ଭିଜିଲାନ୍ସଜାଲରେ ଭଦ୍ରକସିଡିପିଓ

ଭଦ୍ରକ,୧୬।୮(ଏସଏସନିଉଜ) ଭିଜିଲାନ୍ସ ଜାଲରେ ପଡିଛନ୍ତି ଭଦ୍ରକ ସିଡିପିଓ ସୁଗନ୍ଧାଦାସ।ଦଶହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି।ଆଜି ଦିନସାଢ଼େ ୧୧ଟା ବେଳେ ସାମାଜ ମଙ୍ଗଳ ଅଧିକାରୀଙ୍କ କାର୍ଯ୍ୟାଳୟ ନିକଟରେ ଭଦ୍ରକ ସିଡିପିଓ ସୁଗନ୍ଧା ଦାସ ଏବଂ ସୁପରଭାଇଜର ସୁଲୋଚନ ବେହେରା ଭଦ୍ରକ ଜିଲ୍ଲା ବଣିଆ ପଞ୍ଚାୟତ ଅନ୍ତର୍ଗତ ସରଗଡ଼ିଆ ଅଙ୍ଗନବାଡ଼ି କେନ୍ଦ୍ରର କର୍ମୀ ଇତିଶ୍ରୀ ସେଠୀଙ୍କ ନିଯୁକ୍ତି ପାଇଁ ତାଙ୍କ ଦାଦା ପ୍ରଶାନ୍ତ ସେଠୀଙ୍କ ନିକଟରୁ ଦଶ ହଜାର ଟଙ୍କା ଲାଞ୍ଚ ନେଉଥିଲା ଭିଜିଲାନ୍ସ ଟିମ ହାତରେ ଧରା ପଡ଼ିଥିଲେ।

Comments (0)
Add Comment