Browsing category

ଅପରାଧ

ପାଚେରୀରୁ ପଡ଼ି ଚୋରର ଭାଙ୍ଗିଲାଗୋଡ଼

କୋକସରା, ୨୧ା୮(ଏସଏସନିଉଜ) ବିଳମ୍ବିତରାତିରେ ଓଲମାଗାଁରେ ଧନଞ୍ଜୟ ସାହୁଙ୍କ ଘରେ ସଶସ୍ତ୍ର ଡକାୟତି ହୋଇଥିବା ଜଣାପଡିଛି । ୧୨ ରୁ ୧୫ଜଣ ଡକାୟତ ବନ୍ଧୁକମୁନରେ ପ୍ରାୟ ୨୫ ଭରି ସୁନାଗହଣା ଲୁଟି ନେଇଛନ୍ତି ।ଏହାସହ ଦାମୀ ଆସବାବପତ୍ର କମ୍ପ୍ୟୁଟର ହାର୍ଡଡିସ୍କ, କବାଟ ଆଦି ଭଙ୍ଗାରୁଜା କରିଛନ୍ତି ।ଘରୁ ଲୁଟି ଫେରାର ହେଉଥିବାବେଳେ ଜଣଙ୍କର ଗୋଡଭାଙ୍ଗିଯିବାରୁ ଗ୍ରାମବାସୀମାନେ ତାକୁ ଧରି ପୋଲିସର ଜିମା ଦେଇଛନ୍ତି ।ଖବରପ।ଇ ପୋଲିସ ଘଟଣାସ୍ଥଳରେ ପହଁଚି ତଦନ୍ତ ଆରମ୍ଭ କରିଛି ।

ଗୋରୁବୋଝେଇ ପିକଅପ୍ ଜବତ

ବାଲେଶ୍ଵର, ୨୧ା୮(ଏସଏସନିଉଜ)ବାଲିଆପାଳଥାନା ଅନ୍ତର୍ଗତ ବାଲିଆପାଳ-କମର୍ଦା ରାସ୍ତାର ଛୋଟକାନପୁର ନିକଟରୁ ବଜରଙ୍ଗଦଳ ଦ୍ବାରା ଦୁଇଟି ଗୋରୁବୋଝେଇ ପିକଅପ ଜବତ କରିବାସହ ଅପରେ୪୦ରୁ ଉର୍ଦ୍ଧ୍ବ ଗୋରୁକୁ ଉଦ୍ଧାର କରିଛନ୍ତି ।ଖବରପାଇ ପୋଲିସ ପହଁଚି ପିକଅପଦୁଇଟିକୁ ଜବତ କରିଛି ।ଘଟଣାପରେ ପିକଅପ ଚାଳକ ଫେରାର ହୋଇଯାଇଛନ୍ତି । ଉକ୍ତ ଗୋରୁଗାଡ଼ି ବସ୍ତାଅଞ୍ଚଳର ହୋଇଥିବା ବେଳେ ବାଲିଆପାଳ ଦେଇ ପଶ୍ଚିମବଙ୍ଗକୁ ଗୋଚାଲାଣହେଉଥିବାର ଜଣାପଡିଛି ।

କାଉଡ଼ିଆଙ୍କ ଉପରେ ମାଡ଼ିଗଲା କାର

ଗଞ୍ଜାମ, ୨୧ା୮(ଏସଏସନିଉଜ) ଭେଟନଇ-ଭେଜିପୁଟ ରାସ୍ତାରେ ଆସିକାରୁ ଅରଖପୁର ଗାଁର ତାଡ଼କେଶ୍ୱର ମନ୍ଦିରକୁ ପାଣିଭାରଧରି ଯାଉଥିବାବେଳେ କାଉଡ଼ିଆଙ୍କଉପରକୁ କାର ମାଡ଼ି ଯାଇଥିବା ଜଣାପଡ଼ିଛି ।ଏଥିରେ ଦୁଇଜଣ କାଉଡିଆଙ୍କମୃତ୍ୟୁ ହୋଇଥିବାବେଳେ ୧୧ଜଣ ଆହତ ହୋଇଛନ୍ତି । ଆହତମାନଙ୍କୁ ଚିକିସ୍‌ା ପାଇଁ ବ୍ରହ୍ମପୁର ବଡମେଡିକାଲରେ ଭର୍ତ୍ତି କରାଯାଇଛି ।ଦୁର୍ଘଟଣା ପରେ ଘଟଣାସ୍ଥଳରେ ଜଣଙ୍କର ଓ ବ୍ରହ୍ମପୁର ବଡମେଡିକାଲରେ ଆଉଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଦୁର୍ଘଟଣାପରେ ଘଟଣାକୁ ନେଇ ଉତ୍ତେଜନା ଦେଖାଦେଇଛି ।

