ଶାଳୀକୁ ହତ୍ୟାକଲା ଭିଣୋଇ

ଗଞ୍ଜାମ,୨୪ା୮(ଏସଏସନିଉଜ)ନାବାଳିକା ଶାଳୀକୁ ପ୍ରଥମେ ପ୍ରେମଜାଲରେ ଫସାଇ ବିବାହ ପ୍ରତିଶ୍ରୁତି ଦେଇଗର୍ଭବତୀ କଲା ଭିଣୋଇ ।ଏହାପରେ ସାଙ୍ଗରେ ଆଣି ହତ୍ୟାକରି କୂଅରେ ଫୋପାଡ଼ିଦେଇଥିଲା ।ଏହିଭଳି ଅଭାବନୀୟ ଘଟଣା ଜଗନ୍ନାଥପ୍ରସାଦ ଥାନା ଅଧୀନ ଝାଡ଼ଭୂମି ପଞ୍ଚାୟତ ବରକୋଲିଆ ଗ୍ରାମ ନିକଟରେ ଦେଖିବାକୁ ମିଳିଛି । ଆଜି ସକାଳୁ ଗାଁର ଧୋବାତଇଲା ପଡ଼ିଆ ଆମ୍ବବଗିଚା ନିକଟରେଥିବା ପରିତ୍ୟକ୍ତ ଶୁଖିଲାକୂଅରୁ ନାବାଳିକାଙ୍କ ଗଳିତ ଶବ ମିଳିବା ପରେ ଘଟଣା ପଦାକୁ ଆସିଛି ।ମୃତକ ହେଉଛନ୍ତି ବୁଗୁଡ଼ାଥାନା ଅଧୀନସ୍ଥ ମଙ୍ଗରାଜପୁରଗ୍ରାମର ଗୋପାଳସାମଲଙ୍କ ସାନଝିଅ ବର୍ଷା । ଏହିଘଟଣାରେ ବୁଗୁଡ଼ା ପୋଲିସ ବରକୋଳି ଗ୍ରାମର ସନ୍ତୋଷ ଖଟେଇକୁ ଗିରଫ କରିଛି।୨ ବର୍ଷତ‌ଳେ ସନ୍ତୋଷଖଟୋଇ ମଙ୍ଗରାଜପୁରଗ୍ରାମର ଗୋପାଳ ସାମଲଙ୍କ ବଡ଼ଝିଅଙ୍କୁ ବିବାହ କରିଥିଲା।ଏବେସେମାନଙ୍କର ଏକ ୯ ମାସର ଝିଅ ରହିଛି। ଅଧିକାଂଶସମୟ ସନ୍ତୋଷ ଶ୍ବଶୁରଘରେ ରହୁଥିବାରୁ ଦଶମଶ୍ରେଣୀରେ ପଢୁଥିବା ଶାଳୀବର୍ଷା ସହ ପ୍ରେମ ସର୍ମ୍ପକ ଗଢିଉଠିଥିଲା ।ବିବାହର ପ୍ରତିଶୃତିଦେଇ ଶାଳିସହ ଶାରୀରିକ ସଂପର୍କ ସ୍ଥାପନ କରିଚାଲିଥିଲା ।ପରେ ଶାଳୀ ଗର୍ଭବତୀହେବାର ଜଣାପଡିବାପରେ ବର୍ଷାକୁ ପତ୍ନୀଭାବେ ଗ୍ରହଣ କରିବାକୁ ରାଜି ହୋଇଥିଲା । ନିଜଗାଁକୁ ବର୍ଷାକୁ ସାଙ୍ଗରେ ନେଇ ଭିଣୋଇ ଗତ ୧୭ ତାରିଖରେଆସିଥିଲେ ।ପରେ ଆଉ ଫୋନ ରିସିଭ ନକରିବାରୁ ସନ୍ଦେହରେ ପରିବାରଲୋକ ୨୦ତାରିଖରେ ସନ୍ତୋଷ ନାମରେ ଥାନାରେ ଅଭିଯୋଗ କରିଥିଲେ ।ପୋଲିସ ସନ୍ତୋଷକୁ ଆଣି ପଚରାଉଚରା କରିବାପରେ ସନ୍ତୋଷ ଦୋଷସ୍ୱିକାର କରିଯାଇଥିଲା ।

 

Comments (0)
Add Comment