ୍ଡ ଉପରେ ଚୋଟ ପରେ ଚୋଟ ମାରିବାଫଳରେ ଘଟଣାସ୍ଥଳରେ ସମୀରର ମୃତ୍ୟୁ ଘଟିଥିଲା।ଏହାଜାଣିପାରି ବାପା ଘରୁ ପଳାଯାଇଥିଲେ ।ଉମରକୋଟଥାନାପୋଲିସ ଖବରପାଇ ଆସି ବାପାକୁ ଖୋଜାଖୋଜି ଆରମ୍ଭ କରିବାପରେ […]

ଶୁଭଲକ୍ଷ୍ମୀ ମୃତ୍ୟୁ ଘଟଣା

ଭୁବନେଶ୍ବର, ୧୦ା୮(ଏସଏସନିଉଜ) ହୋଟେଲ ଦୀପାଳିରେ ଘଟିଥିବା ଶୁଭଲକ୍ଷ୍ମୀସାହୁଙ୍କ ସନ୍ଦେହଜନକ ମୃତ୍ୟୁ ଉପରୁ ରହସ୍ୟ ହଟାଇବାପାଇଁ ପୋଲିସ ପ୍ରଚେଷ୍ଟା ଆରମ୍ଭ କରିଛି । ଦୀପାଲି ବାରରେ ବାରଡ୍ୟାନ୍ସର ଭାବେ କାମକରୁଥିବା ଶୁଭଲକ୍ଷ୍ମୀ ମୃତ୍ୟୁ ଘଟଣାକୁ ନେଇ ରାଜ୍ୟ ମହିଳାକମିଶନ ଅଧ୍ୟକ୍ଷା ଉଦବେଗ ପ୍ରକାଶ କରିବାସହ ୧୫ଦିନ ମଧ୍ୟରେ ତଦନ୍ତରିପୋର୍ଟ ଦେବାକୁ କମିଶନରେଟ ପୁଲିସକୁ ନିର୍ଦ୍ଦେଶ ଦେଇଛନ୍ତି।ଅନ୍ୟପଟେ ପୋଷ୍ଟମର୍ଟମ ରିପୋର୍ଟ ଓ ସିଡିଆର୍ ମୁତାବକ କମିଶନରେଟ ପୁଲିସ ତଦନ୍ତ ଆରମ୍ଭ କରିବାସହ ଏହିଘଟଣାରେ ୧୫ ଜଣଙ୍କର ବୟାନ ରେକର୍ଡ ମଧ୍ୟ […]

କୁଆଖାଇରୁ ମିଳିଲା ମୃତଦେହ

କଟକ, ୧୦ା୮(ଏସଏସନିଉଜ) ନରଣପୁର ବାଲିଘାଟପାଖ କୁଆଖାଇ ନଦୀରୁ ଗୁରୁବାର ସକାଳେ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି। ଆଜି ସକାଳ ସମୟରେ ମୃତଦେହଟି ନଦୀ ମଝିରେ ଥିବା ପଠାରେ ଲାଗିଥିବାର ଦେଖି ପୁଲିସ ଓ ଅଗ୍ନିଶମ ବାହିନୀକୁ ସ୍ଥାନୀୟଲୋକମାନେ ଖବର ଦେଇଥିଲେ । ଏହାପରେ ଅଗ୍ନିଶମବାହିନୀ ମୃତଦେହଟିକୁ ଉଦ୍ଧାର କରିବାପରେ ପୋଲିସ ଶବ ବ୍ୟବଚ୍ଛେଦ ପାଇଁ କଟକ ବଡ଼ ମେଡ଼ିକାଲକୁ ପଠାଇଛି। ତେବେ ଉଦ୍ଧାର ହୋଇଥିବା ବ୍ୟକ୍ତି ବାଙ୍କୀଗୟଳବାଙ୍କର ହିମାଂଶୁ ଭୁଷଣ ମହାପାତ୍ର (୪୦)ାସେ ଗତଦୁଇଦିନତଳେ ଦେବୀଦ୍ଵାର […]