ଭିକ ମାଗୁଛନ୍ତି ଗଣେଶ

ବାରଙ୍ଗ,୨୦ା୮(ଏସଏସନିଉଜ) ବାହାନାଗା ଟ୍ରେନ ଦୁର୍ଘଟଣାରେ ଆହତ ହୋଇଥିବା ବାଲେଶ୍ୱର ଅଂଚଳର ଗଣେଶସାହାଣି ଏବେ ନନ୍ଦନକାନନ ଛକରେ ଭିକମାଗୁଛନ୍ତି ।ରବିବାରଦିନ ନନ୍ଦନକାନନ ଛକରେ ଗଣେଶଭିକ୍ଷାମାଗିମାଗି ଯାଉଥିବାର ଦେଖିବାକୁ ମିଳିଛି ।ନିଜର ଦୁଃଖକୁ ସେ ଅନ୍ୟପାଖରେ ବଖାଣିବାସହ ନିଜର ଖାଇବାସହ ଚିକିସ୍‌ା ଓ ଘରକୁ ଯିବାପାଇଁ ଅର୍ଥ ଯୋଗାଡ କରୁଛନ୍ତି । ଅଭାବି ଗଣେଶ ପରିବାର ଚଲାଇବାପାଇଁ ସୁଦୁର ହାଇଦ୍ରାବାଦରେ କାମ କରୁଥିଲେ ।ସେଠାରେ ଜଣେ ରାଜମିସ୍ତ୍ରୀପାଖରେ କାମ କରି ଯାହା ପାରିଶ୍ରମିକ ମୁଳୁଥିଲା ସେଥିରେ କଷ୍ଟେମଷ୍ଟେ ପରିବାର ଚଳିଯାଉଥିଲା […]

ଦିନକପରେ ନିଖୋଜମହିଳାଙ୍କ ମୃତଦେହ ଉଦ୍ଧାର

ବାରଙ୍ଗ, ୨୦।୮(ଏସଏସନିଉଜ)ପୁରୀ ମୁଖ୍ୟକେନାଲକୁ ଲୁଗା ଧୋଇବାକୁ ଶନିବାର ସନ୍ଧ୍ୟାରେ ଯାଇ ନିଖୋଜ ହୋଇଯାଇଥିବା ମହିଳାଙ୍କ ମୃତଦେହ ରବିବାର ଦିନ କେନାଲରୁ ଉଦ୍ଧାର କରିଛି ବାରଙ୍ଗ ଅଗ୍ନିଶମବାହିନୀ। ପ୍ରକାଶଯେ, ଶନିବାର ସଂନ୍ଧ୍ୟାରେ ବଡ଼ମୁଣ୍ଡଳୀ ଗ୍ରାମର ପ୍ରେମଲତାସାହୁ ପୁରୀ ମୁଖ୍ୟ କେନାଲକୁ ଲୁଗାଧୋଇବାକୁ ଯାଇ ନିଖୋଜ ହୋଇଯାଇ ଥିଲେ।ପରିବାର ଲୋକ ବହୁ ଖୋଜା ଖୋଜି କରି ନିରାଶ ହେବାରୁ କେନାଲରେ ବୁଡିଯାଇଥିବାର ସନ୍ଦେହ କରି ବାରଙ୍ଗ ଅଗ୍ନିଶମ ବହିନୀକୁ ଖବର ଦେଇଥିଲେ।ରାତିରେ ଅଗ୍ନିଶମ ବାହିନୀ ବହୁ ଖୋଜାଖୋଜି ପରେ ମଧ୍ୟ […]

