କାରଦେଲା ଧକ୍କା,ଚାଲିଗଲା ମହିଳାଙ୍କ ଜୀବନ

ପାରାଦୀପ, ୨୧ା୮(ଏସଏସନିଉଜ) କଟକ-ପାରାଦୀପ ରାସ୍ତାର ପଙ୍କପାଳ ନିକଟରେ ବାଇକକୁ ଏକ କାର୍‌‌ ଧକ୍କା ଦେବାରୁ ଝିଲିମାଝି ନାମକ ଜଣେ ମହିଳାଙ୍କର ମୃତ୍ୟୁ ହୋଇଥିବାବେଳେ ତାଙ୍କ ସ୍ୱାମୀ ଓ ପୁଅ ଗୁରୁତର ହୋଇଛନ୍ତି । ଦୁର୍ଘଟଣାପରେ ସମସ୍ତଙ୍କୁ ମଣିଜଙ୍ଗା ମେଡିକାଲକୁ ନେବାବାଟରେ ମହିଳାଙ୍କ ମୃତ୍ୟୁ ଘଟିଥିବାର ଜଣାପଡିଛି ।ଖବରପାଇ ଘଟଣାସ୍ଥଳରେ ପୁଲିସ ପହଁଚି ତଦନ୍ତ ଆରମ୍ଭ କରିଛି ।ପଙ୍କପାଳପଞ୍ଚାୟତ ଅନ୍ତର୍ଗତ ଜନାପାଳଗାଁର ଇନ୍ଦିରାକଲୋନିରେ ରହୁଥିବା ସୁମନ୍ତବେହେରା ଓ ତାଙ୍କପତ୍ନୀ ଝିଲିମାଝି ପୁଅ ସୁପ୍ରଭାତଙ୍କୁ ସ୍କୁଲରେ ଛାଡ଼ିବା ଲାଗି ବାଇକରେ ଯାଉଥିଲେ।ଏହିସମୟରେ ପଙ୍କପାଳ ଉଚ୍ଚବିଦ୍ୟାଳୟ ସାମ୍ନାରେ ଓଡି୦୫-ଏବି ୫୧୯୨ନଂ କାର ବାଇକକୁ ପଛପଟୁ ଧକ୍କା ଦେଇଥିଲା। ଦୁର୍ଘଟଣାପରେ କାରଚାଳକ ଫେରାର ହୋଇଯାଇଛନ୍ତି ।ଦୁର୍ଘଟଣାପରେ ଉତ୍ୟକ୍ତଲୋକ ପଙ୍କପାଳଛକ ନିକଟରେ ରାସ୍ତାଅବରୋଧ କରିବାରୁ ଯାତାୟତ ବାଧାପ୍ରାପ୍ତ ହୋଇଛି।

 

 

Comments (0)
Add Comment