ସ୍ତ୍ରୀରପ୍ରେମିକକୁ ଗୁଳିମାଡ଼

 

ସମ୍ବଲପୁର,୧୬।୮(ଏସଏସନିଉଜ) ଚାରମାଲଥାନା ବଡ଼ନୂଆପଡ଼ା ଖେତିନାଳୀ ଗାଁରେ ପ୍ରଥମ ସ୍ତ୍ରୀର ପ୍ରେମିକ ପଙ୍କଜ ଦେହୁରୀଙ୍କୁ ଗୁଳିମାଡ଼ ହୋଇଥିବାର ଜଣାପଡିଛି। ଗୁରୁତର ଅବସ୍ଥାରେ ତାଙ୍କୁ ପ୍ରଥମେ ଭିମସାର ଓ ପରେ କଟକକୁ ସ୍ଥାନାନ୍ତର କରାଯାଇଛି।ଖେତିନାଳୀଗାଁର ପଙ୍କଜ ଦେହୁରୀଙ୍କ ସହ ଝାଙ୍କରପଡ଼ା ଗାଁର ସ୍ୱାଧୀନ ପ୍ରଧାନଙ୍କ ସ୍ତ୍ରୀଙ୍କର ସହ ସମ୍ପର୍କ ଥିବା ସନ୍ଦେହରେ ହିଁ ଉଭୟଙ୍କର ଛାଡ଼ପତ୍ର ବିବାହର ୧୦ ବର୍ଷ ପରେ ଗତ ବର୍ଷ ଦେଇଥିଲେ। ଏହାପରେ ତାଙ୍କ
ସ୍ତ୍ରୀପଙ୍କଜଙ୍କ ସହ ରହୁଥିଲେ। ଗତକାଲି ରାତିରେ ସ୍ବାଧୀନନିଶାସକ୍ତ ଅବସ୍ଥାରେ ଖେତିନାଳୀ ଯାଇ ପଙ୍କଜ ଦେହୁରୀଙ୍କୁ ‌ଦୁଇରାଉଣ୍ଡ ଗୁଳି ଚାଳନା କରିଥିଲେ। ଗୋଟିଏ ଗୁଳି ପଙ୍କଜଙ୍କ ପେଟରେ ଓ ଅନ୍ୟଟି ହାତରେ ବାଜିଥିଲା।

Comments (0)
Add Comment