କାଳୀମାଡ଼ କରିଥିବା ଯୁବକକୁ ଛାଡିଲା ପୋଲିସ

ସାକ୍ଷୀଗୋପାଳ,୨୦।୮(ଏସଏସନିଉଜ) ସତ୍ୟବାଦୀରେ ୫ଟି ସଚିବ ଭି କେ ପାଣ୍ଡିଆନଙ୍କୁ କାଳିମାଡ଼ କରିଥିବା ଯୁବକ ଭାସ୍କର ସାହୁଙ୍କୁ ପୁଲିସ ଛାଡ଼ି ଦେଇଛି। ବଡ଼ଭାଇ ଧନେଶ୍ବର ସାହୁଙ୍କ ବ୍ୟକ୍ତିଗତ ମୁଚାଲିକା ପରେ ପୁଲିସ ଛାଡ଼ି ଦେଇଥିବା ସୂଚନା ମିଳିଛି।ଗତକାଲି ସତ୍ୟବାଦୀରେ ୫-ଟି ସଚିବ ଭି କେ ପାଣ୍ଡିଆନ ଓ ପୁରୀ ଜିଲ୍ଲାପାଳ ସମର୍ଥ ବର୍ମାଙ୍କୁ କାଳିମାଡ଼ ହୋଇଥିଲା। ଉତ୍କଳମଣି ଗୋପବନ୍ଧୁ ସ୍ମୃତି ମହାବିଦ୍ୟାଳୟ କଲେଜ ପରିସରରେ ଆୟୋଜିତ ସଭାରେ ମହିଳାଙ୍କ ସହ ହାତମିଳାଉଥିବା ବେଳେ କଣାସ ବ୍ଲକ ବଡ଼ାଲ ପଞ୍ଚାୟତ […]

ମୁହାଁମୁହିଁ ଧକାହେଲା ତୀର୍ଥଯାତ୍ରୀ ବସ

ଜଳେଶ୍ୱର,୨୦।୮(ଏସଏସନିଉଜ)ତୀର୍ଥଯାତ୍ରୀ ବସ୍‌କୁ ପଛରୁ ପିଟିଲା ବସ୍‌।ଯାହାଫଳରେ ୫ଜଣ ଆହତ ହୋଇଛନ୍ତି। ୧୬ନଂ ଜାତୀୟ ରାଜପଥ ଭେଲୋରା ଛକ ନିକଟରେଏହି ଦୁର୍ଘଟଣା ଘଟିଛି।ପଛ ବସ୍‌ରେ ଥିବା ୫ଜଣ ତୀର୍ଥଯାତ୍ରୀ ଆହତ ହୋଇଥିବା ବେଳେ ଚିକିତ୍ସା ପାଇଁ ବସ୍ତା ମେଡିକାଲରେ ଭର୍ତ୍ତି ହୋଇଛନ୍ତି। ୨ଟିଯାକ ବସ୍‌ ପୁରୀ ଆସୁଥିବା ବେଳେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା।

ଦେଢ଼ବର୍ଷପରେ ଧରାପଡିଲା

ବାରଙ୍ଗ, ୧୭ା୮ (ଏସଏସନିଉଜ)ଚୋରା ଦେଶୀମଦ ଚାଲାଣ ଅଭିଯୋଗରେ ଦେଢ଼ବର୍ଷ ଧରି ଫେରାର ଥିବା ଜଣେ ମଦ ବେପାରୀକୁ ଗିରଫ କରିଛି ଗୋଡିସାହି ଫାଣ୍ଡି ପୋଲିସ। ଗିରଫ ଅଭିଯୁକ୍ତ ଜଣକ ହେଉଛନ୍ତି ବାରଙ୍ଗ ଥାନା ସାନମୁଣ୍ଡଳୀ ଗ୍ରାମର ଦୁଷ୍ମନ୍ତ ଲେଙ୍କା ଓରଫ ଧକୁ(୩୧)। ପ୍ରକାଶ,ଯେ ଗତବର୍ଷ ମାର୍ଚ୍ଚ୪ତାରିଖ ସନ୍ଧ୍ୟାସମୟରେ ଧକୁ ଏକ ନମ୍ବରବିହୀନ ମାରୁତିସୁଜୁକି କାରରେ ଦେଶୀମଦ ଚୋରା ଚାଲାଣ କରିଥିଲା।ଗୋଡିସାହି ପୁରୀ କେନାଲ ବ୍ରିଜ ନିକଟରେ ପୋଲିସ ପାଟ୍ରୋଲିଂ କରୁଥିବା ଦେଖି ଗାଡ଼ି ଛାଡ଼ି ଘଟଣାସ୍ଥଳରୁ ଫେରାର […]

