ଭିକ ମାଗୁଛନ୍ତି ଗଣେଶ

ବାରଙ୍ଗ,୨୦ା୮(ଏସଏସନିଉଜ) ବାହାନାଗା ଟ୍ରେନ ଦୁର୍ଘଟଣାରେ ଆହତ ହୋଇଥିବା ବାଲେଶ୍ୱର ଅଂଚଳର ଗଣେଶସାହାଣି ଏବେ ନନ୍ଦନକାନନ ଛକରେ ଭିକମାଗୁଛନ୍ତି ।ରବିବାରଦିନ ନନ୍ଦନକାନନ ଛକରେ ଗଣେଶଭିକ୍ଷାମାଗିମାଗି ଯାଉଥିବାର ଦେଖିବାକୁ ମିଳିଛି ।ନିଜର ଦୁଃଖକୁ ସେ ଅନ୍ୟପାଖରେ ବଖାଣିବାସହ ନିଜର ଖାଇବାସହ ଚିକିସ୍‌ା ଓ ଘରକୁ ଯିବାପାଇଁ ଅର୍ଥ ଯୋଗାଡ କରୁଛନ୍ତି । ଅଭାବି ଗଣେଶ ପରିବାର ଚଲାଇବାପାଇଁ ସୁଦୁର ହାଇଦ୍ରାବାଦରେ କାମ କରୁଥିଲେ ।ସେଠାରେ ଜଣେ ରାଜମିସ୍ତ୍ରୀପାଖରେ କାମ କରି ଯାହା ପାରିଶ୍ରମିକ ମୁଳୁଥିଲା ସେଥିରେ କଷ୍ଟେମଷ୍ଟେ ପରିବାର ଚଳିଯାଉଥିଲା ।କିନ୍ତୁ ହାଇଦ୍ରାବାଦରୁ ଘରକୁ ଟ୍ରେନ ଯୋଗେ ଜେନେରାଲ ବଗିରେ ବସି ଫେରୁଥିବାବେଳେ ବାହାନାଗା ପାଖରେ ଟ୍ରେନ ଦୁର୍ଘଟଣା ଘଟିଥିଲା । ଚେତାଆସିବା ବେଳକୁ ସେ କଟକବଡଡାକ୍ତରଖାନାରେ ନିଜକୁ ପାଇଥିଲେ ।ଗୋଟିଏହାତ ଭାଙ୍ଗିଯାଇଥିବା ବେଳେ ଗୋଡରେ ଶକ୍ତଆଘାତ ଲାଗିଥିଲା ।ଭଙ୍ଗା ହାତାକୁ ଅପରେସନ କରି ଶୁକ୍ରବାରଦିନ ତାକୁ ଡାକ୍ତରଖାନାରୁ ଡିସଚାର‌୍ୟ୍ୟ କରିଦେଇଥିଲେ ।୧୦୮ଆମ୍ବୁଲାନ୍ସ ଯୋଗେ ତାଙ୍କୁ ତ୍ରିଶୁଳିଆଛକରେ ଛାଡିଦିଆଯାଇଥିଲା ।ପାଖରେ ପଇସା ନଥିବାରୁ ସେ ଭିକମାଗିମାଗି ଆଗକୁ ଚିକିସ୍‌ାପାଇଁ ଆବଶ୍ୟକଥିବା ଟଙ୍କା ସହ ଘରକୁ ଯିବା ପାଇଁ ଅର୍ଥ ଯୋଗାଡକରୁଛନ୍ତି ।ମୋରି ରୋଜଗାରରେ ସ୍ତ୍ରୀ ସହ ଅନ୍ୟଦୁଇଟିପିଲା ଚଳିଥାନ୍ତି ।ହାତ ଭାଙ୍ଗିଯାଇଛିାଠିକଭାବେ ଗୋଡ ମଧ୍ୟ ଚାଲୁନାହିଁ ।ଚିକିସ୍‌ାପାଇଁ ଅର୍ଥ ବାଧକ ସାଜିଛି ।ତେଣୁ ଘରକୁ ଯିବାପାଇଁ ଦରକାରପଡୁଥିବା ଅର୍ଥ ଭିକମାଗି ଯୋଗାଡ କରୁଛି ବୋଲି ଗଣେଶ କହିଛନ୍ତି ।

 

Comments (0)
Add Comment