କାଉଡ଼ିଆଙ୍କ ଉପରେ ମାଡ଼ିଗଲା କାର

ଗଞ୍ଜାମ, ୨୧ା୮(ଏସଏସନିଉଜ) ଭେଟନଇ-ଭେଜିପୁଟ ରାସ୍ତାରେ ଆସିକାରୁ ଅରଖପୁର ଗାଁର ତାଡ଼କେଶ୍ୱର ମନ୍ଦିରକୁ ପାଣିଭାରଧରି ଯାଉଥିବାବେଳେ କାଉଡ଼ିଆଙ୍କଉପରକୁ କାର ମାଡ଼ି ଯାଇଥିବା ଜଣାପଡ଼ିଛି ।ଏଥିରେ ଦୁଇଜଣ କାଉଡିଆଙ୍କମୃତ୍ୟୁ ହୋଇଥିବାବେଳେ ୧୧ଜଣ ଆହତ ହୋଇଛନ୍ତି । ଆହତମାନଙ୍କୁ ଚିକିସ୍‌ା ପାଇଁ ବ୍ରହ୍ମପୁର ବଡମେଡିକାଲରେ ଭର୍ତ୍ତି କରାଯାଇଛି ।ଦୁର୍ଘଟଣା ପରେ ଘଟଣାସ୍ଥଳରେ ଜଣଙ୍କର ଓ ବ୍ରହ୍ମପୁର ବଡମେଡିକାଲରେ ଆଉଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଦୁର୍ଘଟଣାପରେ ଘଟଣାକୁ ନେଇ ଉତ୍ତେଜନା ଦେଖାଦେଇଛି ।

Comments (0)
Add Comment