ସ୍ତ୍ରୀରପ୍ରେମିକକୁ ଗୁଳିମାଡ଼

  ସମ୍ବଲପୁର,୧୬।୮(ଏସଏସନିଉଜ) ଚାରମାଲଥାନା ବଡ଼ନୂଆପଡ଼ା ଖେତିନାଳୀ ଗାଁରେ ପ୍ରଥମ ସ୍ତ୍ରୀର ପ୍ରେମିକ ପଙ୍କଜ ଦେହୁରୀଙ୍କୁ ଗୁଳିମାଡ଼ ହୋଇଥିବାର ଜଣାପଡିଛି। ଗୁରୁତର ଅବସ୍ଥାରେ ତାଙ୍କୁ ପ୍ରଥମେ ଭିମସାର ଓ ପରେ କଟକକୁ ସ୍ଥାନାନ୍ତର କରାଯାଇଛି।ଖେତିନାଳୀଗାଁର ପଙ୍କଜ ଦେହୁରୀଙ୍କ ସହ ଝାଙ୍କରପଡ଼ା ଗାଁର ସ୍ୱାଧୀନ ପ୍ରଧାନଙ୍କ ସ୍ତ୍ରୀଙ୍କର ସହ ସମ୍ପର୍କ ଥିବା ସନ୍ଦେହରେ ହିଁ ଉଭୟଙ୍କର ଛାଡ଼ପତ୍ର ବିବାହର ୧୦ ବର୍ଷ ପରେ ଗତ ବର୍ଷ ଦେଇଥିଲେ। ଏହାପରେ ତାଙ୍କ ସ୍ତ୍ରୀପଙ୍କଜଙ୍କ ସହ ରହୁଥିଲେ। ଗତକାଲି ରାତିରେ ସ୍ବାଧୀନନିଶାସକ୍ତ ଅବସ୍ଥାରେ […]

ଭିଜିଲାନ୍ସଜାଲରେ ଭଦ୍ରକସିଡିପିଓ

ଭଦ୍ରକ,୧୬।୮(ଏସଏସନିଉଜ) ଭିଜିଲାନ୍ସ ଜାଲରେ ପଡିଛନ୍ତି ଭଦ୍ରକ ସିଡିପିଓ ସୁଗନ୍ଧାଦାସ।ଦଶହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି।ଆଜି ଦିନସାଢ଼େ ୧୧ଟା ବେଳେ ସାମାଜ ମଙ୍ଗଳ ଅଧିକାରୀଙ୍କ କାର୍ଯ୍ୟାଳୟ ନିକଟରେ ଭଦ୍ରକ ସିଡିପିଓ ସୁଗନ୍ଧା ଦାସ ଏବଂ ସୁପରଭାଇଜର ସୁଲୋଚନ ବେହେରା ଭଦ୍ରକ ଜିଲ୍ଲା ବଣିଆ ପଞ୍ଚାୟତ ଅନ୍ତର୍ଗତ ସରଗଡ଼ିଆ ଅଙ୍ଗନବାଡ଼ି କେନ୍ଦ୍ରର କର୍ମୀ ଇତିଶ୍ରୀ ସେଠୀଙ୍କ ନିଯୁକ୍ତି ପାଇଁ ତାଙ୍କ ଦାଦା ପ୍ରଶାନ୍ତ ସେଠୀଙ୍କ ନିକଟରୁ ଦଶ ହଜାର ଟଙ୍କା ଲାଞ୍ଚ ନେଉଥିଲା ଭିଜିଲାନ୍ସ ଟିମ […]